ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀର ଚର୍ଚ୍ଚିତ ନାଗାସାଧୁ: ବ୍ରହ୍ମପୁରରୁ ଲଙ୍ଗୁଳି ମଠ ଓ ଶ୍ରୀମନ୍ଦିର, ତା’ପରେ ଜେଲ୍ ଓ ମାନସିକ ଚିକିତ୍ସା

ପୁରୀର ଚର୍ଚ୍ଚିତ ନାଗାସାଧୁ: ବ୍ରହ୍ମପୁରରୁ ଲଙ୍ଗୁଳି ମଠ ଓ ଶ୍ରୀମନ୍ଦିର, ତା’ପରେ ଜେଲ୍ ଓ ମାନସିକ ଚିକିତ୍ସା

ଗିରଫ ହେବା ପରେ କଟକ ଏସ୍.ସି.ବି. ହସ୍ପିଟାଲର ମାନସିକ ୱାର୍ଡ଼ରେ ଭର୍ତ୍ତି ହୋଇଥିବା ନାଗାସାଧୁ ବୈଷ୍ଣବ ପୁରୀ ଏକ ଧୂପ କାଠି ଖୋଳରେ ଲେଖିଥିବା ଏକ ଚିଠି ଭାଇରାଲ୍ ହେଉଛି । ଏଥିରେ ତାଙ୍କୁ ଅତ୍ୟାଚାର ଓ ନିର୍ଯ୍ୟାତନା ଦିଆଯାଉଛି ବୋଲି ସେ ଲେଖିଛନ୍ତି ।

ପୁରୀର ଚର୍ଚ୍ଚିତ ନାଗାସାଧୁ: ବ୍ରହ୍ମପୁରରୁ ଲଙ୍ଗୁଳି ମଠ ଓ ଶ୍ରୀମନ୍ଦିର, ତା’ପରେ ଜେଲ୍ ଓ ମାନସିକ ଚିକିତ୍ସା
ନାଗାବାବା ବୈଷ୍ଣବ ପୁରୀ ଓରଫ୍ ତୁମ୍ବନାଥ ସୁବୁଦ୍ଧି
  • News18 Odia
  • Last Updated: April 14, 2021, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କେତେବେଳେ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଛନ୍ତି ତ ଆଉ କେତେବେଳେ ଅନର୍ଗଳ ଇଂରାଜୀ କହି ଚର୍ଚ୍ଚାକୁ ଆସିଛନ୍ତି ସେ । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ନାଗାବାବା ବୈଷ୍ଣବ ପୁରୀ ଓରଫ୍‌ ତୁମ୍ବନାଥ ସୁବୁଦ୍ଧି ଥରେ ଏକ ସ୍ଥାନୀୟ ଚ୍ୟାନେଲରେ ରିପୋର୍ଟର୍‌ ବନି ସବୁଠାରୁ ଅଧିକ ଚର୍ଚ୍ଚାକୁ ଆସିଥିଲେ । ବେକରେ ଆଇ କାର୍ଡ଼ ପକାଇ ବୁଲିଥିଲେ । ସେତେବେଳେ ପୋଲିସ ଓ ପ୍ରଶାସନ ପାଇଁ ସେ ପାଲଟି ଯାଇଥିଲେ ଚିନ୍ତାର କାରଣ । ଡମ୍ବୁରୁ ବଜାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପରିକ୍ରମା କରିବା ସହ ସହର ତମାମ୍‌ ସବୁବେଳେ ଘୁରି ବୁଲୁଥାନ୍ତି ସେ । ତାଙ୍କ ଟାର୍ଗେଟରେ ସବୁବେଳେ ରହିଥାଏ ପୋଲିସ ଓ ପ୍ରଶାସନ। ସେମାନଙ୍କର କୌଣସି ନା କୌଣସି ତ୍ରୁଟି ବାହାର କରି ଗଣମାଧ୍ୟମ ଆଗରେ ଖୁଲାସା କରିଥାନ୍ତି ସେ । ହେଲେ ନାଗାସାଧୁ ବୈଷ୍ଣବ ପୁରୀ ଏବେ ନ୍ୟାୟିକ ହେପାଜତରେ ଥାଇ କଟକ ଏସ୍‌.ସି.ବି. ହସ୍ପିଟାଲର ମାନସିକ ୱାର୍ଡ଼ରେ (ମେଣ୍ଟାଲ୍‌ ୱାର୍ଡ଼) ଭର୍ତ୍ତି ହୋଇଛନ୍ତି ।

ପୂର୍ବରୁ ଦୁଇ ଦୁଇ ଥର ଗିରଫ ହୋଇ ଜେଲରେ ଭର୍ତ୍ତି ହୋଇଥିବା ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ମାର୍ଚ୍ଚ ୧୪ ତାରିଖର ଏକ ଘଟଣା ପାଇଁ ଗିରଫ କରାଯାଇଥିଲା । ଶ୍ରୀମନ୍ଦିର ଭିତରେ ଥିବା ତୀର୍ଥ ପୁଷ୍କରିଣୀ ରୋହିଣୀ କୁଣ୍ଡକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲିବା ଦାବିରେ ସେ ଯେଉଁ କାଣ୍ଡ ଭିଆଇଥିଲେ ତାହା ତାଙ୍କ ପାଇଁ ଅପରାଧର ଆଉ ଏକ ଫର୍ଦ୍ଧ ଯୋଡି଼ଦେଇଥିଲା । କୋଭିଡ୍ ଯୋଗୁଁ ବନ୍ଦ ରହିଥିବା ପବିତ୍ର ରୋହିଣୀ କୁଣ୍ଡକୁ ଘୋଡ଼ାଯାଇଥିବା ପଟାକୁ ସେ ଫିଙ୍ଗାଫିଙ୍ଗି କରିବା ସହ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତାଲା ଦିଆଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଏହା ବି ପଢ଼ନ୍ତୁ  | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ

‘‘ଶୀକ୍ଷେତ୍ରରେ ବୈଷ୍ଣବ ପୁରୀ ସବୁବେଳେ ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାକୁ ନେଇ ବିରୋଧ କରିବା ସହ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶାସନକୁ ଅଡୁଆରେ ପକାଇ ଆସୁଥିଲେ। ହେଲେ ଏହି ସଦ୍ୟ ଘଟଣାରେ ତାଙ୍କୁ ଗିରଫ କରି ଜେଲକୁ ପଠାଇବା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥିବା ପରି ଲାଗୁଛି,’’ କହିଛନ୍ତି ଶ୍ରୀମନ୍ଦିର ଆସିଷ୍ଟାଣ୍ଟ ସୁପରଭାଇଜର୍‌ ପ୍ରତାପ ନନ୍ଦ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲା

ନାଗାସାଧୁ ବୈଷ୍ଣବ ପୁରୀଙ୍କ ବିରୁଦ୍ଧରେ ସିଂହଦ୍ଵାର ଥାନାରେ କେସ୍‌ ନମ୍ବର ୨୪/୨୧ ଆଧାରରେ ଏକ ମାମଲା ରୁଜୁ ହେବା ସହ ଆଇପିସିର ଦଫା ୨୯୪ (DA), ୩୫୨, ୩୫୩, ୪୨୭, ୫୦୬, ୨୯୫, ୨୯୫ (କ), ୨୯୬, ୨୯୮, ଓ ଶ୍ରୀ ଜଗନ୍ନାଥ ଟେମ୍ପଲ୍‌ ଆକ୍ଟର ଧାରା 3୦ (କ) ଓ ଅନ୍ୟ ସାଙ୍ଘାତିକ ଦଫା ଲଗାଯାଇଥିବା ଜଣାପଡ଼ିଛି ।

ଗିରଫ ହେବା ପରେ ନାଗାବାବା ବୈଷ୍ଣବ ପୁରୀ


ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା

‘‘ବୈଷ୍ଣବ ପୁରୀଙ୍କୁ ଆମେ ଏତାଲା ଅନୁସାରେ ଗିରଫ କରି ପୁରୀ ଜେଲକୁ ପଠାଇଥିଲୁ । ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ତାଙ୍କୁ ଦଣ୍ଡ ବିଧାନ କରାଯାଇଛି । ସେ ପୁରୀ ଜେଲରେ ଅନଶନ କରିବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ଜେଲର ନିୟମ ଅନୁଯାୟୀ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ହେବାରୁ ଜେଲର ଡାକ୍ତରଙ୍କ ଚିକିତ୍ସା ପରେ ତାଙ୍କ ଠାରେ ମାନସିକ ବିକାରର ଲକ୍ଷଣ ଦେଖାଯିବାରୁ ତାଙ୍କୁ କଟକ ଏସ୍‌.ସି.ବି. ହସ୍ପିଟାଲର ମେଣ୍ଟାଲ୍‌ ୱାର୍ଡ଼କୁ ପଠାଇ ଦିଆଯାଇଛି । ଆଇନ ଅନୁଯାୟୀ ଗିରଫ କରିବା ଆମର ଦାୟିତ୍ୱ । ତା’ ପରେ ଜେଲର ନିୟମ ଅନୁସାରେ ସେମାନେ କାର୍ଯ୍ୟ କରୁଛନ୍ତି,’’ କହିଛନ୍ତି ପୁରୀ ଏସପି କନୱର ବିଶାଳ ସିଂ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ବୈଷ୍ଣବ ପୁରୀଙ୍କ ଜେଲ୍‌ ଯିବା ଓ ହସପିଟାଲ୍‌ ଯିବା ଆଦି ଜେଲ୍‌ ନିୟମ ଅନୁଯାୟୀ କରାଯାଇଛି ।

ଏହା ବି ପଢ଼ନ୍ତୁ | ମଦ ପିଉଥିବାରୁ ମାଗାଳିଦେଲା, ତେଣୁ ପୁଅ ମାକୁ ହତ୍ୟା କଲା, ଜୁଇ ନିଆଁରେ କୁକୁଡ଼ା ରାନ୍ଧି ଖାଇଲା

ନାଗାସାଧୁଙ୍କୁ ପାଗଳ ବୋଲି ଦେଖାଇବାକୁ ପୋଲିସ ଓ ଜେଲ୍‌ କର୍ତ୍ତୃପକ୍ଷ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରି ପୁରୀରେ ବହୁ ସାଧୁସନ୍ଥ ଓ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ‘‘ସୋସିଆଲ୍‌ ମିଡି଼ଆରେ ଘୁରିବୁଲୁଛି ପୋଲିସ ହେପାଜତରେ ଥିବା ସମୟରେ ନାଗାସାଧୁଙ୍କ କିଛି ଭିଡିଓ । ଏଥିରେ ତାଙ୍କ ଅଣ୍ଟା ଓ ହାତରେ ବେଡ଼ି ପଡ଼ିଥିବା ଦେଖାଯାଇଛି । ଜଣେ ହାର୍ଡ଼କୋର୍‌ ଅପରାଧୀ ଭଳି ତାଙ୍କ ସହ ବ୍ୟବହାର କରାଯାଉଥିବା ଲାଗୁଛି । ଜଣେ ସାଧୁଙ୍କ ସହ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ,’’ କହିଛନ୍ତି ସ୍ୱେଚ୍ଛାସେବୀ ସମୀର ସାମନ୍ତରାୟ ।

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀ ଅତ୍ୟାଧୁନିକ ସ୍ତନ କର୍କଟ କ୍ଲିନିକ୍ ଆରମ୍ଭ କଲେ; ଗୋଟିଏ ଛାତ ତଳେ ସବୁ ସୁବିଧା

ନାଗାସାଧୁ ବୈଷ୍ଣବ ପୁରୀ ଧୂପ କାଠି ଖୋଳରେ ଲେଖିଥିବା ଏକ ଚିଠି ବି ଭାଇରାଲ୍‌ ହେଉଛି, ଯେଉଁଥିରେ ତାଙ୍କୁ କିଭଳି ଅତ୍ୟାଚାର ଓ ନିର୍ଯ୍ୟାତନା ଦିଆଯାଉଛି ତାହା ଉଲ୍ଲେଖ ରହିଛି ବୋଲି କହିଛନ୍ତି ସାମନ୍ତରାୟ ।

ପୁରୀ ଜିଲ୍ଲା ହସପିଟାଲରେ ନାଗାବାବା ବୈଷ୍ଣବ ପୁରୀ


ଏହାରି ମଧ୍ୟରେ ଏହି ନାଗାସାଧୁ ବୈଷ୍ଣବ ପୁରୀ ବାସ୍ତବରେ କିଏ ସେ ନେଇ ଆସିଛି କିଛି ତଥ୍ୟ । ସେ ମୂଳତଃ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ନିବାସୀ ଓ ତାଙ୍କ ମୂଳ ନାଁ ହେଉଛି ଟି. ତୁମ୍ବନାଥ ସୁବୁଦ୍ଧି । ସାମାଜିକ ମୋହ ଓ ମାୟା ଛାଡ଼ି ‌ଏବେ ସେ ସାଜିଛନ୍ତି ନାଗା ସନ୍ନ୍ୟାସୀ । ପୁରୀସ୍ଥିତ ଲଙ୍ଗୁଳି ମଠରେ ଦୀକ୍ଷା ଗ୍ରହଣ ପରେ ଏବେ ସେ ପାଲଟିଥିଲେ ବାବା ବୈଷ୍ଣବ ପୁରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୋର୍ଟର ଭର୍ଚ୍ଚୁଆଲ୍ ଶୁଣାଣି ବେଳେ ଓକିଲ ଜଣେ ଯୁବତୀଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଦେଖାଗଲେ

ପ୍ରାୟ ତିନି ବର୍ଷ ପୂର୍ବେ ଘର ଛାଡ଼ି ପୁରୀରେ ଲଙ୍ଗୁଳି ମଠରେ ରହୁଛନ୍ତି ନାଗାସାଧୁ ବୈଷ୍ଣବ ପୁରୀ । ମାର୍ଚ୍ଚ ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ସେ ଜେଟିପି କର୍ମୀମାନଙ୍କୁ ଚକମା ଦେଇ ଶ୍ରୀମନ୍ଦିର ଭିତରକୁ ଧସେଇ ପଶି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ସେହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବ୍ରହ୍ମପୁରରେ ମଧ୍ୟ ଏହି ଘଟଣାକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା । ତୁମ୍ବନାଥ (ବାବା ବୈଷ୍ଣବ ପୁରୀ) ବ୍ରହ୍ମପୁର ସହରରେ ଏକ ଚର୍ଚ୍ଚିତ ନାମ । ସେ ବିଗତ ବର୍ଷରେ ବିଭିନ୍ନ ସମୟରେ ଆଇନକୁ ହାତକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଓ ଏପରିକି ତାଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡ଼ିଥିଲା।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲା

ବ୍ରହ୍ମପୁରର ସିଟି ହାଇସ୍କୁଲରେ ସ୍କୁଲ୍‌ ଶିକ୍ଷା ସମାପ୍ତ କରିବା ପରେ ତୁମ୍ବନାଥ ବିନାୟକ ଆଚାର୍ଯ୍ୟ କଲେଜରେ ପାଠ ପଢ଼ିଥିଲେ। କଲେଜ ପଢ଼ା ସମୟରେ ସେ ଜଣେ ଜଣାଶୁଣା ଛାତ୍ର ନେତା ଭାବେ ପରିଚିତ ଥିଲେ । ୨୦୦୭-୦୮ରେ ସେ କଲେଜ ଶିକ୍ଷା ଅଧାରୁ ଛାଡ଼ିଥିଲେ । କଲେଜ ଶିକ୍ଷା ଛାଡ଼ିବା ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଗୋ’ ସୁରକ୍ଷା ପ୍ରତି ଆଗେଇ ଆସିଥିଲେ । କିଛି ବର୍ଷ ପରେ ସେ ଜାଣତରେ ହେଉ କି ଅଜାଣତରେ ହେଉ ଅପରାଧ ସହିତ ଜଡ଼ିତ ହୋଇ ଯାଇଥିଲେ ।

ଗିରଫ ହେବା ପରେ ନାଗାବାବା ବୈଷ୍ଣବ ପୁରୀ ଲେଖିଥିବା ଚିଠିମାନଙ୍କ ମଧ୍ୟରୁ ଗୋଟିଏ


୨୦୧୦ ଜୁଲାଇ ୨୨ ତାରିଖରେ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ସାହି ଛକରେ ଧୀର ସାମଲ ନାମକ ଜଣେ ଯୁବକଙ୍କ ହତ୍ୟା ହୋଇଥିଲା । ସେହି ଘଟଣାରେ ପୋଲିସ ତୁମ୍ବନାଥଙ୍କ ନାମ ଯୋଡ଼ିଥିଲା । କିନ୍ତୁ ପରେ ମାନ୍ୟବର ହାଇ କୋର୍ଟ ଅଭିଯୁକ୍ତ ତାଲିକାରୁ ତାଙ୍କ ନାମ ବାଦ୍‌ ଦେଇଥିଲେ । ପୁଣି କିଛି ମାସ ପରେ ଏକ ମାମଲାରେ ତୁମ୍ବନାଥ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଥିଲେ । ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨୦୧୦ ନଭେମ୍ବର ୩ ତାରିଖରେ ସେ ଡାକ୍ତରଖାନାରୁ ଚମ୍ପଟ ମାରିଥିଲେ ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଜଣ ରେପ୍ କରିଥିଲେ; ଜଣ ନାବାଳକ ଥିଲେ; Video ବିକିବା ବେଳେ ଧରା ପଡ଼ିଲେ

୨୦୧୧ ମେ ୨୪ ତାରିଖରେ ବାରଖମା ଫାଣ୍ତି ଅଧିକାରୀ ମମତା ପତିଙ୍କୁ ତୁମ୍ବନାଥ ହାଣି ଦେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ମମତା ଆହତ ହୋଇଥିଲେ । ପୋଲିସ ତୁମ୍ବନାଥଙ୍କୁ ଗିରଫ କରିଥିଲା । ପରେ ସେ ଜାମିନରେ ବାହାରିଥିଲେ। ବାଲିଗୁଡ଼ା ସେସନ୍‌ସ କୋର୍ଟରେ ବିଚାର ଆରମ୍ଭ ହୋଇଥିଲା । କୋର୍ଟରେ ହାଜର ହେବା ପାଇଁ ତୁମ୍ବନାଥଙ୍କୁ ବାରମ୍ବାର ସମନ୍‌ ଯାଇଥିଲା, ହେଲେ ସେ କୋର୍ଟରେ ହାଜର ହୋଇ ନ ଥିଲେ । ଫଳରେ କୋର୍ଟ ତାଙ୍କ ନାମରେ ଗିରଫ ପରୱାନା ଜାରି କରିଥିଲେ । ତୁମ୍ବନାଥଙ୍କୁ ଗିରଫ କରିବା ପାଇଁ ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତୁମ୍ବନାଥ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ରହୁଥିବା ନେଇ ସୂଚନା ମିଳିଥିଲା । ସେଠାରେ ସେ ବାବା ତେଜେସ୍ୱରମୟୀଙ୍କ ନାମରେ ରହି ଗୋ’ ସୁରକ୍ଷା ପାଇଁ କାମ କରୁଥିଲେ । ବ୍ରହ୍ମପୁର ଟାଉନ୍ ଥାନା ପୋଲିସ ତାଙ୍କୁ ୨୦୧୫ ଜୁନ୍‌ ୮ତାରିଖରେ ଗିରଫ କରି ବ୍ରହ୍ମପୁର ଆଣିଥିଲା ।

ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍‌ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’

ତାଙ୍କର ସଦ୍ୟ ଗିରଫ ହେବାର କିଛି ଦିନ ପୂର୍ବରୁ ନାଗାସାଧୁ ବୈଷ୍ଣବ ପୁରୀ ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ ସହ ଏକ ବାର୍ତ୍ତାଳାପରେ କହିଥିଲେ, ‘‘ଶ୍ରୀମନ୍ଦିରର ସୁରକ୍ଷା ବଳୟ ପରିସରରୁ ବଡ଼ ଆଖଡ଼ା ମଠ ଉଚ୍ଛେଦ ବେଳେ ମୁଁ ବିରୋଧ କରିଥିଲି ଓ ପୁରୀରେ ଚର୍ଚ୍ଚାକୁ ଆସିଥିଲି । ତା’ ପରେ ଶ୍ରୀମନ୍ଦିରର ସମସ୍ୟା ଓ ଭକ୍ତଙ୍କ ସୁରକ୍ଷା ଅଧିକାର ନେଇ ବାରମ୍ବାର ପ୍ରଶାସନକୁ ଅଡୁଆରେ ପକାଉଥିଲି । ପୁଣି ଲଙ୍ଗୁଳି ମଠର ଧୁନୀ ଗାଦିକୁ ବଞ୍ଚାଇବା ପାଇଁ ଆନ୍ଦୋଳନ କରିଥିଲି । ମୁଁ ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲି । ଅପରାଧ ଠାରୁ ନିଜକୁ ଦୂରେଇ ରଖି ଏବେ କିଛି ବର୍ଷ ହେଲା ପୁରୀରେ ରହି ଆସୁଛି । ଲଙ୍ଗୁଳି ମଠରେ ଶିକ୍ଷା ଗ୍ରହଣ କରିଥିଲି । ଏହି ମଠରେ ରହି ମୁଁ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛି । ଭବିଷ୍ୟତରେ ଜଣେ ଦକ୍ଷ ନାଗାସାଧୁ ହୋଇ ତପସ୍ୱୀ ଉପାଧି ପାଇବା ମୋ’ର ଲକ୍ଷ୍ୟ । ମୋତେ ପୋଲିସ ବାରମ୍ବାର ବିନା କାରଣରେ ଓ ପ୍ରମାଣରେ ଗିରଫ କରିଛି । ମୁଁ ଏହାକୁ ନିନ୍ଦା କରୁଛି ।’’



ନାଗାସାଧୁ ବୈଷ୍ଣବ ପୁରୀଙ୍କ ଗିରଫଦାରୀ ଓ କଟକ ଏସ୍‌.ସି.ବି. ହସ୍ପିଟାଲର ମେଣ୍ଟାଲ ୱାର୍ଡ଼ରେ ତାଙ୍କୁ ରଖିବା ଘଟଣାକୁ ରାଜ୍ୟର ମଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟ ବିରୋଧ କରିଛି । ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଓ ସାଧୁସନ୍ଥମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
Published by: Anand ST Das
First published: April 14, 2021, 11:51 PM IST