News18 Odia Digital
ପୁରୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ଅଛି ବୋଲି ପୂର୍ବରୁ ଗୁଇନ୍ଦା ବିଭାଗ ସୂଚନା ଦେଇଥିବା ବେଳେ ଦେଶର ସମ୍ବେଦନଶୀଳ ସ୍ଥାନମାନଙ୍କ ତାଲିକାରେ ଥିବା ପୁରୀ ଶ୍ରୀମନ୍ଦିର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ପୂର୍ବରୁ ପୁଣି ଥରେ ସୁରକ୍ଷା ଏଜେନ୍ସିମାନଙ୍କ ତୀକ୍ଷ୍ଣ ନଜରକୁ ଆସିଛି । ରାଷ୍ଟ୍ରପତି ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ଥିବାରୁ ଗଲା ଦୁଇ ଦିନ ଧରି ଏହି ସ୍ଥାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ନ୍ୟାସନାଲ ସିକ୍ୟୁରିଟୀ ଗାର୍ଡ଼ର (NSG) ଏକ ତିନି-ଜଣିଆ ଅଧିକାରୀ ଦଳ ।
ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଏନ୍.ଏସ୍.ଜି. ରୁଟିନ ଚେକିଂ ପାଇଁ ପ୍ରତି ଥର ଆସୁଥିବା ବେଳେ ସେମାନଙ୍କ ପ୍ରସ୍ତାବ ଅନୁସାରେ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତା’ର ସମୀକ୍ଷା କରିବା ସହ ଭିଡିଓଗ୍ରାଫି କରିଛି ଏନ୍.ଏସ୍.ଜି. ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯୁବକକୁ ଘରୁ ଉଠେଇ ମଶାଣିକୁ ନେଲେ, ଗଛରେ ବାନ୍ଧି ପିଟିଲେ, ନାକ କାଟିବା ପ୍ରୟାସ କଲେଏନ୍.ଏସ୍.ଜି.ର ତିନି-ଜଣିଆ ଅଧିକାରୀ ଦଳ ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରବେଶ କରି ଚାରି ଦ୍ୱାର, ଭିତରବେଢ଼ା ଓ ମେଘନାଦ ପାଚେରୀର ବାହାର ପଟ ଅନୁଧ୍ୟାନ କରିଛନ୍ତି । ସମୁଦାୟ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହି ଅଧିକାରୀମାନେ ପ୍ରସ୍ତୁତ କରିଛନ୍ତି ଏକ ବ୍ଲୁ ପ୍ରିଣ୍ଟ୍ । ଏହି ଅଧିକାରୀମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ପ୍ରଶାସକ, ସୁରକ୍ଷା ଅଧିକାରୀ ଓ ସିଂହଦ୍ୱାର ଥାନା ଅଧିକାରୀ ସହଯୋଗ କରିଥିଲେ । ସେମାନେ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ କିଭଳି ଭକ୍ତଙ୍କ ପ୍ରବେଶ ସମୟରେ ଯାଞ୍ଚ କରାଯାଉଛି ତାହା ଅନୁଧ୍ୟାନ କରିଥିଲେ । ତା’ ପରେ ମେଟାଲ୍ ଡିଟେକ୍ଟରରେ ଚେକିଂ କରି ଲୋକଙ୍କୁ ଭିତରକୁ ଛଡ଼ାଯିବା ବ୍ୟବସ୍ଥାର ଭି଼ଡିଓଗ୍ରାଫି କରିଥିଲେ ।

ଏନ୍.ଏସ୍.ଜି. ଟିମକୁ ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂରା ସହଯୋଗ କରାଯାଇଥିଲା ।
ଶ୍ରୀମନ୍ଦିରର ମେଘନାଦ ପାଚେରି ନିକଟରେ ଥିବା ୱାଚ୍-ଟାୱାରଗୁଡି଼କର ଲୋକେସନ ଟ୍ରାକିଂ କରି ଜି.ପି.ଏସ୍. ଫଟୋ ବି ଉତ୍ତୋଳନ କରିଥିଲେ ସେମାନେ । ଦ୍ୱିତୀୟ ଦିନରେ ଭୋରରୁ ଡ୍ରୋନ୍ ସାହାଯ୍ୟରେ ଶ୍ରୀମନ୍ଦିରର ଏରିଏଲ୍ ଭିଉ ନେବା ସହ ସମ୍ପୂର୍ଣ୍ଣ ମନ୍ଦିରର ଭିତର ବେଢ଼ା ଓ ମେଘନାଦ ପାଚେରୀ ବାହାରର ଭିଡିଓଗ୍ରାଫି କରିଥିଲେ ସେମାନେ । ଏଥିରେ ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କୁ ପୂରା ସହଯୋଗ କରିଥିଲା ବୋଲି କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା କମାଣ୍ଡାଣ୍ଟ୍ କୌସିକ ନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମ୍ୟାଚ୍ ପୂର୍ବରୁ ଇଶାନ କିଶନଙ୍କୁ ରୋହିତ ଶର୍ମା କିଛି କହିଥିଲେ, ତା’ପରେ ସେ ହଙ୍ଗାମା କରିଥିଲେ!‘‘ଦେଶର ସମ୍ବେଦନଶୀଳ ସ୍ଥାନର ତାଲିକାରେ ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର ଓ ଲିଙ୍ଗରାଜ ମନ୍ଦିର ରହିଛି । ଏଠାରେ ଲକ୍ଷାଧିକ ପର୍ଯ୍ୟଟକ ଓ ଭକ୍ତଙ୍କ ଗହଳି ରହୁଥିବାରୁ ଆତଙ୍କବାଦୀମାନେ ଏହି ସ୍ଥଳଗୁଡ଼ିକୁ ଟାର୍ଗେଟ୍ କରିପାରନ୍ତି ବୋଲି ପୂର୍ବରୁ ଗୁଇନ୍ଦା ସୂଚନା ରହିଛି । ସେଥି ପାଇଁ ଏନ୍.ଏସ୍.ଜି.ର ତିନି-ଜଣିଆ ଟିମ୍ ଲିଙ୍ଗରାଜ ମନ୍ଦିର ପରେ ପୁରୀ ଆସି ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଏହି ଅଧିକାରୀମାନେ ହାଇଦ୍ରାବାଦର ଏନ୍.ଏସ୍.ଜି. ହେଡକ୍ୱାର୍ଟର୍ସର ଟେରରିଷ୍ଟ ଟାସ୍କ ଫୋର୍ସର ଅଧିକାରୀ । ସେମାନଙ୍କର ଏଭଳି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଗୁପ୍ତ ରହିଛି,’’ କହିଛନ୍ତି ପୁରୀ ଏସ୍.ପି. କଁୱର ବିଶାଳ ସିଂ ।
ଏହା ବି ପଢ଼ନ୍ତୁ | ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISANର ଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁଏନ୍.ଏସ୍.ଜି.ର ଅଧିକାରୀମାନେ ଡ୍ରୋନ୍ ସାହାର୍ଯ୍ୟରେ କୋଣାର୍କ ଓ ପୁରୀ ମନ୍ଦିରର ଏରିଅଲ୍ ଭିଉ ଉତ୍ତୋଳନ କରି ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ବୋଲି ଜଣାଯାଇଛି । ଏହା ପୂର୍ବରୁ ସେପ୍ଟେମ୍ବର ୨୦୧୮ ଓ ଜୁଲାଇ ୨୦୧୭ରେ ସେମାନେ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ।
ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍ଏନ୍.ଏସ୍.ଜି. ଟିମ୍ ଆସିବା ନେଇ ମାର୍ଚ୍ଚ ୨ ତାରିଖରେ ରାଜ୍ୟ ସରକାରଙ୍କୁ ଏକ ଚିଠି ଆସିଥିଲା । ଏନ୍.ଏସ୍.ଜି. ହେଡକ୍ୱାର୍ଟର୍ସରୁ ଡାଇରେକ୍ଟର ଜେନେରାଲ ମେଜର ବିଜୟ ସିଂଙ୍କ ପକ୍ଷରୁ ଏନ୍.ଏସ୍.ଜି.ର ଏକ ଦୁଇଜଣିଆ ଅଫିସର୍ ଓ ତିନିଜଣିଆ ଅଧିକାରୀ ଦଳ ପୁରୀ ଶ୍ରୀମନ୍ଦିରକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ବୋଲି ଏହି ଚିଠିରେ ଆଇଜି (ଅପରେସନ୍) ଅମିତାଭ ଠାକୁର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ କୁମାର ଓ ଏ.ଏସ୍.ଆଇ. ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କୁ କୁହାଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEOମାର୍ଚ୍ଚ ୧୮ରେ ଏହି ଅଧିକାରୀମାନେ ଆସି ପୁରୀ ସମେତ କୋଣାର୍କ ଓ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ନେଇ ଆବଶ୍ୟକ ସହଯୋଗ ଲୋଡ଼ିଥିଲେ । ସେ ନେଇ ଚାରିଟି ପ୍ରସ୍ତାବ ମଧ୍ୟ ଦେଇଥିଲେ ସେମାନେ । ପ୍ରଥମେ ଏନ୍.ଏସ୍.ଜି.କୁ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଅବଗତ କରାଇବା ଏବଂ ଜଣେ ଅଧିକାରୀ ସେମାନଙ୍କ ସହ ରହି କୋଣାର୍କ, ପୁରୀ ଓ ଲିଙ୍ଗରାଜ ମନ୍ଦିର ସମ୍ପର୍କରେ ସୁରକ୍ଷା ଯାଞ୍ଚ ବେଳେ ସହଯୋଗ କରିବା ସମେତ ଆଉ କିଛି ସହାୟତା ଯୋଗାଇଦେବା ପାଇଁ କହିଥିଲେ । ପ୍ରଶାସନ ତରଫରୁ ସେହି ଅନୁସାରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ସୁନ୍ଦର ଫଟୋ ଭାଇରାଲ ହେଲା; ଘଣ୍ଟାକରେ ୨୩ ଲକ୍ଷ ଲାଇକ୍!‘‘ଏନ୍.ଏସ୍.ଜି. ଟିମକୁ ଶ୍ରୀମନ୍ଦିର ଭିତରକୁ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସକ, ଶ୍ରୀମନ୍ଦିରର ସୁରକ୍ଷା ଅଧିକାରୀ ଓ ସିଂହଦ୍ୱାର ଥାନା ଅଧିକାରୀ ସହଯୋଗ କରିଥିଲେ । ସେମାନେ ଶ୍ରୀମନ୍ଦିରର ସୁରକ୍ଷା ସମ୍ପର୍କରେ ମନ୍ଦିର ଭିତରେ ଏକ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ । ଶ୍ରୀମନ୍ଦିରରୁ ବାହାରିବା ପରେ ଏନ୍.ଏସ୍.ଜି. ଅଧିକାରୀମାନେ ଶ୍ରୀମନ୍ଦିର ଫାଣ୍ଡିରେ ଏକ ଗୁପ୍ତ ବୈଠକ କରିଥିଲେ । ସେଥିରେ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିବା ସହ ଏକ କ୍ୱିକ୍ ଆକ୍ସନ୍ ଟିମ୍ ପ୍ରସ୍ତୁତ କରିବା ପାଇଁ ସେମାନେ ନିର୍ଦ୍ଦେଶ ଦେବା ସହ ସିସିଟିଭି ବ୍ୟବସ୍ଥାର ସମୀକ୍ଷା ବି କରିଥିଲେ । ଏ ନେଇ ସମସ୍ତ ସହଯୋଗ କରାଯାଇଛି ,’’ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ବରିଷ୍ଠ ସେବାୟତ ରଜତ ପ୍ରତିହାରୀ କହିଛନ୍ତି, ‘‘ଖାଲି ଏନ୍.ଏସ୍.ଜି. ଆସିଲେ ହେବ ନାହିଁ । ଶ୍ରୀମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ସୁରକ୍ଷା ପ୍ଲାନ୍ କରିପାରିଲେ ଶ୍ରୀମନ୍ଦିର ସୁରକ୍ଷିତ ରହିପାରିବ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।