ପୁରୀ: ପତି ଓ ପୁଅଝିଅଙ୍କୁ ଛାଡ଼ି ପ୍ରେମିକ ସହ ଫେରାର ହେଲେ ମହିଳା; ପ୍ରେମିକ ଲୁଟିନେଲା ଟଙ୍କା ଓ ସୁନା

ହସଖୁସିର ପରିବାରକୁ ଛାଡ଼ି ପ୍ରେମିକ ସହ ଫେରାର୍ ହୋଇଯାଇଥିବା ଏହି ୩୩ ବର୍ଷୀୟା ମହିଳାଙ୍କ ସହ ଚାରି ଦିନ ବିତାଇବା ପରେ ପ୍ରେମିକ ତାଙ୍କ ଟଙ୍କା, ମୋବାଇଲ ଫୋନ୍ ଓ ତିନି ଭରି ସୁନା ଅଳଙ୍କାର ନେଇ ଫେରାର୍ ହୋଇଗଲା ।

ପୁରୀ: ପତି ଓ ପୁଅଝିଅଙ୍କୁ ଛାଡ଼ି ପ୍ରେମିକ ସହ ଫେରାର ହେଲେ ମହିଳା; ପ୍ରେମିକ ଲୁଟିନେଲା ଟଙ୍କା ଓ ସୁନା
ମହିଳାଙ୍କ ବ୍ୟାଗରୁ ଟଙ୍କା ଓ ସୁନା ଅଳଙ୍କାର ନେଇ ପ୍ରେମିକ ଚମ୍ପଟ ମାରିଥିଲା ।
  • News18 Odia
  • Last Updated: October 22, 2020, 8:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପୁଅଝିଅ ଓ ସ୍ୱାମୀଙ୍କ ସହ ହସଖୁସିରେ ପାରିବାରିକ ସମୟ କାଟୁଥିବା ଜଣେ ୩୩-ବର୍ଷୀୟା ମହିଳା ନିଜ ସ୍ୱାମୀଙ୍କ ଅଗୋଚରରେ ଜଣେ କମ୍ ବୟସ୍କ ଯୁବକର ପ୍ରେମରେ ପଡ଼ି ଏବେ ହଟହଟା ହେଉଛନ୍ତି । ଯେଉଁ ପ୍ରେମିକ ଉପରେ ଭରସା କରି ସେ ତା’ ସହ ଫେରାର୍‌ ହୋଇଯାଇଥିଲେ ସେହି ପ୍ରେମିକ ମାତ୍ର ଚାରି ଦିନରେ ତାଙ୍କୁ ଧୋକା ଦେଇ ତାଙ୍କ ଟଙ୍କା, ମୋବାଇଲ ଫୋନ୍‌ ଓ ସୁନା ଅଳଙ୍କାର ନେଇ ଫେରାର୍‌ ହୋଇଗଲା ।

କୁମ୍ଭାରପଡ଼ା ଥାନା ଅଞ୍ଚଳର ନରେନ୍ଦ୍ରକୋଣ ନିବାସୀ ଏହି ମହିଳାଙ୍କୁ (ଛଦ୍ମନାମ ସୋନାଲୀ) ଏକ ଭଡ଼ା ଘରେ ଛାଡ଼ି ତାଙ୍କ ୨୩-ବର୍ଷୀୟ ପ୍ରେମିକ ରାଜା ଫେରାର୍ ହୋଇଯିବା ପରେ କାନମୁଣ୍ଡା ଆଉଁଷି ମହିଳା ଘରକୁ ଫେରିଲେ । ହେଲେ ତାଙ୍କ ସ୍ୱାମୀ ଏବେ ତାଙ୍କୁ ଘରେ ପୂରେଇ ଦେଉନାହାନ୍ତି ।

ପନ୍ଦର ବର୍ଷ ତଳେ ବିବାହ କରିଥିବା ସୋନାଲୀ ନିଜ ସ୍ୱାମୀ, ୧୦ ବର୍ଷର ପୁଅ ଓ ୧୩ ବର୍ଷର ଝିଅ ସହ ନରେନ୍ଦ୍ରକୋଣରେ ରହୁଥିଲେ । ସାତ ମାସ ତଳେ ପଡ଼ୋଶୀ ଘରେ ରହୁଥିବା ୨୩ ବର୍ଷର ଯୁବକ ରାଜା ସହ ତାଙ୍କର ପ୍ରେମ ହୋଇଯାଇଥିଲା । ରାଜାର ପ୍ରେମ ବନ୍ଧନରେ ବାନ୍ଧି ହୋଇଯିବା ପରେ ଆସ୍ତେ ଆସ୍ତେ ପରିବାର ଠାରୁ ଅଲଗା ହୋଇ ତା’ ସବ ରହିବାକୁ ଯୋଜନା କରିଥିଲେ ସୋନାଲୀ ।

ପ୍ରେମିକ ରାଜାର ଘରେ ପହଞ୍ଚିଛି ପୋଲିସ ।


ଏହା ବି ପଢ଼ନ୍ତୁସୁଧ ଉପରେ ସୁଧ ମାମଲାରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି: ୧୫ ନଭେମ୍ବର ଯାଏଁ ମିଳିଲା ରିହାତି

‘‘ଅକ୍ଟୋବର ୧୬ରେ ରାଜାର କଥାରେ ପଡ଼ି ମୁଁ ତା’ ସହ ଫେରାର ହୋଇଯାଇଥିଲି । ରାତିରେ ଘରୁ ବାହାରିଯାଇଥିଲି ଓ ତା’ ସହ ତଳମାଳିସାହିରେ ଏକ ଘର ଭଡ଼ା ନେଇ ରହୁଥିଲି । ରାଜା ଦିନରେ ମୋ’ ସହ ରହୁଥିଲା, ଆଉ ରାତିରେ ନରେନ୍ଦ୍ରକୋଣର ନିଜ ଘରକୁ ପଳାଉଥିଲା । ମୁଁ ଘରୁ ଆସିଲା ବେଳେ ତିନି ଭରି ସୁନାଗହଣା ଧରି ପଳାଇଆସିଥିଲି । ପୁଣି ଆସଲା ବେଳେ ଏଟିଏମରୁ ୪୦ ହଜାର ଟଙ୍କା ଉଠାଇଆଣିଥିଲି । ସେହି ଟଙ୍କାରୁ ରାଜା ନେଇ ଏକ ନୂଆ ମୋବାଇଲ ଫୋନ୍‌ କିଣି୍ଥିଲା । ତା’ପରେ ମୋ’ ପର୍ସରେ ଥିବା ସୁନା ଗହଣା ଓ ୨୦ ହଜାର ଟଙ୍କା ନେଇ ପଳାଇଯାଇଥିଲା ରାଜା । ସେ ଲଗାତର ଚାରି ଦିନ ନ ଆସିବାରୁ ମୁଁ ଜାଣିବାକୁ ପାଇଲି ଯେ ସେ କୁଆଡ଼େ ଫେରାର୍‌ ହୋଇଯାଇଛି । ତେଣୁ ମୁଁ ଘରକୁ ଫେରିଆସିଲି,’’ କହିଛନ୍ତି ସୋନାଲୀ ।

ତାଙ୍କ ସ୍ୱାମୀ ତାଙ୍କୁ ଏବେ ଘରେ ପୂରାଇ ନ ଦେବାର କାରଣ ସ୍ୱାମୀଙ୍କ ନଜର ବି ଟଙ୍କା ଓ ଅଳଙ୍କାର ଉପରେ ଥିଲା ବୋଲି କହିଛନ୍ତି ସୋନାଲୀ । ‘‘ମୁଁ ଘରୁ ନେଇଯାଇଥିବା ଅଳଙ୍କାର ଆଣିଲେ ଯାଇ ସେ ମୋତେ ଘରେ ପୁରାଇବେ ବୋଲି କହି ତଡ଼ିଦେଇଛନ୍ତି ମୋ’ ସ୍ୱାମୀ,’’ କହିଛନ୍ତି ସୋନାଲୀ ।

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ରହିବାକୁ ବାସ ନ ଥିବାରୁ ସୋନାଲୀ ୨୦ ତାରିଖ ରାତିରେ କୁମ୍ଭାରପଡ଼ା ଥାନାରେ ପହଞ୍ଚିଥିଲେ । ରାତିରେ ଥାନା ଦୁଆରେ ସେ ବସିଥିବା ବେଳେ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ (News18 Odia Digital) ସହ ଆଲୋଚନାରେ ସେ ଏ ସବୁ କଥା କହିଥିଲେ । ତାଙ୍କର ଏତାଲା ଗ୍ରହଣ କରାଯାଇ ଏକ ମାମଲା ରୁଜୁ ହୋଇଛି ଓ ତଦନ୍ତ ଚାଲିଛି ବୋଲି କହିଛି ପୋଲିସ୍‌ ।



ସୋନାଲୀଙ୍କ ସ୍ୱାମୀଙ୍କୁ ଥାନାକୁ ଡକାଇ ଆପୋଷ ବୁଝାମଣା କରାଯାଇଛି ବୋଲି କହିଛନ୍ତି କୁମ୍ଭାରପଡ଼ା ଥାନା ଅଧିକାରୀ କୁଳମଣୀ ସେଠୀ ।
Published by: Anand Shankar Thankur Das
First published: October 22, 2020, 8:57 PM IST
corona virus btn
corona virus btn
Loading