ବିଶ୍ବସ୍ତରୀୟ ରୂପ ନେବ ପୁରୀ ରେଳ ଷ୍ଟେସନ; ଯାତ୍ରୀ ନିବାସ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୩୬୪ କୋଟି ଟଙ୍କା

ବିଶ୍ୱ ଐତିହ୍ୟ ସହର ପୁରୀରେ ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ। ଜର୍ମାନ ଓ ଜାପାନ ଢାଞ୍ଚାରେ ରେଳ ଷ୍ଟେସନର ହେବ ନବକଳେବର। ୨୦୨୪ ସୁଦ୍ଧା ଶେଷ ହେବାକୁ ଥିବା ରେଳ ଷ୍ଟେସନର ଉନ୍ନତିକରଣ ଓ ଯାତ୍ରୀ ନିବାସ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୩୬୪ କୋଟି ଟଙ୍କା।

ବିଶ୍ବସ୍ତରୀୟ ରୂପ ନେବ ପୁରୀ ରେଳ ଷ୍ଟେସନ

ବିଶ୍ବସ୍ତରୀୟ ରୂପ ନେବ ପୁରୀ ରେଳ ଷ୍ଟେସନ

  • Share this:
News18 Odia Digital

ପୁରୀ: ରେଳ ଷ୍ଟେସନର ହେବ ନବକଳେବର।‌ ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ। ଷ୍ଟେସନର ବିକାଶ ପାଇଁ ଖର୍ଚ୍ଚ ହେବ ୩୬୪ କୋଟି ଟଙ୍କା। ଚଳିତ ବର୍ଷ ଅଗଷ୍ଟରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୪ ଅଗଷ୍ଟରେ ଶେଷ ହେବାକୁ ଲକ୍ଷ୍ୟ।

ପୁଣି ଜାପାନ ଓ ଜର୍ମାନ ଜ୍ଞାନକୌଶଳରେ ନିର୍ମାଣ ହେବାକୁ ଥିବା ବେଳେ ୨୦୦ରୁ ୩୦୦ କିଲୋମିଟର ବାତ୍ୟା ସହନଶୀଳ ବିଲ୍ଡିଂ ହେବ ନିର୍ମାଣ ଓ ସେଥିରେ ରହିବ ଉତ୍କଳୀୟ କଳା ସଂସ୍କୃତି ସ୍ଥାପତ୍ୟର ଛାପ। ଭୁବନେଶ୍ୱରରୁ ପୁରୀ ଚାଲିବ ୱାର୍ଲ୍ଡ କ୍ଲାସ ଟ୍ରେନ। ୨୦୩ କୋଟି ବ୍ୟୟରେ ହେବ ବିଶ୍ୱସ୍ତରୀୟ ସୁବିଧା ଥିବା ଯାତ୍ରୀ ନିବାସ।

ପ୍ରଧାନମନ୍ତ୍ରୀ ମୋଦି ପୁରୀକୁ ବିଶ୍ୱ ଐତିହ୍ୟ ସହର, ଧାର୍ମିକ ସହର ଓ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କରିବାର ଲକ୍ଷ୍ୟରେ ଏ ହେଉଛି ଏକ ପଦକ୍ଷେପ। ବିଶ୍ୱ ଐତିହ୍ୟ ସହରରେ ହେବ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ। ଉତ୍କଳୀୟ କଳା ସଂସ୍କୃତି ସ୍ଥାପତ୍ୟର ଛାପ ସହ ଜର୍ମାନ ଓ ଜାପାନ ଜ୍ଞାନ କୌଶଳରେ ନିର୍ମାଣ ହେବ ରେଳ ଷ୍ଟେସନ। ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳଷ୍ଟେସନ ସମୀକ୍ଷା କରିବା ପରେ ଏଭଳି ଘୋଷଣା କରିଛନ୍ତି। ଆଉ ପୁରୀ ରେଳ ଷ୍ଟେସନ ଓ ସହ ପୁରୀ ସହରକୁ ଐତହ୍ୟ ସହର ଓ ବିଶ୍ୱ ପର୍ଯ୍ୟଟନ ସହର କରିବା ନେଇ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶା। ତେଣୁ ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ସରିଛି ଟେଣ୍ଡର ପ୍ରକ୍ରିୟା। ଅଗଷ୍ଟ ୨୦୨୨ରୁ ଅଗଷ୍ଟ ୨୦୨୪ରେ ଏହି କାର୍ଯ୍ୟ ଶେଷ ହେବ। ପୁରୀ ବିଶ୍ବସ୍ତରୀୟ ଷ୍ଟେସନ ନେଇ ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବଙ୍କ ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଦୁଇ ବର୍ଷ ମଧ୍ୟରେ ଶେଷ କରାଯିବ।

ପୁରୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ


‘‘୧୬୧ କୋଟିରେ ରେଳ ଷ୍ଟେସନର ନବୀକରଣ ଓ ୨୦୩ କୋଟିରେ ଯାତ୍ରୀ ନିବାସର ଉନ୍ନତିକରଣ ହେବ। ବିଶ୍ଵ ସ୍ତରୀୟ ଷ୍ଟେସନ ବିଲ୍ଡିଂ ସହ ବଡ଼ ଯାତ୍ରୀ ନିବାସ ନିର୍ମାଣ ପାଇଁ ଯୋଜନା। ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ୨୦୦ରୁ ୩୦୦ କିଲୋମିଟର ବାତ୍ୟା ସହନଶୀଳ ବିଲ୍ଡିଂ ହେବ ନିର୍ମାଣ। ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନର ହେଉଛି ବିକାଶ। ଯେଭଳି ଘଣ୍ଟାକୁ ୬୨୦୦ ପାସେଞ୍ଜର ଚଳପ୍ରଚଳ କରିପାରୁଥିବା ସହ ପ୍ଲାଟଫର୍ମ ମଧ୍ୟ ୮୦ ପ୍ରତିଶତ ବୃଦ୍ଧି କରାଯିବ। ବିଲ୍ଡିଂ ଫ୍ଲୋର ଏରିଆ ୧୭୪୦ ବର୍ଗମିଟରରୁ ବୃଦ୍ଧି ପାଇ ୪୦୬୦ ବର୍ଗମିଟର କରାଯିବ । ଡର୍ମିଟୋରୀରେ ୨୩୦ ବେଡ଼ ରହିବ। ୨୩ଟି ରିଟାୟରିଂ ରୁମ, ୬ଟି ଇସ୍କେଲେଟର, ୪ଟି ଲିଫ୍ଟ, ରୁଫ ପ୍ଲାଜା, ଫୁଡ କୋର୍ଟ ଆଦି କରାଯିବ। ଆଉ ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର କରାଯାଉଥିବାରୁ ଏହାର ବେଶ ଆବଶ୍ୟକତା ରହିଛି,’’ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କହିଛନ୍ତି, "ପୁରୀରେ ଏବେ ଚାଲିଛି ବିକାଶ। ପ୍ରଧାନମନ୍ତ୍ରୀ ହୃଦୟ ଯୋଜନାରେ ଆର୍ଥିକ ଅନୁଦାନ ଦେଉଥିବା ବେଳେ ତାଙ୍କର ଇଚ୍ଛା ପୁରୀ ବିଶ୍ୱସ୍ତରୀୟ ହେଉ। ତେଣୁ ଆଜି ରେଳ ମନ୍ତ୍ରୀଙ୍କୁ ମନ୍ଦିର ବୁଲାଇବା ଦର୍ଶନ କରାଇବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଅବଗତ କରାଇଲି। ଆଉ ପୁରୀ ରେଳ ଷ୍ଟେସନ ହେବ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ ନେଇ କେନ୍ଦ୍ରମନ୍ତ୍ରୀ ସମୀକ୍ଷା ପରେ ଦେଲେ ସୂଚନା। ଆଉ ଶ୍ରୀମନ୍ଦିର ଯାଇ ଅଣସରରେ ପଟି ଦିଅଁଙ୍କ ଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଷ୍ଟେସନ ପରିସରରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏହାର ଅନୁଧ୍ୟାନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନ ବୈଷ୍ଣବ।’’

ସେ ଆହୁରି କହିଛନ୍ତି, ‘‘ଆଜି ପୁରୀ ରେଳ ଷ୍ଟେସନରେ ପହଞ୍ଚି ଭିତ୍ତିଭୂମି ତଦାରଖ କରିବା ସହ ପ୍ରକଳ୍ପ କାମର ନକ୍ସା ବୁଲି ଦେଖିଥିଲେ ରେଳ ମନ୍ତ୍ରୀ। ପୁରୀରେ ଏୟାରପୋର୍ଟ ହେଉଥିବାରୁ ପୁରୀ ଓ ଭୁବନେଶ୍ବର ପାଇଁ ବିଶ୍ବ ସ୍ତରୀୟ ଟ୍ରେନ ଚଳାଚଳ କରାଯିବ। ରେଳବାଇ ଅଧିକାରୀମାନେ ତାଙ୍କୁ ନବ ନିର୍ମିତ ପ୍ଲାଟଫର୍ମ, ଯାତ୍ରୀ ରହଣୀ ସ୍ଥଳ, ଏସକେ ଲେଟର, ଲିଫ୍ଟ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ହେବା ନେଇ ଅବଗତ କରାଇଥିଲେ। ତେଣୁ ବିଜେପି ସରକାର ବିକାଶ କରି ପୁରୀବାସୀଙ୍କୁ ଦେଖାଇବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ପୁରୀର ବିକାଶ ସ୍ୱପ୍ନ ରହିଥିବା ବେଳେ ତାହା ନିଶ୍ଚିତ ପୂରଣ ହେବ।’’

ଦୀର୍ଘ ଦୁଇ ବର୍ଷ ପରେ ରଥଯାତ୍ରା ହେଉଥିବାରୁ ପୂର୍ବରୁ ରଥଯାତ୍ରା ୧୨୦ଟି ଟ୍ରେନ ମଧ୍ୟରେ ସୀମିତ ରହୁଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ପାଇଁ ୨୦୫ଟି ଟ୍ରେନ ଚଳାଚଳ ସହ ମୋବାଇଲ ଟିକେଟ ବ୍ୟବସ୍ଥା କରାଯିବ।

ରଥଯାତ୍ରା ସମୟରେ ଯାତ୍ରୀମାନେ ଆଉ ଟିକେଟ ପାଇଁ ଲମ୍ବା ଲାଇନରେ ଠିଆ ନ ହୋଇ ଯାତ୍ରୀଙ୍କ ପାଇଁ ମୋବାଇଲ ଟିକେଟିଂ ବ୍ୟବସ୍ଥା କରାଯିବ। ମୋମୋ ଚଳାଚଳ କରିବ। ରଥାଯାତ୍ରା ବେଳେ ରେଳବାଇର ପାର୍କିଂ ସ୍ଥଳରେ ଭକ୍ତ ତଥା ଯାତ୍ରୀଙ୍କ ରହଣୀ ପାଇଁ ବ୍ୟାପକ ସେଡ଼ କରାଯିବ। ଆଉ ତାହା ଜର୍ମାନ ଟେଣ୍ଟର ଢାଞ୍ଚା ରହିବ। ଆଉ ସେଥିରେ ବିଶ୍ୱସ୍ତରୀୟ ସୁବିଧା ସହ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଗରିବ ଯାତ୍ରୀଙ୍କ ପାଇଁ ମାଗଣା ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯିବ। ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ବେଳେ ରଥଯାତ୍ରା ବେଳେ ମୁତୟନ ହେବେ ୬୦୦ ଜଣ ଆରପିଏଫ ସୁରକ୍ଷା କର୍ମୀ ମୁତୟନ ହେବେ। ଆଉ ଭକ୍ତଙ୍କ ପାଇଁ ରେଳବିଭାଗ ପକ୍ଷରୁ ସମସ୍ତ ସହାୟତା ଓ ସେବା ପ୍ରଦାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ପ୍ରକାଶ ଥାଉକି ଦୁଇ ବର୍ଷ ପରେ ରଥଯାତ୍ରା ହେଉଥିବାରୁ ୨୦୫ଟି ସ୍ପେଶାଲ ଟ୍ରେନ, ମୋବାଇଲ ଟିକେଟିଂ ବ୍ୟବସ୍ଥା, ସମୁଦାୟ ପାର୍କିଂରେ ୱାର୍ଲଡ କ୍ଲାସ ଜର୍ମାନ ଟେଣ୍ଟର ସେଡ଼ ନିର୍ମାଣ ସହ ଯାତ୍ରୀଙ୍କ ପାଇଁ ଫ୍ରି ଫୁଡ ବ୍ୟବସ୍ଥା ହେବ।
Published by:Lipina Das
First published: