ମିଶନ ହ୍ୱାଇଟ ଜହରରେ ପୁରୀ ପୁଲିସକୁ ସଫଳତା; ଗିରଫ ହେଲେଣି ୩୦ ବେପାରୀ

ବାସେଳି ସାହି ଥାନା ଓ ପୁରୀ ଏସଟିଏଫ ବା ସ୍ପେଶାଲ ଟାସ୍କ ଫୋର୍ସ ମିଳିତ ଉଦ୍ୟମରେ ୪ ଜଣ ବେପାରୀ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି ।

  • Share this:
News18 Odia Digital

ପୁରୀ: ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ଚଳିତବର୍ଷ ସଫଳ ହେଉଛି ପୁରୀ ପୁଲିସ । ଚଳିତ ସପ୍ତାହରେ ବାସେଳି ସାହି ଥାନା ଓ ପୁରୀ ଏସଟିଏଫ ବା ସ୍ପେଶାଲ ଟାସ୍କ ଫୋର୍ସ ମିଳିତ ଉଦ୍ୟମରେ ୪ ଜଣ ବେପାରୀ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି  । ଆଉ ଏହି ବେପାରର କିଙ୍ଗପିନକୁ ଯାଜପୁରରୁ ଧରାହୋଇଛି ।

ସିଟି ଡିଏସପି ତଥା ଏସଟିଏଫର ମୁଖ୍ୟ ଜନାର୍ଦ୍ଧନ ପାଠୀଙ୍କ କହିବା ଅନୁଯାୟୀ "ଗୁରୁବାର ଦିନ ଆମକୁ ଖବର ମିଳିଥିଲା ଯେ ଯାଜପୁରରୁ ପୁରୀକୁ ବ୍ରାଉନସୁଗାର ବିକ୍ରି ପାଇଁ ଆସୁଛି। ଯାଜପୁର ଜିଲ୍ଲା ବରି ଥାନା ସପନପୁରର ୫୨ ବର୍ଷିୟ ଅମୁଲ୍ୟ କୁମାର ସ୍ୱାଇଁ ବ୍ରାଉନସୁଗାର ଆଣି ପୁରୀର ୩ ଜଣ ବେପାରୀ ବାସେଳିସାହି ଥାନା ଅଂଚଳର ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର ୨୮ ବର୍ଷିୟ ଗୁଡୁ ନାୟକ , ଜଗନ୍ନାଥ ବସ୍ତିର ୨୭ ବର୍ଷିୟ ଚନ୍ଦନ ସିଂ ଓ ୨୮ ବର୍ଷିୟ ରାଜା ସିଂଙ୍କ ନିକଟରେ ପହଁଚାଉଥିଲେ । ଆଉ ଏହି ଖବରକୁ ନେଇ ମୋ ସହ ବାସେଳିସାହି ଥାନା ଅଧିକାରୀ କୁଳମଣୀ ସେଠୀଙ୍କ ସହ ଆମ ଟିମ ମଙ୍ଗଳାଘାଟ ନିକଟରେ ଥିବା ଏକ କଲ୍ୟାଣମଣ୍ଡପ ପାଖରେ ଚଢ଼ାଉ କରିଥିଲୁ  । ସେମାନେ ଏକ କାର ଭିତରେ ଥିବା ବେଳେ ତାଙ୍କୁ କାବୁ କଲୁ । ସେମାନଙ୍କ ଠାରୁ ୨୫୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲୁ । ଆଉ ସେମାନଙ୍କ କିଙ୍ଗପିନ ଯାଜପୁରରୁ ଅମୁଲ୍ୟକୁ ଗିରଫ କରିଥିଲୁ  । ସେମାନଙ୍କ ଠାରୁ ୪ଟି ମୋବାଇଲ , ୩ଟି ବାଇକ , ଗୋଟିଏ କାର , ୨୧ ଶହ ଟଙ୍କା ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି"।

"ଚଳିତ ବର୍ଷ ଏହି ମାମଲାକୁ ମିଶାଇ ଏସଟିଏଫ ମୋଟ ୧ କେଜି ୬୧୯ ଗ୍ରାମ ବ୍ରାଉନସୁଗାର ଜବତ କଲାଣି। ଆଉ ଏହି ମାମଲାରେ ୩୦ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ପୁଣି ବ୍ରାଉନସୁଗାର ବିକି ମାଲାମାଲ ହୋଇଥିବା ଗଡ଼ିଶାଗୋଦା ଥାନା ଅଞ୍ଚଳ ସୁନାଖଳା ଗ୍ରାମର ଅନିରୁଦ୍ଧ ଜୟସିଂଙ୍କୁ ଗିରଫ କରି ତାର ଏହି କାରବାରରୁ କରିଥିବା ୯୪ ଲକ୍ଷ ଟଙ୍କାର ସମ୍ପତିକୁ ଜବତ କରି ବାଜ୍ୟାପ୍ତି କରାଯାଇଛି,"କହିଛନ୍ତି ଏସଟିଏଫର ମୁଖ୍ୟ ତଥା ଅତିରିକ୍ତ ଏସପି ମହିରି ପଣ୍ଡା।
Published by:Soumya Das
First published: