ଯୁବ ବନ ଅଧିକାରୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ଉଠିଲା ଅନେକ ପ୍ରଶ୍ନ

ପାରଳାଖେମୁଣ୍ଡି ହସ୍ପିଟାଲରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିଜ ମୃତ୍ୟୁକାଳୀନ ଜମାନବନ୍ଦୀ ଦେବା ପୂର୍ବରୁ ପତ୍ନୀ ବିଦ୍ୟାଭାରତୀଙ୍କୁ ପାଖକୁ ଡାକି ସୌମ୍ୟରଞ୍ଜନ ‘‘ଆଇ ଲଭ୍ ୟୁ’’ ବୋଲି କହିଥିଲେ ବୋଲି କୁହାଯାଉଛି ।

ସୌମ୍ୟରଞ୍ଜନ ମହାପାତ୍ର ଓ ପତ୍ନୀ ବିଦ୍ୟାଭାରତୀ (ଫାଇଲ୍ ଫଟୋ)

ସୌମ୍ୟରଞ୍ଜନ ମହାପାତ୍ର ଓ ପତ୍ନୀ ବିଦ୍ୟାଭାରତୀ (ଫାଇଲ୍ ଫଟୋ)

  • Share this:
News18 Odia Digital

କଟକ: ଯୁବ ବନ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିବା ସତ, କିନ୍ତୁ ସେ କେମିତି ପୋଡ଼ି ହୋଇଗଲେ ଓ ଏହା ପଛର ପ୍ରକୃତ କାରଣ କ’ଣ ତାହା ଏବେ ବି ଅସ୍ପଷ୍ଟ ରହିଛି । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛର କାରଣ ଖୋଜା ଚାଲିଥିବା ବେଳେ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ଉଠିଛି ପ୍ରଶ୍ନ ।

ପୋଲିସ ପକ୍ଷରୁ କୁହାଯାଇଛି ଯେ ନିଜ ଜମାନବନ୍ଦୀରେ ସୌମ୍ୟ କହିଛନ୍ତି ଯେ ସେ ନିଜ ‘‘କ୍ବାର୍ଟରରେ କିଛି ଅଦରକାରୀ କାଗଜ ପୋଡୁଥିବା ବେଳେ ସେଠାରେ ଥିବା ଏକ ଲ୍ୟାମ୍ପରୁ ତାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗିଯାଇଥିଲା ଓ ଏହି ଘଟଣା ପାଇଁ ସେ କାହାରିକୁ ଦାୟୀ କରି ନାହାଁନ୍ତି ।’’ ନିଆଁରେ ପୋଡ଼ି ହୋଇ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ସରକାରୀ ଡାକ୍ତରଖାନାରେ ପହଞ୍ଚିବା ପରେ ମାଜିଷ୍ଟ୍ରେଟ୍ ଦାୟୀତ୍ବରେ ଥିବା ପାରଳାଖେମୁଣ୍ଡି ତହସିଲଦାର, ଦୁଇ ଜଣ ଡାକ୍ତର ଓ ପାରଳାଖେମୁଣ୍ଡି ଥାନାଧିକାରୀଙ୍କ ଉପସ୍ଥିତିରେ ସୌମ୍ୟରଞ୍ଜନ ଏହି ଜମାନବନ୍ଦୀ ଦେଇଥିବା ଜଣା ପଡ଼ିଛି । କିନ୍ତୁ ତାଙ୍କ ମୃତ୍ୟୁ ପରେ ତଦନ୍ତରେ ସାମନାକୁ ଆସିଥିବା ଅନେକ ତଥ୍ୟ ଓ ପ୍ରମାଣର ଆଲୋକରେ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀର ପ୍ରାସଙ୍ଗିଗତା ଓ ଗ୍ରହଣୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ଏହି ମାମଲାର ସିବିଆଇ ତଦନ୍ତର ପ୍ରାର୍ଥନା କରିଥିବା ଆଇନଜୀବୀ ।

ଏହା ବି ପଢ଼ନ୍ତୁ | ପେଗାସସ୍ ପ୍ରସଙ୍ଗରେ ବିରୋଧୀଙ୍କ ମେଳି ଜାରି, ହେଲେ ସେଥିରେ ଭାଗ ନେଲେ ନାହିଁ ମମତା ବାନାର୍ଜୀ

‘‘ମୃତ୍ୟୁକାଳୀନ ଜମାନବନ୍ଦୀ ଗ୍ରହଣୀୟ, କିନ୍ତୁ ଯେବେ ଜାମାନବନ୍ଦି ସାମ୍ପ୍ରତିକ ପରିସ୍ଥିତି ସହ ମେଳ ନ ଖାଏ କିମ୍ବା ତାହା ଠିକ୍‌ ବୋଲି ନ ସୂଚାଏ ତେବେ ତାହା ନିଜର ଗ୍ରହଣୀୟତା ହରାଇବ । ସୌମ୍ୟରଞ୍ଜନ କେତେ ପ୍ରକାରର ଚାପରେ ଜମାନବନ୍ଦି ଦେଇଥାଇ ପାରନ୍ତି । ସେହି ଏହି ଜମାନବନ୍ଦୀଟି ପାରଳାଖେମୁଣ୍ଡି ହସପିଟାଲରେ ଦେଇଥିଲେ । କିନ୍ତୁ କଟକରେ ପହଞ୍ଚିବା ପରେ ତାଙ୍କ ମା'ଙ୍କୁ ତ ସେ ଏ ନେଇ କିଛି କହିନାହାଁନ୍ତି,’’ କହିଛନ୍ତି ଆଇନଜୀବୀ ଗୋପାଳ ଜେନା ।

ଏସ୍.ସି.ବି. ହସପିଟାଲରୁ ଅବସରପ୍ରାପ୍ତ ନିଶ୍ଚେତକ ଡାକ୍ତର ଅନଙ୍ଗ ଦ୍ବିବେଦୀ ।


ନ୍ୟୁଜ୧୮ ଓଡ଼ିଆ ଡିଜିଟାଲକୁ ମିଳିଥିବା ସୂଚନା ମୁତାବକ ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟରଞ୍ଜନ ନିଆଁରେ ପୋଡ଼ି ହୋଇଯିବା ପରେ ଚିକିତ୍ସା ପାଇଁ ତାଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲକୁ ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପାରଳାଖେମୁଣ୍ଡି ତହସିଲଦାର ଓ ଅନ୍ୟ ସାକ୍ଷୀମାନେ ସେଠାରେ ପହଞ୍ଚିବା ପରେ ସୌମ୍ୟ ନିଜ ପତ୍ନୀ ବିଦ୍ୟାଭାରତୀଙ୍କୁ ତାଙ୍କ ବେଡ୍‌ ପାଖକୁ ଡ଼ାକିବା ପାଇଁ କହିଥିଲେ । ଏହା ପରେ ବିଦ୍ୟାଭାରତୀ ସୌମ୍ୟଙ୍କ ବେଡ଼ ପାଖରେ ପହଞ୍ଚିବା ପରେ ସେ ବିଦ୍ୟାଭାରତୀଙ୍କୁ ଲକ୍ଷ କରି ‘‘ଆଇ ଲଭ୍ ୟୁ’’ ବୋଲି କହିଥିଲେ ବୋଲି କୁହାଯାଉଛି । ତା’ ପରେ ସେ ନିଜ ମୃତ୍ୟକାଳୀନ ଜମାନବନ୍ଦୀ ଦେଇଥିଲେ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | ସାନ ଭାଇର ନିଜ ଭାଉଜ ସହ ପ୍ରେମ ହୋଇଗଲା; ତେଣୁ ବଡ଼ ଭାଇ ଦୁଇ ଜଣଙ୍କ ବିବାହ କରାଇଦେଲା

କୌଣସି ଘଟଣାରେ ପୀଡ଼ିତଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ଏକ ବଡ଼ ପ୍ରମାଣ ବୋଲି ବିବେଚନା କରାଯାଉଥିବା ବେଳେ ସୌମ୍ୟରଞ୍ଜନଙ୍କ ଏହି ଜମାନବନ୍ଦୀ ପୂରା ଘଟଣାକୁ ଆରମ୍ଭରୁ ଏକ ଭିନ୍ନ ଦିଗ ଦେଇଛି । ୯୫ ପ୍ରତିଶତ ପୋଡ଼ି ଯାଇ ଗୁରୁତର ଥିବା ଜଣେ ବ୍ୟକ୍ତି କଥାବାର୍ତ୍ତା କରିପାରିବ, କିନ୍ତୁ ତାଙ୍କ କଥାକୁ ଶୁଣିବା କିମ୍ବା ତାଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରକୁ ସମ୍ପୃକ୍ତ ବ୍ୟକ୍ତି କେତେ ସଠିକ୍‌ ଭାବରେ ପ୍ରକାଶ କରୁଛନ୍ତି ତା’ର ତଦାରଖ କରିବା ଦାୟିତ୍ବ ଏହି କାର୍ଯ୍ୟ କରୁଥିବା ସମ୍ପୃକ୍ତ ଅଧିକାରୀଙ୍କର ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଏହା ବି ପଢ଼ନ୍ତୁ | ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ CM ହେଲେ; ସେ ପେଶାରେ ଇଞ୍ଜିନିୟର୍ ଜଣେ ପୂର୍ବ CMଙ୍କ ପୁଅ

‘‘ମୃତ୍ୟୁକାଳୀନ ଜମାନବନ୍ଦୀ ସେହି ଲୋକ ଦେବ ଯିଏ କୌଣସି ପରିସ୍ଥିତିରେ ମୃତ୍ୟୁ ବରଣ କରିବାର ସମ୍ଭାବନା ଥିବ । ସେହି ଲୋକକୁ ପଚରାଯିବ କି ତାଙ୍କର ଏହି ଘଟଣା କିପରି ହେଲା ଏବଂ ସେହି ଲୋକଟି କହିବ ଯେ ଏହି କାରଣରୁ ମୋ’ର ଏମିତି ଅବସ୍ଥା ହୋଇଛି । ବିଭିନ୍ନ ସମୟରେ ଦେଖା ଯାଇଛି ଯେ ୯୫ ପ୍ରତିଶତ ପୋଡ଼ି ଯାଇଥିବା କିମ୍ବା ଆସନ୍ନ ମୃତ୍ୟୁ ଅପେକ୍ଷାରେ ଥିବା ବ୍ୟକ୍ତି ବି କଥାବାର୍ତ୍ତା କରି ପାରନ୍ତି । ହେଲେ ସେ କଥା କହିବା ବେଳେ କେତେ ସଠିକ ଭାବେ କହୁଛନ୍ତି ତାହା ତଦାରଖ କରିବା ଦାୟତ୍ବ ସମ୍ପୃକ୍ତ ଅଧିକାରୀଙ୍କର ଯିଏ କି ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ଼ କରୁଛନ୍ତି,’’ କହିଛନ୍ତି ଏସ୍‌.ସି.ବି. ହସପିଟାଲରୁ ଅବସରପ୍ରାପ୍ତ ନିଶ୍ଚେତକ ଡାକ୍ତର ଅନଙ୍ଗ ଦ୍ବିବେଦୀ ।



ସୌମ୍ୟରଞ୍ଜନଙ୍କ ପୋଷ୍ଟମଟମ୍‌ ରିପୋର୍ଟରେ ତାଙ୍କୁ ହତ୍ୟା କରାଯିବା ନେଇ କୌଣସି ପ୍ରମାଣ ନ ଥିବା ବେଳେ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ସେ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଦର୍ଶାଇଛନ୍ତି ବୋଲି କୁହାଯାଉଛି । ଏହାରି ଭିତରେ ମୃତ୍ୟୁ ଶଯ୍ୟାରେ ପଡ଼ି ରହି ଥିବା ସୌମ୍ୟ ସର୍ବସମ୍ମୁଖରେ ନିଜ ପତ୍ନୀଙ୍କ ପ୍ରତି ନିଜର ଭଲ ପାଇବାକୁ ପ୍ରକାଶ କରିବା ଘଟଣା କେଉଁ ଦିଗ ପ୍ରତି ଇଙ୍ଗିତ କରୁଛି ତାହା ଅବୁଝା ରହିଛି ।
Published by:Anand ST Das
First published: