ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚମକୁଛି ପୁରୀ ସ୍ୱର୍ଗଦ୍ୱାର; ନବୀକରଣ ପରେ ଲୋକାର୍ପିତ ହେଲା; ଆରମ୍ଭ ହେଲା ଶବଦାହ କାର୍ଯ୍ୟ

ଚମକୁଛି ପୁରୀ ସ୍ୱର୍ଗଦ୍ୱାର; ନବୀକରଣ ପରେ ଲୋକାର୍ପିତ ହେଲା; ଆରମ୍ଭ ହେଲା ଶବଦାହ କାର୍ଯ୍ୟ

ତେଲେଙ୍ଗାନାର ଶ୍ମଶାନ ଘାଟ ମହାପ୍ରସ୍ଥାନମ୍ ଢାଞ୍ଚାରେ ଉନ୍ନତିକରଣ ହେବା ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି ସ୍ୱର୍ଗଦ୍ୱାରର ରୂପ । ଏବେ ଝଟକୁଛି ସମଗ୍ର ପରିବେଶ । ଅଧା ଅଞ୍ଚଳକୁ ଶବ ସତ୍କାର ପାଇଁ ରଖି ଅନ୍ୟ ଅଧାରେ ତିଆରି ହୋଇଛି ଟିକେଟ ଘର ଓ ପ୍ରତୀକ୍ଷାଳୟ ।

ଚମକୁଛି ପୁରୀ ସ୍ୱର୍ଗଦ୍ୱାର; ନବୀକରଣ ପରେ ଲୋକାର୍ପିତ ହେଲା; ଆରମ୍ଭ ହେଲା ଶବଦାହ କାର୍ଯ୍ୟ
ସ୍ୱର୍ଗଦ୍ୱାର ଲୋକାର୍ପଣ ପୂର୍ବରୁ ହୋମ ଯଜ୍ଞ ସମୟରେ ଜିଲ୍ଲାପାଳ ଉପସ୍ଥିତ ଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ହିନ୍ଦୁମାନଙ୍କର ଭାବାବେଗ ସହ ଜଡି଼ତ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପିଣ୍ଡିଗୁଡ଼ିକର ଲୋକାର୍ପଣ ହେବା ସହ ଶବଦାହ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ୱର୍ଗଦ୍ୱାରର ନବୀକରଣ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିବା ଅନୁଦାନ ରାଶିରେ ପ୍ରାଥମିକ ପର୍ଯ୍ୟାୟରେ ୨୮ଟି ଶବଦାହ ପିଣ୍ଡି କାର୍ଯ୍ୟ ସରିବା ପରେ ବ୍ରାହ୍ଣଣମାନଙ୍କ ଦ୍ୱାରା ସମ୍ପନ୍ନ ହୋମ ଯଜ୍ଞ ମଧ୍ୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହାର ଲୋକାର୍ପଣ କରିଛନ୍ତି ।

ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରାଯାଉଥିବା ବେଳେ ସ୍ୱର୍ଗଦ୍ୱାରର ଉନ୍ନତିକରଣ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ ପଟ୍ଟନାୟକ । ଏଥି ପାଇଁ ସ୍ୱର୍ଗଦ୍ୱାରରେ ଥିବା ବିଜୁ ବାବୁଙ୍କ ସମାଧି ସ୍ଥଳ ହଟାଇ ତ୍ୟାଗର ପରିଚୟ ଦେଇଥିଲେ ସେ । ତା’ ପରେ କ୍ୟାବିନେଟରେ ସ୍ୱର୍ଗଦ୍ୱାର ପାଇଁ ୫ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର ହୋଇଥିଲା ଓ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାକି ଥିବା ଆଡମିନିଷ୍ଟ୍ରେଟିଭ ବ୍ଲକ୍‌ ଓ ବିଶ୍ରାମ ସ୍ଥଳ ଆଦିକୁ ଜୁଲାଇ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ସ୍ୱର୍ଗଦ୍ୱାରର ସମ୍ପୁର୍ଣ୍ଣ ନବକଳେବର କାର୍ଯ୍ୟ ଶେଷ ହେଲେ ଜୁଲାଇରେ ମୁଖ୍ୟ ମନ୍ତ୍ରୀ ଏହାର ଲୋକାର୍ପଣ କରିବେ ।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ ମେ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଜାରି ହେଲା; ମମତାଙ୍କ ସାନ ଭାଇ କରୋନାରେ ଚାଲିଗଲେ

ତେଲେଙ୍ଗାନାର ଶ୍ମଶାନ ଘାଟ ମହାପ୍ରସ୍ଥାନମ୍ ଢାଞ୍ଚାରେ ଉନ୍ନତିକରଣ ହେବା ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି ସ୍ୱର୍ଗଦ୍ୱାରର ରୂପ । ଏବେ ଝଟକୁଛି ସମଗ୍ର ପରିବେଶ । ସ୍ୱର୍ଗଦ୍ୱାରର ଅଧା ଅଞ୍ଚଳକୁ ଶବ ସତ୍କାର ପାଇଁ ସଂରକ୍ଷିତ ରଖି ଅନ୍ୟ ଅଧାରେ ନିର୍ମାଣ କରାଯାଇଛି ଟିକେଟ ଘର, ପଥଶ୍ରାଦ୍ଧ ଗୃହ ଓ ଯାତ୍ରୀ ପ୍ରତୀକ୍ଷାଳୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ଲୋକାର୍ପଣ ପରେ ଶବ ଦାହ ଆରମ୍ଭ ହୋଇଛି ।


ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ଆଉଟଗୋଇଂ କଲ୍ ମାଗଣା ରିଚାର୍ଜ୍

‘‘ସମୁଦ୍ର ପଟୁ ସ୍ୱର୍ଗଦ୍ୱାରକୁ ଦେଖିଲେ ଶ୍ରୀମନ୍ଦିର ଆକୃତିର ଦୃଶ୍ୟମାନ ହେବାକୁ ନେଇ କରାଯାଇଛି ସ୍ୱତନ୍ତ୍ର ମାଷ୍ଟର ପ୍ଲାନ୍‌ । ଲୋକଙ୍କୁ ନୂଆ ରୂପ ଓ ନୂଆ ସେବା ଯୋଗାଇଦେବାକୁ ପୂରା ପ୍ରସ୍ତୁତ ହୋଇଛି ସ୍ୱର୍ଗଦ୍ୱାର । ପ୍ରାୟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗଦ୍ୱାରର ନବୀକରଣ ଓ ତାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କରାଯାଉଛି । ସ୍ୱର୍ଗଦ୍ୱାରର ଶବଦାହ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଆଧୁନିକ ଶୈଳୀରେ ପ୍ରୀକାଷ୍ଟ୍‌ କଙ୍କ୍ରିଟ୍‌ ଦ୍ୱାରା ନିର୍ମାଣ କରାଯାଇଛି । ସମ୍ମୁଖ ଭାଗରେ ରହିଛି ୨୮ଟି ଶବଦାହ ପିଣ୍ଡି,’’ କହିଛନ୍ତି ଓଡିଶା ବ୍ରିଜ୍‌ କନଷ୍ଟ୍ରକସନ୍‌ କର୍ପୋରେସନର ନିର୍ବାହୀ ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀ ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣରେ ମଣିପୁରର BJP ସଭାପତିଙ୍କ ମୃତ୍ୟୁ ହେଲା; ଶୋକ ପ୍ରକାଶ କଲେ PM

ସ୍ୱର୍ଗଦ୍ୱାର ପରିସରରେ ଅସ୍ଥି ସଂରକ୍ଷଣ ଲକର୍‌, ସ୍ନାନାଗାର, ପାନୀୟ ଜଳ ବ୍ୟବସ୍ଥା ଓ ଯାତ୍ରୀ ପ୍ରତୀକ୍ଷାଳୟ ଆଦି ମଧ୍ୟ ନିର୍ମାଣ କରାଯାଇଛି । ସ୍ୱର୍ଗଦ୍ୱରରୁ ସମୁଦ୍ରକୁ ଯିବା ପାଇଁ ଅତ୍ୟାଧୁନିକ ମୁଭିଂ ବ୍ରୀଜ୍‌ ବ୍ୟବସ୍ଥା ବି ହେବ ବୋଲି କହିଛନ୍ତି ପାଣିଗ୍ରାହୀ । ସ୍ୱର୍ଗଦ୍ୱାର ଭିତରେ ରହିଥିବା ଶ୍ମଶାନ କାଳୀ ମନ୍ଦିର ସହିତ ତିନୋଟି ମନ୍ଦିର ଓ ତା’ ପରିବେଶର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯାଉଛି ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

‘‘ଉପଯୁକ୍ତ ପରିବେଶ ପାଇଁ ଶବଦାହ କେନ୍ଦ୍ରର ଚତୁଃର୍ପାର୍ଶ୍ୱକୁ ଗ୍ରୀନେରୀ କରାଯାଇଛି । ଶବଦାହ ସମୟରେ ପରିବେଶ ସନ୍ତୁଳନ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ଆଜି (ଶନିବାର) ଠୁ ଶବଦାହ ଆରମ୍ଭ ହୋଇଥିବା ବେଳେ ଶବଦାହ କରିବାକୁ ଆସୁଥିବା ଲୋକେ ଯେଭଳି ଅସୁବିଧାରେ ସମ୍ମୁଖୀନ ନ ହେବେ ସେଥି ପାଇଁ ସିଙ୍ଗଲ୍‌ ଉଇଣ୍ଡୋ ସିଷ୍ଟମ୍‌ କରାଯାଇଛି । ଆର ପଟେ ଆଡମିନିଷ୍ଟ୍ରେଟିଭ୍‌ ବ୍ଲକ୍‌ ଓ ଅନ୍ୟ ବ୍ୟବସ୍ଥା ରହିବା ପାଇଁ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ସେପଟେ ଶବଦାହ ବନ୍ଦ କରି ଏପଟେ ନବନିର୍ମିତ ପିଣ୍ଡିରେ ଶବଦାହ କରାଯାଉଛି,’’ କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ଶବଦାହ ପିଣ୍ଡିର କାର୍ଯ୍ୟ ସରିବା ପରେ ଏପ୍ରିଲ ୧୭ ତାରିଖରେ ଏଥିରେ ଶବଦାହର ଡ୍ରାଏ ରନ୍ କରାଯାଇଥିଲା । ଏକକାଳୀନ ୨୮ଟି ଶବଦାହ କରିବା ପାଇଁ ବ୍ୟବସ୍ଥା ହୋଇଛି, ହେଲେ ବେଳେ ପୂର୍ବରୁ ଆଠଟିରେ ଡ୍ରାଏ ରନ୍ କରାଯାଇଥିଲା । ପରୀକ୍ଷାମୂଳକ ଭାବେ ଶବଦାହର ଡେମୋ କରାଯାଇଥିଲା । ବିନା ଶବରେ କେବଳ କାଠ ସଜାଇ ସେଥିରେ ଅଗ୍ନି ସଂଯୋଗ କରାଯାଇଥିଲା । ଏବେ ନବନିର୍ମିତ ପିଣ୍ଡିରେ ଶବଦାହ କାର୍ଯ୍ୟ ସୁଚାରୁ ରୂପେ ଆରମ୍ଭ କରାଯାଇଛି ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

‘‘ସ୍ୱର୍ଗଦ୍ୱାରର ଏହି ନବକଳେବର ପରର ବ୍ୟବସ୍ଥାରେ ମୃତକଙ୍କ ପରିଜନ ଖୁସି ବ୍ୟକ୍ତ କରିଛନ୍ତି । ସ୍ୱର୍ଗଦ୍ୱାର କର୍ମଚାରୀମାନେ ମଧ୍ୟ ଏହି ବ୍ୟବସ୍ଥାକୁ ନେଇ ଖୁସି ଅଛନ୍ତି । ଏହା ଦ୍ୱାରା ଏକ ଅନୁକୁଳ ପରିବେଶ ମଧ୍ୟରେ ଶବଦାହ କରାଯିବ । ପରିବେଶ ଯଥା ସମ୍ଭବ ପ୍ରଦୂଷଣ ମୁକ୍ତ ରହିବ । ତେଲେଙ୍ଗାନାର ମହାପ୍ରସ୍ଥାନମ୍‌ ଢାଞ୍ଚାରେ ନବୀକରଣ ହୋଇଥିବା ସ୍ୱର୍ଗଦ୍ୱାରକୁ ଯେଉଁମାନେ ଶବ ସତ୍କାର ପାଇଁ ଆସିବେ ସେମାନେ ଏକ ନୂଆ ଅନୁଭୂତି ନେଇ ଯିବେ,’’ କହିଛନ୍ତି ସ୍ୱର୍ଗଦ୍ୱାର କମିଟିର ସଂଯୋଜକ ସିଦ୍ଧାର୍ଥ ରାୟ ।



ସ୍ୱର୍ଗଦ୍ୱାରରେ ଗରିବ ଲୋକମାନଙ୍କ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ମାଗଣାରେ ଶବ ଦାହ କରିବା ପାଇଁ ବି ବ୍ୟବସ୍ଥା ରହିଛି । ଖୁବ୍‌ ଶୀଘ୍ର ସ୍ୱର୍ଗଦ୍ୱାରରେ କାର୍ଯ୍ୟ କରୁଥିବା ଶବଦାହକମାନଙ୍କର କରୋନା ଟିକାକରଣ ହେବ ।
Published by: Anand ST Das
First published: May 15, 2021, 11:52 PM IST