ମାନବିକତା ଦେଖାଇଲେ ପୁରୀ ଆରଟିଓ

ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରଶଂସା ସାଉଁଟିଲେ ପୁରୀ ଆରଟିଓ। ଆହତ ବ୍ୟକ୍ତିଙ୍କୁ ନିଜ ଅଫିସ ଗାଡିରେ ତୁରନ୍ତ ଚିକିତ୍ସା କରାଇଛନ୍ତି।

ପୁରୀ ଆରଟିଓ

ପୁରୀ ଆରଟିଓ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ବୁଧବାର ରାତିରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରଶଂସା ସାଉଁଟିଲେ ପୁରୀ ଆରଟିଓ। ଆହତ ବ୍ୟକ୍ତିଙ୍କୁ ନିଜ ଅଫିସ ଗାଡିରେ ତୁରନ୍ତ ପୁରୀ ବଡ଼ ମେଡିକାଲ ନେଇ ଚିକିତ୍ସା କରାଇ ଡ୍ରାଇଭରଙ୍କ ସମେତ ଆଉ ଜଣେ ଆହତଙ୍କ ଜୀବନ ବଞ୍ଚାଇଥିଲେ l

ବୁଧବାର ବିଳମ୍ବିତ ରାତିରେ ପୁରୀ ରୋଡ଼ ମଙ୍ଗଳାହାଟ କ୍ରସିଂଙ୍ଗ ଦେଇ ଖୁବ ସ୍ପିଡ଼ରେ ଆସୁଥିବା ଗୋଟାଏ ପାସେଞ୍ଜର ଅଟୋ ରିକ୍ସା ଭାରସାମ୍ୟ ହରାଇ ଓଲଟି ପଡି ଥିବାରୁ ଗାଡିର ଡ୍ରାଇଭରଙ୍କ ସମେତ ଆଉ ଜଣେ ପାସେଞ୍ଜରଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ଘଟଣା ସ୍ଥଳରେ  ପୋଲିସ ଏନ୍ଫୋର୍ସମେଣ୍ଟ ସହିତ  ସ୍ପେସିଆଲ ଡ୍ରାଇଭ ଡିଉଟିରେ ଥିବା ପୁରୀ ଆରଟିଓ ରବିନ ପଟ୍ଟନାୟକ ଓ କର୍ମଚାରୀମାନେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିଥିଲେ। ଆରଟିଓ ଶ୍ରୀ ପଟ୍ଟନାୟକ ଓ ତାଙ୍କ ଟିମଙ୍କ ଏ ମହତ କାର୍ଯ୍ୟ ଓ ମାନବିକତା ପାଇଁ ପୁରୀ ସହରରେ ସାଧାରଣ ଜନତା ଓ ବୁଦ୍ଧିଜୀବୀ ଖୁବ ପ୍ରଶଂସା କରିଛନ୍ତି l ରାସ୍ତାର ଆହତ ବ୍ୟକ୍ତିଙ୍କୁ ନିର୍ଭୀକରେ ଯେ କୌଣସି ଲୋକ ମେଡିକାଲ ଆଣି ଚିକିତ୍ସା କରାଇଲେ ରାଜ୍ୟ ସରକାର ପକ୍ଷରୁ ଜ଼ିଲ୍ଲାପାଳଙ୍କ ଜରିଆରେ ଉକ୍ତ ସାହାଯ୍ୟକାରୀଙ୍କୁ ଉତ୍ସାହିତ କରିବାକୁ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ଥାଏ। ସେହି ସାମରିଟେନ ପଲିସି ଉପରେ ଆରଟିଓ ଶ୍ରୀ ପଟ୍ଟନାୟକ ଯୁବପିଢୀ ଓ ସାଧାରଣ ଜନତାଙ୍କୁ ସଚେତନ କରାଇଥିଲେ l
Published by:Soumya Das
First published: