ସମ୍ବଲପୁରର ଚାଉଁରପୁରରୁ ମିଳିଲା ୧୦ଫୁଟର ଅଜଗର; ବନ ବିଭାଗ ଦ୍ୱାରା ଉଦ୍ଧାର
- News18 Odia
- Last Updated :
- Sambalpur, India
News 18 Odia Digital
ସମ୍ବଲପୁର; କଚେରୀ ଛକଠାରେ ଥିବା ମହାନଦୀର ଦ୍ୱିତୀୟ ସେତୁ ଚାଉଁରପୁର ନିକଟରୁ ଉଦ୍ଧାର ହେଲା ଏକ ବିଶାଳ କାୟ ଅଜଗର ସାପ । ବନ ବିଭାଗ ଉଦ୍ଧାର କଲା ଏହି ଅଜଗର ସାପକୁ । ସୂଚନା ଅନୁସାରେ ସକାଳୁ ଚାଉଁରପୁର ଅଞ୍ଚଳରେ ଥିବା ଏକ ପଡିଆରେ କ୍ରିକେଟ ଖେଳୁଥିଲେ ସ୍ଥାନୀୟ ପିଲା । କ୍ରିକେଟ ଖେଳିବା ସମୟରେ ସେମାନଙ୍କର କ୍ରିକେଟ ବଲ ଟି ପଡିଆ ନିକଟରେ ଥିବା ବଣ ଭିତରେ ପଡି ଯାଇଥିଲା । ପିଲାମାନେ ସେଠାକୁ ଯାଇ କ୍ରିକେଟ ବଲକୁ ଖୋଜିବା ଆରମ୍ଭ କରିଥିଲେ । ତେବେ ବଲ ଖୋଜିବା ସମୟରେ ସେଠାରେ ଏକ ବଡ ସାପ ଶୋଇଥିବାର ଦେଖିଥିଲେ ।

ପିଲାମାନେ ଭୟଭିତ ହୋଇ ସ୍ଥାନୀୟ ଲୋକଙ୍କୁ ଏହା ବିଷୟରେ ଜଣାଇଥିଲେ । ସ୍ଥାନୀୟ ଲୋକମାନେ ସେଠାକୁ ଯାଇ ସାପକୁ ଦେଖିଥିଲେ । ଏତେ ବଡ ସାପ ଦେଖିବା ପରେ ଲୋକମାନେ ମଧ୍ୟ ଭୟଭିତ ହୋଇ ବନ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରିଥିଲେ । ଅଜଗର ସାପଟିର ଲମ୍ବ ୧୦ ଫୁଟ ହୋଇଥିବା ଜଣାପଡିଛି । ନିକଟରେ ଜନ ବସତି ଥିବାବେଳେ ଏତେ ବଡ ଅଜଗର ମିଳିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।