Matric Exam: ମାଟ୍ରିକ୍ ପ୍ରଶ୍ନ ପତ୍ରରେ ତ୍ରୁଟି; ଭୁଲ ସ୍ବୀକାର କଲା ବୋର୍ଡ

Question Paper error: ଦଶକ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ପତ୍ରରେ ତ୍ରୁଟି। ମାଟ୍ରିକ ସମେଟିଭ-୨ ପରୀକ୍ଷାର ଆଜି ଥିଲା ଇତିହାସ ଓ ଭୂଗୋଳ ପରୀକ୍ଷା।

ମାଟ୍ରିକ୍ ପ୍ରଶ୍ନ ପତ୍ରରେ ତ୍ରୁଟି

ମାଟ୍ରିକ୍ ପ୍ରଶ୍ନ ପତ୍ରରେ ତ୍ରୁଟି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପାରଳାଖେମୁଣ୍ଡି: ଦଶକ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ ପତ୍ରରେ ତ୍ରୁଟି। ମାଟ୍ରିକ ସମେଟିଭ-୨ ପରୀକ୍ଷାର (Matric Exam) ଆଜି ଥିଲା ଇତିହାସ ଓ ଭୂଗୋଳ ପରୀକ୍ଷା। ହେଲେ ଆଜି ଗଜପତି ଜିଲ୍ଲାରେ ପରୀକ୍ଷା ପ୍ରଶ୍ନ ପତ୍ରରେ କେତେକ ତ୍ରୁଟି ଦେଖିବାକୁ ମିଳିଛି। ଏଥିରେ ବି ସେଟ ପ୍ରଶ୍ନ ପତ୍ରରେ ‘ଏ’ ସେଟ ପ୍ରଶ୍ନ ପତ୍ରର ପ୍ରଶ୍ନ କିଛି ରିପିଟି ହୋଇ ଥିବାର ଜଣାପଡ଼ିଛି।

ଏହି ତ୍ରୁଟି ହେବା ଦ୍ୱାରା ଅବଜେକ୍ଟିଭ ପ୍ରଶ୍ନ ଗୁଡିକର ଉତ୍ତର କମ୍ପୁଟର ମାଧ୍ୟମରେ ଦେଖାଯିବ। ଏହା ଦ୍ୱାରା ଉତ୍ତର ମେଳକ ନହେବାରୁ ବି ସେଟ ପ୍ରଶ୍ନ ପତ୍ର ପାଇଥିବା ପରୀକ୍ଷାର୍ଥୀମାନେ ସଠିକ ଉତ୍ତର ଦେଇଥିଲେ ମଧ୍ୟ କ୍ଷତିର ସମୁଖୀନ ହେବେ। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଆଜି (ଶନିବାର) ପିଲାଙ୍କ ସାମାଜିକ ବିଜ୍ଞାନ ପରୀକ୍ଷା ଥିଲା। ଏହି ପରୀକ୍ଷା ପ୍ରଶ୍ନ ପତ୍ରରେ ଏଭଳି ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ୫୦ଟି ପ୍ରଶ୍ନ ବଦଳରେ ଆସିଥିଲା ୪୯ଟି ପ୍ରଶ୍ନ। ସେହିପରି ୧୮ଟି ପ୍ରଶ୍ନ ଏକାଧିକ ଥର ଆସିଥିଲା। କେବଳ ଗୋଟିଏ ପରୀକ୍ଷା କେନ୍ଦ୍ରର ୧୦୩ ଜଣ ପିଲାଙ୍କଠାରେ ଏଭଳି ଭୁଲ ଥିବା ଜଣାପଡ଼ିଛି।

ସେହିପରି ନୟାଗଡ଼ରେ ପୁଣି ମାଟ୍ରିକ ପରୀକ୍ଷା ତ୍ରୁଟି, ଆଜି ଇତିହାସ ଓ ରାଜନୀତି ବିଜ୍ଞାନ, ଏବଂ ଭୁଗୋଳ ଅର୍ଥନୀତି ପ୍ରଶ୍ନ ପତ୍ରରେ ତ୍ରୁଟି ଦେଖିବାକୁ ମିଳିଥିଲା। B ସେଟ୍ ପ୍ରଶ୍ନ ପତ୍ରରେ A ସେଟ୍ ପ୍ରଶ୍ନ ମିଶି ରହିଥିବା ବେଳେ,୧୯ ନମ୍ୱର ପ୍ରଶ୍ନ, B ସେଟ୍ ପ୍ରଶ୍ନ ପତ୍ର ନଥିବାରୁ ଚିନ୍ତାରେ ଛାତ୍ରଛାତ୍ରୀ ପଡ଼ିଯାଇଥିଲେ, ନୟାଗଡ଼ ବଜେନ୍ଦ୍ର ହାଇସ୍କୁଲ୍ ନୋଡାଲ ପରୀକ୍ଷା ସେଣ୍ଟର ୩୭ ଜଣ ଛାତ୍ରଛାତ୍ରୀ ପ୍ରଶ୍ନ ପତ୍ରରେ ତ୍ରୁଟି ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ସାରା ରାଜ୍ୟରେ ଆଜି B ସେଟ୍ କିଛି ପିଲା ଏଭଳି ପ୍ରଶ୍ନ ପତ୍ରରେ ତ୍ରୁଟି ପାଇଁ ପରୀକ୍ଷା ଦେବାରେ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି।


ଛାତ୍ରଛାତ୍ରୀମାନେଙ୍କ ଅଭିଯୋଗ ହେଲା ଯେ ଆମକୁ ଏପରି ପ୍ରଶ୍ନ ପତ୍ର କଣ ପାଇଁ ଦିଆଗଲା। ଏହାଦ୍ବାରା ଯେଉଁ କ୍ଷତି ହେବ ସରକାର ଭରଣା କରିବା ଆବଶ୍ୟକ। ଗ୍ରେସ ମାର୍କ ଦେବା ପାଇଁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି।

ସେପଟେ ଏନେଇ ପରୀକ୍ଷା କେନ୍ଦ୍ର ସଂଯୋଜିକା ସହ ଯୋଗାଯୋଗ କରାଯିବାରେ ସେ ଏଭଳି ଅଭିଯୋଗକୁ ସ୍ବୀକାର କରିବା ସହ ଏ ସମ୍ପର୍କରେ ବୋର୍ଡକୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି।

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼। ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଲେ ବୋର୍ଡ଼ ସଭାପତି। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା କହିଲା ବୋର୍ଡ। ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ।

ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହି ଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି। କଣ ପାଇଁ ତ୍ରୁଟି ହୋଇଛି ଏହା ଉପରେ ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ସୂଚନା ଦେଲେ ବୋର୍ଡ଼ ସଭାପତି ରାମଶିଷ ହାଜରା। ସୂଚନା ମୁତାବକ B ସେଟ ଭିତରେ A ସେଟ ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଥିଲା।

କୌଣସି ଜଣେ ବି ଛାତ୍ରଛାତ୍ରୀ ଏହାଦ୍ୱାରା ପ୍ରଭାବିତ ହେବେନାହିଁ। ମୂଲ୍ୟାୟନ ସଠିକ ଭାବରେ କରାଯିବ।
Published by:Lipina Das
First published: