ଶିଶୁ ଆୟୋଗରେ ପଡ଼ିଛି ସାଢ଼େ ୭୦୦ ମାମଲା; ଶିଶୁ ଯୌନ ନିର୍ଯାତନା ଓ ହିଂସାରେ ପୁରୀ ପ୍ରଥମ ସ୍ଥାନରେ

୩୦ଟି ଜିଲ୍ଲାରେ ଶିଶୁ ଯୌନ ନିର୍ଯ୍ୟାତନା ଓ ଶିଶୁ ହିଂସାର ମାତ୍ର ଦେଖିଲେ ସ୍ଥିତି ପୂରା ସାଂଘାତିକ। ୨୦୧୧ ରୁ ୨୦୨୧ ସେପ୍ଟେମ୍ବର ମଧ୍ୟରେ ୫,୩୦୦ଟି ଘଟଣା ଘଟିଥିଲା।

ଶିଶୁ ଆୟୋଗରେ ପଡ଼ିଛି ସାଢ଼େ ୭୦୦ ମାମଲା

ଶିଶୁ ଆୟୋଗରେ ପଡ଼ିଛି ସାଢ଼େ ୭୦୦ ମାମଲା

  • Share this:
News18 Odia Digital

ପୁରୀ: ରାଜ୍ୟରେ ପ୍ରତିଦିନ ଶିଶୁମାନେ ଶୋଷଣର ଶିକାର ହେଉଛନ୍ତି । ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ଶିଶୁ ଆୟୋଗ ରହିଥିଲେ ହିଁ ସେଠାରୁ ସେତେଟା ଫଳ ମିଳୁନାହିଁ । ରିପୋର୍ଟ କହୁଛି ଓଡ଼ିଶାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଠନ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମାତ୍ର ୨୩୦ଟି ମାମଲା ସମାଧାନ ହୋଇଛି । ୭୫୦ରୁ ଅଧିକ ଶିଶୁ ହିଂସା ସମ୍ପର୍କିତ ସମ୍ବେଦନଶୀଳ ମାମଲା ଆୟୋଗ ନିକଟରେ ଗଡୁଥିବା ବେଳେ ବିଭିନ୍ନ ଥାନାରେ ପଡ଼ିଛି ମାଳମାଳ ମାମଲା।

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ କହିଛନ୍ତି, ‘‘୨୦୧୧ରୁ ୨୦୨୧ ସେପ୍ଟେମ୍ବର ମଧ୍ୟରେ ଶିଶୁ ନିର୍ଯ୍ୟାତନା ଓ ଶିଶୁ ହିଂସା ନେଇ ୯୮୦ଟି ମାମଲା ଆସିଥିଲା । ହେଲେ ସେଥିରୁ ମାତ୍ର ୨୩୦ଟି ମାମଲାର ସମାଧାନ ହୋଇଛି। ବାକି ମାମଲାର ବିଚାର ହୋଇନଥିବା ବେଳେ ଅନ୍ୟପଟେ ଆୟୋଗ ପାଖକୁ ୧୭ଟି ବାଲ୍ୟ ବିବାହ ସମସ୍ୟା ଆସିଥିଲା। ସେଥିରୁ ଚାରୋଟି ମାମଲାର ସମାଧାନ ହୋଇଛି। ତେବେ ବିଡମ୍ବନାର ବିଷୟ ହେଉଛି ୯୯ଟି ଅଭିଯୋଗ ହୋଇଥିବା ବେଳେ ସେଥିରୁ ୪ଟି ମାମଲାର ସମାଧାନ ହୋଇଛି।’’

୩୦ଟି ଜିଲ୍ଲାରେ ଶିଶୁ ଯୌନ ନିର୍ଯାତନା ଓ ଶିଶୁ ହିଂସାର ମାତ୍ର ଦେଖିଲେ ସ୍ଥିତି ପୂରା ସାଂଘାତିକ। ୨୦୧୧ ରୁ ୨୦୨୧ ସେପ୍ଟେମ୍ବର ମଧ୍ୟରେ ୫,୩୦୦ଟି ଘଟଣା ଘଟିଥିଲା। ସେଥିରୁ ସର୍ବାଧିକ ଘଟଣା ଘଟିଛି ପୁରୀ ଜିଲ୍ଲାରେ। ଏଠାରେ ମୋଟ ୬୩୫ଟି ଘଟଣା ଘଟିଛି। ଦ୍ୱିତୀୟ ସ୍ଥାନରେ ୬୧୦ଟି ମାମଲା ଥିବାରୁ ଅନଗୋଳ ଜିଲ୍ଲା ରହିଛି। କେନ୍ଦ୍ରାପଡା ଜିଲ୍ଲାରେ ୫୩୦ଟି ମାମଲା ରୁଜୁ ହୋଇ ତୃତୀୟ ସ୍ଥାନରେ ରହିଛି। ଶିଶୁ ଚାଲାଣ ଉପରେ ଏନ.ସି.ଆର.ବି. ରିପୋର୍ଟ କହୁଛି , ୩,୭୦୦ ଜଣ ଶିଶୁଙ୍କ ପତ୍ତା ମିଳୁନାହିଁ । ଶିଶୁ ଅପହରଣ ସମୟରେ ଥାନାରେ ଏତଲା ହୋଇଛି ହେଲେ ପୋଲିସ ମାମଲା ରୁଜୁ କରିଥିଲେ ସୁଦ୍ଧା ଉକ୍ତ ଶିଶୁଙ୍କ ବିଷୟରେ ତଥ୍ୟ ପ୍ରମାଣ ମିଳୁନାହିଁ, ଯାହା ଦ୍ବାରା ନିଖୋଜ ତାଲିକା ଗଡ଼ି ଗଡ଼ି ଚାଲିଛି ବୋଲି କହିଛନ୍ତି ଶିଶୁ ଅଧିକାର ବିଶେଷଜ୍ଞ ତଥା ପ୍ରାକ୍ତନ ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ।

ଶିଶୁ ଯୌନ ନିର୍ଯାତନା ଓ ହିଂସାରେ ପୁରୀ ପ୍ରଥମ ସ୍ଥାନରେ


ସେହିପରି ସିଡବ୍ଲୁସି ସଦସ୍ୟ ରମାଶଙ୍କର ପାତ୍ର, "ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧକୁ ନଜରରେ ରଖି ୨୦୧୦ ସେପ୍ଟେମ୍ବର ମାସରେ ଓଡ଼ିଶାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଠନ ହୋଇଥିଲା । ୨୦୨୧ ପରଠୁ ଜିଲ୍ଲାମାନଙ୍କରେ ଘଟୁଥିବା ସମ୍ବେଦନଶୀଳ ଘଟଣା ଗୁଡ଼ିକ ଆୟୋଗ ନିକଟରେ ଅଭିଯୋଗ ହୋଇଥିଲା । ହେଲେ ସେତେ ମାତ୍ରାରେ ସଫଳତା ମିଳିଲା ନାହିଁ।’’

"ଶିଶୁ ଅଧିକାର ଓ ସୁରକ୍ଷା ପାଇଁ ଅନେକ ସଚେତନତା କରାଯାଉଛି । ତୃଣମୂଳ ସ୍ତରରେ ସଚେତନତା କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ତେବେ ଶିଶୁ ଯୌନ ନିର୍ଯ୍ୟାତନା ଓ ଶିଶୁ ହିଂସାରେ ପୁରୀ ପ୍ରଥମ ରହିଥିବା ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜିଲା ଶିଶୁ ସୁରକ୍ଷା ଅଧିକାରୀ। କିଭଳି ଓ କେଉଁଠୁ ଏହି ତଥ୍ୟ ଦିଆଗଲା ତାର ଅନୁସନ୍ଧାନ କରାଯିବ। ଶିଶୁଙ୍କ ପାଇଁ ପ୍ରତିଟି ସ୍ତରରେ କାର୍ଯ୍ୟ କରାଯାଉଛି ଓ ଶିଶୁ ହିଂସାରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି,’’ କହିଛନ୍ତି ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ।

ଅନଲାଇନରେ ଶିଶୁ ଯୌନ ଶୋଷଣ ମାମଲାରେ ଓଡ଼ିଶା କଥା ପଦାକୁ ଆସିବା ପରେ ଶିଶୁ ସୁରକ୍ଷା ଆୟୋଗର ପାରିବାପଣିଆକୁ ନେଇ ଉଠିଛି ପ୍ରଶ୍ନ। ଏଥି ସମ୍ପର୍କିତ ସିବିଆଇ ମାମଲା ପଦାକୁ ଆସିବା ପରେ ଏବେ ସଚେତନ ହେଉଛି ଶିଶୁ ସୁରକ୍ଷା ଆୟୋଗ। ତେବେ ଶିଶୁ ସୁରକ୍ଷା ଦିଗରେ ହେଉଥିବା ସଚେତନତା ବା କାର୍ଯ୍ୟ କେବଳ କାଗଜକଲମରେ ସିମୀତ ବୋଲି ଏହି ଆକଳନରୁ ହିଁ ସ୍ପଷ୍ଟ ହେଉଛି।
Published by:Lipina Das
First published:
)}