ଓଡ଼ିଶାରେ ଦାରିଦ୍ର୍ୟ ପ୍ରସଙ୍ଗ; ସରକାରଙ୍କ ହିସାବରେ ଗରିବିର ସଂଜ୍ଞା କ'ଣ ବୋଲି ଉଠିଲା ପ୍ରଶ୍ନ

ରାଜ୍ୟରେ ଗରିବ ଖଟିଖିଆଙ୍କ ସ୍ଥିତି ଯେମିତି ରହିଥାଉ ପଛେ ମାତ୍ର ରାଜନେତାମାନେ ଏହି ପ୍ରସଙ୍ଗକୁ କେବେ ହାତ ଛଡ଼ା କରିନାହାଁନ୍ତି । ତେବେ ପୁଣି ଥରେ ୨୦୨୧ ଶେଷ ବେଳକୁ ରାଜ୍ୟ ରାଜନୀତିକୁ ଫେରିଛି ଗିରିବି ପ୍ରସଙ୍ଗ।

ଓଡ଼ିଶାରେ ଦାରିଦ୍ର୍ୟ ପ୍ରସଙ୍ଗ

ଓଡ଼ିଶାରେ ଦାରିଦ୍ର୍ୟ ପ୍ରସଙ୍ଗ

  • Share this:
News18 Odia Digital

ଭୁବନେଶ୍ବର: ୧୯୮୫ ମସିହାରେ ସବୁ ସୀମା ପାର କରିଦେଇଥିଲା ଓଡ଼ିଶାର ଦାରିଦ୍ର୍ୟ ପ୍ରସଙ୍ଗ। କଳାହାଣ୍ଡି ଅମଲାପାଲି ଗାଁର ଫନସ ପୁଞ୍ଜି ନିଜ ଭୋକିଲା ପିଲାଙ୍କ ମୁହଁରେ ଗଣ୍ଡେ ଦାନା ଦେବାକୁ ଯାଇ ୧୨ ବର୍ଷର ନଣନ୍ଦଙ୍କୁ ମାତ୍ର ୪୦ ଟଙ୍କାରେ ବିକ୍ରି କରିଦେଇଥିଲା । ଯାହା ଜାତୀୟ ନୁହେଁ ଆନ୍ତର୍ଜାତୀୟ ଖବର ହୋଇଥିଲା। ସମଗ୍ର ବିଶ୍ବ ଦେଖିଥିଲା ଓଡ଼ିଶାର ସେହି ଭୋକ ଭୂଗୋଳର କରୂଣ ଓ କଳଙ୍କିତ କାହାଣୀ।

ଯାହାକୁ ନେଇ ସେ ସମୟରେ ଓଡ଼ିଶାରେ ରାଜନୈତିକ ରୁଟି ବି ଖୁବ ସେକାଯାଇଥିଲା। ସେବେଠୁ ରାଜ୍ୟ ରାଜନୀତି ଅଥବା ନିର୍ବାଚନ ଗଣିତର ପ୍ରମୁଖ ପ୍ରସଙ୍ଗ ହୋଇଆସିଛି ଗରିବ ଓ ଗରିବିର ପ୍ରସଙ୍ଗ । ରାଜ୍ୟରେ ଗରିବ ଖଟିଖିଆଙ୍କ ସ୍ଥିତି ଯେମିତି ରହିଥାଉ ପଛେ ମାତ୍ର ରାଜନେତାମାନେ ଏହି ପ୍ରସଙ୍ଗକୁ କେବେ ହାତ ଛଡ଼ା କରିନାହାଁନ୍ତି । ତେବେ ପୁଣି ଥରେ ୨୦୨୧ ଶେଷ ବେଳକୁ ରାଜ୍ୟ ରାଜନୀତିକୁ ଫେରିଛି ଗିରିବି ପ୍ରସଙ୍ଗ। ମୁଖ୍ୟ ମନ୍ତ୍ରୀଙ୍କ ଗରିବି ହ୍ରାସ ଘୋଷଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ।

ନିକଟରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଥିଲେ, ‘‘୨୫ ବର୍ଷରୁ ଅଧିକ ହେଲା ଶାସନ ବ୍ୟବସ୍ଥା। ୭୧ ମସିହା ଜନଗଣନାକୁ ହିସାବକୁ ନେଲେ ୭୩ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲା ସେଇ ପରିମାଣ ଯେତେବେଳେ ୩୦ ପ୍ରତିଶତକୁ ଆସିଛି । କିନ୍ତୁ ଜନଗଣନା ଅନୁଯାୟୀ ୪୭ ଲକ୍ଷ ଲୋକଙ୍କ ଦାରିଦ୍ର୍ୟ ବଢ଼ିଛି।ଏହା ହେଉଛି ସରକାରୀ ହିସାବ। ୨୫ ବର୍ଷ ଶାସନରେ ୪୭ ଲକ୍ଷ ଦ୍ରାରିଦ୍ର୍ୟ ବଢ଼ିଛି ବିପିଏଲ ତାଲିକା। ବିପିଏଲ ଯଦି ୨୯ ପ୍ରତିଶତ କମିଛି ତେବେ ୮୪ ପ୍ରତିଶତ ଲୋକଙ୍କୁ କେମିତି ଚାଉଳ ଦିଆଯାଉଛି। ଯେଉଁ ଦିନ ଟଙ୍କିକିଆ ଚାଉଳ ପ୍ରତ୍ୟାହାର ହୋଇଯିବ ଧରାପଡ଼ିଯିବ କେତେ ପ୍ରକୃତ ଗରିବ। ଓଡ଼ିଶାରେ ୫୪ ପ୍ରତିଶତରୁ କମ ନାହାଁନ୍ତି ଗରିବ। ଗୋଟିଏ ଲୋକର ଆୟର କେତେ ପ୍ରତିଶତ ଖାଇବା ବାଟରେ ଖର୍ଚ୍ଚ ହେଉଛି। ଯାହାର ଆୟ ୧୦୦ ଟଙ୍କା । ଖାଇବାରେ ୧୦୦ଖର୍ଚ୍ଚ କଲେ ସେ ଭିକାରୀ, ଯିଏ ୯୦ ଟଙ୍କା ଖର୍ଚ୍ଚ କଲେ ଅତି ଗରିବ ଶ୍ରେଣୀ, ୮୦ ଟଙ୍କା ଖର୍ଚ୍ଚ କଲେ ଗରିବ ଶ୍ରେଣୀ। ଅତି ଗରିବଙ୍କ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ସାଢ଼େ ୧୨ ପ୍ରତିଶତ। ବିଜେପି ନେତା ।’’

ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ ଗୋଟିଏ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନେ ସେ ରାଜ୍ୟର ଦାୟତ୍ବ ସମ୍ପନ୍ନ ଲୋଇ ବୋଲି ଵିଚାର କରାଯାଏ। ମୁଖ୍ୟ ମନ୍ତ୍ରୀଙ୍କ ମୁହଁରେ ସରକାର ଅବା ତାଙ୍କ ଦଳ ମିଛ କୁହାଇବା ଦୃଶ୍ୟ କୌଣସି ରାଜ୍ୟରେ ଦେଖାଯାଏ ନାହିଁ। ମୁଖ୍ୟ ମନ୍ତ୍ରୀ ଯାହା କୁହନ୍ତି ତାହା ଯଥାର୍ଥତା ଥାଏ। ଯଦି ୨୯ ପ୍ରତିଶତକୁ ଗରିବି କମିଛି । ତେବେ ରାଜ୍ୟରେ ପ୍ରତି ଦୁଇ ବର୍ଷରେ କେମିତି ରାସନକାର୍ଡ଼ ହିତାଧିକାରୀ ବଢୁଛନ୍ତି। ରାଜ୍ୟରେ ଗରିବି ସଂଖ୍ୟା ବଢ଼ିଛି । ମୁଖ୍ୟ ମନ୍ତୀ ଘଣ୍ଟ ଘୋଡ଼ାଇ ଲୁଚାଉଛନ୍ତି।’’

ବିଜେଡି ସାଂସଦ ସୁବାଷ ସିଂ କହିଥିଲେ, ‘‘ଦାରିଦ୍ର୍ୟ ସହିତ ଖାଦ୍ୟ ନିରାପତ୍ତା ଯୋଜନାର କୌଣସି ସମ୍ପର୍କ ନାହିଁ। ଏହା ହେଉଛି ସାମାଜିକ ନିରାପତ୍ତା। ପ୍ରତ୍ୟେକ ନାଗରିକକୁ ସାମାଜିକ ନିରାପତ୍ତା ଯୋଗାଇ ବା ସରକାରଙ୍କ କାମ। ବିଭିନ୍ନ ଯୋଜନା। ମାଧ୍ୟମରେ ସରକାର ଦାରିଦ୍ର୍ୟ ହ୍ରାସ କରିଛନ୍ତି।’’

ବରିଷ୍ଠ ସାମ୍ବାଦିକ ରଵି ଦାସ କହିଛନ୍ତି, ‘‘ରିପୋର୍ଟ ରେ ଗରିବୀ କମୁଥିଲେ ବି ବାସ୍ତବିକତା ଭିନ୍ନ । ପ୍ରଶ୍ନ ଉଠିଛି ଗିରିବି ହ୍ରାସ କଥା କହି ଆସୁଥିବା ରାଜ୍ୟ ସରକାରଙ୍କ ହିସାବରେ ଗରିବିର ସଂଜ୍ଞା କଣ। ରାଜ୍ୟରେ ଏବେ ବି ୯୬ ଲକ୍ଷ ପରିବାର ନେଉଛନ୍ତି ଟଙ୍କିକିଆ ଚାଉଳ, ରାଜ୍ୟରେ ୩୦ ଲକ୍ଷ ପରିବାରଙ୍କ ନିଟକରେ ନାହିଁ ସୁରକ୍ଷିତ ବାସଗୃହ, ୨,୩୬୫ ଗାଁରେ ପହଞ୍ଚିନି ବିଶୁଦ୍ଧ ପାନୀୟ ଜଳ, ୨,୪୬୭ ଗୋଟି ଗାଁକୁ ନାହିଁ ସବୁଦିନିଆ ରାସ୍ତା । ଏହା ବାଦ୍ ନୀତି ଆୟୋଗ ରିପୋର୍ଟ କହୁଛି ଦାରିଦ୍ର୍ୟ କ୍ଷେତ୍ରରେ ଜାତୀୟ ହାର ୨୫.୦୧ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୨୯.୩୫ ପ୍ରତିଶତ ରହିଛି । ରାଜ୍ୟର ପ୍ରତି ତିନି ଜଣରେ ଜଣେ ଗରିବ ଥିବା ବେଳେ ୧୬ ଜିଲ୍ଲାରେ ସ୍ଥିତି ଜାତୀୟ ହାର ଠାରୁ ବହୁ ଖରାପ। ଏପରିକି ଖଣିଖାଦାନରେ ଭରପୂର ଜିଲ୍ଲାରେ ଦାରିଦ୍ର୍ୟ ସଙ୍ଗିନ ସ୍ଥିତିରେ ରହିଛି । ତେବେ ଏହା କଣ ସରକାରଙ୍କ ଗରିବିର ହ୍ରାସର ସଂଜ୍ଞା ବୋଲି ଉଠିଛି ପ୍ରଶ୍ନ।’’
Published by:Lipina Das
First published:
)}