ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀରେ ଯାଞ୍ଚ ହେଉନି ଖଜାର ମାନ; ଶ୍ରୀକ୍ଷେତ୍ରରେ ‘ଖଜା କ୍ଲଷ୍ଟର୍’ କଥା ଭୁଲିଗଲେ କି ସରକାର?

ପୁରୀରେ ଯାଞ୍ଚ ହେଉନି ଖଜାର ମାନ; ଶ୍ରୀକ୍ଷେତ୍ରରେ ‘ଖଜା କ୍ଲଷ୍ଟର୍’ କଥା ଭୁଲିଗଲେ କି ସରକାର?

Questions arise on khaja, the Srimandir bhoga sweets sold in Puri shops | ଖଜା ଶ୍ରୀମନ୍ଦିରର ଶୁଖିଲା ଭୋଗ ମଧ୍ୟରୁ ଅନ୍ୟତମ, ହେଲେ ବଡ଼ା ଦାଣ୍ଡରେ ବିକ୍ରି ହେଉଥିବା ଖଜାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖଜା କ୍ଲଷ୍ଟର୍ ହେଲେ ଏହି ସ୍ୱାଦିଷ୍ଟ ମିଠାର ଗୁଣବତ୍ତା ବଜାୟ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ପୁରୀରେ ଯାଞ୍ଚ ହେଉନି ଖଜାର ମାନ; ଶ୍ରୀକ୍ଷେତ୍ରରେ ‘ଖଜା କ୍ଲଷ୍ଟର୍’ କଥା ଭୁଲିଗଲେ କି ସରକାର?
ଖଜା ଯେଉଁ ସ୍ଥାନରେ ପ୍ରସ୍ତୁତ କରାଯାଉଛି ସେ ସ୍ଥାନରେ ସ୍ୱଚ୍ଛତା ରହୁ ନ ଥିବା ଦେଖାଯାଉଛି ।
  • News18 Odia
  • Last Updated: October 22, 2021, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ‘ଖଜା’ ଶବ୍ଦଟି ତୁଣ୍ଡରେ ଆସିବା ମାତ୍ରେ ଜିଭ ଲାଳେଇ ଯାଏ । ନିଆରା ସ୍ବାଦ ଲାଗି ସମଗ୍ର ଦେଶରେ ଶ୍ରୀକ୍ଷେତ୍ର ଖଜାର ପ୍ରସିଦ୍ଧି ରହିଛି । ଶ୍ରୀକ୍ଷେତ୍ରର ଖାଦ୍ୟ ସଂସ୍କୃତିରେ ବିଶେଷ ମହତ୍ତ୍ୱ ରଖୁଥିବା ଏହି ଖଜା ପାଇଁ ପ୍ରାଚୀନ କାଳରୁ ଖଜା ପଟି ମଧ୍ୟ ଗଢ଼ି ଉଠିଛି । ଖାସ୍ ଏଇଥି ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଟିଏ ଲେଉଟିବା ବେଳେ କିଛି ନେଉ ବା ନ ନେଉ, କିନ୍ତୁ ଖଜା ପୁଟୁଳିଟିଏ ନିଶ୍ଚୟ ବାନ୍ଧିନିଏ । ଅଥଚ ଖଜାର ମାନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି ।

କେବଳ ଗ୍ରାହକମାନେ ନୁହେଁ, ଖୋଦ୍‌ ବ୍ୟବସାୟୀମାନେ ବି ନିଜେ ବିକ୍ରି କରୁଥିବା ଖଜାକୁ ନେଇ ସନ୍ତୁଷ୍ଟ ନୁହଁନ୍ତି । ପ୍ରଥମତଃ ଖୋଲାମେଲାରେ ଟ୍ରଲିଠୁ ନେଇ ବିନା ଘୋଡ଼ଣିରେ ଏହି ଚିନି ସିରା ମିଶ୍ରିତ ପାରମ୍ପରିକ ମିଠା ଖାଦ୍ୟର ବିକ୍ରିବଟା କରାଯିବା ନେଇ ଅଧିକାଂଶ ସମୟରେ ପର୍ଯ୍ୟଟକମାନେ ଅସନ୍ତୋଷ ଜାହିର କରିଛନ୍ତି । ଖଜା ଉପରେ ଧୂଳି ହେଉ ବା ମାଛିଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଥିବାରୁ ଅନେକ ଲୋକ ମୁହଁ ମୋଡ଼ି ଚାଲି ଯାଆନ୍ତି । ଯଦିଓ ସେମାନଙ୍କର ଖଜା କିଣିନେବାରେ ଆଗ୍ରହ ଥାଏ, କିନ୍ତୁ ଗୁଣବତ୍ତା ଦୃଷ୍ଟିରୁ ତାହା ଗ୍ରହଣୀୟ ହୋଇପାରେ ନାହିଁ।

ଏହା ବି ପଢ଼ନ୍ତୁ | ATMରୁ ଛିଣ୍ଡା ନୋଟ୍ ବାହାରିଲା? ଏଣିକି ବ୍ୟାଙ୍କ୍ ତାକୁ ଫେରାଇ ନେବ; SBI କହିଲା ଉପାୟ

‘‘ଖଜା ଯେଉଁ ସ୍ଥାନରେ ପ୍ରସ୍ତୁତ କରାଯାଉଛି ସେ ସ୍ଥାନରେ ସ୍ୱଚ୍ଛତା ରହୁନାହିଁ। ଖଜା ଦୋକାନରେ ସୁରକ୍ଷିତ ଭାବେ ପହଞ୍ଚିଛି ବୋଲି ମଧ୍ୟ କୌଣସି ଗ୍ୟାରେଣ୍ଟି ଦେଇ ହେବ ନାହିଁ । ଯଦିଓ ଜିଲ୍ଲା ଶିଳ୍ପ କେନ୍ଦ୍ର କର୍ତ୍ତୃପକ୍ଷ ଛଅ ମାସ ତଳେ ଖଜା ବ୍ୟବସାୟୀମାନଙ୍କୁ ଡାକି ‘ଖଜା କ୍ଲଷ୍ଟର୍‌’ ପାଇଁ ଯୋଜନା କରିଥିଲେ, ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଅନ୍ତତଃ ଖଜା କ୍ଲଷ୍ଟର୍‌ ହୋଇପାରିଲେ ଗୁଣବତ୍ତା ବଜାୟ ରହିବା ସହ ପୁରୀର ଖାଦ୍ୟ ସଂସ୍କୃତିରେ ଯୋଡ଼ି ହୋଇ ରହିଥିବା ଖଜାକୁ ନେଇ ପର୍ଯ୍ୟଟକମାନେ ଆହୁରି ଅଧିକ ଆଗ୍ରହ ଦେଖାଇବେ। ଏହା ଦ୍ୱାରା ବ୍ୟବସାୟୀମାନଙ୍କ ଉପରେ ଗ୍ରାହକ ତଥା ପର୍ଯ୍ୟଟକଙ୍କ ବିଶ୍ୱାସନୀୟତା ବଢ଼ିବା ସହ ଖଜା ବ୍ୟବସାୟୀ ଓ କର୍ମଚାରୀମାନେ ଅଧିକ ରୋଜଗାରକ୍ଷମ ହୋଇପାରିବେ,’’ କହିଛନ୍ତି ବ୍ୟବସାୟୀ ଭରତ ଜେନା ।

ପୁରୀର ବଜାରରେ ମିଳୁଥିବା ଖଜାର ଗୁଣବତ୍ତାକୁ ନେଇ ଗ୍ରାହକ ଓ ବ୍ୟବସାୟୀମାନେ ଚିନ୍ତିତ ହୋଇଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ଦିନ ହେଲା କିଛି ଖାଇନି’’

ବଡ଼ ଦାଣ୍ଡ ଖଜା ଦୋକାନୀ ସଙ୍ଘର ଆବାହକ ରିଙ୍କୁ ଦାଶ କହିଛନ୍ତି, ‘‘ଆମେ ଆଣୁଥିବା ଖଜାର ମାନ କ’ଣ ଆମେ ଜାଣିଛୁ  । ଶ୍ରୀମନ୍ଦିର ଭିତରେ ବିକ୍ରି ହେଉଥିବା ଖଜା ତୁଳନାରେ ବଡ଼ ଦାଣ୍ଡର ଖଜାର ମାନରେ ୬୦ ପ୍ରତିଶତ କମି ଆସିବ  । ମାନେ ତାହା ନିମ୍ନ ମାନର ଖଜା । ପୁଣି ଖଜା ତିନି ଦିନ ଧରି ରହି ବିକ୍ରି ନ ହେଲେ ପୁଣି ସିରାରେ ପକାଇ ଆଣି ତାକୁ ତାଜା ଖଜା କହି ବିକ୍ରି କରୁଛନ୍ତି । ତେଣୁ ଲାଭ ପାଇଁ ଏବେ ହଜାର ହଜାର ଦୋକାନ ପୁରୀ ବଡ଼ ଦାଣ୍ଡରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଖୋଲିଲାଣି । ତେଣୁ ତିରୁପତିରେ ଯେମିତି ସବୁ ଲଡୁ ପ୍ରସାଦ ସମାନ ଓ ଗୋଟିଏ କ୍ୱାଲିଟିର, ସେହି ଭଳି ପୁରୀରେ କରାଯିବା ଦରକାର । କାରଣ ବଡ଼ ଦାଣ୍ଡରେ ଖଜା ଉପରେ ଫୁଡ୍ ସେଫ୍ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍ ଇଣ୍ଡିଆ (ଏଫ୍.ଏସ୍.ଏସ୍.ଏ.ଆଇ.) ଦେଉଥିବା ଖାଦ୍ୟ ଗୁଣବତ୍ତାର ପ୍ରମାଣ ପତ୍ରକୁ ନେଇ ପ୍ରଶ୍ନ ଉଠିଛି । ବିନା ପରୀକ୍ଷଣରେ କେବଳ ଏକ ହଜାର ଟଙ୍କା ଦେଲେ ଏହି ପ୍ରମାଣ ପତ୍ର ମିଳିବାରେ କୌଣସି ସମସ୍ୟା ରହୁନାହିଁ । ତେଣୁ ଏ ସବୁର ସମାଧାନର ସର୍ବୋତ୍କୃଷ୍ଟ ବିକଳ୍ପ ହେଉଛି ‘ଖଜା କ୍ଲଷ୍ଟର୍‌’ ସ୍ଥାପନ ।’’

ଏହା ବି ପଢ଼ନ୍ତୁ | T20 World Cup: ଟି୨୦ର ୪୨୫ ୱିକେଟ୍ ,୭୦୦ ରନ୍ ବି ବେକାର୍! ଏମାନଙ୍କୁ ଟିମରେ ମିଳିଲାନି ଜାଗା

ପୁରୀ ପୌରପାଳିକାର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଶୋକ କୁମାର ସେଠ କହିଛନ୍ତି ଯେ ପୌରପାଳିକା ନିୟମିତ ଭାବେ ଖାଦ୍ୟ ନମୁନା ସଂଗ୍ରହ କରେ ଓ ତାକୁ ଲ୍ୟାବକୁ ପଠାଏ । ‘‘ସେଠାରେ ଯଦି ପରୀକ୍ଷଣରୁ କୌଣସି ସମସ୍ୟା ଦେଖାଯାଏ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଏ । ଜରିମାନା ନଚେତ୍ ଦୋକାନ ସିଲ୍ କରିବାର ମଧ୍ୟ ପ୍ରାବଧାନ ରହିଛି। ଏହା ବ୍ୟତୀତ ଏ ନେଇ ଯଦି କେହି ଅଭିଯୋଗ କରେ ତେବେ ସେ କ୍ଷେତ୍ରରେ ମଧ୍ୟ ନମୁନା ସଂଗ୍ରହ ସହ ପରୀକ୍ଷଣ କରି କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ଆମର ରହିଛି । ଏପରି ଅନେକ ଥର କରାଯାଇଛି ମଧ୍ୟ । ତେବେ ସ୍ବତନ୍ତ୍ର ଭାବେ ଖଜାର ମାନକୁ ନେଇ ଯଦି କେହି ପ୍ରଶ୍ନ ଉଠାଏ, ଏ ନେଇ ଚଢ଼ାଉ କରିବା ସହ ଖାଦ୍ୟ ନମୁନା ସଂଗ୍ରହ କରିବୁ,’’ ସେ  କହିଛନ୍ତି ।

ଏହା ବି ପଢ଼ନ୍ତୁ | ମଜାରେ ମଜାରେ ଜଣେ ଲୋକର ମୃତ୍ୟୁ ହେଲା; ଗୋଟେ ମାଙ୍କଡ଼ ଇଟା ଫିଙ୍ଗି ମଥା ଫଟେଇଦେଲା

ଅନ୍ୟ ପକ୍ଷରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମିଳୁଥିବା ଟଙ୍କ ତୋରାଣି ବନ୍ଦ ହେବା ପରେ ଏବେ ଉତ୍ତର ଦ୍ୱାର ନିକଟରେ ଟଙ୍କ ତୋରାଣିର ବିକ୍ରିବଟା ଆରମ୍ଭ ହୋଇଛି । ତାକୁ ନେଇ କେବେ ପୁରୀ ପୌରପାଳିକାର ଖାଦ୍ୟ ନିରାପତ୍ତା ୱିଙ୍ଗ୍‌ ପକ୍ଷରୁ ଚଢ଼ାଉ କରାଯାଇନାହିଁ । ତାହା ଯେ ପ୍ରକୃତରେ ଅବଢ଼ାରୁ ପ୍ରସ୍ତୁତ ଟଙ୍କ ତୋରାଣି ଓ ତା’ର ଗୁଣବତ୍ତାକୁ ନେଇ ସେପରି କୌଣସି ପ୍ରଶ୍ନ ନାହିଁ, ସେ ବିଷୟରେ ଭକ୍ତମାନେ ନିଶ୍ଚିନ୍ତ ହେବାକୁ ଚାହାଁନ୍ତି । ଯଦିଓ ଟଙ୍କ ତୋରାଣି ପ୍ରତି ଭକ୍ତମାନଙ୍କର ଅହେତୁକ ଦୁର୍ବଳତା ରହିଛି, ତେଣୁ ଏ କ୍ଷେତ୍ରରେ ଆଗାମୀ ଦିନରେ ମାନ ପରୀକ୍ଷା ନେଇ ନମୁନା ସଂଗ୍ରହ କରାଯିବ ବୋଲି କହିଛନ୍ତି ଡାକ୍ତର ଅଶୋକ କୁମାର ସେଠ ।

ଟଙ୍କ ତୋରାଣିର ଗୁଣବତ୍ତାକୁ ନେଇ ବି ପ୍ରଶ୍ନ ଉଠିଛି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦିହୋଇ ପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌

ଖଜା ଶ୍ରୀମନ୍ଦିରର ଶୁଖିଲା ଭୋଗ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ସେଠାରେ ଉପଲବ୍ଧ ଖଜାର ମାନକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ‘‘ଶ୍ରୀମନ୍ଦିରରେ ଉପଲବ୍ଧ ଖଜା ଉନ୍ନତ ମାନର । ଯଦି କେହି ଶ୍ରୀମନ୍ଦିରର ଭୋଗ ନାଁରେ ବାହାରେ ଖଜା ବିକ୍ରି କରୁଛି, ସେ ନେଇ କେହି ଅଭିଯୋଗ କଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ,’’ କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ୨୬ ପୂରିଲା; ଯାଦୁ ସେମିତି!

ଶ୍ରୀଜଗନ୍ନାଥଙ୍କ ଶୁଖିଲା ପ୍ରସାଦରେ ଖଜାର ଏକ ସ୍ୱାତନ୍ତ୍ର୍ୟ ରହିଥିବା ବେଳେ ରାଜ୍ୟ ସରକାର ଖଜାକୁ ଜି.ଆଇ. ଟ୍ୟାଗ୍‌ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି । ଆଉ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପ୍ରଥମ ପସନ୍ଦ ଖଜାକୁ ବଡ଼ ଦାଣ୍ଡ ବା ରାସ୍ତା କଡ଼ରେ ନିମ୍ନ ମାନର କରି ବିକ୍ରି କରିବା ଓ ତାକୁ FSSAI ସାର୍ଟିଫିକେଟ୍‌ ଦେବା ଭକ୍ତଙ୍କ ଭାବାବେଗ ସହ ଖେଳିବା ବୋଲି କହିଛନ୍ତି ବୁଦ୍ଧିଜୀବୀମାନେ । ଏହା ଉପରେ ପଦକ୍ଷେପ ନେବା ଜରୁରୀ ବୋଲି ସେବାୟତମାନେ ବି ମତ ଦେଇଛନ୍ତି ।
Published by: Anand S.T. Das
First published: October 22, 2021, 11:55 PM IST