CHSE ପକ୍ଷରୁ ତ୍ରୈମାସିକ ପରୀକ୍ଷାସୂଚୀ ଓ ପାଟର୍ନ ପ୍ରକାଶ

CHSE ପକ୍ଷରୁ ତ୍ରୈମାସିକ ପରୀକ୍ଷାସୂଚୀ ପ୍ରକାଶ ପାଇଛି। ଉଭୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ତ୍ରୈମାସିକ ପରୀକ୍ଷା ନେଇ ପରୀକ୍ଷା ସୂଚୀ ପ୍ରକାଶ କରିଛି ସିଏଚଏସଇ।

CHSE ପକ୍ଷରୁ ତ୍ରୈମାସିକ ପରୀକ୍ଷାସୂଚୀ ଓ ପାର୍ଟନ ପ୍ରକାଶ (ପ୍ରତୀକାତ୍ମକ ଛବି)

CHSE ପକ୍ଷରୁ ତ୍ରୈମାସିକ ପରୀକ୍ଷାସୂଚୀ ଓ ପାର୍ଟନ ପ୍ରକାଶ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: CHSE ପକ୍ଷରୁ ତ୍ରୈମାସିକ ପରୀକ୍ଷାସୂଚୀ ପ୍ରକାଶ ପାଇଛି। ଉଭୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ତ୍ରୈମାସିକ ପରୀକ୍ଷା ନେଇ ପରୀକ୍ଷା ସୂଚୀ ପ୍ରକାଶ କରିଛି ସିଏଚଏସଇ।

ତ୍ରୈମାସିକ ପରୀକ୍ଷାରେ ଥିଓରୀ ୨୦ ମାର୍କ ଓ ପ୍ରାକ୍ଟିକାଲ ପରୀକ୍ଷା ୧୦ ମାର୍କର ପରୀକ୍ଷା ଦେବେ ଛାତ୍ର ଛାତ୍ରୀ। ତେବେ ସେପ୍ଟେମ୍ବର ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହରେ ଦ୍ୱାଦଶ ଶ୍ରେଣୀର ପ୍ରଥମ ତ୍ରୈମାସିକ ପରୀକ୍ଷା ଅନୁଷ୍ଠିତ ହେବ। ସେହିଭଳି ନଭେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଦ୍ଵିତୀୟ ତ୍ରୈମାସିକ ପରୀକ୍ଷା ହେବ। ଜାନୁଆରୀ ପ୍ରଥମ ସପ୍ତାହ ରେ ତୃତୀୟ ତ୍ରୈମାସିକ ପରୀକ୍ଷା ଅନୁଷ୍ଠିତ ହେବ।

ତେବେ ଏକାଦଶ ଶ୍ରେଣୀର ତ୍ରୈମାସିକ ପରୀକ୍ଷା ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ। ଏଥିରେ ସମସ୍ତ ଥିଓରୀ ପରୀକ୍ଷା ୪୫ ମିନିଟ କରାଯିବ। ଦ୍ୱାଦଶ ଶ୍ରେଣୀର ପ୍ରଥମ ତିନୋଟି ତ୍ରୈମାସିକ ପରୀକ୍ଷା ଓ ଏକାଦଶ ଶ୍ରେଣୀର ପ୍ରଥମ ତିନି ତ୍ରୈମାସିକ ପରୀକ୍ଷା ସଂପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଦ୍ୱାରା କରାଯିବ। ଏକାଦଶ ଶ୍ରେଣୀର ବର୍ଷ ଶେଷ ପରୀକ୍ଷା ସଂପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ପରୀକ୍ଷା କରାଯିବ।

କ୍ୱାର୍ଟର୍ ପରୀକ୍ଷାର ଥିଓରୀ ପେପରରେ ପ୍ରଶ୍ନ କିଭଳି ଆସିବ ନିମ୍ନରେ ଦିଆଯାଇଛି।

ଛଅଟି ଅତି ଛୋଟ ପ୍ରଶ୍ନ ସମସ୍ତ ପ୍ରଶ୍ନ ବାଧ୍ୟତାମୂଳକ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖିବା ପାଇଁ ଦୁଇ ମିନିଟ। ଯାହା ୧ ନମ୍ବର ପ୍ରଶ୍ନ ୬ଟି ଆସିବ।

ଚାରୋଟିରୁ ତିନୋଟି ଛୋଟ ପ୍ରଶ୍ନର ଉତ୍ତର ଦେବାକୁ ହେବ। ଯାହା ପ୍ରତ୍ୟେକ ପ୍ରଶ୍ନ ୨ ନମ୍ବର ରହିଛି। ଯାହା ମୋଟ ଆକାରରେ ୬ ମାର୍କ ରହିଛି।

ତିନୋଟି ପ୍ରଶ୍ନ ଆସିବ । ସେଥି ମଧ୍ୟରୁ ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ହେବ। ପ୍ରତ୍ୟେକଙ୍କୁ ୩ ମିନିଟରୁ ଅଧିକ ସମୟ ଦିଆଯିବ। ଏଥିରେ ଗୋଟିଏ ପ୍ରଶ୍ନର ଉତ୍ତର ୪ ନମ୍ବର ରଖାଯାଇଛି। ଯାହା ମୋଟ ନମ୍ବର ରହିଛି ୮ ନମ୍ବର। ପ୍ରଶ୍ନ ପତ୍ର ପଢ଼ିବା ପାଇଁ ୫ ମିନିଟ୍ ସମୟ ଦିଆଯିବ।

ଏହା ଏକାଦଶ ଶ୍ରେଣୀ ବର୍ଷ ପାଇଁ ପରୀକ୍ଷା ପ୍ରଶ୍ନ ଧାର୍ଯ୍ୟ ହୋଇଛି। ଛାତ୍ରମାନଙ୍କ ଦ୍ୱାରା ପ୍ରାପ୍ତ ମାର୍କଗୁଡିକ ଉଚ୍ଚ ମାଧ୍ୟମିକ ସ୍କୁଲ ଦ୍ୱାରା ଏକ ଫର୍ମାଟରେ ସଂରକ୍ଷିତ ହେବ। ବିଦ୍ୟାଳୟ ଓ ପରିଷଦ ଡାଟାବେସରେ ମଧ୍ୟ ଅପଲୋଡ୍ ହେବ । ମାର୍କ ଅପଲୋଡ ପାଇଁ ଫର୍ମାଟ୍ ଏବଂ ଲିଙ୍କ୍ CHSE ଦ୍ୱାରା ପ୍ରଦାନ କରାଯିବ।
Published by:Soumya Das
First published: