ପୁରୀ ଜିଲ୍ଲାରେ ଫନି ବାତ୍ୟା ସହାୟତା ଟଙ୍କା ଯୋଗାଇ ଦେବା ନାଁରେ ଗାଁ ଗାଁରେ ମାତିଛନ୍ତି ଠକ
କେତେକ ଯୁବକ ବିଭିନ୍ନ ଗାଁରେ ପହଞ୍ଚି ଜିଲ୍ଲପାଳଙ୍କ ଅଫିସରୁ ଫନିରେ ଘର ଭଙ୍ଗା ସହାୟତା ଦେବାକୁ ଆସିଛନ୍ତି ବୋଲି କହି ଲୋକଙ୍କ ଠାରୁ ଟଙ୍କା ଠକି ନେଉଥିବା ଦେଖାଯାଇଛି । ବହୁ ଗ୍ରାମବାସୀ ଅର୍ଥ ଲୋଭରେ ଠକାମିର ଶିକାର ହେଉଛନ୍ତି ।

ବାତ୍ୟା ଫନି ପୁରୀ ଜିଲ୍ଲାରେ ବ୍ୟାପକ କ୍ଷତି କରିଥିଲା । (ରୟଟର୍ସ୍ ଫାଇଲ୍ ଫଟୋ)
- News18 Odia
- Last Updated: January 21, 2021, 7:32 PM IST
ପୁରୀ: ଫନି ବାତ୍ୟାରେ ପୁରୀ ଜିଲ୍ଲାବାସୀମାନେ ବ୍ୟାପକ କ୍ଷୟକ୍ଷତି ସହିଥିଲେ ବି ଏଯାବତ୍ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମିଳିପାରିନି ସହାୟତା । ଜିଲ୍ଲାପାଳଙ୍କ ଅଫିସ ହେଉ କି ବ୍ଲକ ଅଫିସ, ହିତାଧିକାରୀମାନେ ସବୁ ଜାଗାକୁ ଦୌଡି ଦୌଡି ନୟାନ୍ତ ହେଲେ ବି ଫନି ସହାୟତା ମିଳୁନାହିଁ ବୋଲି କହିଛନ୍ତି । ଏହି ସ୍ଥିତିର ସୁଯୋଗ ନେଇ ଏବେ ଜିଲ୍ଲାର ଅନେକ ଅଞ୍ଚଳର ଗାଁ ଗାଁରେ ମାତିଛନ୍ତି ଠକମାନେ ।
କେତେକ ଯୁବକ ବିଭିନ୍ନ ଗାଁରେ ପହଞ୍ଚି ନିଜକୁ ଜିଲ୍ଲପାଳଙ୍କ ଅଫିସରୁ ଫନିରେ ଘର ଭଙ୍ଗା ସହାୟତା ପାଇଁ ଆସିଥିବା କହି ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ଠକି ନେଉଥିବା ଦେଖାଯାଇଛି । ବହୁ ଗ୍ରାମବାସୀ ଅର୍ଥ ଲୋଭରେ ଏ ଭଳି ଠକାମିର ଶିକାର ହେଉଛନ୍ତି ।
ଏହା ବି ପଢ଼ନ୍ତୁ | ଆମେରିକାରେ ନୂଆ ଯୁଗର ଆରମ୍ଭ ହେଲା; ଜୋ ବାଇଡେନ୍ President ଓ କମଳା ହ୍ୟାରିସ୍ VP ରୂପେ ଶପଥ ନେଲେ

ପୁରୀ ଜିଲ୍ଲାର ବିଭିନ୍ନ ଗାଁରେ ଠକମାନେ ଫନୀ ସହାୟତା ଦେବା ନାଁରେ ପହଞ୍ଚୁଛନ୍ତି ।
‘‘ସେହି ଯୁବକ ମୋତେ କହିଲେ ଯେ ତାଙ୍କୁ ୨୫ ହଜାର ଟଙ୍କା ଆଗୁଆ ଦେଲେ ସେ ଚେକ୍ ଦେବେ । ଘରେ ଟଙ୍କା ନାହଁ ବୋଲି ମୁଁ କହିଲି । ଟଙ୍କା ଯୋଗାଡ କଲେ ତାଙ୍କୁ ଦେବି ବୋଲି କହି ଚେକଟି ଦେଇକରି ଯା’ନ୍ତୁ ବୋଲି ତାଙ୍କୁ ଅନୁରୋଧ କଲି । ସେ ମୋ’ ଆଧାର କାର୍ଡର ଏକ ଫଟୋକପିରେ ଦସ୍ତଖତ କରାଇ ନେଲେ । ତା’ ପରେ ଜାଲ ଚେକ୍ ମୋତେ ଧରେଇ ଦେଇ ‘ମୁଁ ଆସୁଛି, ଆପଣ ଟଙ୍କା ଯୋଗାଡ କରନ୍ତୁ’ ବୋଲି କହି ପଳାଇଥିଲେ,’’ କହିଛନ୍ତି ସୁଷମା ମଲ୍ଲିକ ।
ଏହା ବି ପଢ଼ନ୍ତୁ | ମୁମ୍ବାଇରେ ନାମୀ-ଦାମୀ ଦେହ ବ୍ୟବସାୟ ଧରା ପଡ଼ିଲା; ୮ ଜଣ ମଡେଲଙ୍କୁ ଉଦ୍ଧାର କଲା ପୋଲିସ
ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ସେହି ଚେକଟିକୁ ନେଇ ବ୍ୟାଙ୍କର ଏକ ଶାଖାରେ ଦେଖାଇବାରୁ ତାହା ଜାଲ୍ ବୋଲି ଜାଣିଥିଲେ ମଲ୍ଲିକ । ‘‘ତା’ ପରେ ଆମ ପରିବାର ଲୋକେ ଉକ୍ତ ଯୁବକକୁ ଖୋଜା ଖୋଜି କରିଥିଲୁ, ହେଲେ ତାଙ୍କୁ ପାଇଲୁ ନାହିଁ । ଉପସ୍ଥିତ ବୁଦ୍ଧି ଯୋଗୁଁ ଠକାମିରୁ ବଞ୍ଚିଗଲୁ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ତୁର୍କୀର ଏହି ଧାର୍ମିକ ନେତାଙ୍କର ୧,୦୦୦ ଜଣ ଗର୍ଲଫ୍ରେଣ୍ଡ ଥିଲେ; ତାଙ୍କୁ ୧,୦୭୫ ବର୍ଷ ଜେଲ୍ ଦଣ୍ଡ ମିଳିଛି
‘‘ଖାଲି ସୁଷମା ମଲ୍ଲିକ ନୁହଁନ୍ତି, କଣାସର ମାନପୁର, କତପଡା, ଜଙ୍ଘାର, ହରିପୁର ଓ ନାଗଣ ଆଦି ବିଭିନ୍ନ ଗ୍ରାମରୁ ଜାଲ ଚେକ୍ ଦେଇ ଟଙ୍କା ଓ ସୁନାଗହଣା କିଛି ଲୋକ ଠକି ନେଇଥିବା ଜଣାପଡିଛି । ସେମାନେ ଜିଲ୍ଲାପାଳଙ୍କ ଅଫିସରୁ ଆସିଥିବା କହି ଆଧାର କାର୍ଡ ନେଇ ୨୫ ହଜାର ବା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ତାଙ୍କୁ ଦେଲେ ତିନି ଲକ୍ଷ ଟଙ୍କାର ସହାୟତା ଯୋଗାଇଦେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଛନ୍ତି । ବାରମ୍ବାର ଠକାମି ଖବର ପ୍ରସାରଣ ହେଉଥିଲେ ବି ଲୋକେ ଲୋଭର ବଶବର୍ତ୍ତୀ ହୋଇ ଏଭଳି ଠକଙ୍କ ହାବୁଡରେ ପଡିଯାଉଛନ୍ତି,’’ କହିଛନ୍ତି କଣାସ ବାସିନ୍ଦା ବିମ୍ବାଧର ବଡ଼ଜେନା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ନୋରା ଫତେହି ଓ ମଲାଇକା ଅରୋଡ଼ାଙ୍କ ମଧ୍ୟରେ ଏହି ନୃତ୍ୟ ପ୍ରତିଯୋଗିତା ଦେଖି ଲୋକେ ତାଜୁବ୍ ହେଲେ
ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ‘‘ଫନିର ସର୍ଭେ କରାଯାଇ ବିସ୍ଥାପିତଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ତା’ ପରେ କିଛି ଲୋକଙ୍କ ଆକାଉଣ୍ଟକୁ ଭୁଲରେ ଟଙ୍କା ଯାଇଥିବାରୁ ସେହି ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରାଯାଇଥିଲା । ହେଲେ ଏବେ ତା’ର ସମାଧାନ ହୋଇଛି । ଜିଲ୍ଲାପାଳଙ୍କ ଅଫିସରୁ କୌଣସି ଅଫିସରଙ୍କୁ ଲୋକଙ୍କ ପାଖକୁ ଯାଇ ଚେକ୍ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇନି । ଯଦି କେହି ଏମିତି ଖବର ପାଉଛନ୍ତି ତୁରନ୍ତ ପ୍ରଶାସନ ବା ପୋଲିସରେ ଅଭିଯୋଗ କରି ସେମାନଙ୍କୁ ଧରିବାରେ ସହାୟତା କରନ୍ତୁ ।’’
ଫନି ସହାୟତା ସଂକ୍ରାନ୍ତୀୟ କୌଣସି ଗୁଜବରେ ବିଶ୍ୱାସ ନ କରି ଠକାମିରେ ନ ପଡ଼ିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଉପଜିଲ୍ଲାପାଳ ।