ପୁରୀ: ରତ୍ନ ଭଣ୍ଡାର ଅଳଙ୍କାରର ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ଆଇନ ବିଭଗ ଚିଠି ଲେଖିଲା

୧୯୮୫ ଜୁଲାଇ ୧୪ ତାରିଖରେ ଶେଷ ଥର ପାଇଁ ମହାପ୍ରଭୁଙ୍କ ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିଲା । ଏହି ସମୟରେ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଗଣତି ହୋଇଥିଲା ।

ପୁରୀ: ରତ୍ନ ଭଣ୍ଡାର ଅଳଙ୍କାରର ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ଆଇନ ବିଭଗ ଚିଠି ଲେଖିଲା
ପୁରୀର ଶ୍ରୀମନ୍ଦିର
  • News18 Odia
  • Last Updated: August 27, 2020, 7:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ଅନେକ ବାଦ ବିବାଦ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାରର ଅନୁଧ୍ୟାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଆଇନ ବିଭାଗ ଶ୍ରୀ ମନ୍ଦିର ପ୍ରଶାସନକୁ ଚିଠି ଲେଖିଛି । ମହାପ୍ରଭୁଙ୍କ ଭିତର ରତ୍ନ ଭଣ୍ଡାରର ଅଳଙ୍କାରର ଅନୁଧ୍ୟାନ ଓ ମୁକ୍ତିମଣ୍ଡପରେ ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ଦିଲ୍ଲୀପ କୁମାର ବରାଳ ଓ ଦୁର୍ଗାପ୍ରସାଦ ମହାପାତ୍ର ନାମକ ଦୁଇଜଣ ବ୍ୟକ୍ତି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ସେମାନଙ୍କର ଆବେଦନ ଆଧାରରେ ରାଜ୍ୟ ଆଇନ ବିଭାଗ ଗତ ୧୮ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଚିଠି ଲେଖି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ କହିବା ସହ ଉଭୟ ବିଭାଗ ଓ ଆବେଦନକାରୀଙ୍କୁ ଅବଗତ କରାଇବାକୁ କହିଛନ୍ତି ।

କେବେ ଖୋଲା ଯାଇଥିଲା ରତ୍ନ ଭଣ୍ଡାର ଓ କଣ ଅଳଙ୍କାର ରହିଛି
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରତ୍ନ ଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନିଆଯାଇ ନାହିଁ । ୧୩ ମେ ୧୯୭୮ ରୁ ୨୩ ଜୁଲାଇ ୧୯୭୮ ମଧ୍ୟରେ ତାଲିକା କରାଯାଇଥିବା ସୁନା ରୂପା ସାମଗ୍ରୀ ସୁରକ୍ଷିତ ଥିବା ବିଧାନସଭାରେ ଉତ୍ତର ରଖି କହିଥିଲେ ମନ୍ତୀ ପ୍ରତାପ ଜେନା । ୨୦୧୯ ନଭେମ୍ବର ୧୯ ତାରିଖରେ ବିଧାନସଭାରେ ମନ୍ତ୍ରୀ ଏହାର ଲିଖିତ ଉତ୍ତର ରଖିଥିଲେ । ଆଇନ ମନ୍ତ୍ରୀ ଆହୁରି କହିଥିଲେ ଯେ, ୧୯୮୫ ଜୁଲାଇ ୧୪ ତାରିଖରେ ଶେଷଥର ପାଇଁ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ଏହି ସମୟରେ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଗଣତି ହୋଇଥିଲା । ତେବେ ଏହାର ପରିମାଣ ୧୨ ହଜାର ୮୩୮ ଭରି ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ।

୨୩୬ଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ରତ୍ନ ଭଣ୍ଡାରରେ ରହିଥିବା ଆଇନ ମନ୍ତ୍ରୀ କହିଛନ୍ତି । ଏ ଅଳଙ୍କାର ମଧ୍ୟରୁ ୮ଟି ସୁନା ମୂର୍ତ୍ତି, ୬ଟି ରୂପା ବାସନ ଓ ରୂପା ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇ ପାରିନଥିବାରୁ ଏହାର ପରିମାଣ ଆକଳନ କରାଯାଇପାରି ନାହିଁ । ଏଗୁଡ଼ିକ ମୋଟ୍ ଓଜନ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ଗୃହକୁ ସୂଚନା ପ୍ରଦାନ କରିଛନ୍ତି ମନ୍ତ୍ରୀ ।

କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ


କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଶେଷଥର ପାଇଁ କେବେ ରତ୍ନ ଭଣ୍ଡାର ଖୋଲାଯାଇଥିଲା ଓ ସେ ସମୟରେ କଣ କଣ ରତ୍ନ କେତେ ପରିମାଣର ଥିଲା ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ । ରତ୍ନ ଭଣ୍ଡାର ଭିତରେ ଯାଞ୍ଜ କରିବା ନେଇ ଶ୍ରୀ ମନ୍ଦିର ପ୍ରଶାସନକିୁ ଆଇନ ବିଭାଗ ଲେଖିଥିବା ଚିଠି ଉପରେ ପ୍ରତିକ୍ରିୟାରେ ସେ କହିଛନ୍ତି ''ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏକ କମିଟି ଗଠନ କରି ରତ୍ନ ଭଣ୍ଡାର ସରକାର ଖୋଲନ୍ତୁ । ୨୧ ଜଣିଆ ଏକ କମିଟି ଗଠନ କରାଯାଉ । କସିଟି ଆଗରେ ପୁଙ୍ଖାନୁପୁଙ୍ଖ ହିସାବ କରାଯାଉ ।''

ରତ୍ନ ଭଣ୍ଡାରର ଚାବି ଚୋରୀ ଯୋଗୁଁ ରତ୍ନ ଭଣ୍ଡାର ଖୋଲିାଯାଇ ପାରିଲା ନାହିଁ । ଚାବିକୁ ହଜେଇ ଦେଲେ ଆଉ ଏ ପାପରେ ସାମିଲ ଥିବା ଅଧିକାରୀ ମନ୍ତ୍ରୀ ବା ଯେଉଁମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କୁ ଯେଉଁଦିନ ଦଣ୍ଡିତ କରାଯିବ ସେଇଦିନ ହିଁ ଲୋକେ ଶାନ୍ତି ପାଇବେ । ଏହି ମିଛି ମିଛିକା ଚିଠି ଲେଖିବା ଅଭ୍ୟାସ ବନ୍ଦ କରନ୍ତୁ,'' କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ। ତେବେ ଏହାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।
Published by: Jagdish Barik
First published: August 27, 2020, 7:52 PM IST
corona virus btn
corona virus btn
Loading