News18 Odia Digital
ପୁରୀ: କାର୍ତ୍ତିକ ମାସକୁ ନେଇ ପୁଣି ବଦଳିଛି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ନେଇ ଲାଗୁ ହୋଇଥିବା ସ୍ୱତନ୍ତ୍ର ମାର୍ଗଦର୍ଶିକା । ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ କରାଯାଇଥିବା ନୂଆ ନୀତିକାନ୍ତି ସୂଚୀ ଅନୁସାରେ ଚଳିତ ମାସ ୧୫ ତାରିଖ ଦଶହରା ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର, ହେଲେ ୨୦ ତାରିଖ କୁମାର ପୂର୍ଣ୍ଣିମାରେ ଖୋଲା ରହିବ । ଦୁଇ ଦିନ ଭିତରେ ଜାରି ହେବାକୁ ଥିବା ସଂଶୋଧିତ ଏସ୍.ଓ.ପି. ଅନୁସାରେ ଏ ଥର ହବିଷ୍ୟାଳୀଙ୍କ ପାଇଁ କଡ଼ା କଟକଣା ରହିଛି । ସେମାନଙ୍କୁ ପୁରୀ ମନା ।
ସୋମବାର ଦିନ ଘୋଷିତ ହୋଇଥିବା ଶ୍ରୀମନ୍ଦିର ନୀତିକାନ୍ତିର ନୂଆ ସୂଚୀ ଅନୁସାରେ ଦୀପାବଳୀ, ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣମୀରେ ବି ବନ୍ଦ ରହିବ ଶ୍ରୀମନ୍ଦିର । ନଭେମ୍ବର ମାସରେ ସବୁ ରବିବାର ସମେତ ୪ ତାରିଖରେ ଦୀପାବଳି, ୧୬ରେ କାର୍ତ୍ତିକ ବଡ଼ ଏକାଦଶୀ ଓ ୧୯ରେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ କୁମାର ।
ଏହା ବି ପଢ଼ନ୍ତୁ | Salary Hike: ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ HRA ବଢ଼ିବ, ଦରମା ବଢ଼ିଯିବ
‘‘ଦଶହରା ପର ଦିନଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇ ନଭେମ୍ବର ୧୯ ପର୍ଯ୍ୟନ୍ତ ଜାରି ରହିବ । ତେଣୁ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ଓ ନୀତି ସବ୍-କମିଟିର ବୈଠକରେ ନିଷ୍ପତ୍ତି ହୋଇଛି ଯେ ପଞ୍ଚୁକର ପାଞ୍ଚ ଦିନ ସ୍ୱତନ୍ତ୍ର ବେଶ ରହୁଥିବାରୁ ପ୍ରଥମ ଦିନ ଓ ଶେଷ ଦିନ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିବ । ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିମାନେ ହବିଷ୍ୟ ବ୍ରତ ବା ମହାକାର୍ତ୍ତିକ ବ୍ରତ କରିବା ନେଇ ଲାଗିଛି କଟକଣା । ହବିଷ୍ୟାଳିମାନଙ୍କୁ ଶ୍ରୀକ୍ଷେତ୍ରକୁ ନ ଆସିବା ସହ କରୋନା ଯୋଗୁଁ ଶ୍ରୀମନ୍ଦିରକୁ ନ ଆସିବାକୁ ଅନୁରୋଧ କରାଯାଇଛି,’’ କହିଛନ୍ତି ଡଃ କ୍ରୀଷନ କୁମାର ।

ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗଙ୍କ ବୈଠକର ଏକ ଦୃଶ୍ୟ
ଏହା ବି ପଢ଼ନ୍ତୁ | ପୁରୁଷମାନଙ୍କର ଏହି ସମସ୍ୟା ଯୋଗୁଁ ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହୁଏ: ଗବେଷଣାରୁ ଜଣାପଡ଼ିଲା
କୁମାର ପୂର୍ଣ୍ଣିମାରୁ ଶ୍ରୀମନ୍ଦିରରେ ସେବାୟତଙ୍କ ପାଇଁ ଡ୍ରେସ କୋଡ୍ ଲାଗୁ ହେବାକୁ ଯାଉଛି । ପାରମ୍ପରିକ ବେଶଭୁଷା ପରିଧାନ କରି ସେବାୟତମାନେ ଭିତର କାଠରୁ ଗର୍ଭଗୃହକୁ ଯାଇପାରିବେ । ‘‘ପ୍ରଥମ ପର୍ଯ୍ୟାୟରେ କୁମାର ପୂର୍ଣ୍ଣିମାରୁ ସେବାୟତମାନେ ପାରମ୍ପରିକ ବେଶରେ ଭିତର କାଠରୁ ଗର୍ଭଗୃହକୁ ଯାଇପାରିବେ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ। ଦୀପାବଳୀଠାରୁ ଶ୍ରୀମନ୍ଦିର କର୍ମଚାରୀମାନେ ସ୍ୱତନ୍ତ୍ର ପାରମ୍ପରିକ ବେଶପୋଷାକରେ ଶ୍ରୀମନ୍ଦିରକୁ ଯିବେ। ଏହା ପରେ ଏହି କଟକଣା ପରବର୍ତ୍ତୀ ସମୟରେ ଭକ୍ତଙ୍କ କ୍ଷେତ୍ରରେ ଏହା ଲାଗୁ ହେବାର ସମ୍ଭାବନା ରହିଛି,’’ କହିଛନ୍ତି ଗରାବଡୁ ନିଯୋଗର ସମ୍ପାଦକ ରଜତ ପ୍ରତିହାରୀ ।
ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ
କାର୍ତ୍ତିକ ମାସରେ ଅନେକ ଭକ୍ତ କାର୍ତ୍ତିକ ବ୍ରତ କରୁଥିବାରୁ ଭକ୍ତମାନେ କିଭଳି ଆନନ୍ଦ ବଜାରରୁ ଶୃଙ୍ଖଳିତ ଭାବେ ମହାପ୍ରସାଦ ପାଇପାରିବେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ସୁଆର ମହାସୁଆର ନିଯୋଗ । ଧର୍ମ ମାସ କାର୍ତ୍ତିକରେ ମହାପ୍ରସାଦର ଆବଶ୍ୟକତା ରହିଥାଏ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଜବ ପରମ୍ପରା: ସ୍ୱାମୀ ମରିଗଲେ ତାଙ୍କ ଶବ ସହ ପତ୍ନୀ ଶୋଇବା ଜରୁରୀ; ଫସଲ ଋତୁ ପୂର୍ବରୁ ସେକ୍ସ
‘‘ସୁଆର ମହାସୁଆର ନିଯୋଗ ପକ୍ଷରୁ ଅନୁରୋଧ କରାଯାଇଛି ଯେ ଯେଉଁ ଭକ୍ତଙ୍କର ମହାପ୍ରସାଦର ଆବଶ୍ୟକତା ରହିଛି ତାଙ୍କୁ ଉତ୍ତର ଦ୍ୱାର ଦେଇ ପ୍ରବେଶ କରିବାକୁ ଦିଆଯାଉ । ଫଳରେ ଭକ୍ତଟି ସହଜରେ ମହାପ୍ରସାଦ ପାଇପାରିବ । ଏ ନେଇ ଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏସ୍.ପି. ଆଲୋଚନା କରି ପଦକ୍ଷେପ ନେଇ ବ୍ୟବସ୍ଥା କରିବେ,’’ କହିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ।
ଏହା ବି ପଢ଼ନ୍ତୁ | WhatsAppରେ ପେମେଣ୍ଟ୍ କରିବା ଆହୁରି ସହଜ ହେଲା; ଚ୍ୟାଟ୍ କମ୍ପୋଜରରେ ₹ ଚିହ୍ନ ଲାଗିଲା
ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର ନିର୍ମାଣକୁ ଅନୁମୋଦନ ଦେଇଛି ଏନ୍.ଏମ୍.ଏ. । ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ଆସନ୍ତା ୧୮ ତାରିଖରେ ମୁଖ୍ୟ ମନ୍ତ୍ରୀ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗ କରିଡର୍ ପ୍ରକଳ୍ପ କାର୍ଯ୍ୟର ଭୂମି ପୂଜନ କରିବେ । ସେଦିନ ସବୁ ସେବାୟତମାନଙ୍କୁ ଉପସ୍ଥିତ ରହିବା ସହ କୋଭିଡ ନିୟମ ଅନୁପାଳନ କରିବାକୁ ଆନୁରୋଧ କରାଯାଇଛି । ସେହି ଦିନ ହବିଷ୍ୟାଳିଙ୍କ ପାଇଁ କରାଯାଇଥିବା ବୃନ୍ଦାବତୀ ଭବନର ମଧ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘‘ମୋତେ କ୍ଷମା କରିଦିଅ’’: ଆତ୍ମହତ୍ୟା କରିବା ପୂର୍ବରୁ ଲେଖିଗଲେ ୨୫-ବର୍ଷୀୟା ଅଭିନେତ୍ରୀ ସୌଜନ୍ୟା
‘‘ସାରା ଭାରତ ବର୍ଷରେ ସ୍ଥାନୀୟ ବାସିନ୍ଦାମାନଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି ପୁରୀର ସ୍ଥାନୀୟ ବାସିନ୍ଦାମାନେ । ଧର୍ମ ମାସ କାର୍ତ୍ତିକରେ ହବିଷ୍ୟାଳିମାନେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଜଳ ସ୍ପର୍ଶ କରିଥାନ୍ତି । ତେଣୁ ସେମାନଙ୍କ ପାଇଁ ଆଧାର କାର୍ଡ଼ ଦେଖାଇ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ପାଇଁ ବୈଠକରେ ଦାବି କରାଯାଇଥିଲା,’’ କହିଛନ୍ତି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ।
ଏହା ବି ପଢ଼ନ୍ତୁ | କର୍ଣ୍ଣାଟକର ଏହି Sex ପାଗଳକୁ ମୃତ୍ୟୁ ଦଣ୍ଡ ମିଳିବ; ରେପ୍ କରି ୨୦ ଜଣ ମହିଳାଙ୍କୁ ହତ୍ୟା କରିଥିଲା
ଶ୍ରୀକ୍ଷେତ୍ରରେ ଅକ୍ଟୋବର ୧୬ ତାରିଖରେ ଗୋଷାଣୀ ଭଷାଣି ରହିଥିବାରୁ ଶ୍ରୀମନ୍ଦିର ସମ୍ମୁଖରେ ଗୋଷାଣୀ ମେଳଣ ଜମିବ । ତେଣୁ ଅପରାହ୍ଣରୁ କଟକଣା ସହ ୧୪୪ ଧାରା ଜାରି ହେବ ଓ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ।