ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀରେ ଠକ ଗ୍ୟାଙ୍ଗର କାରନାମା: ସୁନା ଗହଣା ସଫା କରିଦେବୁ ବୋଲି କହି ନେଇ ପଳେଇଲେ

ପୁରୀରେ ଠକ ଗ୍ୟାଙ୍ଗର କାରନାମା: ସୁନା ଗହଣା ସଫା କରିଦେବୁ ବୋଲି କହି ନେଇ ପଳେଇଲେ

ପ୍ରଥମେ ରୂପା ପାଉଁଜକୁ ସଫା କରି ଚିକ୍ ଚିକ୍ କରିଦେବା ପରେ ଦୁଇ ମହିଳାଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ ଦୁଇ ଜଣ ଠକ ଯୁବକ । ତା’ ପରେ କହିଥିଲେ, ‘‘ସୁନା ଚେନ୍ ଯଦି ଅଛି ଦିଅନ୍ତୁ, ସଫା କରିଦେବୁ’’ ।

ପୁରୀରେ ଠକ ଗ୍ୟାଙ୍ଗର କାରନାମା: ସୁନା ଗହଣା ସଫା କରିଦେବୁ ବୋଲି କହି ନେଇ ପଳେଇଲେ
ଦୁଇ ମହିଳା ସତ୍ୟବାଦୀ ଥାନାରେ ଯାଇ ଅଭିଯୋଗ କରିଥିଲେ ।
  • News18 Odia
  • Last Updated: October 9, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସାବଧାନ, ଆପଣଙ୍କ ଅଞ୍ଚଳରେ ଚତୁରତାର ସହ ସୁନା ଅଳଙ୍କାର ଚୋରି କରୁଥିବା ଠକ ଗ୍ୟାଙ୍ଗ୍‌ ବୁଲୁଥାଇପାରନ୍ତି । ‘ଜୁଏଲେରୀ କମ୍ପାନୀରୁ ଆସିଛୁ, ବିନା ମୁଲ୍ୟରେ ସୁନା ଅଳଙ୍କାର ସଫେଇ କରିଦେବୁ’ ବୋଲି କହି ମହିଳାମାନଙ୍କୁ ମନମୁଗ୍ଧକର କଥାରେ ଭସାଇ ଏହି ଗ୍ୟାଙ୍ଗ୍‌ ସେମାନଙ୍କଠାରୁ ଠକି ନେଉଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ପୁରୀ ଜିଲ୍ଲାରେ ଏମିତି ଠକେଇର ଏକାଧିକ ଘଟଣା ସାମନାକୁ ଆସିଛି ।

ସତ୍ୟବାଦୀ ଥାନାରେ ରୁଜୁ ହୋଇଥିବା ଏକ ମାମଲା ଅନୁସାରେ ସାକ୍ଷୀଗୋପାଳ ଅଳଗୁମ ରାସ୍ତାର ଗଙ୍ଗାଧର ବିହାରୀ କଲୋନୀର ୫୪ ବର୍ଷୀୟ ମହିଳା (ଛଦ୍ମନାମ ରେଣୁକା) ଏହି ଠକ ଗ୍ୟାଙ୍ଗର ଶିକାର ହୋଇଛନ୍ତି । ଶୁକ୍ରବାର ପୂର୍ବାହ୍ନ ୧୧ଟା ବେଳେ ଦୁଇ ଜଣ ଯୁବକ ଏକ ଆପାଚି ବାଇକରେ ତାଙ୍କ କଲୋନୀକୁ ଆସି ଡୋର୍‌ ବେଲ୍‌ ବଜାଇ ଡାକିଥିଲେ । ତାଙ୍କ କଥାରେ ଭଳିଯାଇଥିଲେ ରେଣୁକା, ଆଉ ହରାଇବସିଥିଲେ ନିଜ ସୁନା ଅଳଙ୍କାର ।

ଏହା ବି ପଢ଼ନ୍ତୁ | ବିବାହ ପରଠାରୁ ଏହି ମହିଳା ୨୫ ଥର ପର ପୁରୁଷ ସହ ପଳେଇଛନ୍ତି ଫେରି ଆସିଛନ୍ତି, ହେଲେ ଥର

‘‘ଦୁଇ ଜଣ ଯୁବକ କଳା ପ୍ୟାଣ୍ଟ୍‌ ଓ ଧଳା ସାର୍ଟ୍‌ ପିନ୍ଧିଥିଲେ । ‘ଆମେ ଜୁଏଲାରୀ କମ୍ପାନୀରୁ ଆସିଛୁ, ନିଃଶୁଳ୍କ ଆପଣଙ୍କ ଅଳଙ୍କାର ସଫେଇ କରିଦେବୁ’ ବୋଲି କହିଥିଲେ । ମୁଁ ଓ ମୋ ପଡ଼ୋଶୀ (ଛଦ୍ମନାମ ମିନୁ) ଆମେ ଚାରି ହଳ, ପ୍ରାୟ ୫୦ ଗ୍ରାମର, ରୂପା ପାଉଁଜି ସେମାନଙ୍କୁ ଦେଲୁ ସଫା କରିବା ପାଇଁ । ତାକୁ ଚିକ୍‌ ଚିକ୍‌ କରି ସଫା କରିବା ପରେ ଅନେକ ପ୍ରକାର କଥା କହି ଆମକୁ ପ୍ରଲୋଭନ ଦେଖାଇ ଫସେଇ ଦେଲେ ସେମାନେ । ଆମ ମନରେ ବିଶ୍ୱାସ ସୃଷ୍ଟି କରିବା ପରେ ‘ସୁନା ଚେନ୍‌ ଯଦି ଅଛି ଦିଅନ୍ତୁ ସଫା କରିଦେବୁ’ ବୋଲି କହିଥିଲେ,’’ କହିଛନ୍ତି ରେଣୁକା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | UPରେ କୁସ୍ତି ଖେଳ ଚାଲିଥିବା ବେଳେ ଖେଳାଳିଙ୍କ ବେକ ଭାଙ୍ଗିଗଲା ମୃତ୍ୟୁ ହେଲା; VIDEO ଭାଇରାଲ୍

ଦୁଇ ଯୁବକଙ୍କୁ ବିଶ୍ୱାସ କରି ରେଣୁକା ଓ ମିନୁ ସେମାନଙ୍କୁ ୪୦ ଗ୍ରାମର ସୁନା ଚେନ୍‌ ଓ ଲକେଟ୍‌ ଦେଇଥିଲେ । ‘‘ସେ ଯୁବକ ଦୁଇ ଜଣ ସୁନା ଚେନ୍‌ ସଫା କରିବା ପରେ ଦୁଇଟି ଡବାରେ ଥିବା କିଛି ତରଳ ପଦାର୍ଥରେ ତାକୁ ପକାଇ କିଛି ସମୟ ରଖିବାକୁ ଆମକୁ କହିଥିଲେ । ୪୫ ମିନିଟ୍‌ ପରେ ଡବା ଖୋଲିବା ପରେ ତାହା ପୂରା ସଫା ହୋଇଯାଇଥିବ ବୋଲି କହିଥିଲେ । ପୁଣି ସଫା କରିବା ବାବଦକୁ ମାତ୍ର ୧୦୦ ଟଙ୍କା ନେଇଥିଲେ । ଆଉ କଥା ଛଳରେ ସେହି ଦୁଇଟି ଡବା ବଦଳରେ ଆଉ ଦୁଇଟି ଡବା ଆମକୁ ଦେଇ ପଳାଇଥିଲେ । ଆମେ ୪୫ ମିନିଟ୍‌ ପରେ ଡବା ଖୋଲିବାରୁ ଦେଖିଲୁ ସେଥିରେ ସୁନା ବଦଳରେ ଗୋଡି଼ ଥିଲା । ଏହାକୁ ଘରେ ଜଣାଇବା ପରେ ରାତି ୮ଟାରେ ସତ୍ୟବାଦୀ ଥାନାକୁ ଯାଇ ଅଭିଯୋଗ କରିଥିଲୁ,’’ କହିଛନ୍ତି ରେଣୁକା ।

ଏହା ବି ପଢ଼ନ୍ତୁ | ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ରେପ୍ ହୋଇଥିବା ମହିଳାଙ୍କ ମୃତ୍ୟୁ; ଗୁପ୍ତାଙ୍ଗରେ ଲୁହା ରଡ଼ରେ ଆକ୍ରମଣ ହୋଇଥିଲା

‘‘ଏଭଳି ଅଦ୍ଭୁତ ଠକେଇର ଅଭିଯୋଗ ପାଇବା ପରେ ଆମେ ତଦନ୍ତ ଆରମ୍ଭ କରିଛୁ । ତେବେ କୌଣସି ଅଜଣା ଅଶୁଣା ଲୋକ ଉପରେ ଭରସା ନ କରିବାକୁ ଓ ସେମାନଙ୍କ ପ୍ରଲୋଭନରେ ନ ପଡି଼ବାକୁ ଆମେ ଲୋକଙ୍କୁ ଅନୁରୋଧ କରୁଛୁ । ଏମିତି ଠକମାନଙ୍କୁ ଦେଖିଲେ ଥାନାକୁ ଜଣାଇବା ପାଇଁ ଆମେ ଲୋକଙ୍କୁ କହୁଛୁ,’’ କହିଛନ୍ତି ସତ୍ୟବାଦୀ ଥାନାର ଆରକ୍ଷୀ ନିରୀକ୍ଷକ ଦେବୀ ପ୍ରସାଦ ପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଝିଅ ଏଶା ଦେଓଲ୍ନୃତ୍ୟ କରିଥିଲେ

ସୋସିଆଲ୍‌ ମିଡି଼ଆରେ ହେଉ ବା ଗାଁ ଗହଳିରେ, ଅଭିନବ ଉପାୟରେ ଠକେଇ ହେଉଛି । ରେଣୁକା ଓ ମିନୁଙ୍କ ସହ ଘଟିଥିବା ଘଟଣା ପରେ ସ୍ଥାନୀୟ ଲୋକେ ସତର୍କ ହେବା ଆରମ୍ଭ କରିଛନ୍ତି ।
Published by: Anand S.T. Das
First published: October 9, 2021, 11:59 PM IST