ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାକ୍ସରୁ ମିଳିଥିବା ଖଣ୍ଡ ବିଖଣ୍ଡିତ ଶବ ମାମଲା: ୬ଟି ସ୍କେଚ୍ ଜାରି କଲା ପୋଲିସ୍

ଗଣ୍ଡି ଓ ମୁଣ୍ଡକୁ ଏକାଠି କରି ଫଟୋ ଉତ୍ତୋଳନ କରି ପୋଲିସ୍ ସେହି ଫଟୋ ଓଡ଼ିଶା ସମେତ ଦେଶର ବିଭିନ୍ନ ଥାନାକୁ ପଠାଇଥିଲା । ହେଲେ ଶବର ମୁହଁ ନଷ୍ଟ ହୋଇଯାଇଥିବାରୁ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇ ନ ଥିଲା ।

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାକ୍ସରୁ ମିଳିଥିବା ଖଣ୍ଡ ବିଖଣ୍ଡିତ ଶବ ମାମଲା: ୬ଟି ସ୍କେଚ୍ ଜାରି କଲା ପୋଲିସ୍
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ତିଆରିହୋଇଥିବା ମୃତ ବ୍ୟକ୍ତିଙ୍କ ଫଟୋ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପାଞ୍ଚ ବର୍ଷ ତଳେ ନରେନ୍ଦ୍ର ପୁଷ୍କରିଣୀରୁ ଦୁଇଟି ବାକ୍ସ (ଦସ୍ତାର ଟ୍ରଙ୍କ) ମଧ୍ୟରୁ ମିଳିଥିବା ଖଣ୍ଡ ବିଖଣ୍ଡିତ ମୃତ ଦେହ – ଗୋଟିଏ ବାକ୍ସରେ ମୁଣ୍ଡ ଓ ଗଣ୍ଡି, ଆଉ ଅନ୍ୟଟିରେ ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ – ମାମଲାରେ ପୁରୀ ପୋଲିସର ତଦନ୍ତରେ ଯୋଡ଼ିହୋଇଛି ଟିକିଏ ବେଗ । ଉଦ୍ଧାର ହୋଇଥିବା ମୃତ ଦେହର ଅଂଶ ବିଶେଷକୁ ଯୋଡ଼ି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (Artificial Intelligence, AI) ମାଧ୍ୟମରେ ମୃତକଙ୍କ ଛଅଟି ସ୍କେଚ ଜାରୀ କରାଯାଇଛି ଓ ଦେଶର ସବୁ ଥାନାକୁ ପଠାଯାଇଛି ।

ଚନ୍ଦନ ଯାତ୍ରାରେ ମହାପ୍ରଭୁ ଯେଉଁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳନ୍ତି ତାହାରି ଭିତରୁ କୁମ୍ଭାରପଡ଼ା ପୁଲିସ ୨୦୧୪ ମସିହା ଡିସେମ୍ବର ୧୦ରେ ଜବତ କରିଥିବା ଦୁଇଟି ବାକ୍ସରେ ଥିଲା ଏହି ମୃତ ଦେହ ।  ତଦନ୍ତ ଆରମ୍ଭ ହୋଇଥିଲା, ହେଲେ କିଛି ବି ସୁରାକ ମିଳି ନ ଥିଲା  । ପାଞ୍ଚ ବର୍ଷ ପରେ ପୁରୀ ଏସ୍‌.ପି. ଉମାଶଙ୍କର ଦାଶ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ କେସକୁ ରିଓପନ୍‌ କରିଛନ୍ତି ।

ଶବ ବ୍ୟବଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ମୃତ ବ୍ୟକ୍ତିଙ୍କ ମୃତ୍ୟୁର ଠିକ ୧୦ ଦିନ ପୂର୍ବରୁ ଓପନ ହାର୍ଟ ସର୍ଜରୀ କରାଯାଇଥିଲା । ତାଙ୍କ ଶରୀରକୁ କଟର୍‌ ମେସିନ ସାହାଯ୍ୟରେ କଟାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ତାହା ଭର୍ତ୍ତି ହୋଇଥିବା ବାକ୍ସରେ ତିନି ବର୍ଷ ପୁରୁଣା ଖବରକାଗଜ ଥିଲା । ଶବ ମିଳିବାର ଚାରିରୁ ପାଞ୍ଚ ଦିନ ପୂର୍ବରୁ ଏହି ହତ୍ୟା କରାଯାଇଥିବା ପୋଷ୍ଟ ମର୍ଟମ୍‌ ରିପୋର୍ଟରୁ ଜଣାପଡ଼ିଥିଲା । ଗୋଟିଏ ଟ୍ରଙ୍କରେ ଦୁଇଟି ହାତ ଓ ଶରୀରର ଅନ୍ୟ ଅଙ୍ଗକୁ ପଲିଥିନରେ ପ୍ୟାକ କରାଯାଇଥିବା ବେଳେ ଅନ୍ୟ ଟ୍ରଙ୍କରେ ମୁଣ୍ଡ ଓ ଗଣ୍ଡି ଥିଲା, ହେଲେ ଗୋଟିଏ ଗୋଡ଼ ନ ଥିବା ପୁଲିସର ଜବତ ରିପୋର୍ଟରେ ଉଲ୍ଲେଖ ଥିଲା ।

ନରେନ୍ଦ୍ର ପୁଷ୍କରିଣୀରୁ ଦୁଇଟି ବାକ୍ସ (ଦସ୍ତାର ଟ୍ରଙ୍କ) ମଧ୍ୟରେ ମିଳିଥିଲା ଏହି ଖଣ୍ଡ ବିଖଣ୍ଡିତ ମୃତ ଦେହ ।


ତତ୍କାଳୀନ କୁମ୍ଭାରପଡ଼ା ଥାନା ଅଧିକାରୀ ଗିରିଜାନନ୍ଦ ପଟ୍ଟନାୟକ ସେହି ଘଟଣା ବିଷୟରେ ମନେପକାଇ କହିଛନ୍ତି ଯେ ସକାଳେ ଖବର ମିଳିଥିଲା ଦୁଇଟି ନୀଳ ରଙ୍ଗର ଟ୍ରଙ୍କ ନରେନ୍ଦ୍ର ପୁଷ୍କରିଣୀରେ ଭାସୁଛି । ‘‘ଟ୍ରଙ୍କ ପଡ଼ିଥିବା ଅଞ୍ଚଳରୁ ପ୍ରଚୁର ଗନ୍ଧ ଆସୁଥିଲା । ଟ୍ରଙ୍କକୁ ପାହାଚ ଉପରକୁ କାଢ଼ି ଖୋଲିବା ବେଳେ ଆଖି ଚକିତ ହୋଇଯାଇଥିଲା । ଟ୍ରଙ୍କ ଭିତରେ ଥିଲା ମୃତ ଦେହ,  ପୁଣି ଖଣ୍ଡ ବିଖଣ୍ଡିତ । ଗୋଟିଏ ଟ୍ରଙ୍କରେ ଅଜଣା ବ୍ୟକ୍ତିର ମୁଣ୍ଡ ଓ ଗଣ୍ଡି, ଏବଂ ଅନ୍ୟ ଟ୍ରଙ୍କରେ ଅଣ୍ଟା ଠାରୁ ଗୋଡ଼ ପର୍ଯ୍ୟନ୍ତ ରହିଥିଲା । ଆମେ ଚକିତ ହୋଇଥିଲୁ – ଦୁଇଟା ଟ୍ରଙ୍କରେ ଦୁଇଟି ମୃତ ଦେହ ନୁହେଁ ତ? ମାତ୍ର ଏହା ଗୋଟିଏ ମୃତ ଦେହ ଥିଲା । ଏଇଟା ଗୋଟେ ବିରଳ କେସ୍‌ ଥିଲା । ଦଫା ୩୦୨ ଓ ୨୦୧ ବଳରେ ହତ୍ୟା ମାମଲା (କେସ ନଂ. ୩୦୧/୧୪) ରୁଜୁ କରି ଭୁବନେଶ୍ୱର ଏଫଏମଟିକୁ ଶବ ବ୍ୟବଛେଦ ପାଇଁ ମଧ୍ୟ ପଠାଯାଇଥିଲା ଓ ତଦନ୍ତ ଆରମ୍ଭ ହୋଇଥିଲା,’’ କହିଛନ୍ତି ପଟ୍ଟନାୟକ । ତାଙ୍କର ସେଠାରୁ କିଛି ଦିନ ପରେ ବଦଳି ହୋଇଯିବା ଯୋଗୁଁ ତଦନ୍ତ ଆଗକୁ ବଢ଼ିପାରି ନ ଥିଲା ।

ନରେନ୍ଦ୍ର କୋଣ ବାସିନ୍ଦା କେଶବ ଚନ୍ଦ୍ର ପରିଜା କହିଛନ୍ତି ଯେ ନରେନ୍ଦ୍ର ପୁଷ୍କରିଣୀରୁ ଏହି ଶବ ଏମିତି ଅବସ୍ଥାରେ ମିଳିବା ପରେ ପୁରୀ ସହରରେ ଖେଳିଯାଇଥିଲା ଏକ ପ୍ରକାର ଭୟ । ‘‘ତାହା ଥିଲା ନବକଳେବରର ସମୟ । ପୁଣି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡରୁ ରାମଚଣ୍ଡୀ ପୁଲିସ ଏକ ଅଜଣା ଛୋଟ ଝିଅର ମୃତ ଦେହ ଜବତ କରିଥିଲା । ନରେନ୍ଦ୍ରରୁ ଏଭଳି ଟ୍ରଙ୍କ ଭିତରୁ ମୃତ ଦେହ ଘଟଣା ଥିଲା ଦ୍ୱିତୀୟ । ସେହି ଟ୍ରଙ୍କ ଭିତରେ କଳା ପଲିଥିନରେ ରଖାଯାଇଥିଲା ମୃତ ଦେହ । ପଚିଯାଇଥିବାରୁ ବେଶ ଗନ୍ଧ ହେଉଥିଲା । ଟ୍ରଙ୍କ ଭିତରୁ ବାହାରିଥିବା ମୁଣ୍ଡଟି ପୁରୀର ଲୋକ ନୁହେଁ ଓ କେହି ବାହାରେ ହତ୍ୟା କରି ଗଲା ବେଳକୁ ଏଠି ଫୋଫାଡ଼ି ଦେଇଛି ବୋଲି ମନେହୋଇଥିଲା । କିନ୍ତୁ କାହିଁକି ନରେନ୍ଦ୍ର ପୁଷ୍କରିଣୀରେ ଫୋପାଡ଼ିଲା ସେହି ପ୍ରଶ୍ନ ଅଞ୍ଚଳବାସୀଙ୍କ ମନରେ ଖେଳି ବୁଲୁଥିଲା,’’ କହିଛନ୍ତି ପରିଜା ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ତିଆରି ହୋଇଥିବା ମୃତ ବ୍ୟକ୍ତିଙ୍କ ଆଉ କିଛି ଫଟୋ


ଗଣ୍ଡି ଓ ମୁଣ୍ଡକୁ ଏକାଠି କରି ଫଟୋ ଉତ୍ତୋଳନ କରି ପୋଲିସ୍‌ ସେହି ଫଟୋ ଓଡିଶା ସମେତ ଦେଶର ବିଭିନ୍ନ ଥାନାକୁ ପଠାଇଥିଲା । ହେଲେ ଶବର ମୁହଁ ଏଭଳି ନଷ୍ଟ ହୋଇଯାଇଥିବା କାରଣରୁ ତାଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇ ନ ଥିଲା ।  ସେହି ମୃତକଙ୍କ ଦେହରେ ଏକ ପଇତା ବି ଥିଲା, ଯେମିତି ବ୍ରାହ୍ଣଣମାନେ ପରିଧାନ କରନ୍ତି । ଡିଏନଏ ପରୀକ୍ଷା ପାଇଁ ଭିସେରା ରିପୋର୍ଟ ଓ ଫିଙ୍ଗର ପ୍ରିଣ୍ଟ ମଧ୍ୟ ରଖାଯାଇଥିଲା ।

‘‘ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମ ବଙ୍ଗରେ ଛାନଭିନ କରି ସଫଳ ନ ହେବାରୁ ଆମେ ହାଇଦ୍ରାବାଦରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ସ୍କେଚ ପ୍ରସ୍ତୁତ କରିଥିଲୁ । ଆମେ ଛଅଟି ସ୍କେଟ ଜାରୀ କରିଛୁ । ସେଥିରେ ମୃତକଙ୍କ ଦାଢ଼ୀ, ନିଶ ଓ ବାଳକୁ ନେଇ ସ୍କେଚ୍‌ ଅଛି । ଏହାକୁ ଦେଶର ସବୁ ଥାନାକୁ ପଠାଯାଇଛି । ସେହି ଫଟୋଗୁଡିକ ବିଭିନ୍ନ ଅଞ୍ଚଳର ଲୋକଙ୍କ ନିକଟରେ ଗଣମାଧ୍ୟମ ପହଞ୍ଚାଇଲେ ମୃତକଙ୍କ ପରିଚୟ ମିଳିପାରିବ ବୋଲି ଆଶା ରଖିଛୁ,’’ କହିଛନ୍ତି ପୁରୀ ଏସ୍‌.ପି. ଉମାଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 11, 2020, 9:45 PM IST
corona virus btn
corona virus btn
Loading