ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀ: ଶ୍ରୀମନ୍ଦିରରେ ବଡ଼ ଧରଣର ଅଘଟଣ ଘଟିଲା; ବିପଦର ପୂର୍ବାଭାସ ବୋଲି କହିଲେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିରରେ ବଡ଼ ଧରଣର ଅଘଟଣ ଘଟିଲା; ବିପଦର ପୂର୍ବାଭାସ ବୋଲି କହିଲେ ଶ୍ରଦ୍ଧାଳୁ

ନୀଳଚକ୍ର ବାନା ଲାଗିଥିବା ବାଉଁଶର ତଳବାନ୍ଧୁଣି ଅର୍ଥାତ କରଡା ଫାସ ନଥିବା ଯୋଗୁଁ ପବନରେ ଭୁଷୁଡି ପଡିବା ସହ ନୀଳଚକ୍ରରେ ଝୁଲି ରହିଥିଲା । ଏଭଳି ଘଟଣା ଭକ୍ତ ମାନଙ୍କୁ ବିଚଳିତ କରିଛି ।

ପୁରୀ: ଶ୍ରୀମନ୍ଦିରରେ ବଡ଼ ଧରଣର ଅଘଟଣ ଘଟିଲା; ବିପଦର ପୂର୍ବାଭାସ ବୋଲି କହିଲେ ଶ୍ରଦ୍ଧାଳୁ
ଶ୍ରୀମନ୍ଦିରରେ ବଡ଼ ଧରଣର ଅଘଟଣ ଘଟିଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ରାଜ୍ୟ କରୋନା ମହାମାରୀର ଦ୍ୱିତୀୟ ଲହର ସହ ଲଢ଼େଇ କରୁଥିବା ବେଳେ ଏହି ସମୟରେ ଶ୍ରୀମନ୍ଦିରରେ ଏକ ବଡ଼ ଧରଣର ଅଘଟଣ ଘଟିଛି । କାଳବୈଶାଖିରେ ପ୍ରଭାବରେ ଶ୍ରୀମନ୍ଦିରର ନୀଳଚକ୍ରର ବାଉଁଶ ଭୁଷୁଡି ପଡ଼ିଛି । ନୀଳଚକ୍ର ବାନା ଲାଗିଥିବା ବାଉଁଶର ତଳବାନ୍ଧୁଣି ଅର୍ଥାତ କରଡା ଫାସ ନଥିବା ଯୋଗୁଁ ପବନରେ ଭୁଷୁଡି ପଡିବା ସହ ନୀଳଚକ୍ରରେ ଝୁଲି ରହିଥିଲା । ଏଭଳି ଘଟଣା ଭକ୍ତ ମାନଙ୍କୁ ବିଚଳିତ କରିଛି ।

"ଯେତେବେଳେ ବି ବିପଦ ଆସେ ମହାପ୍ରଭୁଙ୍କ ନୀଳଚକ୍ରରୁ ଏହାର ପୂର୍ବାଭାସ ମିଳିଥାଏ । ଏଣୁ କରୋନା କାଳରେ ମହାପ୍ରଭୁଙ୍କର ଏଭଳି ସଂକେତକୁ ନେଇ କେହି କେହି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି," କହିଛନ୍ତି ଶ୍ରଦ୍ଧାଳୁ ୪୫ ବର୍ଷୀୟ ମାନସ ସିଂ।

"ମଙ୍ଗଳବାର ଦିନ ପୁର୍ବାହ୍ନ ପ୍ରାୟ ଗୋଟାଏ ବାଜି ୩୦ ମିନିଟ୍ । କେଉଁ ଆଡୁ ଘୋଟି ଆସିଲା କାଳବୈଶାଖି।କଳା ମେଘର ବାଦଲରେ ଢାଙ୍କି ହୋଇଯାଇଥିଲା ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର । ଝଡବତାସରେ ଦିଶୁନଥାଏ ଶ୍ରୀକ୍ଷେତ୍ର । ପବନ ସହ ପ୍ରବଳ ବର୍ଷା ସହରକୁ ଅନ୍ଧକାର ଘୋଟି ରଖିଥାଏ । ସେହି ସମୟରେ କାଳବୈଶାଖି ଯୋଗୁଁ ଶ୍ରୀମନ୍ଦିରର ନୀଳଚକ୍ର ବାନା ଲାଗିଥିବା ବାଉଁଶଟିର ଢେର ଲାଗିଥିବା ସ୍ଥାନରୁ ଖସି ଯାଇଥିଲା । ଫଳରେ ନୀଳଚକ୍ର ଉପର ଅଂଶର କରଡା ଫାସରେ ଝୁଲି ପଡିଥିଲା । ତେବେ କେବଳ ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ଖୋଦ୍ ଚୁନରା ସେବକଙ୍କ କଥାରୁ ସ୍ପଷ୍ଟ ବାରିହୋଇପଡିଛି," କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ।

"ନୀଳଚକ୍ର ବାନା ଲାଗିଥିବା ବାଉଁଶଟିର ଲମ୍ବ ପ୍ରାୟ ୨୫ ହାତ ହୋଇଥାଏ । ମାତ୍ର ଏବେ ୧୪ରୁ ୧୬ ହାତ ଲମ୍ବର ବାଉଁଶ ଲାଗୁଛି । ବାଉଁଶକୁ ନିଳଚକ୍ରର ଉପର ଭାଗରେ ଥିବା ପଦ୍ମପାଖୁଡା ଓ ତଳ ଭାଗରେ ଥିବା ଅଖରେ ବନ୍ଧାଯାଇଥାଏ । ଯେହେତୁ ଏଥିରେ କୌଣସି ଧାତବ ପଦାର୍ଥରେ ପ୍ରସ୍ତୁତ ତାର କିମ୍ବା ଦଉଡି ବ୍ଯବହାର ହୋଇନଥାଏ । ପତିତପାବନ ବାନାରେ ପ୍ରସ୍ତୁତ କରଡା ଫାସରେ ବନ୍ଧା ହୋଇ ବାଉଁଶକୁ ମଜବୁତ ରଖାଯାଏ । ହେଲେ ଆଜି ବାଉଁଶରେ କେବଳ ଗୋଟିଏ ଅଂଶରେ ବନ୍ଧାଯାଇଥିଲା । ନୀଳଚକ୍ରର ଉପର ଅଂଶର ପଦ୍ମପାଖୁଡାରେ ବନ୍ଧାଯାଇଥିଲେ ମଧ୍ୟ ତଳ ଅଂଶକୁ ତଳେ ଢେର ଦେଇ ଛାଡି ଦିଆଯାଇଥିଲା । ଫଳରେ କାଳବୈଶାଖିର ପବନରେ ଏହା ଭୁଷୁଡି ପଡିଥିଲା । ତେବେ ଏଥିଯୋଗୁଁ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନାହିଁ," କହିଛନ୍ତି ଚୂନରା ସେବାୟତ ୫୨ ବର୍ଷୀୟ ଡ଼ ଶରତ ମହାନ୍ତି ।

"ପୂର୍ବରୁ ଶହେ, ଦେଢ ଶହ ଓ ୫୦ ହାତିଆ ବାନା ଲାଗୁଥିଲା । ଏବେ ନୀଳଚକ୍ରର ସୁରକ୍ଷା ପାଇଁ ଏତେବଡ ବାନା ଲଗାଯାଉ ନାହିଁ । ମାତ୍ର ମଙ୍ଗଳବାରରେ ବର୍ଷା ପବନରେ ପଡିଥିଲା ନୀଳଚକ୍ର ବାନା ଗୁଡ଼ାଇ ହୋଇ ପଡ଼ିଥିଲା ଶୂନ୍ୟ ଗଣ୍ଠି । ଏହି ଗଣ୍ଠିକୁ ଅତ୍ୟନ୍ତ ଶୁଭ ଦାୟକ । ଏହାକୁ ନେଇ ଯିଏ ଘରେ ବା ବ୍ୟବସାୟିକ ପ୍ରତିଷ୍ଠାନ ରଖନ୍ତି ତାହା ବେଶ ଫଳପ୍ରଦ ହୋଇଥାଏ । ଖାଲି ଏତିକି ନୁହେଁ ଚୂନରା ସେବକଙ୍କ ଦ୍ୱାରା ଗରୁଡ଼ ସ୍ନାନ ଜଳ, ଗଛ ଚାଉଳ ଆଦି ମଧ୍ୟ ବ୍ୟାଧି ଉପକାରୀ ବୋଲି ପୂର୍ବରୁ ଲୋକାଚାରରେ ରହିଆସିଛି," କହିଛନ୍ତି ଚୂନରା ସେବକ ସେବାୟତ ଶରତ ମହାନ୍ତି ।

ଚୂନରା ସେବାୟତଙ୍କର ଟିକେଟିକେ ଅବହେଳା ପାଇଁ ନୀଳଚକ୍ର ପ୍ରତି ବିପଦ ସୃଷ୍ଟି ହୋଇଛି । ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ନତତ୍ତ୍ୱ ବିଭାଗ ସହ ସେବାୟତ ମାନେ ଅଧିକ ଯତ୍ନବାନ ହେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
Published by: Jagdish Barik
First published: May 13, 2021, 7:43 PM IST