ପୁରୀରେ ମା’ର ଶବ ସତ୍କାର ପାଇଁ ଆସିଲେନି ୨ ପୁଅ; ୪ ଝିଅଙ୍କ କାନ୍ଧରେ ହେଲା ମା’ର ଶେଷ ଯାତ୍ରା

Puri woman’s body carried by her four daughters for last rites as sons stay away | ୩୪ରୁ ୬୦ ବର୍ଷ ବୟସର ଚାରି ବିବାହିତା ଭଉଣୀ ନିଜ କାନ୍ଧରେ ମା’ର ଶବ ବୋହି ସ୍ୱର୍ଗଦ୍ୱାର ଶ୍ମଶାନ ଘାଟକୁ ଯାଉଥିବା ଦୃଶ୍ୟ ଦେଖି ବଡ଼ ଦାଣ୍ଡରେ ଥିବା ଲୋକେ ହତବାକ୍ ହୋଇଯାଇଥିଲେ । ଏହି ଘଟଣା ପୁରୀ ସହରବାସୀଙ୍କ ମନକୁ ଆନ୍ଦୋଳିତ କରିଥିଲା ।

ମା’ର ଶବକୁ କାନ୍ଧରେ ବୋହି ଚାଲିଛନ୍ତି ଚାରି ଭଉଣୀ ।

ମା’ର ଶବକୁ କାନ୍ଧରେ ବୋହି ଚାଲିଛନ୍ତି ଚାରି ଭଉଣୀ ।

  • Share this:
News18 Odia Digital

ପୁରୀ: ଜନ୍ମକଲା ମା’କୁ ଯତ୍ନ ନେବା ଦୂରେ ଥାଉ, ସେ ମଲା ପରେ ତାକୁ କାନ୍ଧ ଦେବାକୁ ଓ ମୁଖାଗ୍ନି ଦେବାକୁ ତାଙ୍କ ଦୁଇ ପୁଅ ନ ଆସିବା ଘଟଣା ପୁରୀରେ ଆଲୋଡ଼ନ ସୃଷ୍ଟି କରିଛି । ଶ୍ରୀକ୍ଷେତ୍ରରେ ନୂଆ ବର୍ଷରେ ଦେଖିବାକୁ ମିଳିଥିଲା ଏମିତି ଏକ ହୃଦୟବିଦାରକ ଦୃଶ୍ୟ । ପରିଣତ ବୟସର ଚାରି ଜଣ ବିବାହିତା ଝିଅଙ୍କ କାନ୍ଧରେ ମା’ର ଶବ ଘରଠାରୁ ଚାରି କିଲୋମିଟର ଦୂର ସ୍ୱର୍ଗଦ୍ୱାର ଶ୍ମଶାନ ଘାଟକୁ ଯିବା ପରେ ଆଗକୁ ଦଶାହ କାର୍ଯ୍ୟ ପୁଅଙ୍କ ବିନା କରିବାକୁ ମନସ୍ତ କରିଛି ଏହି ପରିବାର ।

୩୪ରୁ ୬୦ ବର୍ଷ ବୟସର ଚାରି ବିବାହିତା ଭଉଣୀ ନିଜ କାନ୍ଧରେ ମା’ର ଶବ ବୋହି ସ୍ୱର୍ଗଦ୍ୱାର ଶ୍ମଶାନ ଘାଟକୁ ଯାଉଥିବା ଦୃଶ୍ୟ ଦେଖି ଲୋକେ ହତବାକ୍‌ ହୋଇଯାଇଥିଲେ । ନୂଆ ବର୍ଷର ପ୍ରଥମ ସକାଳର ଏହି ଦୃଶ୍ୟ ପୁରୀ ସହରବାସୀଙ୍କ ମନକୁ ଆନ୍ଦୋଳିତ କରିଥିଲା । ମଙ୍ଗଳାଘାଟ ଭୀମସେନ ନଗରରେ ଏକ ଭଡ଼ା ଘରେ ରହୁଥିବା ୮୧ ବର୍ଷୀୟା ଜଟି ସାହୁଙ୍କ ମୃତ୍ୟ ହେବା ପରେ ତାଙ୍କ ଦୁଇ ପୁଅ ତାଙ୍କ ଶବ ସତ୍କାର କରି ନ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ

ଗଲା ଆଠ ବର୍ଷ ଧରି ଜୀବନ ସାରା ମୁଢ଼ି ବିକି ଚାରି ଝିଅ ଓ ଦୁଇ ପୁଅଙ୍କୁ ମଣିଷ କରାଇଥିବା ଜଟି ସାହୁ ନିଜ ଦୁଇ ପୁଅଙ୍କଠାରୁ ନାନା ଯନ୍ତ୍ରଣା ପାଇଆସୁଥିଲେ ବୋଲି ସହିଛନ୍ତି ସ୍ଥାନୀୟ ଲୋକେ । ତାଙ୍କ ମୃତ୍ୟୁ ପରେ ବି ଦୁଇ ପୁଅ ତାଙ୍କ ମର ଶରୀର ପ୍ରତି ସମ୍ମାନ ନ ଦେଖାଇବା ଘଟଣା ସ୍ଥାନୀୟ ଲୋକଙ୍କ ମନକୁ ବ୍ୟଥିତ କରିଥିଲା । ଶେଷରେ ଜଟି ସାହୁଙ୍କ ଚାରି ବିବାହିତା ଝିଅ – ସତୀମଣୀ, ସୁଶିଳା, ସୁମିତ୍ରା ଓ ସରସ୍ୱତୀ – ମା’ର ଶବକୁ କାନ୍ଧରେ ଉଠାଇ ଶ୍ମଶାନକୁ ନେଇ ଅନ୍ତିମ ସତ୍କାର କରାଇଥିଲେ ।

୮୧ ବର୍ଷ ବୟସରେ ଜଟି ସାହୁଙ୍କ ଦେହାନ୍ତ ହୋଇଥିଲା ।


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କୁଛ କୁଛ ହୋତା ହୈ ଅଞ୍ଜଳି ଏବେ ବଡ଼ ହୋଇ ଗ୍ଲାମରସ୍ ହୋଇଛନ୍ତି; ବୋଲ୍ଡ ଫଟୋ ଶେୟାର୍ କଲେ

‘‘ଶନିବାର ଦିନ ଜଟି ସାହୁଙ୍କ ମୃତ୍ୟ ହେବା ପରେ ପରିଣତ ବୟସରେ ପହଞ୍ଚିଥିବା ତାଙ୍କ ଚାରି ଝିଅ କାନ୍ଧରେ ମା’ର ଶବ ଧରି ମଙ୍ଗଳା ଘାଟରୁ ବଡ଼ଦାଣ୍ଡ ହୋଇ ଚାରି କିଲୋମିଟର ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇଥିଲେ । ସ୍ୱର୍ଗଦ୍ୱାରରେ ଏହି ଝିଅମାନଙ୍କ ଓ ତାଙ୍କ ବନ୍ଧୁପରିଜନଙ୍କ କଥା ଶୁଣି ଦେଖଣାହାରୀଙ୍କ ଛାତି ଥରିଯାଉଥିଲା । ଚାରି ଝିଅ, ଜ୍ଵାଇଁ, ନାତି ଓ ସାହି ଲୋକ ମିଶି ଜଟିଙ୍କ ଅନ୍ତେଷ୍ଟି କ୍ରିୟା କରିଥିଲେ । ମୃତ ଜଟିଙ୍କ ଦିଅର କୁଞ୍ଜ ସାହୁ ମୁଖାଗ୍ନି ଦେଇଥିଲେ,’’ କହିଛନ୍ତି ୭୫ ବର୍ଷୀୟ ସ୍ଥାନୀୟ ବାସିନ୍ଦା କୁଞ୍ଜ ସାହୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିବାହିତ ପୁରୁଷଙ୍କ ସହ ପ୍ରେମ? ଅଭିନେତ୍ରୀ ରେଖା ଏହା ବିଷୟରେ କହିଲେ ଜାଣନ୍ତୁ - VIDEO

ସେ ଆହୁରି କହିଛନ୍ତି ଯେ ଜଟି ସାହୁ ନିଜ ଦୁଇ ପୁଅଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ମଲା ବେଳେ ପୁଅମାନେ ତାଙ୍କୁ ଛୁଇଁବେ ନାହିଁ କି ମୁଖାଗ୍ନି ଦେବେ ନାହିଁ ବୋଲି କହିଯାଇଥିଲେ । କେବଳ ତାଙ୍କ ଦିଅର ତାଙ୍କୁ ମୁଖାଗ୍ନି ଦେବ ବୋଲି ସେ କହିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସାପ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇକିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ

ବିବାହର ୨୦ ବର୍ଷ ପରେ ଜଟି ସାହୁଙ୍କ ସ୍ୱାମୀଙ୍କ ଦେହାନ୍ତ ଘଟିଥିଲା । ତା’ ପରେ ଚାରି ଝିଅ ଓ ଦୁଇ ପୁଅଙ୍କ ବୋଝ ମୁଣ୍ଡକୁ ନେଇ ସେ ମୁଢି଼ ବେପାର ଆରମ୍ଭ କରିଥିଲେ । ଦୀର୍ଘ ୨୫ ବର୍ଷ ଧରି ମୁଣ୍ଡରେ ମୁଢି଼ ବୋଝ ଧରି ଗାଁକୁ ଗାଁ ବୁଲି ବିକୁଥିଲେ ସେ । ସେହି ମୁଢି଼ ବେପାରରୁ ଅର୍ଥ ଉପାର୍ଜନ କରି ଚାରି ଝିଅ ଓ ଦୁଇ ପୁଅଙ୍କୁ ମଣିଷ କରି ବିବାହ କରାଇଥିଲେ । ହେଲେ ଶେଷ ଜୀବନରେ ଦୁଇ ପୁଅଙ୍କ ଅତ୍ୟାଚାର ତାଙ୍କ ପାଇଁ ଦୁଃସହ ହୋଇପଡି଼ଥିଲା ।

ଜଟି ସାହୁଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଥିବା ତାଙ୍କ ଚାରି ଝିଅ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ବାଣୀ କପୁର୍: ଗ୍ରାଜୁଏସନ୍ ପରେ ହୋଟେଲ୍ରେ କାମ କଲେ, ତାପରେ ମଡେଲିଂ, ଏବେ ଅଭିନୟ

‘‘ଆମ ଦୁଇ ଭାଇଙ୍କ ପାଖରେ ମା’ ରହୁଥିବା ବେଳେ ତା’ର ଦେହ ଖରାପ ରହୁଥିଲା । ହେଲେ ସେମାନେ ତାକୁ ଠିକ୍‌ ଭାବେ ଖାଇବାକୁ ଦେଉ ନ ଥିଲେ କି ତା’ ସେବା ସୁଶୃଶା କରୁ ନ ଥିଲେ । ମୋ’ ଭଉଣୀ ସତୀମଣୀ ପ୍ରତି ଦିନ ଖାଇବା ନେଇ ମା’କୁ ଦେଉଥିଲା । ଭାଇମାନଙ୍କ ନିର୍ଯ୍ୟାତନା ବଢିବାରୁ ମା’କୁ ଆଣି ନିଜ ଭଡ଼ା ଘରେ ରଖିଥିଲେ ସତୀମଣି । ଦଶ ଦିନ ପାଖରେ ରଖି ସେବା କରିବା ପରେ ଶନିବାର ଅପରାହ୍ଣରେ ମା’ର ମୃତ୍ୟୁ ହୋଇଥିଲା । ମା’ ମଲା ବେଳେ କହିଯାଇଥିଲା ‘ମୋ’ ପୁଅମାନେ ମୋତେ ଛୁଇଁବେ ନାହିଁ କି ଚାରି କାନ୍ଧ ଦେବେ ନାହିଁ’ । ଆମ ଦାଦା ତାକୁ ମୁଖାଗ୍ନି ଦେବେ ବୋଲି ସେ ଆମକୁ କହିଥିଲା,’’ କହିଛନ୍ତି ଜଟି ସାହୁଙ୍କ ବଡ଼ ଝିଅ ସୁଶୀଳା ସାହୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମାଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

ମଝିଆଁ ଝିଅ ସତୀମଣୀ ସାହୁ କହିଛନ୍ତି ଯେ ମା’ଙ୍କ ପାଇଁ ଚାରି ଭଉଣୀଙ୍କ ଦେହରେ ବଳ ଆସିଯାଇଥିଲା । ‘‘ସବୁ କିଛି ଭୁଲି ଆମେ ଅଣ୍ଟାରେ ଲୁଗା ଭିଡି଼ ମା’ର ଶବକୁ କାନ୍ଧେଇ ବାହାରି ପଡି଼ଥିଲୁ । ବଡ଼ ଡାଣ୍ଡରେ ଲୋକେ ଆମକୁ ଦେଖୁଥିଲେ, ହେଲେ ଆମେ କୌଣସି କଥାକୁ ଭୃକ୍ଷେପ ନ କରି ଚାଲିଥିଲୁ । ମା’ ପାଇଁ ଏହି କାମ ତ କିଛି ନୁହେଁ । ମା’ଙ୍କ ଦିଅର ମୁଖାଗ୍ନି ଦେଇ ନ ଥିଲେ ଆମେ ମୁଖାଗ୍ନି ଦେଇଥାନ୍ତୁ । ଆଗକୁ ଦଶାହ କାର୍ଯ୍ୟ ବି ଦୁଇ ଭାଇଙ୍କ ବିନା କରିବାକୁ ମନସ୍ତ କରିଛୁ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ମିଶାଇ ସ୍ତ୍ରୀ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଶାଳୀଙ୍କ ପ୍ରାଣ ଗଲା

‘‘ପୁରୀ ବଡ଼ ଦାଣ୍ଡରେ ଏଭଳି ଦୃଶ୍ୟ ଆମେ କେବେ ଦେଖି ନ ଥିଲୁ । ନୂଆ ବର୍ଷର ପ୍ରଥମ ସକାଳେ ଏମିତି ଦୃଶ୍ୟ ଦେଖି ଆମେ ଚକିତ ହୋଇପଡି଼ଥିଲୁ । ମୃତା ଜଟି ସାହୁଙ୍କ ଚାରି ଝିଅଙ୍କ ଏହି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ନିଶ୍ଚୟ ଏକ ଆଦର୍ଶ ହୋଇ ରହିବ । ପ୍ରଭୁ କୌଣସି ମା’ ଓ ବାପାକୁ ଏମିତି ଅବସ୍ଥାକୁ ନ ଆଣନ୍ତୁ,’’ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ବରିଷ୍ଠ ସେବାୟତ ୫୪ ବର୍ଷୀୟ ନାରାୟଣ ମହାପାତ୍ର ।
Published by:Anand S.T. Das
First published: