କାଉନସିଲର ନିଷ୍ପତ୍ତି; ବୋର୍ଡ ପରୀକ୍ଷା ଫଳରେ ମିଶିବ କ୍ୱାଟର ଏଣ୍ଡ ପରୀକ୍ଷା ନମ୍ବର

ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା କାଉନସିଲ। ବୋର୍ଡ ପରୀକ୍ଷାରେ ମିଶିବ କ୍ୱାଟର ଏଣ୍ଡ ପରୀକ୍ଷା ନମ୍ବର।

କାଉନସିଲର ନିଷ୍ପତ୍ତି

କାଉନସିଲର ନିଷ୍ପତ୍ତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

CHSE Plus 2 Result: ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଫଳ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କାଉନସିଲ। ବୋର୍ଡ ପରୀକ୍ଷାରେ ମିଶିବ କ୍ୱାଟର ଏଣ୍ଡ ପରୀକ୍ଷା ନମ୍ବର। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ଯରେ ସନ୍ତୋଷ ପ୍ରକାଶ ପାଇଛି ।

ବୋର୍ଡ ପରୀକ୍ଷାର ୮୦%ସହ କ୍ୱାଟର ଏଣ୍ଡ ପରୀକ୍ଷା ରୁ ୨୦% ନମ୍ୱର୍ ମିଶାଇ ପ୍ରକାଶ ପାଇବ ପରୀକ୍ଷା ଫଳ। ଦ୍ୱାଦଶ ଶ୍ରେଣୀରେ ସ୍କୁଲ୍ ସ୍ତରରେ ହୋଇଥିବା ୩ଟି କ୍ୱାଟର ଏଣ୍ଡ ପରୀକ୍ଷାରୁ ବେଷ୍ଟ ଦୁଇଟି କ୍ୱାଟର ଏଣ୍ଡର ମାର୍କରୁ ୨୦% ମାର୍କ ନିଆଯିବ। ଏହାସହ ବୋର୍ଡ ପରୀକ୍ଷାର ୮୦ ପ୍ରତିଶତ ମିଶିବ। ଏପରି ହେବା ଫଳରେ ଯେଉଁ ପିଲାମାନେ ପ୍ଲସ ୨ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିଲେ, ସେମାନଙ୍କ ନଂରେ ଉନ୍ନତ ଆସିବ । କାଉନସିଲର ଏଭଳି ନିଷ୍ପତ୍ତିକୁ ନେଇ ଅଧିକାଂଶ ଛାତ୍ରଛାତ୍ରୀ ଖୁସି ପ୍ରଦର୍ଶନ କରିଛନ୍ତି ।
Published by:Soumya Das
First published: