ଖାକିରେ ଗୋଲାପି ଛିଟା? ପୁରୀରେ କନେଷ୍ଟବଳଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗର ତଦନ୍ତ ଚାଲିଛି

ନିଜ ପତ୍ନୀଙ୍କ ସହ ଏହି କନେଷ୍ଟବଳଙ୍କ ଗୁପ୍ତ ପ୍ରେମ ସମ୍ପର୍କ ଅନେକ ଦିନ ଧରି ଚାଲିଥିବା ଅଭିଯୋଗ କରିଛନ୍ତି ନୌସେନାର ୪୫-ବର୍ଷୀୟ ଯବାନ୍ । ସେପ୍ଟେମ୍ବର ୨୦୧୮ରେ ସୁପ୍ରିମ କୋର୍ଟ IPCରୁ ଦଫା ୪୯୭କୁ ହଟେଇ ଦେଇଥିଲେ ।

ଖାକିରେ ଗୋଲାପି ଛିଟା? ପୁରୀରେ କନେଷ୍ଟବଳଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗର ତଦନ୍ତ ଚାଲିଛି
ମହିଳା ଜଣକ କନେଷ୍ଟବଳଙ୍କୁ ନିଜ ଧରମ ଭାଇ ବୋଲି ପରିଚୟ ଦେଉଥିଲେ ।
  • News18 Odia
  • Last Updated: October 25, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ନୌସେନାର ଜଣେ ଯବାନ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କ ସହ ପୁରୀର ଏକ ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳ ଦୀର୍ଘ ଦିନ ଧରି ଚୋରା ପିରତୀରେ ଲିପ୍ତ ଅଛନ୍ତି । ଏ ନେଇ ତାଳବଣିଆ ଥାନାରେ ଅଭିଯୋଗ ହୋଇଥିବା ବେଳେ ଏହା ପେଣ୍ଠକଟା ମେରାଇନ୍ ଥାନା ଅଞ୍ଚଳର ମାମଲା ବୋଲି କହି ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏହି ୩୫-ବର୍ଷୀୟା ମହିଳାଙ୍କ ସ୍ୱାମୀ ନୌବାହିନୀର ଜଣେ ଯବାନ୍ ଓ ଏବେ ସେ ଗୁଜୁରାଟରେ କାର୍ଯ୍ୟରତ । ପେଣ୍ଠକଟା ମେରାଇନ୍ ଥାନା ଅଞ୍ଚଳରେ ଯବାନଙ୍କ ଘର । ତାଙ୍କ ପତ୍ନୀ ପୁରୀରେ ରହନ୍ତି । ପତ୍ନୀଙ୍କ ସହ ଏହି କନେଷ୍ଟବଳଙ୍କ ଗୁପ୍ତ ପ୍ରେମ ସମ୍ପର୍କ ଅନେକ ଦିନ ଧରି ଚାଲିଥିବା ଅଭିଯୋଗ କରିଛନ୍ତି ୪୫-ବର୍ଷୀୟ ଯବାନ୍ ।

‘‘କନେଷ୍ଟବଳ ବିବାହିତ ହୋଇଥିବା ବେଳେ ପର ପତ୍ନୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ବେଆଇନ । ମୋ’ ଅନୁପସ୍ଥିତିର ସୁଯୋଗ ନେଇ ସେ ମୋ’ ଘରକୁ ଯିବା ଆସିବା କରି ଆମ ସମ୍ପର୍କ ଭିତରେ ଫାଟ ସୃଷ୍ଟି କରିଛନ୍ତି । ନିଜକୁ ମୋ’ ପତ୍ନୀଙ୍କ ଧରମଭାଇ ବୋଲି ପରିଚୟ ଦେଇ ଆମ ଘରକୁ ସେ ଯାଆ ଆସ କରି ଏଭଳି ସମ୍ପର୍କ ସ୍ଥାପନ କରିଛନ୍ତି,’’ ନିଜ ଅଭିଯୋଗରେ କହିଛନ୍ତି ନୌସେନାର ଯବାନ୍ । ସେ ତାଳବଣିଆ ଥାନାରେ ୪୫-ବର୍ଷୀୟ କନେଷ୍ଟବଳଙ୍କ ନାଁରେ ଏକ ଏତାଲା ଦେଇଛନ୍ତି ।

ପୁରୀ ଏସ୍.ପି. ଅଖିଳେଶ୍ୱର ସିଂ


ତାଳବଣିଆ ଥାନା ଅଧିକାରୀ ଗାୟତ୍ରୀ ମିଶ୍ର କହିଛନ୍ତି ଯେ ଏତାଲା ମିଳିଛି ଓ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ‘‘ଆମେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛୁ ଯେ ସମ୍ପୃକ୍ତ କନେଷ୍ଟବଳ ସେହି ଯବାନଙ୍କ ପତ୍ନୀଙ୍କ ଧରମଭାଇ ବୋଲି ନିଜକୁ ପରିଚୟ ଦେଇଆସୁଛନ୍ତି । ଉଭୟ ପରିବାରର ସ୍ୱୀକୃତି ନେଇ କନେଷ୍ଟବଳ ତାଙ୍କ ଘରକୁ ଯିବାଆସିବା କରୁଥିବା ଜଣାପଡ଼ିଛି । ତଦନ୍ତରେ ଏ ପର୍ଯ୍ୟନ୍ତ କୌଣସି ଆପରାଧିକ ବିନ୍ଦୁ ସାମନାକୁ ଆସିନାହିଁ,’’ କହିଛନ୍ତି ଗାୟତ୍ରୀ ମିଶ୍ର ।

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ନୌସେନାର ଯବାନଙ୍କ ଅଭିଯୋଗରୁ ତାଙ୍କ ସ୍ତ୍ରୀଙ୍କ ସହ ସେହି କନେଷ୍ଟବଳ ଜଣକ ଶାରୀରିକ ସମ୍ପର୍କ ରଖିଆସିଥିବା ପ୍ରତୀତ ହେଉଛି ବୋଲି କହିଛନ୍ତି ଏହି ମାମଲା ବିଷୟରେ ଜାଣିଥିବା ଜଣେ ପୋଲିସ ଅଧିକାରୀ । ହେଲେ ଉଭୟ ସେହି ମହିଳା ଓ କନେଷ୍ଟବଳ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ଜାରି ରହିଥିବା ତଦନ୍ତରେ କନେଷ୍ଟବଳଙ୍କ ପତ୍ନୀ ଓ ସେହି ମହିଳାଙ୍କ ପଡ଼ୋଶୀମାନଙ୍କ ସହ ପୋଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି ।

‘‘ଯଦି ଯବାନଙ୍କ ଅଭିଯୋଗରେ ସତ୍ୟତା ଥାଏ ତେବେ କନେଷ୍ଟବଳଙ୍କ ପାଇଁ ଏହା ମହଙ୍ଗା ପଡ଼ିପାରେ,’’ କହିଛନ୍ତି ପୁରୀ ଏସ୍‌.ପି. ଅଖିଳେଶ୍ୱର ସିଂ ।

ଆଇନ ବିଶେଷଜ୍ଞମାନଙ୍କ ମତରେ ଯଦି ବି କନେଷ୍ଟବଳ ଜଣକ ନୌସେନାର ସେହି ଯବାନଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ସମ୍ମିଳିତ ପରକୀୟା ପ୍ରେମ କରୁଥିବା ପ୍ରମାଣିତ ହୁଏ ତାହେଲେ ତାଙ୍କୁ ଏଥି ପାଇଁ ଦଣ୍ଡିତ କରାଯାଇ ପାରିବ ନାହିଁ ।

ଏହା ବି ପଢ଼ନ୍ତୁ ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ସେପ୍ଟେମ୍ବର ୨୭, ୨୦୧୮ରେ ଏକ ଐତିହାସିକ ରାୟ ଦେଇ ସୁପ୍ରିମ୍‌ କୋର୍ଟ ବ୍ୟଭିଚାର (adultery) ଆଉ ଅପରାଧ ନୁହେଁ ବୋଲି କହିଥିଲେ ଓ ୧୫୮ ବର୍ଷ ପୁରୁଣା ବ୍ୟଭିଚାର ଆଇନକୁ ନିରସ୍ତ୍ର କରିଥିଲେ । ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୪୯୭କୁ (Section 497 of Indian Penal Code) ହଟାଇ ଦେଇ ସର୍ବୋଚ୍ଚ କୋର୍ଟ ସେହି ରାୟରେ କହିଥିଲେ ଯେ ମହିଳାମାନେ ପୁରୁଷଙ୍କ ସମ୍ପତ୍ତି ନୁହଁନ୍ତି ।

ସୁପ୍ରିମ୍‌ କୋର୍ଟଙ୍କ ସେହି ରାୟ ଆସିବା ପୂର୍ବରୁ କୌଣସି ବିବାହିତ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖୁଥିବା ଯେକୌଣସି ପୁରୁଷ ଅପରାଧ କରିଥିବା ବିବେଚିତ ହେଉଥିଲା । ଆଇପିସିରୁ ହଟିଯାଇଥିବା ଦଫା ୪୯୭ (Section 497 of IPC) ମହିଳାଙ୍କ ପତିଙ୍କୁ ସେହି ପର ପୁରୁଷଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଅନୁମତି ଦେଉଥିଲା ।

ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

ଆଇପିସିର ଦଫା ୪୯୭କୁ ହଟାଇଥିବା ସେହି ସମ୍ବିଧାନ ଖଣ୍ଡପୀଠର ନେତୃତ୍ୱ ନେଇଥିଲେ ଭାରତର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର । ଏହି ରାୟ ଜାରି କରିବା ବେଳେ ନିଜ ପୃଥକ ମତରେ ଜଷ୍ଟିସ୍‌ ମିଶ୍ର କହିଥିଲେ ଯେ ବିବାହିତ ଦମ୍ପତିଙ୍କ ମଧ୍ୟରୁ ଜଣେ ଯଦି ଚିଟିଂ କରନ୍ତି ତେବେ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଇ ପାରନ୍ତି, ମାତ୍ର ଚିଟିଂକୁ ଏକ ଅପରାଧ ବୋଲି ବିବେଚନା କରିବା ମାତ୍ରାଧିକ କଥା ହେବ।



ଗତ ମେ’ ମାସରେ (ମେ’ ୨୦୨୦) ସୁପ୍ରିମ କୋର୍ଟର ସେହି ୨୦୧୮ ମସିହାର ରାୟକୁ ଚ୍ୟାଲେଞ୍ଜ୍‌ କରି ଆସିଥିବା ଦୁଇଟି ସମୀକ୍ଷା ଆବେଦନର ଶୁଣାଶି କରି ସର୍ବୋଚ୍ଚ କୋର୍ଟ କହିଥିଲେ ଯେ ସେହି ଐତିହାସିକ ରାୟ ଉପରେ କୌଣସି ପୁନର୍ବିଚାରର ଆବଶ୍ୟକତା ନାହିଁ । ସମୀକ୍ଷା ଆବେଦନର ଶୁଣାଶି କରି ସର୍ବୋଚ୍ଚ କୋର୍ଟର ଏକ ପାଞ୍ଚଜଣିଆ ସମ୍ବିଧାନ ଖଣ୍ଡପୀଠ ଏ କଥା କହିଥିଲେ ।
Published by: Anand Shankar Thankur Das
First published: October 25, 2020, 11:59 PM IST
corona virus btn
corona virus btn
Loading