ମଣିଷକୁ ଗିଳିପାରେ ଅଜଗର; ଏମିତି କିଛି ଖୁଲାସା କଲେ ପୂର୍ବତନ ପୋଲିସ ଅଧିକାରୀ

ନରସିଂହପୁର ଅଞ୍ଚଳ ଜଙ୍ଗଲରେ ଜଣେ ୧୭ ବର୍ଷର ଯୁବକ ଗାଈ ଚରାଇବାକୁ ଯାଇଥିବାବେଳେ ଅଜଗର ତାକୁ ଆକ୍ରମଣ କରିଥିଲା। ଟାଙ୍ଗିଆରେ ଯୁବକ ଜଣଙ୍କ ଅଜଗରକୁ ଆକ୍ରମଣ କରିଥିଲେ: ପୂର୍ବତନ ପୋଲିସ ଅଧିକାରୀ

ନରସିଂହପୁର ଅଞ୍ଚଳ ଜଙ୍ଗଲରେ ଜଣେ ୧୭ ବର୍ଷର ଯୁବକ ଗାଈ ଚରାଇବାକୁ ଯାଇଥିବାବେଳେ ଅଜଗର ତାକୁ ଆକ୍ରମଣ କରିଥିଲା। ଟାଙ୍ଗିଆରେ ଯୁବକ ଜଣଙ୍କ ଅଜଗରକୁ ଆକ୍ରମଣ କରିଥିଲେ: ପୂର୍ବତନ ପୋଲିସ ଅଧିକାରୀ

ନରସିଂହପୁର ଅଞ୍ଚଳ ଜଙ୍ଗଲରେ ଜଣେ ୧୭ ବର୍ଷର ଯୁବକ ଗାଈ ଚରାଇବାକୁ ଯାଇଥିବାବେଳେ ଅଜଗର ତାକୁ ଆକ୍ରମଣ କରିଥିଲା। ଟାଙ୍ଗିଆରେ ଯୁବକ ଜଣଙ୍କ ଅଜଗରକୁ ଆକ୍ରମଣ କରିଥିଲେ: ପୂର୍ବତନ ପୋଲିସ ଅଧିକାରୀ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଦିନକୁ ଦିନ ନନ୍ଦ ମଉସା ଓ ଅଜଗର କାହାଣୀ ନେଉଛି ନୂଆ ମୋଡ଼। ଘଟଣାକୁ ୧୩ଦିନ ବିତିଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ନନ୍ଦ ମଉସା କେଉଁଠି ଅଛନ୍ତି ତାହା ଜଣା ପଡ଼ିନାହିଁ। ନନ୍ଦ ମଉସାଙ୍କୁ ଅଜଗର ଗିଳିଥିବା କାହାଣୀକୁ ନେଇ ବଢିଚାଲିଛି ସସପେନ୍ସ। ଏହାରି ମଧ୍ୟରେ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ବୟାନ ଦ୍ୱନ୍ଦ ବଢ଼ାଉଛି। ଅଜଗର ମଣିଷକୁ ଗିଳିବା ନେଇ ସେ ଦେଖିଛନ୍ତି ବୋଲି କହିଛନ୍ତି ପୋଲିସ ଅଧିକାରୀ।

ନନ୍ଦ ମଉସା ନିଖୋଜ ହେବା ଖବର ସହ ଅଜଗର ମଣିଷକୁ ପାରିବ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ବିଭିନ୍ନ ଆଡୁ ଭିନ୍ନ ଭିନ୍ନ ମତ ଆସୁଥିବା ବେଳେ ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁ ନ୍ୟୁଜ ୧୮କୁ ଦେଇଥିବା ବିବୃତ୍ତିକୁ ନେଇ ଦ୍ଵନ୍ଦ ବଢିଚାଲିଛି। ଅଧିକାରୀ କହିବା ଅନୁସାରେ ପ୍ରାୟ ୮୦ଦଶକରେ (ଚାଳିଶି ବର୍ଷ) ପୂର୍ବେ ସେ କଟକରେ ଅତିରିକ୍ତ ଏସପି ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଏଭଳି ଘଟଣା ଘଟିଥିଲା। ନରସିଂହପୁର ଅଞ୍ଚଳ ଜଙ୍ଗଲରେ ଜଣେ ୧୭ ବର୍ଷର ଯୁବକ ଗାଇ ଚରାଇବାକୁ ଯାଇଥିବାବେଳେ ଖରାବେଳେ ଶୋଇଥିବା ସମୟରେ ଅଜଗର ତାକୁ ଆକ୍ରମଣ କରିଥିଲା। ସାପଟି ଯୁବକର ଗୋଡ଼ ପଟୁ ଗିଳିବା ପାଇଁ ଚେଷ୍ଟା କରିଥିଲା। ସଂଯୋଗବଶଃତ ସାଙ୍ଗରେ ଥିବା ଟାଙ୍ଗିଆରେ ଯୁବକ ଜଣଙ୍କ ଅଜଗରକୁ ଆକ୍ରମଣ କରିଥିଲେ। ଦୀର୍ଘ ସମୟ ଯୁବକ-ସାପ ସଂଘର୍ଷ ପରେ ଗାଁ ଲୋକ ଆସି ସାପ ନିକଟରୁ ଯୁବକକୁ ଉଦ୍ଧାର କରିଥିଲେ।

ରିପୋର୍ଟ ଅନୁସାରେ ଓଡ଼ିଶାରେ ଅଜଗର ମଣିଷକୁ ଗିଳିବାରେ କୌଣସି ଘଟଣା ନଜର ଆସିନାହିଁ। ଏସିଆ ମହାଦେଶରେ ଏଭଳି ଘଟଣା ୨-୩ଥର ନଜର ଆସିଛି। ଅନ୍ଯପଟେ ମଣିଷ ଗିଳିବା ଘଟଣାକୁ ଖଣ୍ଡନ କରିଛି ବନ ବିଭାଗ। ସାପ ଜୀବନ୍ତ କାହାକୁ ଗିଳିପାରିବନାହିଁ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା।

ଏସବୁ ମଧ୍ୟରେ ଦୀର୍ଘ ୧୩ଦିନ ବିତିଯାଇଥିଲେ ମଧ୍ୟ ପୋଲିସ, ବନବିଭାଗ ହାତ ଖାଲି। ବାଙ୍କୀ ପୋଲିସ ଓ କଇଁମୁଣ୍ଡି ଫାଣ୍ଡି ଅଧିକାରୀଙ୍କ ସୂଚନା ଅନୁସାରେ ନିଖୋଜ ହେବାର ପରେ ପରେ ଆମେ ପୋଲିସ କୁକୁର ନେଇ ତଦନ୍ତ କରିଥିଲୁ କିନ୍ତୁ କିଛି ସୁଫଳ ମିଳିଲା ନାହିଁ। କୁକୁର ସିଧା ଆସିଲା ଯେଉଁ ଠାରୁ ଅର୍ଥାତ୍ ଜାରିଆ ଶବର ସାହି ମଣ୍ଡପକୁ। ଯଦି ଦୁର୍ଘଟଣା ହୋଇଥିବ ଘାଟି ତଳେ ଜଳ ସ୍ରୋତ ଯାହା ମହାନଦୀକୁ ସଂଯୋଗ ହୋଇଛି। ହୁଏତ ସେ ପାଣିରେ ଭାସି ଯାଇଥିବେ। ଦୁର୍ଘଟଣା ପରେ ତାଙ୍କୁ କେଉଁ ଜୀବଜନ୍ତୁ ଓ ପଶୁ ଖାଇଥିବେ। ଏହି ଅଭୟାରଣ୍ୟରେ ବିଲୁଆ, ହାତୀ, ଅଜଗର ଜଙ୍ଗଲୀ କୁକୁର ଅଛନ୍ତି। ସବୁ ପରେ ବି ନନ୍ଦ ମଉସା କୁଆଡେ ନିଖୋଜ ହେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
Published by:Soumya Das
First published: