ପୁରୀ: ଦେଶର ୮ଟି ବେଳାଭୂମି ମଧ୍ୟରୁ ନିର୍ମାଣଧୀନ 'ବ୍ଲୁ ଫ୍ଲାଗ ବିଚ୍' ମାନ୍ୟତା ପାଇଁ ସ୍ଥାନ ପାଇଛି

ପୁରୀ ବେଳାଭୂମିରେ ସ୍ୱଚ୍ଛତା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକ ଶୌଚାଳୟର ସୁବିଧ, ପାନୀୟ ଜଳ ବ୍ୟବସ୍ଥା, ସୌରଶକ୍ତିର ଉପଯୋଗ କରାଯିବ ସହ ଜୈବ ଆବର୍ଜନାର ବ୍ୟବହାର, ବର୍ଜ୍ୟବସ୍ତୁ ପରିଚାଳନା ଓ ପାର୍କିଂ ଆଦିର ଆନୁଷଙ୍ଗିକ ବ୍ୟବସ୍ଥାକୁ ୮୦୦ ମିଟର ବେଳାଭୂମିରେ କରାଯାଇଛି ।

ପୁରୀ: ଦେଶର ୮ଟି ବେଳାଭୂମି ମଧ୍ୟରୁ ନିର୍ମାଣଧୀନ 'ବ୍ଲୁ ଫ୍ଲାଗ ବିଚ୍' ମାନ୍ୟତା ପାଇଁ ସ୍ଥାନ ପାଇଛି
ଦେଶର ୮ଟି ବେଳାଭୂମି ମଧ୍ୟରୁ 'ବ୍ଲୁ ଫ୍ଲାଗ ବିଚ୍' ମାନ୍ୟତା ପାଇଁ ସ୍ଥାନ ପାଇଛି
  • News18 Odia
  • Last Updated: September 6, 2020, 3:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଓଡ଼ିଶା ପର୍ଯ୍ୟଟନର ବିକାଶରେ ଆଉ ଏକ ପାଦ ଆଗେଇଚଛି । ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରିବା ପାଇଁ କରାଯାଇଛି ବ୍ଲୁ ଫ୍ଲାଗ ବିଚ୍ । ପରିବେଶ ଓ ସୌନ୍ଦର୍ଯ୍ୟ ପରିଚାଳନା ସେବା (BMS) କାର୍ଯ୍ୟକ୍ରମ ଅଧୀନରେ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଦେଶର ୮ଟି ବେଳାଭୂମି ମଧ୍ୟରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀର ସ୍ଥାନ ରହିଛି। ବ୍ଲୁ ଫ୍ଲାଗ ବିଚ୍ କୋଭିଡ଼ କଟକଣାକୁ ନେଇ ପ୍ରବେଶ ବନ୍ଦ ରହିଥିବା ବେଳେ ଆଗାମୀ ଦିନରେ ପ୍ରବେଶ ପାଇଁ ଶୁଳ୍କ ଦେବାକୁ ହେବ ତାହା ପୁଣି ଅନଲାଇନରେ ବୁକିଂ କରାଯିବାର ବ୍ୟବସ୍ଥା ରହିଛି । ପୁରୀର ଆଞ୍ଚଳିକ ଲୋକଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସହ ପର୍ଯ୍ୟଟକଙ୍କ ପାଇଁ ଏଣ୍ଟ୍ରି ଟିକେଟ ବୁକିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।

"ସୋସାଇଟି ଅଫ ଇଣ୍ଚିଗ୍ରେଟେଡ କୋଷ୍ଟାଲ ମ୍ୟାନେଜମେଣ୍ଟ ବା ସିସକମ୍ ଓ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍ ବ୍ଲୁ ଫ୍ଲାଗ ବିଚ ଭାବେ ଚିହ୍ନଟ କରାଯାଇଥିଲା । ଦିଗ ବାରେଣି ଖୁଣ୍ଟି ଛକରୁ ମେ ଫେୟାର ହୋଟେଲ ବେଳାଭୂମି ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର, ପବ୍ଲିକ ଟଏଲଟ, ପୋଷାକ ପରିବର୍ତ୍ତନ ଗୃହ, ସୋଲାର ଲାଇଟର ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ବିଘଟନ ପ୍ରକଳ୍ପ ସମେତ ଅନ୍ତର୍ଜାତୀୟ ସୁବିଧା ଆଦି ବ୍ୟବସ୍ଥା ରହିଛି । ଭାରତ ସରକାର ଏଥି ପାଇଁ ୧୦ କୋଟି ଓ ଅନ୍ତର୍ଜାତୀୟ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପୁରୀ ବେଳାଭୂମିରେ ସ୍ୱଛତା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକ ଶୌଚାଳୟର ସୁବିଧ, ପାନୀୟ ଜଳ ବ୍ୟବସ୍ଥା, ସୌରଶକ୍ତିର ଉପଯୋଗ କରାଯିବ ସହ ଜୈବ ଆବର୍ଜନାର ବ୍ୟବହାର, ବର୍ଜ୍ୟବସ୍ତୁ ପରିଚାଳନା ଓ ପାର୍କିଂ ଆଦିର ଆନୁଷଙ୍ଗିକ ବ୍ୟବସ୍ଥାକୁ ୮୦୦ ମିଟର ବେଳାଭୂମିରେ କରାଯାଇଛି । ପରିବେଶ ଓ ସୌନ୍ଦର୍ଯ୍ୟ ପରିଚାଳନା ସେବା (BMS) କାର୍ଯ୍ୟକ୍ରମ ଅଧୀନରେ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଦେଶର 8ଟି ବେଳାଭୂମି ମଧ୍ୟରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀର ସ୍ଥାନ ରହିଛି । ସିସକମ୍ ଦୀର୍ଘ ଅଢେଇ ବର୍ଷରେ ୮.୫ କୋଟି ଖର୍ଚ୍ଚ କରି ବ୍ଲୁ ଫ୍ଲାଗ ପାଇଁ ରହିଥିବା 33ଟି ମାନଦଣ୍ଡକୁ ପୁରଣ କରିପାରଛି," କହିଛନ୍ତି ବ୍ଲୁ ଫ୍ଲାଗ ବିଚ୍ ର ସଂଯୋଜକ ତଥା ଆଇସିଜେଡଏମପିର ଅଧ୍ୟକ୍ଷ ୫୦ ବର୍ଷୀୟ ଡଃ ଅନନ୍ତ ସାହୁ ।

ନିର୍ମାଣଧୀନ 'ବ୍ଲୁ ଫ୍ଲାଗ ବିଚ୍'


"ବ୍ଲୁ ଫ୍ଲାଗ ବିଚରେ ସମ୍ପୁର୍ଣ ପରିବେଶ ଅନୁକୁଳ ବ୍ୟବସ୍ଥା କରାଯାଇଛି । ପୁଣି ପର୍ଯ୍ୟଟନ ମନୋରଞ୍ଜନ ସୁବିଧା ଗୁଡିକରେ ବାଉଁଶର ବ୍ୟାପକ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ, ୱାଚ ଟାୱାର ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା, ଲାଇଫ ଗାର୍ଡ଼ ଓ ସୁରକ୍ଷା କର୍ମୀ ମୁତୟନ କରାଯାଇଛି," କହିଛନ୍ତି ପୁରୀ (ଡିଭିଜନ) ବନଖଣ୍ଡ ଡିଏଫଓ ସୁଶାନ୍ତ କୁମାର ।

"ବ୍ଲୁ ଫ୍ଲାଗ ବିଚ୍ ର ମାନଦଣ୍ଡକୁ ଅକ୍ଷୁର୍ଣ୍ଣ ରଖିବା ସହ ବ୍ଲୁ ଫ୍ଲାଗର ମାନ୍ୟତାକୁ ମଧ୍ୟ ବଜାୟ ରଖାଯିବ । ଯେଭଳି ବ୍ଲୁ ଫ୍ଲାଗ ଲଗାଯିବା ପରେ ତାହା ଯେମିତି ତଳକୁ ନ ହୁଏ । ମାନେ ଆମ ସମସ୍ତଙ୍କର ଦାୟିତ୍ୱ ରହିବା ଦରକାର କି ବ୍ଲୁ ଫ୍ଲାଗ ବିଚର ୩୩ଟି ମାନଦଣ୍ଡ ସବୁବେଳେ ଅକ୍ଷୁର୍ଣ୍ଣ ରହିବା ଦରକାର । ଆଉ ସେଥିପାଇଁ ମୁଁ ବ୍ୟକ୍ତିଗତ ସ୍ତରରେ ଏହା ଉପରେ ବେଶ ଗୁରୁତ୍ୱ ଦେଇଛି । ମୁଁ କାଲିକି ପୁରୀରେ ଜିଲ୍ଲାପାଳ ନ ଥିବି । ହେଲେ ଏହି ପ୍ରକଳ୍ପ ଯେଭଳି ହେଉଛି ସେହିଭଳି ଆଗକୁ ମଧ୍ୟ ବଜାୟ ରହିବା ଦରକାର । ଆଗକୁ ଏହାର ପାର୍କିଂ ଅଞ୍ଚଳରେ ପୁରୀର ସମସ୍ତ ଲୋକାଲ ଫୁଡ଼କୁ ନେଇ ଫୁଡ଼ କୋର୍ଟ କରାଯିବା ସହ ଗୋଟିଏ ଅଞ୍ଚଳରେ ଭେରାଇଟି ଖାଦ୍ୟର ସମାହାର ଓ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ । ଏହା ସହିତ ପର୍ଯ୍ୟଟକମାନେ ଆନଲାଇନ ମାଧ୍ୟମରେ ପ୍ରବେଶ ଟିକେଟ ପାଇପାରିବେ । ତେବେ ପ୍ରବେଶ ପାଇଁ ଦେୟ ଦେବାକୁ ପଡିବ । ସେଗୁଡିକ ହେଲା ଲୋକାଲ ଲୋକଙ୍କ ପାଇଁ ମାସିକିଆ ପାସର ଦର ୩ଶହ ଟଙ୍କା .ଯାହା ଦିନକୁ ଥରେ ତିନି ଘଣ୍ଟା ଯାଇପାରିବେ । ୨୦ ଟଙ୍କା ଦେଇ ଦିନକୁ ଥରେ ତିନି ଘଣ୍ଟା ପାଇଁ, ଦିନକୁ ଲୋକାଲ ଲୋକଙ୍କୁ ୫୦ ଟଙ୍କା ଓ ପର୍ଯ୍ୟଟକଙ୍କ ପାଇଁ ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଦେବାକୁ ପଡିବ। ତେବେ ସମସ୍ତଙ୍କ ସହଯୋଗ ରହିଲେ ବ୍ଲୁ ଫ୍ଲାଗ ବିଚକୁ ପ୍ଲାଷ୍ଟିକ ଫ୍ରି, ଆଲକହଲ ଫ୍ରି, ସ୍ମୋକିଂ ଫ୍ରି, ଶୃଙ୍ଖଳା ଓ ସ୍ଵଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ । ଯେଭଳି ଲଗାଯିବାକୁ ଥିବା ବ୍ଲୁ ଫ୍ଲାଗଟି ଯେଭଳି ତଳକୁ ନ ଆସେ ସେ ନେଇ ବିଚ ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ପ୍ରତି ବର୍ଷ ଏହାର ତଦାରଖ କରାଯିବ," କହିଛନ୍ତି ବ୍ଲୁ ଫ୍ଲାଗ୍ ବିଚ୍ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ବଲୱନ୍ତ ସିଂ ।

"ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ମାନର ଓ ବିଶ୍ୱସ୍ତରୀୟ ବିଚ୍ ହେବା ଦ୍ୱାରା ପୁରୀରେ ପର୍ଯ୍ୟଟକଙ୍କର ବୃଦ୍ଧି ହୋଇପାରିବ । ଡ଼େନମାର୍କ ର federation of environment education ବା ଫି ସଂସ୍ଥା ସାରା ବିଶ୍ୱରେ ଥିବା ସର୍ବଶ୍ରେଷ୍ଠ ବେଳାଭୂମି କୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦେଇ ଥାଏ । ଏହି ମାନ୍ୟତା ପାଇଲେ ବେଳାଭୂମିର ଗୁତୁତ୍ୱ ବିଶ୍ୱ ସ୍ତରରେ ବୃଦ୍ଧି ପାଇବ। କେନ୍ଦ୍ର ସରକାରଙ୍କ ଜଙ୍ଘଲ ଓ ପରିବେଶ ମନ୍ତ୍ରଣାଳୟ ଦେଶରେ ୧୩ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପାଇଁ ଚୟନ କରିଥିବା ବେଳେ ସେଥିରେ ଶ୍ରେଷ୍ଠ ୮ଟି ବିଚ୍ ମଧ୍ୟରେ ପୁରୀର ବ୍ଲୁ ଫ୍ଲାଗ୍ ବିଚ ରହିଛି । ଗାନ୍ଧିଘାଟ ପାଖରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ସମୁଦାୟ ୮ଶହ ମିଟର ବେଳାଭୂମିରେ ଏହି ବ୍ୟବସ୍ଥା ବେଶ ସ୍ୱାଗତଯୋଗ୍ୟ । କେନ୍ଦ୍ର ସରକାରଙ୍କ ସହଯୋଗରେ ବ୍ଲୁ ଫ୍ଲାଗ ବିଚ ସରିବା ପରେ ୩୩ଟି ସର୍ତ ପୁରଣ କଲେ ଡେନମାର୍କର ଫି ସଂସ୍ଥା ପକ୍ଷରୁ ଅନୁଧ୍ୟାନ କରି ବ୍ଲୁ ଫ୍ଲାଗ ମାନ୍ୟତା ବା ସାର୍ଟିଫିକେଟ ଦିଆଯିବ । ତା ପରେ ବିଶ୍ୱରେ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ ବିଚ ଭାବେ ପରିଗଣିତ ହେବ,'' କହିଛନ୍ତି ପୁରୀର ବିଜେପି ବିଧାୟକ ୫୦ ବର୍ଷୀୟ ଜୟନ୍ତ ଷଡଙ୍ଗୀ ।

"ଏବେଠୁ ବ୍ଲୁ ଫ୍ଲାଗ ବିଚର ବ୍ୟବସ୍ଥା ଦେଖି ଖୁସି ଅନୁଭବ କରିଛନ୍ତି ପର୍ଯ୍ୟଟକ । ପୂର୍ବର ବିଚ ତୁଳନାରେ ଏବେର ବିଚ ପୁଣି ଇକୋ ଫ୍ରେଣ୍ଡଲୀ ବ୍ୟବସ୍ଥା ସହ ସୁନ୍ଦର ବେଳାଭୂମି ଦେଖି ବିମୋହିତ ହୋଇଛନ୍ତି ପର୍ଯ୍ୟଟକ । ତେବେ ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବ୍ଲୁ ଫ୍ଲାଗ ବିଚର ସୁବିଧା ମିଳିବା ପରେ ଏଠାରେ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟ ଭିଡ଼ ଜମିବ । ସେପଟେ ବ୍ଲୁ ଫ୍ଲାଗ ବିଚରେ ଯେଭଳି ସୁନ୍ଦର ବାଉଁଶର କାମ କରାଯାଇଛି । ତେଣୁ ସେଗୁଡିକ ପରିବେଶ ଅନୁକୁଳ ହୋଇଛି । ତେଣୁ ପୁରୀରେ ଖାଲି ଏଭଳି କଲେ ହେବ ନାହିଁ ପୁରୀ ଆଖପାଖରେ ଯେଭଳି ଜଙ୍ଗଲ ଓ ସମୁଦ୍ରର ମିଳନ ସ୍ଥଳ ରହିଛି ସେହି ଯାଗାରେ ଲୋକେ ଅଳିଆ ଆବର୍ଜନା ପକାଉଥିବାରୁ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବା ଦରକାର," କହିଛନ୍ତି ଫ୍ରାନ୍ସର ପର୍ଯ୍ୟଟକ ସୋମେନ ଜାନିଫର ।

ପୁରୀ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚର ଯେତିକି କାମ ସରିଛି ସେତିକିରେ ଏବେ ଦେଶର ୧୩ଟି ବିଚକୁ ପଛରେ ପକାଇ ପୁରୀ ୪ ନମ୍ବର ବିଚ ଭାବେ ସ୍ଥାନ ହାସଲ କରିଛି । ଆଉ ସମସ୍ତ ୩୩ଟି ସର୍ତ୍ତ ପୁରଣ କରି ବ୍ଲୁ ଫ୍ଲାଗ ମାନ୍ୟତା ହାସଲ କରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି । ପୁରୀର ବ୍ଲୁ ଫ୍ଲାଗ ବିଚ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି କରିବା ସହ ଅନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଠ କରିବ ବୋଲି ଗତକାଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି । ଦେଶର ୮ଟି ବେଳାଭୂମି ମଧ୍ୟରେ ପୁରୀର ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପାଇଁ ମନୋନୀତ ହୋଇଥିବାରୁ ପୁରୀ ସହରବାସୀଙ୍କ ପାଇଁ ଏହା ବେଶ ଖିୁସି ଆଣିଦେଇଛି ।
Published by: Jagdish Barik
First published: September 6, 2020, 3:47 PM IST
corona virus btn
corona virus btn
Loading