ପୁରୀ: ଭୋଜିକୁ ନ ଡାକିବାରୁ ଉତ୍ତ୍ୟକ୍ତ ହୋଇ ବୋମାମାଡ଼ କଲେ ଯୁବକ; ଦୁଇ ଜଣ ଗୁରୁତର

"ଚାପୁଡାର ଜବାବ ଦେବାପାଇଁ ସେଠାରୁ ପଳାଇ ଆସିଥିଲା ବିଶ୍ୱରଞ୍ଜନ ବରାଳ । କିଛି ସମୟ ପରେ ଘରୁ ୨ଟି ବୋମା ନେଇ ସେଠାରେ ପହଞ୍ଚିଥିଲା । ଜୀବନ ନେଇଯିବି କହି ମୋ ଭାଇ ବାବୁନାଙ୍କ ଉପରକୁ ଗୋଟିଏ ବୋମାମାଡ଼ କରିଥିଲା ।''

ପୁରୀ: ଭୋଜିକୁ ନ ଡାକିବାରୁ ଉତ୍ତ୍ୟକ୍ତ ହୋଇ ବୋମାମାଡ଼ କଲେ ଯୁବକ; ଦୁଇ ଜଣ ଗୁରୁତର
ବୋମାମାଡ଼ ରେ ଆହତ ହୋଇଥିବା ଦୁଇ ଯୁବକ
  • News18 Odia
  • Last Updated: August 21, 2020, 9:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ଅଗଷ୍ଟ ୨୦ ତାରିଖରେ ପୁରୀ ସଦରଥାନା ଗୋରୁଆଳ ନୂଆପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମରେ କିଛି ଗାଁ ଭାଇମାନେ ମିଶି ଭୋଜି କରିବା ସହ ଅପରାହ୍ନରେ ଖାଇବା ପାଇଁ ପ୍ରସ୍ତୁତ ହେଉଥିଲେ । ହେଲେ ଭୋଜିକୁ ନ ଡ଼ାକି ଭୋଜିରେ ନ ମିଶାଇବାକୁ ନେଇ ଗାଁର ୨୪ ବର୍ଷିୟ ଯୁବକ ବିଶ୍ୱରଂଜନ ବରାଳ ଗାଁ ଦାଣ୍ଡରେ ଆତଙ୍କ ଖେଳାଇଥିଲେ। ଗାଁର ମୁରବୀମାନେ ବୁଝାସୁଝା କରିବା ପରେ ସେ ନ ବୁଝିବାରୁ ଦୁଇ ଚାପୁଡ଼ା ମଧ୍ୟ ତାକୁ ମାରିଥିଲେ । ଯୁବକ ଏହି ଚାପୁଡ଼ା ଜବାବରେ ଗାଁରେ ଦୁଇଟି ବୋମା ଫଟାଇ ଦେଲେ । ବୋମାମାଡ଼ କରି ଅଭିଯୁକ୍ତ ବିଶ୍ୱରଞ୍ଜନ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଅଗଷ୍ଟ ୨୦ ତାରିଖ ଗୁରୁବାର ଦିନ ପୁରୀ ସଦରଥାନା ଅନ୍ତର୍ଗତ ଗୋରୁଆଳ ନୂଆପାଟଣା ଗାଁରେ ୯ ଜଣ ଯୁବକ ମିଶି ଏକ ଭୋଜିର ଆୟୋଜନ କରିଥିଲେ । ଗ୍ରାମର ଦୁଇ ଭାଇ ୩୪ ବର୍ଷିୟ ବାବୁନା ବିଶ୍ୱାଳ ଓ ୨୪ ବର୍ଷିୟ ଟୁକୁନା ବିଶ୍ୱାଳ ଭୋଜିର ଦାୟିତ୍ୱ ନେଇଥିଲେ ।

"ଦିନ ୧୨ଟାରେ ଭୋଜି ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଭୋଜି ସରିଥିଲା । ତା ପରେ ସମସ୍ତେ ଗାଧେଇ ଆସି ଗାଁ ମନ୍ଦିରରେ ଥିବା ଚୌତରାରେ ଖାଇବାକୁ ବସିଥିଲେ । ସେହି ସମୟରେ ସେଠାରେ ପହଞ୍ଚିଥିଲେ ଗ୍ରାମର ୨୪ ବର୍ଷୀୟ ଯୁବକ ବିଶ୍ୱରଞ୍ଜନ ବରାଳ । ବାଇକରେ ଆସି ପହଞ୍ଚି କାହିଁକି ଭୋଜିପାଇଁ ଡାକିଲନି କି ମୋତେ କାହିଁ ମିଶାଇଲ ନାହିଁ କହିବା ସହ ଗଣ୍ଡଗୋଳ କଲା । ତେବେ ଭୋଜିରେ ନ ମିଶାଇବାକୁ ନେଇ ବିଶ୍ୱରଞ୍ଜନର ମୁଣ୍ଡରେ ପିତ୍ତ ଚଢିଯାଇଥିଲା । ଖାଇବାକୁ ବସିଥିବା ବେଳେ ଚୌତରା ଉପରେ ବାଇକ୍ ଚଢାଇ ସମସ୍ତଙ୍କ ମଝିରେ ବାଇକ୍ ଚଳାଇ ଅଶାନ୍ତ ପରିବେଶ ସୃଷ୍ଟି କରିଥିଲେ । ଏଥିରେ ଅନ୍ୟ ଯୁବକମାନେ ତାକୁ ବାରଣ କରିଥିଲେ । ସେଠାରେ ଥିବା ଗ୍ରାମର ମୁରବି ଶ୍ରେଣୀୟ ଲୋକେ ତାକୁ ବୁଝାସୁଝା କରିଥିଲେ । ହେଲେ ସେ ନ ବୁଝି ଅଧିକ ଉତ୍ପାତ ହେଲା । ଶେଷରେ ତାକୁ ଦୁଇ ଚାପୁଡା ମାରି ନିୟନ୍ତ୍ରଣରେ ରହିବା ପାଇଁ ତାଗିଦ କରାଗଲା," କହିଛନ୍ତି ୩୪ ବର୍ଷୀୟ ବାବୁନା ବିଶ୍ୱାଳ ।

ଘଟଣା ସ୍ଥଳରେ ପୁରୀ ସଦରଥାନା ପୁଲିସ ଦଳ


"ଚାପୁଡାର ଜବାବ ଦେବାପାଇଁ ସେଠାରୁ ପଳାଇ ଆସିଥିଲା ବିଶ୍ୱରଞ୍ଜନ ବରାଳ । କିଛି ସମୟ ପରେ ଘରୁ ୨ଟି ବୋମା ନେଇ ସେଠାରେ ପହଞ୍ଚିଥିଲା । ଜୀବନ ନେଇଯିବି କହି ମୋ ଭାଇ ବାବୁନାଙ୍କ ଉପରକୁ ଗୋଟିଏ ବୋମାମାଡ କରିଥିଲା । ସେ ଡେଇଁ ପଡ଼ିବାରୁ ବୋମାଟି ତାଙ୍କ ଚପଲରେ ବାଜି ଫୁଟି ନ ଥିଲା । ଉକ୍ତ ବୋମାଟି ଛିଟିକି ଯାଇ ନିକଟସ୍ଥ ପୋଖରୀରେ ପଡିଥିଲା । ଏହା ପରେ ଆମେ ସମସ୍ତେ ତାକୁ ବୁଝାସୁଝା କରିବାକୁ ଉଦ୍ୟମ କଲାବେଳେ ଆଉ ଏକ ବୋମାମାଡ କରିଥିଲା । ଏହି ବୋମାଟି ଫୁଟିଯିବାରୁ ମୋ ଭାଇ ବାବୁନାର ପେଟରେ ଆଘାତ ଲାଗିଥିବା ବେଳେ ମୋର ଗୋଡରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଗ୍ରାମର ଅନ୍ୟ ଭାଇମାନେ ଆମ ଦୁଇ ଭାଇଙ୍କୁ ରକ୍ତ ଜୁଡୁବୁଜୁ ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ଆମର ଚିକିତ୍ସା ଚାଲିଛି ଓ ଆମେ ସୁସ୍ଥ ଅଛୁ," କହିଛନ୍ତି ୨୪ ବର୍ଷିୟ ଟୁକୁନା ବିଶ୍ୱାଳ ।

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

ଏହା ବି ପଢ଼ନ୍ତୁ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ୯ ଜଣ ପୋଲିସ କର୍ମୀ କରୋନା ପଜିଟିଭ୍ ହେଲେ



ପୁରୀ ସଦରଥାନା ପୁଲିସର ସୂଚନା ଅନୁସାରେ "ବୋମାମାଡ଼ କରି ବିଶ୍ୱରଞ୍ଜନ ପୋଖରୀକୁ ଡେଇଁ ପଡିଥିଲା । ପରେ ପୋଖରୀର ଅନ୍ୟ ପାର୍ଶ୍ୱରେ ବାହାରି ଗାଁ ଭିତରକୁ ପଳାଇଥିଲା ।ସେ ରଖିଥିବା ଆଉ ଏକ ବୋମାକୁ ହାତରେ ଧରି ତାକୁ ଯିଏ କହିବ ତା ଉପରକୁ ଫୋପାଡିବ ବୋଲି ଗାଁରେ ଆତଙ୍କ ଖେଳାଇ ଧମକ ଦେଇଥିଲା ବୋଲି ଗ୍ରାମବାସୀ କହିଛନ୍ତି । ଆଉ ଏହି ଘଟଣା ପରେ ସଦର ଚିକିତ୍ସାଳୟ ପହଞ୍ଚି ଆହତମାନଙ୍କ ଠାରୁ ବୟାନ ରେକର୍ଡ଼ କରିବା ସହ ଅଭିଯୁକ୍ତ ବିଶ୍ୱରଞ୍ଜନର ଫଟୋକୁ ସଂଗ୍ରହ କରି ତଦନ୍ତ ଆରମ୍ଭ ହୋଇଛି । ଗାଁରେ ଚଢାଉ କରିବା ବେଳେ ବିଶ୍ୱରଞ୍ଜନ ଫେରାର ରହିଛି ।
Published by: Jagdish Barik
First published: August 21, 2020, 9:20 PM IST
corona virus btn
corona virus btn
Loading