News 18 Odia Digital
ଭୁବନେଶ୍ୱର: ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ (vedanta university) ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର (sambit patra) । ପ୍ରେସମିଟ୍ କରି ସମ୍ବିତ କହିଛନ୍ତି ଯେ, ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଇ ଆଇନ କାନୁନର କିଭଳି ଉଲ୍ଲଂଘନ କରିଥିଲେ ରାଜ୍ୟ ସରକାର, ତାହା ସାମ୍ନାକୁ ଆସିଛି ।
ସମ୍ବିତ ଅଭିଯୋଗ କରିଛନ୍ତି, ଏହି ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ସରକାର ୨ଟି ନଈ (river)କୁ ଅନୀଲ ଅଗ୍ରୱାଲଙ୍କ କଂପାନୀ (company) ବେଦାନ୍ତ ହାତକୁ ଟେକି ଦେଇଥିଲେ । ଫଳରେ ନୂଆ ନଈ ଓ ନଳା ନଈର ମାଲିକ ହୋଇଥାଆନ୍ତା ବେଦାନ୍ତ କଂପାନୀ । ଏହାଦ୍ବାରା ପ୍ରଭାବିତ ହୋଇଥାଆନ୍ତେ ପୁରୀବାସୀ । ସେହିଭଳି ପ୍ରସ୍ତାବିତ ଏହି ବିଶ୍ବବିଦ୍ୟାଳୟ ପାଇଁ ଯେଉଁ ଜମି ଅଧିଗ୍ରହଣ ହୋଇଥିଲା, ସେଥିରେ ମଧ୍ୟ ବ୍ୟାପକ ଆଇନର ଉଲ୍ଲଂଘନ କରିଥିଲେ ରାଜ୍ୟ ସରକାର (state govt) । କଂପାନୀ ହାତରେ ଜମି ଟେକି ଦେବା ପାଇଁ ପରିବେଶ ସୁରକ୍ଷାକୁ ରାଜ୍ୟ ସରକାର ଅଣଦେଖା କରିଥିଲେ ବୋଲି ସମ୍ବିତ ଅଭିଯୋଗ କରିଛନ୍ତି । ଗତକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ପୂର୍ବ ରାୟକୁ କାଏମ ରଖିଥିଲେ । ସୁପ୍ରିମକୋର୍ଟ (supreme court) ରାୟରେ କହିଛନ୍ତି ଯେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଯେଉଁ ଜମି ଅଧିଗ୍ରହଣ କରିଛନ୍ତି, ସେ ପ୍ରକ୍ରିୟା ସଂପୂର୍ଣ୍ଣ ବେଆଇନ ।
ବେଦାନ୍ତ ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ (pramila mallik) । ସେ କହିଛନ୍ତି, ସରକାର ଯାହା କଲେ ବି ବିରୋଧୀ ସମାଲୋଚନା କରୁଛନ୍ତି । ସରକାର ସାଧାରଣ ଲୋକଙ୍କ ପାଇଁ ଯେତେ କାମ କଲେ ବି ବିରୋଧୀ କେବେ ପ୍ରଶଂସା କରିବେ ନାହିଁ । ତେବେ ରାଜ୍ୟ ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ, ତେଣୁ ଯାହା ଲୋକଙ୍କର ସ୍ବାର୍ଥରେ ଯିବ, ସେଇ ଅନୁଯାୟୀ ସରକାର କାର୍ଯ୍ୟ କରିବେ । ତେବେ ବେଦାନ୍ତ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଖିବା ପରେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ପ୍ରମିଳା ।
ଏହି ଖବର ପଢ଼ନ୍ତୁ -
http://ଆକାଶରୁ ଝରୁଛି ନିଆଁ ! ୪୦ ଡିଗ୍ରୀ ଉପରେ ୫ ସହରର ତାପମାତ୍ରାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।