News18 Odia Digital
ଭୁବନେଶ୍ୱର: ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରୁ ଏକ ଅଜଗରକୁ ଉଦ୍ଧାର କରିବା ପରେ ତାକୁ ହତ୍ୟା କରିଛନ୍ତି ବନ କର୍ମଚାରୀ ଓ ଗ୍ରାମବାସୀମାନେ । ଅଭୟାରଣ୍ୟ ଭିତରେ ଏହି ୧୦-ଫୁଟିଆ ଇଣ୍ଡିଆନ୍ ପାଇଥନଟି କୌଣସି ଏକ ଜନ୍ତୁକୁ ଗିଳି ଦେଇଥିବା ଜାଣି ବାହାଦୁରୀ ମାରି ତାକୁ ଧରିବା ପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ ଓ ବନ ବିଭାଗକୁ ଖବର ଦେଇଥିଲେ, ହେଲେ ଶେଷରେ ସେମାନେ ତା’ର ମୃତ୍ୟୁର କାରଣ ହୋଇଥିଲେ ।
ଡମପଡା ଅନ୍ତର୍ଗତ କଇଁମୁଣ୍ଡି ଗ୍ରାମର କିଛି ଲୋକ ଅଜଗରଟିକୁ ଦେଖିବା ପରେ ଡମପଡା ରେଞ୍ଜରେ କାମ କରୁଥିବା କିଛି ୱାଚରଙ୍କୁ ଖବର ଦେଇଥିଲେ । ୱାଚରମାନେ ଯାଇ ଲୋକଙ୍କ ସାହାଯ୍ୟରେ ଅଜଗରକୁ କାବୁ କରି ଶିଆଳି ଲଟାରେ ତା’ ବେକକୁ ଓ ଦେହକୁ ବାନ୍ଧିଥିଲେ । ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି ଯେ ସାପଟିକୁ ସେମିତି ଘୋଷାଡି ଜଙ୍ଗଲରୁ ଗାଁ ଭିତରକୁ ଅଣାଯିବା ପରେ ଜଙ୍ଗଲ ବିଭାଗର ଏକ ବୋଲେରୋକେ କିଛି ଜଙ୍ଗଲ କର୍ମଚାରୀ ଆସି ପହଞ୍ଚିଥିଲେ । ତେବେ ଜଙ୍ଗଲରେ ଶିଆଳି ଲଟାରେ ବାନ୍ଧିବା ବେଳେ ସାପ ଦେହ ଉପରେ ଲୋକେମାନେ ଛିଡା ବି ହୋଇଥିଲେ । ଜଙ୍ଗଲ କର୍ମଚାରୀମାନେ ଅଖା ଭିତରେ ସାପଟିକୁ ଭର୍ତ୍ତି କଲା ବେଳେ ସାପଟି ମରି ସାରିଥିଲା ବୋଲି ଭିଡ଼ିଓରୁ ସ୍ପଷ୍ଟ ଜଣା ପଡୁଛି । ଏହି ଘଟଣା ଗୁରୁବାର ଦିନ ଘଟିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେଏହି ଘଟଣା ପ୍ରମାଣିତ କରିଛି ଯେ ଯେଉଁମାନେ ସାପ ଉଦ୍ଧାର କରିବା ପାଇଁ ଯାଇଥିଲେ ସେମାନଙ୍କର ସାପ ବିଷୟରେ ସାମାନ୍ୟତମ ଜ୍ଞାନ ନ ଥିଲା । ଏକ ସଂରକ୍ଷିତ ଜଙ୍ଗଲ ଭିତରୁ ସାପକୁ ବହାରକୁ ଆଣିବା ଆଦୌ ଦରକାର ନ ଥିଲା । ଉଦ୍ଧାରକାରୀଙ୍କ ଭୁଲ୍ ଯୋଗୁଁ ସାପଟିର ଶୀକାର ହେଲା ।

ଅଜଗରକୁ ଏକ ଅଖାରେ ପୂରାଉଛନ୍ତି ବନ କର୍ମଚାରୀ ଓ ସ୍ଥାନୀୟ ଲୋକେ
‘‘ସାପଟି କ’ଣ ଖାଇଦେଇଥିଲା ତାହା କେହି ଦେଖି ନ ଥିଲେ । ତା’ ପେଟରୁ ଗିଳିଥିବା ଜନ୍ତୁକୁ ବାହାର କରିବା ପାଇଁ ତାକୁ ଚକଡିବାର କୌଣସି ଅସବଶ୍ୟକତା ନ ଥିଲା । ଯଦି ଉପଯୁକ୍ତ ଜ୍ଞାନ କୌଶଳ ଜଣାଥାନ୍ତା ତେବେ ସାପଟି ମରି ନ ଥାନ୍ତା,’’ କହିଛନ୍ତି ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂହ ରାଜପୁତ ମାମଲା: NCB ୩୦,୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା; ରିୟା ମୁଖ୍ୟ ଅଭିଯୁକ୍ତଏକ ଅନୁରୂପ ଘଟଣା କ୍ରମରେ ଗଞ୍ଜାମ ଜିଲ୍ଲାର ବୁଗୁଡା ଠାରେ ଏଇଭଳି ଭୁଲ ଉଦ୍ଧାର କାର୍ଯ୍ୟ ଯୋଗୁଁ ଏକ କଲରାପତ୍ରିଆ ବାଘ ମୃତ୍ୟୁ ବରଣ କରିଥିଲା ଏବଂ ପରେ ସେହି ଘଟଣାରେ କିଛି ଲୋକ ଗିରଫ ମଧ୍ୟ ହେଇଥିଲେ । ଏଣୁ ଏଇ ଅଜଗର ମୃତ୍ୟୁ ଘଟଣାର ତଦନ୍ତ ଦାବି କରି ସମ୍ପୃକ୍ତ ଉଦ୍ଧାରକାରୀ ଓ ବନ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କ୍ରାଇମ୍ ବ୍ରାଞ୍ଚର ଆଡିସନାଲ ଡିଜିଙ୍କୁ ଅନୁରୋଧ କରି ଏକ ଇ-ମେଲ ମାଧ୍ୟମରେ ଲେଖିଛନ୍ତି ଶୁଭେନ୍ଦୁ ମଲ୍ଲିକ ।
ଏହା ବି ପଢ଼ନ୍ତୁ | ରିଲାଏନ୍ସ ନିଜ ସବୁ କର୍ମଚାରୀଙ୍କ କରୋନା ଟିକାକରଣର ମୂଲ୍ୟ ବହନ କରିବ, ଜଣେଇଲେ ନୀତା ଅମ୍ବାନୀ‘‘ଏହି ଘଟଣାରେ ଡମପଡା ରେଞ୍ଜ ଅଫିସରଙ୍କ ଅବହେଳା ଯଦି ପ୍ରମାଣିତ ହୁଏ ତାଙ୍କୁ ମଧ୍ୟ ଗିରଫ କରାଯିବା ଉଚିତ । ମୁଁ ମୋ’ ଚିଠିର ନକଲ ୱାଇଲଡ଼ ଲାଇଫ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋର ଆଡିସନାଲ ଡ଼ାଇରେକ୍ଟର ଓ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରକଙ୍କୁ ବି ଦେଇଛି,’’ କହିଛନ୍ତି ମଲ୍ଲିକ ।
ରାଜ୍ୟରେ ଦିନକୁ ଦିନ ବନ୍ୟ ଜନ୍ତୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି । ଜଙ୍ଗଲୀ ଜନ୍ତୁଙ୍କ ଉପରେ ଆକ୍ରମଣ ପରେ ସେମାନଙ୍କ ଦେହାବଶେଷକୁ ନେଇ ହେଉଥିବା ଚୋରା ଚାଲାଣକୁ ରୋକିବା ପାଇଁ କ୍ରାଇମ୍ ବ୍ରାଞ୍ଚ୍ ଏସ୍.ଟି.ଏଫ୍. ମଧ୍ୟ ଛାନଭିନ୍ କରୁଛି । ବହୁତ ମିଡଲମ୍ୟାନ୍ ମଧ୍ୟ ଗିରଫ ହେଉଛନ୍ତି । କିନ୍ତୁ ଏବେ ଅଜଗରକୁ ନେଇ ଦିନ ଦି’ ପ୍ରହରେ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଚକିତ କଟିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।