ଭଲ ଖବର: ୨୩ ତାରିଖ ବୁଧବାର ଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର, ଘୋଷଣା କଲେ ପୁରୀ ଜିଲ୍ଲାପାଳ

ଡିସେମ୍ବର ୨୩ରୁ ଧୀରେ ଧୀରେ ଓ ପର୍ଯ୍ୟାୟକ୍ରମେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ସୁପାରିସ କରିବାକୁ ଛତିଶା ନିଯୋଗ ନିଷ୍ପତ୍ତି ନେବାର କିଛି ଦିନ ପରେ ଏହି ଆନୁଷ୍ଠାନିକ ଘୋଷଣା କରାଯାଇଛି । ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଭଲ ଖବର: ୨୩ ତାରିଖ ବୁଧବାର ଠାରୁ ଖୋଲିବ ପୁରୀ ଶ୍ରୀମନ୍ଦିର, ଘୋଷଣା କଲେ ପୁରୀ ଜିଲ୍ଲାପାଳ
ପୁରୀ ଶ୍ରୀମନ୍ଦିର
  • News18 Odia
  • Last Updated: December 18, 2020, 3:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଦୀର୍ଘ ନଅ ମାସ ବନ୍ଦ ରହିବା ପରେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଏବେ ଖୋଲିବା ପାଇଁ ପ୍ରସ୍ତୁତ ହେଉଛି । ପୁରୀ ଜିଲ୍ଲା ପ୍ରଶାସନ ଜଗନ୍ନାଥ ମନ୍ଦିର ଡିସେମ୍ବର ୨୩ ତାରିଖରୁ ଖୋଲିବ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଏହାକୁ ନେଇ କୋଟି କୋଟି ଓଡ଼ିଆ ଓ ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ଶ୍ରୀମନ୍ଦିର ସହ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ୨୩ ତାରିଖରୁ ଖୋଲିବ । ପୂର୍ବରୁ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ୨୩ ତାରିଖରୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଆଜି ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।

ଏହା ବି ପଢ଼ନ୍ତୁ | ମୁମ୍ବାଇର ମଡେଲ୍ କହିଲେ ଝାଡ଼ଖଣ୍ଡ CM ହେମନ୍ତ ସୋରେନ ତାଙ୍କୁ ବଳତ୍କାର କରିଥିଲେ

କୋଭିଡ୍ ଗାଇଡଲାଇନ ପାଳନ କରି ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ଓ ଏଥି ପାଇଁ ଏସଓପି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ବଲୱନ୍ତ ସିଂହ । ୨୩ ଓ ୨୪ ତାରିଖ ପ୍ରଥମ ଦୁଇ ଦିନ କେବଳ ସେବାୟତ ପରିବାରର ସଦସ୍ୟମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୫ରୁ ୩୧ ତାରିଖ ଯାଏଁ ପୁରୀ ସହର ବାସିନ୍ଦାଙ୍କୁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଛଡ଼ାଯିବ ।

ଶ୍ରୀମନ୍ଦିର ଖୋଲିବା ବିଷୟରେ ସୂଚନା ଦେଉଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ।


ୱାର୍ଡ ଅନୁସାରେ ଲୋକଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ । ଏଥି ପାଇଁ ପ୍ରଶାସନ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ଏହା ପରେ ଜାନୁଆରୀ ୧ ଓ ୨ ତାରିଖ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଏହା ପରେ ଜାନୁଆରୀ ୩ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ଏହା ବି ପଢ଼ନ୍ତୁ | ରାଖୀ ସାନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ନାହିଁ ନିଜ ଦୁଃଖ କହିଲେ

‘‘ଏହି ସପ୍ତାହରେ ଯେଉଁ ବଡ଼ ବଡ଼ ମନ୍ଦିର ଅଛି, ଯେମିତି ମଙ୍ଗଳା ମନ୍ଦିର, ସାକ୍ଷୀ ଗୋପାଳ, ବାଟ ମଙ୍ଗଳା ଓ ଅଲାରନାଥ ମନ୍ଦିର ଅଛି, ସେଠି ସେଠାକାର ତହସିଲଦାର, ଥାନାଧିକାରୀ, ପଞ୍ଚାୟତିରାଜ ପ୍ରତିନିଧି ଓ ସେହି ଧାର୍ମିକ ସଂସ୍ଥାର ମୁଖ୍ୟଙ୍କ ସହ ଏକ ବୈଠକ କରି ସ୍ଥିତି ସ୍ପଷ୍ଟ କରାଯିବ । ଏହି ବୈଠକରେ ନିୟମାବଳୀ (ଏସ୍‌.ଓ.ପି.) ବିଷୟରେ ସେମାନେ ସମ୍ପୂର୍ଣ୍ଣ ପ୍ଲାନ୍‌ କରିବେ,’’ କହିଛନ୍ତି ଜିଲ୍ଲାପାଳ ।

ସେ ଆହୁରି କହିଛନ୍ତି ଯେ ଗାଁ ଗହଳିରେ ଥିବା ଛୋଟ ଛୋଟ ମନ୍ଦିର ଖୋଲିବା ପାଇଁ ସେଠାକାର ସରକାରୀ ଅଧିକାରୀ ଯଥା ଆର୍‌.ଆଇ. ଓ ପଞ୍ଚାୟତି ରାଜ ପ୍ରତିନିଧିମାନେ ବୈଠକ କରି ନିର୍ଣ୍ଣୟ କରିବେ ।

ଏହା ବି ପଢ଼ନ୍ତୁ | ଶୀତଦିନେ ନିଜ ଶିଶୁକୁ ଗାଧୋଇଦେବା ବେଳେ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ



ଛତିଶା ନିଯୋଗ ଡିସେମ୍ବର ୨୩ରୁ ଧୀରେ ଧୀରେ ଓ ପର୍ଯ୍ୟାୟକ୍ରମେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ସୁପାରିସ କରିବାକୁ ନିଷ୍ପତ୍ତି ନେବାର କିଛି ଦିନ ପରେ ଏହି ଘୋଷଣା କରାଯାଇଛି ।

ଜଣେ ମହିଳା ଭକ୍ତ ନିଜ ଶିଶୁକୁ ସିଂହଦ୍ୱାର ସାମନାରେ ଭୂମିକୁ ସ୍ପର୍ଶ କରାଉଛନ୍ତି ।


“୩୧ ଡିସେମ୍ବର ପର୍ଯ୍ୟନ୍ତ କେବଳ ପୁରୀ ସହରର ବାସିନ୍ଦାମାନଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ସମୟ ସଂରକ୍ଷିତ କରାଯାଇଛି ।  ବିଭିନ୍ନ ୱାର୍ଡ଼ ପାଇଁ ଦିଆଯାଇଥିବା ସମୟ ଅନୁଯାୟୀ ଲୋକେ ମନ୍ଦିର ଦର୍ଶନ ଯୋଜନା କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ରଥ ଯାତ୍ରା, ନାଗାର୍ଜୁନ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଆମେ ସ୍ଥାନୀୟ ଲୋକଙ୍କ ଠାରୁ ଯେମିତି ସହଯୋଗ ପାଇଥିଲୁ ତାହା ପ୍ରଶଂସନୀୟ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ।



ଡିସେମ୍ବର ୧୨ରେ ଛତିଶା ନିଯୋଗର ବୈଠକ ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ସୂଚନା ଦେଇ କହିଥିଲେ ଯେ ଜାନୁଆରୀ ୧ ଓ ୨ ତାରିଖରେ ଶ୍ରୀମନ୍ଦିରରେ ଅତିଶୟ ଭିଡ଼ ହେବାର ଆଶଙ୍କା ଥିବାରୁ ସେହି ଦୁଇ ଦିନ କୌଣସି ଦର୍ଶନର ଅନୁମତି ରହିବ ନାହିଁ । ଜାନୁଆରୀ ୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଆରମ୍ଭ ହେବ ଓ କରୋନା ଭାଇରସ୍‌ (Coronavirus) ସଂକ୍ରମଣ ପାଇଁ ବନାଯାଇଥିବା ନିୟମାବଳୀ (SOP) ଅନୁସାରେ ଭକ୍ତମାନଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ।
Published by: Anand Shankar Thankur Das
First published: December 18, 2020, 3:50 PM IST
corona virus btn
corona virus btn
Loading