ଧଳା ଜହର ବେପାରୀ ଉପରେ ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ; ବେନାମ ସମ୍ପତ୍ତି କଲା ଜବତ

ଜାନୁଆରୀରୁ ଗିରଫ ହୋଇ ପୁରୀ ଗଡିଶାଗୋଦା ଥାନାର ଅଞ୍ଚଳ ସୁନାଖଳା ଗ୍ରାମର ଅନିରୁଦ୍ଧ ଜୟସିଂହ ଓରଫ ଅନି ଜେଲରେ ରହିଥିବା ବେଳେ ଏବେ ତାର କୋଟିଏ ଟଙ୍କାର ସମ୍ପତ୍ତି ଜବତ ସହ ବାଜ୍ୟାପ୍ତି ପାଇଁ ସୁପାରିଶ କରିଛି ପୁଲିସ ।

ଅନିରୁଦ୍ଧ ଜୟସିଂହ ଓରଫ ଅନି

ଅନିରୁଦ୍ଧ ଜୟସିଂହ ଓରଫ ଅନି

  • Share this:
News18 Odia Digital

ପୁରୀ: ବେଧଡ଼କ ଭାବେ ପୁରୀ ଜିଲ୍ଲାରେ ଚାଲିଥିଲା ବ୍ରାଉନସୁଗାର କାରବାର  । ଜାନୁଆରୀରୁ ଗିରଫ ହୋଇ ପୁରୀ ଗଡିଶାଗୋଦା ଥାନାର ଅଞ୍ଚଳ ସୁନାଖଳା ଗ୍ରାମର ଅନିରୁଦ୍ଧ ଜୟସିଂହ ଓରଫ ଅନି ଜେଲରେ ରହିଥିବା ବେଳେ ଏବେ ତାର କୋଟିଏ ଟଙ୍କାର ସମ୍ପତ୍ତି ଜବତ ସହ ବାଜ୍ୟାପ୍ତି ପାଇଁ ସୁପାରିଶ କରିଛି ପୁଲିସ  । ସେପଟେ ପୁରୀରେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛି ପୁଲିସ ।

ପୁରୀ ଏସପି କନୱର ବିଶାଳ ସିଂଙ୍କ ସୂଚନା ଅନୁଯାୟୀ ,"ଜାନୁଆରୀ ୭ରେ ବାସେଳିସାହି ଥାନା ପୁଲିସ ବ୍ରାଉନସୁଗାର ବିକ୍ରି ମାମଲାରେ ୩୬ ବର୍ଷୀୟ ଅନିରୁଦ୍ଧ ଜୟସିଂହ ଓରଫ ଅନି ସହ ୫ ଜଣଙ୍କୁ ଗିରଫ କରିଥିଲା । ଆଉ ସେମାନଙ୍କ ନିକଟରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା। ଅନି ପୂର୍ବରୁ ଅନେକ ଥର ଜେଲ ଯାଇଥିଲେ ସୁଦ୍ଧା ପୁଣି ଆସି ଧଳାଜହର କାରବାର କରୁଥିଲା। ଗତ ୩ ବର୍ଷ ମଧ୍ୟରେ ଅନିର ସମ୍ପତ୍ତି ହୁ ହୁ ହୋଇ ବଢିଚାଲିଛି।

୬ ବର୍ଷ ତଳୁ ବ୍ରାଉନସୁଗାର ବେପାର ଆରମ୍ଭ କରିଥିବା ଅନି ବାରମ୍ବାର ପୁରୀ , ଭୁବନେଶ୍ୱର , ଜଙ୍କିଆ ଆଦି ଥାନାରେ ଗିରଫ ହୋଇଥିଲା  । ତେଣୁ ଅନିକୁ ନେଇ ପୁରୀ ପୁଲିସ ଏକ ଟିମ ଗଠନ କରି ୧ ମାସ ପର୍ଯ୍ୟନ୍ତ ତାର ସମ୍ପତ୍ତି ଆକଳନ କରିବା ସହ ଫେବୃୟାରୀରେ ତାହା ସରିଥିଲା । ଆଉ ଜାନୁଆରୀରୁ ମାର୍ଚ୍ଚ ଶେଷ ସୁଦ୍ଧା ପୁଲିସ ୧ କେଜି ୩୯୨ ଗ୍ରାମ ୬୧ ମିଲିଗ୍ରାମର ବ୍ରାଉନସୁଗାର ଜବତ କରିଥିବା ବେଳେ ୩ ମାସ ମଧ୍ୟରେ ୨୧ ଜଣ ବେପାରୀଙ୍କୁ ଗିରଫ କରାଯାଇଛି।

"ଏସପିଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଏସପି , ଟ୍ରାଫିକ ଡିଏସପି ,ବାସେଳିସାହି ଥାନା ଆଇଆଇସି, ଅରଖକୁଦା ମେରାଇନ ଆଇଆଇସିଙ୍କୁ ନେଇ ଗଠିତ ଟିମ ଅନିର ବ୍ରାଉନସୁଗାର ବ୍ୟବସାୟକୁ ନେଇ ତଦନ୍ତ ଆରମ୍ଭ କରିଥିଲା  । ଅନିର ସମ୍ପତ୍ତି ତାଲିକାରେ ୨ଟି ଜେସିବି , ଦାମିକିଆ ଅଡି କାର , ଟ୍ରାକ୍ଚର, ସୁନାରୁପା ଅଳଙ୍କାର, ଘରେ ବ୍ୟବହୃତ ଲାଟେଷ୍ଟ ସାମଗ୍ରୀ ସହ ଜୟସିଂହ ଏଣ୍ଟରପ୍ରାଇଜେସ ନାମରେ ହାର୍ଡୱେର ଓ ସିମେଣ୍ଟ ଗୋଦାମକୁ ମଧ୍ୟ ସିଲ କରାଯାଇଛି  । ତାର ସମସ୍ତ ସମ୍ପତ୍ତିର ପରିମାଣ ଋଣକୁ ଛାଡିଦେଲେ ୧କୋଟି ୧୭ ହଜାର ଟଙ୍କା। ନିଶା କାରବାରରେ ଏତେ ପରିମାଣର ସମ୍ପତ୍ତି ଠୁଳ କରିଥିଲା ଅନି,"କହିଛନ୍ତି ଟିମରେ ଥିବା ଟ୍ରାଫିକ ଡିଏସପି ମୌନବ୍ରତା ଶତପଥି।

"ବେଆଇନ ନିଶା କାରବାରରେ ଏତେ ସମ୍ପତ୍ତି ହାସଲ କରିଥିବାରୁ ତାର ସମ୍ପତ୍ତି ଜବତ ସହ ବାଜ୍ୟାପ୍ତି ପାଇଁ କୋଲକାତା ସ୍ଥିତ ଏନଡିପିଏସର ଅଧିକୃତ କର୍ତ୍ତୃପକ୍ଷଙ୍କୁ ପୁରୀ ପୁଲିସ ପକ୍ଷରୁ ସୁପାରିଶ କରାଯାଇଛି । ଅନି ଜେଲରେ ଥିବା ବେଳେ ତାକୁ ଭିଡିଓ କନଫରେନ୍ସିଂରେ କୋଲକାତାରୁ ଅଧିକୃତ କର୍ତ୍ତୃପକ୍ଷ ଜେରା କରିବେ। ସେ କିଭଳି ଭାବେ ଏତେ ସମ୍ପତ୍ତି ଠୁଳ କଲା ତାର ମତ ରଖିବାକୁ ସୁଯୋଗ ଦିଆଯିବ," କହିଛନ୍ତି ଅତିରିକ୍ତ ଏସପି ମହିରି ପଣ୍ଡା।
Published by:Soumya Das
First published: