ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଳିଲେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’

ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଳିଲେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’

Questions arise over Crime Branch probe in ACF Soumya death | ଗଜପତି DFO ସଂଗ୍ରାମ କେଶରୀ ବେହେରାଙ୍କର ବିଦ୍ୟାଭାରତୀଙ୍କ ସହ ଅନୈତିକ ସମ୍ପର୍କ ଥିବା ଯୋଗୁଁ ବିଦ୍ୟାଭାରତୀ ଓ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା ବୋଲି ସୌମ୍ୟଙ୍କ ପରିବାର ଏତାଲାରେ କହିଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଳିଲେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’
ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା; (ଡାହାଣ) ସୌମ୍ୟରଞ୍ଜନ ଓ ପତ୍ନୀ ବିଦ୍ୟାଭାରତୀ
  • News18 Odia
  • Last Updated: August 27, 2021, 12:24 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁବ ବନ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ର ନିଜ ପତ୍ନୀଙ୍କ ଉପସ୍ଥିତିରେ ନିଜ ପାରଳାଖେମୁଣ୍ଡିରେ ଥିବା ସରକାରୀ ବାସଭବନ ଭିତରେ ରହସ୍ୟମୟ ଢଙ୍ଗରେ ନିଆଁରେ ଜଳିଯିବା ଓ ଦିନକ ପରେ ମୃତ୍ୟୁ ବରଣ କରିବା ଘଟଣାର ତଦନ୍ତ ସ୍ଥାନୀୟ ପୋଲିସ ୩୨ ଦିନ ଓ କ୍ରାଇମ୍‌ ବ୍ରାଞ୍ଚ ୧୧ ଦିନ କରିବା ପରେ ବି ସତ୍ୟ ସାମନାକୁ ଆସୁନାହିଁ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ଏହି ମାମଲାରେ ଅଭିଯୁକ୍ତ ଥିବା ଡି.ଏଫ.ଓ.ଙ୍କ ବିରୋଧରେ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଶାସକ ଦଳ ବିଜେଡି କହିଛି ଯେ ସତ୍ୟର ପାଖାପାଖି ପହଞ୍ଚିଗଲାଣି କ୍ରାଇମ୍‌ ବ୍ରାଞ୍ଚ ଓ ଖୁବ୍ ଶୀଘ୍ର ସସପେନ୍ସ ଦୂର ହେବ । ହେଲେ ସୌମ୍ୟଙ୍କ ପରିବାର ଓ ଆଇନଜୀବୀମାନେ କହିଛନ୍ତି ଯେ ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟଙ୍କ ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀଙ୍କ ତୁରନ୍ତ ଲାଏ ଡିଟେକ୍ସନ୍‌ ଟେଷ୍ଟ କରା ନ ଗଲେ ସତ୍ୟଠାରୁ ଦୂରରେ ରହିବ ତଦନ୍ତ । ତଦନ୍ତ ବର୍ତ୍ତମାନ ପରି ମୃଦୁ ଗତିରେ ଚାଲିଲେ ପ୍ରମାଣ ଠୁଳ କରିବା ସହ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣିତ କରିବା କ୍ରାଇମ୍‌ ବ୍ରାଞ୍ଚ୍‌ ପାଇଁ କଷ୍ଟକର ହେବ ବୋଲି ସେମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଯିବେ କୁଆଡ଼େ ଆଫଗାନ୍ଶରଣାର୍ଥୀମାନେ? ଅଧିକାଂଶ ମୁସଲିମ୍ଦେଶ ସେମାନଙ୍କୁ ନେବାକୁ ଚାହୁଁନାହାନ୍ତି

‘‘ଏହି ମାମଲାରେ ପୋଲିସ ମାସେରୁ ଅଧିକ କାଳ ତଦନ୍ତ ଚାଲିଛି ବୋଲି ଲୋକଙ୍କୁ ଭୁଆଁ ବୁଲାଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନି । ତଦନ୍ତ ଯେମିତି କରିବା କଥା ତାହା ଠିକ୍‌ ଭାବରେ କରାଗଲା ନାହିଁ । ଏହି ମାସକ ମଧ୍ୟରେ ଯାହା ପ୍ରମାଣ ନଷ୍ଟ କରିବା କଥା କରିଦେଲା । ତା’ ପରେ କ୍ରାଇମ୍‌ ବ୍ୟାଞ୍ଚ ତଦନ୍ତ ପାଖାପାଖି ୧୫ ଦିନ ଧରି ଚାଲିଥିଲେ ବି କୌଣସି ବଳିଷ୍ଠ ପ୍ରମାଣ ଏବେ ବି ସାମନାକୁ ନ ଆସିବା ସମଗ୍ର ତଦନ୍ତ ପ୍ରକ୍ରିୟା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଠିଆ କରାଇଛି,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ ।

ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘Hot & Cute’: ଅଭିନେତ୍ରୀ ଆୟଶା ଶର୍ମା ବ୍ରା ପିନ୍ଧି ଫଟୋଶୁଟ୍ କଲେ, ଫଟୋ ସବୁ ଶେୟାର୍ କଲେ

ଆଇନ ବିଷାରଦମାନଙ୍କୁ ଯାହା ଆଶ୍ଚର୍ଯ୍ୟ କରିଛି ତାହା ହେଉଛି ଏହା ଯେ ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା ଏହି ଚାଞ୍ଚଲ୍ୟକର ଓ ରହସ୍ୟମୟ ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ହୋଇଥିଲେ ବି ତାଙ୍କୁ ସରକାର (ବନ ବିଭାଗ) କାହିଁକି ଏ ପର୍ଯ୍ୟନ୍ତ ନିଲମ୍ବିତ କରିନାହିଁ ବା ପାରଳାଖେମୁଣ୍ଡିରୁ ବଦଳି କରିନାହିଁ । ତାଙ୍କର ବିଦ୍ୟାଭାରତୀଙ୍କ ସହ ଅନୈତିକ ସମ୍ପର୍କ ଥିବା ଯୋଗୁଁ ବିଦ୍ୟାଭାରତୀ ଓ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା ବୋଲି ସୌମ୍ୟଙ୍କ ପରିବାର ଏତାଲାରେ କହିଛନ୍ତି । ସେମାନେ ଏହା ବି ଅଭିଯୋଗ କରିଛନ୍ତି ଯେ ବିଦ୍ୟାଭାରତୀ ଓ ଡି.ଏଫ୍‌.ଓ. ମିଶି ଏକ ଚକ୍ରାନ୍ତ କରି ସୌମ୍ୟଙଅକୁ ହତ୍ୟା କରିଛନ୍ତି ବା କରାଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ରାଖୀ ପୂର୍ଣ୍ଣିମାରେ ସାପକୁ ରାଖୀ ପିନ୍ଧାଉଥିଲେ ଯୁବକ; ସାପ କାମୁଡ଼ାରେ ପ୍ରାଣ ଗଲା

‘‘ଡାକ୍ତର, ତହସିଲଦାର, ପୋଲିସ, ବନ ଅଧିକାରୀ ଓ ବନ କର୍ମଚାରୀ ସମସ୍ତଙ୍କୁ କ୍ରାଇମ୍‌ ବ୍ରାଞ୍ଚ ଜେରା କରି ସାରିଲାଣି କ୍ରାଇମ୍‌ ବ୍ରାଞ୍ଚ । ହେଲେ ମନ୍ତ୍ରୀଙ୍କ ପୂର୍ବତନ ସଚିବ ଓ ଡି.ଏଫ୍‌.ଓ.ଙ୍କ ମୋବାଇଲ୍‌ ଫୋନ୍‌ ସିଜ୍‌ କରି ତଦନ୍ତ ହେଉ ନାହିଁ । ଡି.ଏଫ୍‌.ଓ., ରୋଷେଇୟା, ବିଦ୍ୟାଭାରତୀ ଓ ମମତାରାଣୀ ପଣ୍ଡାଙ୍କର ଲାଇ ଡିଟେକ୍ସନ୍‌ ଟେଷ୍ଟ ବି କରାଯାଉ ନାହିଁ କାହିଁକି ତାହା ବୁଝିହେଉନି । ଆମେ ଏବେ ବି ନ୍ୟାୟ ଅପେକ୍ଷାରେ ଅଛୁଁ,’’ କହିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ।

ଏହା ବି ପଢ଼ନ୍ତୁ | Amazon ପାଖରେ ଅଛି ଗୁପ୍ତ ୱେବସାଇଟ୍; ଅଧାରୁ ବି କମ୍ ଦାମରେ କିଣିପାରିବେ ବିଭିନ୍ନ ସାମଗ୍ରୀ

ଏହି ସମ୍ବେଦନଶୀଳ ମାମଲାକୁ ନେଇ ରାଜନୈତିକ ପରିବେଶ ବି ସରଗରମ ହୋଇଛି । ଗଜପତି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ବିଜେପି ବିଧାୟକ କେ. ନାରାୟଣ ରାଓ କ୍ରାଇମ୍‌ ବ୍ରାଞ୍ଚର ତଦନ୍ତ ଉପରେ ଉଠାଇଛନ୍ତି ପ୍ରଶ୍ନ । ହତ୍ୟା ମାମଲା ରୁଜୁ ହେବା ସତ୍ତ୍ବେ କାହିଁକି ଡି.ଏଫ.ଓ.ଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଡି.ଏଫ.ଓ.ଙ୍କ ‘‘ସୁରକ୍ଷା କବଚ ସାଜିଥିବା ଜଙ୍ଗଲ ମନ୍ତ୍ରୀ’’ଙ୍କ ବ୍ୟକ୍ତିଗତ ସଚିବଙ୍କୁ ରାତିଅଧିଆ ବଦଳିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଓ ବିଜେପି । ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ କହିଛନ୍ତି ଯେ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତରୁ ନିଶ୍ଚୟ ସୁଫଳ ମିଳିବ ।



‘‘ମନ୍ତ୍ରୀଙ୍କ ପ୍ରାଇଭେଟ୍‌ ସେକ୍ରେଟାରୀ ଦୀପ୍ତି ରଞ୍ଜନ ବେହେରାଙ୍କୁ ବି ସରକାର ଟ୍ରାନ୍ସଫର୍‌ କରିଛନ୍ତି । ଏହି ମାମଲାରେ ତାଙ୍କର ହାତ ଅଛି ବୋଲି ସନ୍ଦେହ ବଢ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହା ଯଦି ସତ୍ୟ ତାହେଲେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ । କ୍ରାଇମ୍‌ ବ୍ରାଞ୍ଚ୍‌ ଏହି ମାମଲାର ସତ୍ୟ ବାହାରକୁ ଆଣି ଦୋଷୀ ବ୍ୟକ୍ତିମାନଙ୍କୁ ଦଣ୍ଡ ମିଳିବାର ବ୍ୟବସ୍ଥା କରିବା ଉଚିତ,’’ କହିଛନ୍ତି ପାରଳାଖେମୁଣ୍ଡିର ବିଜେପି ବିଧାୟକ କେ. ନାରାୟଣ ରାଓ ।
Published by: Anand S.T. Das
First published: August 25, 2021, 11:45 PM IST