ରଙ୍ଗହୀନ ରଙ୍ଗମଞ୍ଚ; ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ

ରଙ୍ଗହୀନ ମୁକ୍ତାକାଶ ରଙ୍ଗମଞ୍ଚ। ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ। ଆଉ ଏହାକୁ ନେଇ ସାଂସ୍କୃତିକ ଅନୁଷ୍ଠାନ ନିରବଦ୍ରଷ୍ଟା।

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ମନୋରଞ୍ଜନ ପରସୁଥିବା ମଞ୍ଚ ଏବେ ଜରାଜୀର୍ଣ୍ଣ। ଯାହା ଛାତିରେ ପାଦ ରଖି କଳାକାର କରତାଳି ସାଉଁଟନ୍ତି, ସେ ରଙ୍ଗମଞ୍ଚ ରଙ୍ଗହୀନ ହୋଇଗଲାଣି। ମଞ୍ଚର ଏ ଏପରି ସ୍ଥିତି ଦେଖି ନା କେଉଁ କଳାକାରଙ୍କ ଛାତି ଫାଟି ଯାଉଛି, ନା ପ୍ରଶାସନରେ ଥିବା ବାବୁମାନଙ୍କର ଆନ୍ତରିକତା ପ୍ରକାଶ ପାଉଛି।

ବର୍ଷକ ବାର ମାସ ଏ ମଞ୍ଚ ରୋଜଗାର ଦେଉଛି। ସେତିକି ହିଁ ବାବୁମାନଙ୍କର ଟାର୍ଗେଟ। କୁହାଯାଏ କଳାକାରମାନେ ଭାରି ଭାବପ୍ରବଣ। କିନ୍ତୁ ସେମାନେ ବି ନୃତ୍ୟ କରି, ଅଭିନୟ ସାରି ଚାଲି ଯାଉଛନ୍ତି ସିନା କିନ୍ତୁ ମଞ୍ଚର ବିକଳ ଚିତ୍ରକୁ ଦେଖି ମନ ତରଳୁ ନାହିଁ। ନିଜ ସ୍ବାର୍ଥ ବେଳକୁ ମଞ୍ଚ ସଭିଙ୍କ ଆପଣାର, କିନ୍ତୁ କାମ ସରିଯିବା ପରେ କେହି ନୁହେଁ କାହାର ନ୍ୟାୟରେ ସବୁ ଚାଲିଛି। ମଞ୍ଚର ଏ ଦୟନୀୟ ସ୍ଥିତି ଦୀର୍ଘବର୍ଷର। କିନ୍ତୁ କେବେ ବି ୧୦୦ ଜଣ କଳାକାର ଏକାଠି ହୋଇ ମଞ୍ଚର ମରାମତି ପାଇଁ ପୌରପାଳିକା ପାଖରେ ଦାବି କରିନାହାଁନ୍ତି। ଫଳରେ କଳାକାରମାନେ ତ କରତାଳି ପାଉଛନ୍ତି, କିନ୍ତୁ ଏ ମଞ୍ଚ ଆକର୍ଷଣ ହରାଇଚାଲିଛି।

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ


କେତେ ସଭା ସମିତି ହୋଇଛି। ନେତା ମନ୍ତ୍ରୀମାନେ ବି ଏହାର ଛାତି ଉପର ପୋଡିୟମ ପିଟି ଭାଷଣ ଦେଇ ଭୋଟ ହାତେଇଛନ୍ତି। ସଙ୍ଗୀତ, ନୃତ୍ୟ ଓ ଅଭିନୟ ଜଗତରେ ଏହିଠୁ ପାଦ ଥାପି ବହୁ ପ୍ରତିଭା ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ନାଁ କମେଇଛନ୍ତି। ହେଲେ ଆନ୍ତରିକତା ଅଭାବରୁ ଉଜୁଡ଼ିଯିବାକୁ ବସିଛି ପୁରୀ ସହରର ପ୍ରମୁଖ ମଞ୍ଚ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ। ରଙ୍ଗମଞ୍ଚ ତଳେ ଦୀର୍ଘଦିନ ପାଣି ଜମି ରହିବା ପରେ ଏହା ପ୍ରଭାବରେ ମଞ୍ଚ ଦୁର୍ବଳ ହୋଇଗଲାଣି। ମଞ୍ଚର ମୂଳଦୁଆ ଭାଙ୍ଗି ଗଡ଼ଗଡ଼ ହୋଇଗଲାଣି। ମଞ୍ଚ ତଳୁ ଅତଡ଼ା ସ୍ଲାବ୍‌ ଖସୁଛି। ମଞ୍ଚର ପଛ ପାର୍ଶ୍ବ ସୌନ୍ଦର୍ଯ୍ୟରେ ବରଗଛ ସବାର ହେଲାଣି। କିନ୍ତୁ ମଞ୍ଚର ଏ ଋଗ୍‌ଣ ସ୍ଥିତି ସଜାଡ଼ିବାକୁ ପ୍ରଶାସନ ଆଗ୍ରହ ଦେଖାଇନି କି ଏଇଠାରୁ ନିଜର ଭାଗ୍ୟ ଗଢ଼ିଥିବା ନେତା ମନ୍ତ୍ରୀମାନେ ବି ଏ ଦିଗରେ ମନ ବଳାଇନାହାଁନ୍ତି। ବୋଧହୁଏ ପ୍ରଶାସନିକ ଅଧିକାରୀମାନେ ମଞ୍ଚ ଭାଙ୍ଗିପଡ଼ିବାକୁ ଅପେକ୍ଷା କରିଛନ୍ତି।

ପୁରୀରେ ବିଭିନ୍ନ ହୋଟେଲ୍‌ ପ୍ରେକ୍ଷାଳୟକୁ ବାଦ୍ ଦେଲେ ୩ଟି ସରକାରୀ ପ୍ରେକ୍ଷାଳୟ ରହିଛି। ତେବେ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ସର୍ବାଧିକ ପସନ୍ଦ ହେଉଛି ଶରଧାବାଲି ମୁକ୍ତାକାଶ ମଞ୍ଚ। ସାଂସ୍କୃତିକ ଅନୁଷ୍ଠାନମାନେ ମଞ୍ଚରେ କୌଣସି କାର୍ଯ୍ୟକ୍ରମ କରିବା ପାଇଁ ୧୫୦୦ ଟଙ୍କା ପଇଠ କରନ୍ତି। ବର୍ଷା ଋତୁକୁ ବାଦ୍‌ ଦେଲେ ମାସକୁ ଏହି ମୁକ୍ତାକାଶ ମଞ୍ଚରେ ୨୦ ଦିନରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ତେଣୁ ବର୍ଷକୁ ପୌରସଂସ୍ଥା ପାଖାପାଖି ୩ରୁ ୪ ଲକ୍ଷ ଟଙ୍କାର ରାଜସ୍ବ ଆୟ କରେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ଦୟନୀୟ ହୋଇଗଲାଣି।

୮୦ ଦଶକରେ ଗଢ଼ି ଉଠିଥିବା ଏହି ମୁକ୍ତାକାଶ ମଞ୍ଚ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ସମୟରେ ମିଳିଥିବା ଅନୁଦାନରେ ନିର୍ମାଣ କରାଯାଇଥିଲା। ଧୀରେ ଧୀରେ ଏହାର କଳେବର ବଢ଼ିଥିଲା। ଆଚାର୍ଯ୍ୟ ହରିହର ପାଠାଗାରକୁ ରଙ୍ଗମଞ୍ଚ ତଳେ ଥିବା ଅଣ୍ଡରଗ୍ରାଉଣ୍ଡ କକ୍ଷକୁ ଅଣାଯାଇଥିଲା। କିନ୍ତୁ ମଞ୍ଚକୁ ସମ୍ଭାଳିଥିବା ସମ୍ମୁଖ ଭାଗ ସ୍ତମ୍ଭ ଓ କାନ୍ଥ ଫାଟି ଆଁ କଲାଣି। ଦୁଇ ପାର୍ଶ୍ବରେ ମନ୍ଦିର ସଦୃଶ ଷ୍ଟ୍ରକ୍‌ଚର ଉପରେ ବରଗଛ ଉଠିଗଲାଣି। କାନ୍ଥ ଷ୍ଟ୍ରକ୍‌ଚରକୁ ଫଟେଇ ଦେଲାଣି। ରଙ୍ଗମଞ୍ଚ ଫଳକ ଭାଙ୍ଗିରୁଜି ଗଲାଣି। ମଞ୍ଚକୁ ସୁରକ୍ଷା ଦେଉଥିବା ଲୁହା ବାଡ଼ ଭାଙ୍ଗିରୁଜି ଚୋରି ହୋଇଗଲାଣି। ଗ୍ରିନ୍‌ ରୁମ୍‌ ଭାବେ ବ୍ୟବହୃତ ହେଉଥିବା ପଛପାର୍ଶ୍ବ ଘର ଆବର୍ଜନାମୟ ହୋଇ ପଡ଼ିରହିଛି। ଦୀର୍ଘଦିନ ହେଲା ଖୋଲା ନହେବାରୁ ଅଳନ୍ଦୁ ଜମି ଭୂତ କୋଠି ସଦୃଶ ଦୃଶ୍ୟମାନ ହେଉଛି। କିନ୍ତୁ ଏହି ମଞ୍ଚରୁ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ କମାଉଥିବା ପୌରପାଳିକା ଏହାକୁ ପୁନରୁଦ୍ଧାର କରିବା କଥା ଭୁଲି ଯାଇଛି।
Published by:Lipina Das
First published: