News18 Odia Digital
କଟକ: କୁଆଡ଼େ ଗଲେ ନନ୍ଦକିଶୋର? ଗାଡ଼ି ମିଳିଲା, ପୋଷାକ ମିଳିଲା, ନନ୍ଦ ମଉସା ଗାଏବ। ନିଖୋଜ ହେବାର ୧୨ ଦିନ ପରେ ନନ୍ଦ ମଉସାଙ୍କ ଟେର୍ ଲଗାଇ ପାରୁନି ପୋଲିସ। ବନ ବିଭାଗ ବି ଫେଲ୍। ଏବେ ଗାଁ ଲୋକେ ଦାବି କରିଛନ୍ତ, ତଦନ୍ତ କରୁ କ୍ରାଇମବ୍ରାଞ୍ଚ।
ବନ୍ଦ ହେଲା ଜାରିଆ ଶବର ସାହିରୁ ଅଭୟାରଣ୍ୟକୁ ଯାଉଥିବା ଯାତାୟାତ। ଗେଟ୍ ପାଖରେ ଖୋଲାଗଲା ଟ୍ରେଞ୍ଚ। ଗେଟରେ ପଡ଼ିଲା ତାଲା। ଲୋକ କହୁଛନ୍ତି କରାଯାଉ କ୍ରାଇମବ୍ରାଞ୍ଚ ତଦନ୍ତ। ସତ ଆସିବ ସାମ୍ନାକୁ। ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ।
ପୋଲିସ ଓ ବନ୍ ବିଭାଗର ପରିବା ପଣିଆ ଉପରେ ଉଠିଛି ପ୍ରଶ୍ନ। ଅଜଗର ଗିଳିଛି, ନା ଆଉ କଣ ହୋଇଛି କାହିଁକି ପୋଲିସ ସ୍ପଷ୍ଟ କରୁନି। ଏଠାରେ ପ୍ରଶ୍ନ ଉଠୁଛି ଯଦି ବେଙ୍ଗ ପାଣି ଘାଟିଟି ନିଷିଧାଞ୍ଚଳ ତେବେ କିଭଳି ନନ୍ଦକିଶୋର ଗଲେ ଘାଟି ଉପରକୁ। ଗାଡ଼ି, ଚପଲ, ଚାବି ମିଳିଲା। ସେ କୁଆଡେ ଗଲେ? ବନ କର୍ମଚାରୀ କରୁଥିଲେ କଣ?
୧୨ ଦିନ ହେବ ପୋଲିସ ହାତ ଖାଲି, ହାତ ଟେକି ଦେଇଛି ବନ୍ ବିଭାଗ। ବାଙ୍କୀ ପୋଲିସ ଓ କଇଁ ମୁଣ୍ଡି ଫାଣ୍ଡି ଅଧିକାରୀଙ୍କ ସୂଚନା ଅନୁସାରେ ନିଖୋଜ ହେବାର ପରେ ପରେ ଆମେ ପୋଲିସ କୁକୁର ନେଇ ତଦନ୍ତ କରିଥିଲୁ କିନ୍ତୁ କିଛି ସୁଫଳ ମିଳିଲା ନାହି। କୁକୁର ସିଧା ଆସିଲା ଯେଉଁ ଠାରୁ ଅର୍ଥାତ୍ ଜାରିଆ ଶବର ସାହି ମଣ୍ଡପକୁ। ଯଦି ଦୁର୍ଘଟଣା ହୋଇଥିବ ଘାଟି ତଳେ ଜଳ ସ୍ରୋତ ଯାହା ମହାନଦୀକୁ ସଂଯୋଗ ହୋଇଛି। ହୁଏତ ସେ ପାଣିରେ ଭାସି ଯାଇଥିବେ। ଦୁର୍ଘଟଣା ପରେ ତାଙ୍କୁ କେଉଁ ଜୀବଜନ୍ତୁ ଓ ପଶୁ ଖାଇଥିବେ। ଏହି ଅଭୟାରଣ୍ୟରେ ବିଲୁଆ, ହାତୀ, ଅଜଗର ଜଙ୍ଗଲୀ କୁକୁର ଅଛନ୍ତି। ଏ ସବୁ ପରେ ସେ କୁଆଡ଼େ ନିଖୋଜ ହେଲେ।
ଦିନକୁ ଦିନ ରୋଚକ ମୋଡ଼ ନେଉଛି ନନ୍ଦ ମଉସାଙ୍କ ନିଖୋଜ ଘଟଣା। ଅଜଗର ଗିଳିବା, ଦୁର୍ଘଟଣା, ନିଖୋଜ ହେବା, ହତ୍ୟା ଭଳି ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏବେ ଜଣେ ପ୍ରଧାନ ଶିକ୍ଷକ ଯେଉଁ କଥା କହିଛନ୍ତି ତାହା ଆଶ୍ଚର୍ଯ୍ୟ କରୁଛି ସମସ୍ତଙ୍କୁ।
ପ୍ରଧାନ ଶିକ୍ଷକ ପ୍ରଦୀପ୍ତ ମୋହନ ବେହେରା କହିଛନ୍ତି, "ଅଗଷ୍ଟ ୨୮ ତାରିଖରେ ଜାରିଆ ଶବର ସାହିର ଫରେଷ୍ଟ ଗେଟ୍ ଦେଇ ମୁଁ ଯାଇଥିଲି ପିଠା ଖିଆ ପ୍ରାଥମିକ ବିଦ୍ୟାଳୟକୁ। ଗଣେଶ ପୂଜା ଥିବାରୁ ସ୍କୁଲକୁ ସଫାସଫି କରୁଥିଲି। ସନ୍ଧ୍ୟା ୫.୩୦ ବେଙ୍ଗ ପାଣି ଘାଟି ଦେଇ ସ୍କୁଲ୍ ଫେରୁଥିଲି। ସୁନ ଶାନ, ଜଙ୍ଗଲ ଭିତରେ କେହି ବୋଲି କେହି ନାହାଁନ୍ତି। ହେଲେ ହଠାତ୍ ଗୋଟିଏ ଶବ୍ଦ ଆସିଲା କିଏ ଗୋଟେ ଡାକ ପକାଇଲା କିଏ ଯାଉଛ କିଏ ଯାଉଛ। ଏହି ଶବ୍ଦ ଶୁଣି ମୁଁ ଆଉ ଗାଡ଼ିକୁ ନ ଅଟକାଇ ଘରକୁ ଫେରି ପତ୍ନୀଙ୍କୁ କହିଲି। ହେଲେ ସକାଳ ପାଇଲା ବେଳକୁ ଶୁଣିଲି ସେହି ସ୍ଥାନରେ ନନ୍ଦ ମଉସାଙ୍କ ଗାଡ଼ି, ଚପଲ ଓ ଲୁଗା ପଟା ଅଛି। କିନ୍ତୁ ସେ ନାହାଁନ୍ତି। ଯାହାକି ମୋତେ ଆଶ୍ଚର୍ଯ୍ୟ କରିଛି। ମୋତେ ଲାଗିଲା ଭୂୟାଁ ଦେବୀ ଡାକୁଛନ୍ତି। ତାହା ଏକ ଭୟାନକ ଜାଗା। ମାରାତ୍ମକ ଜାଗା। ଏକୁଟିଆ ଗଲେ ଭାରି ଭୟ ଲାଗିବ। ପୂର୍ବରୁ ଅନେକ ଲୋକ ସେହି ବାଟ ଦେଇ ଯାଇଥିବା ବେଳେ ଡରିଛନ୍ତି। ତେଣୁ ଏବେ ମୁଁ ଆଉ ସେ ବାଟରେ ଯାଉନାହିଁ। ମୁଁ ଏବେ ୧୮ କିମି ବାଟ ବୁଲି ବୁଲି ଯାଉଛି ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ଥିବା ପିଠା ଖିଆ ପ୍ରାଥମିକ ବିଦ୍ୟାଳୟକୁ। ସେହି ଅଭୟାରଣ୍ୟ ଭିତରେ ରହିଛି ପିଠା ଖିଆ, ଡାଆଣି ଗାଡିଆ, ବେହେଣ୍ଟା ସାହି, ନୂଆ କୂଅ ଓ ଢୋଲ କାଠ। ମୋ ଘର ଜାରିଆ ଶବର ସାହି ହୋଇଥିବାରୁ ଏହି ଗାଁ ଗୁଡ଼ିକର ଦୂରତା ହେଉଛି ୭ କିମି। ମୋତେ ଏଭଳି ଭୟ ଲାଗୁଛି ଯେ ଯାହା ପାଇଁ ମତେ ଡମପଡ଼ା ଗେଟର ୧୮ କିମି ଯିବାକୁ ପଡୁଚି ସ୍କୁଲକୁ। ଏ ନେଇ ପୋଲିସ ତଦନ୍ତ କରୁଛି। ମୁଁ ପୋଲିସକୁ ସବୁ କଥା କହିଛି।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।