News18 Odia Digital
ସମ୍ବଲପୁର: ଗୋଟିଏ ଚା’ ଦୋକାନରେ ହୋଇଥିବା ସାମାନ୍ୟ ଝଗଡ଼ାରୁ ସମ୍ବଲପୁର ପୋଲିସ ଏକ ଅନ୍ତଃରାଜ୍ୟ ନକଲି ନୋଟ୍ ରାକେଟର ପର୍ଦ୍ଦାଫାଶ କରିଛି ଓ ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ୍ ଜବତ କରିବା ସହ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଛତିଶଗଡ଼ରେ ମେସିନ୍ ଲଗେଇ ନକଲି ନୋଟ୍ ଛାପୁଥିବା ଏହି ରାକେଟ୍ ଓଡ଼ିଶାର ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ସେହି ନକଲି ନୋଟଗୁଡ଼ିକୁ ଅସଲି ବୋଲି ଦର୍ଶାଇ ଚଳାଉଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ଜବତ ହୋଇଥିବା ୨,୦୦୦ ଟଙ୍କା, ୫୦୦ ଟଙ୍କା ଓ ୧୦୦ ଟଙ୍କାର ନୋଟଗୁଡ଼ିକ ଏମିତି ଯେ ସେଗୁଡ଼ିକ ଅସଲି ନୁହେଁ ବୋଲି ହଠାତ୍ କେହି ଜାଣିପାରିବେ ନାହିଁ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ଏହି ଘଟଣାରେ ବରଗଡ଼ ଓ ଛତିଶଗଡ଼ର ଛଅ ଜଣ ଲୋକଙ୍କୁ ଗିରଫ କରିଛି ବୋଲି ରବିବାର ଦିନ କହିଛି ସମ୍ବଲପୁର ପୋଲିସ । ଛତିଶଗଡ଼ର ରାୟଗଡ଼ରୁ ଏହି ନକଲି ନୋଟ୍ ଛାପୁଥିବା ମେସିନ୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବରଗଡ଼ ଭଟଲି ଗୋପାଳପୁରର ସାଗର ସାହା, ଅଶୋକ ସାହୁ, ଅମ୍ବାଭୋନାର ଶିବଶଙ୍କର ବନିଆ, କାଶିପାଲିର ଗୁଣନିଧି ଭୋଇ, ଛତିଶଗଡ଼ ରାୟଗଡ଼ କୋଶିର ସତ୍ୟନାରାୟଣ ନିରାଲୀ ଓ ଅଭିରାମ ଝାଙ୍ଗଡେ।

ଗିରଫ ହୋଇଥିବା ଛଅ ଜଣ ଅଭିଯୁକ୍ତ
‘‘ଚା’ ଦୋକାନରେ ଟଙ୍କା ଦିଆନିଆକୁ ନେଇ ଗୋଟେ ଝଗଡ଼ା ହେବା ପରେ ଚା’ ଦୋକାନୀ ଥାନାକୁ ଆସି ଜଣେ ଅଭିଯୁକ୍ତ ବିରୁଦ୍ଧରେ ଅଭିଯୋଗ କଲା । ଆମେ ତଦନ୍ତ କରିବା ବେଳେ ଅଭିଯୁକ୍ତଠାରୁ କିଛି ଟଙ୍କା ମିଳିଲା । ତାହା ନକଲି ବୋଲି ଲାଗିଲା । ତାକୁ ପଚରାଉଚରା କରିବା ପରେ ତଦନ୍ତ କରିବାରୁ ଏହି ନକଲି ନୋଟ୍ ରାକେଟ୍ ସାମନାକୁ ଆସିଲା । ଆଗକୁ ଆହୁରି ଅଭିଯୁକ୍ତମାନେ ଗିରଫ ହୋଇପାରନ୍ତି । ଏବେ ତଦନ୍ତ ଚାଲିଛି,’’
ନ୍ୟୁଜ୍୧୮ ଓଡ଼ିଆ ଡିଜିଟାଲକୁ କହିଛନ୍ତି ସମ୍ବଲପୁର ଏସ୍.ପି. ବାତୁଲା ଗଙ୍ଗାଧର ।
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଦିନକରେ ୧,୦୦୦ ଟଙ୍କା କମିଲା; ରୂପା ଦର ବି ଖସିଲା; ଆଗକୁ କ’ଣ ହେବ?ଏହି ଘଟଣାର ସୁରାଗ ପାଇବା ପରେ ସମ୍ବଲପୁର ଟାଉନ୍ ଥାନାର ଜଣେ ସବ୍-ଇନସ୍ପେକ୍ଟରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଇଥିଲେ ଗଙ୍ଗାଧର । ସେହି ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ଓ ଏହି ରାକେଟର ପର୍ଦ୍ଦାଫାଶ କରିଥିଲା । ଗିରଫ ହୋଇଥିବା ଲୋକେ ଛତିଶଗଡ଼ର ରାୟଗଡ଼ରେ ତିଆରି ହେଉଥିବା ନକଲି ଟଙ୍କାକୁ କିଣି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେଗୁଡ଼ିକୁ ଅସଲି ଭାବେ ଚଳାଉଥିଲେ । ସେମାନେ ବିଭିନ୍ନ ମଲ୍ ଓ ଦୋକାନକୁ ଯାଇ ଏହି କାମ କରୁଥିଲେ ।
ଏହା ବି ପଢ଼ନ୍ତୁ | ଦେଶର ୬.୫ କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଭଲ ଖବର: ଏ ଥର PF ଖାତାରେ ଆସିବ ଅଧିକ ଟଙ୍କା‘‘ସେମାନେ ସାଧାରଣତଃ ମଲରେ ୧୦୦ ଟଙ୍କାର ଜିନିଷ କିଣି ୨,୦୦୦ ଟଙ୍କାର ନକଲି ନୋଟ୍ ଦେଉଥିଲେ ଓ ୧,୯୦୦ ଟଙ୍କାର ଅସଲି ନୋଟ୍ ନେଇଯାଉଥିଲେ । ଚା’ ଦୋକାନରେ ୨୦ ଟଙ୍କାର ଚା’ ଜଳଖିଆ ଖାଇ ୧୦୦ ଟଙ୍କିଆ ନକଲି ନୋଟ୍ ଦେଇ ୮୦ ଟଙ୍କାର ଅସଲି ନୋଟ୍ ନେଇଯାଉଥିଲେ । ସେମାନେ ଗୋଟେ ବିଶେଷ ପ୍ରକାରର ଜେରେକ୍ସ ପେପର୍ ବ୍ୟବହାର କରି ନକଲି ନୋଟ୍ ଛାପୁଥିଲେ । ସେ କାଗଜ ବି ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଛି,’’ କହିଛନ୍ତି ଗଙ୍ଗାଧର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିକିନି ଜାଗାରେ କେବଳ ଫୁଲ… ଇଣ୍ଟର୍ନେଟ୍ରେ ହଙ୍ଗାମା ମଚେଇଥିବା ଅଭିନେତ୍ରୀମାନଙ୍କର କେତେକ ଫଟୋକେତେକ ଅଭିଯୁକ୍ତ ନକଲି ନୋଟ୍ ଛାପୁଥିବା ଲୋକଙ୍କଠାରୁ ନକଲି ନୋଟ୍ କିଣି ଆଣୁଥିଲେ ଓ ତାକୁ ଅସଲି ଭାବେ ଚଳାଉଥିଲେ ବୋଲି ସେ କହିଛନ୍ତି । ସେମାନେ ଲକ୍ଷେ ଟଙ୍କାର ନକଲି ନୋଟକୁ ପ୍ରାୟତଃ ୧୫,୦୦୦ ଟଙ୍କାରୁ ୨୦,୦୦୦ ଅସଲି ଟଙ୍କା ଦେଇ କିଣୁଥିଲେ ବୋଲି ପୋଲିସକୁ କହିଛନ୍ତି ।
ନକଲି ନୋଟରେ ଥିବା ମହାତ୍ମା ଗାନ୍ଧିଙ୍କ ଛବିକୁ ଅସଲି ଭାବେ ପ୍ରଦର୍ଶିତ କରିବା ପାଇଁ ଅଭିଯୁକ୍ତମାନେ ଗାନ୍ଧିଙ୍କ ଛବି ଥିବା ଏକ ଷ୍ଟାମ୍ପ୍ ବି ବ୍ୟବହାର କରୁଥିଲେ । ପୋଲସ ତାକୁ ବି ଜବତ କରିଛି । ଗଙ୍ଗାଧର କହିଛନ୍ତି ଯେ ଏହି ରାକେଟ୍ ପ୍ରାୟ ଛଅ ମାସ ହେଲା ସକ୍ରିୟ ଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।