News 18 Odia Digital
ପୁରୀ: ପ୍ରତି ବ୍ୟକ୍ତି ଓ ପିଲାଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ରହିଛି। ଏହାକୁ ପ୍ରତିପାଦିତ କରି ଦକ୍ଷତାକୁ ପ୍ରମାଣିତ କରିବାକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ଆହ୍ବାନ ଦେଇଛନ୍ତି।ଆଜାଦୀ କା ଅମୃତ ମହୋତ୍ସବ ଓ ଗାନ୍ଧୀ ଜୟନ୍ତୀ ଅବସରରେ ପୁରୀ ପୌରପାଳିକା ପକ୍ଷରୁ ବସ୍ତି ଅଞ୍ଚଳରେ ରହୁଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଲକ୍ଷ୍ୟ ରେ ଏକ କାର୍ଯ୍ୟକ୍ରମ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା।

ପୌରପାଳିକାର ଏଭଳି ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହ ପ୍ରତିଭାଧାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପୌରବାସୀଙ୍କର ସହଯୋଗ ପାଇଁ ପୁରୀ ଜିଲ୍ଲା ଗାନ୍ଧୀଜୟନ୍ତୀ ଅବସରରେ ଜାତୀୟ ସ୍ତରରେ ସ୍ୱଛ ସହର ଭାବେ ପୁରସ୍କୃତ ହୋଇଥିବା ସୂଚନା ଦେଇ ଏ ସଫଳତା ପୁରୀ ବାସିନ୍ଦାଙ୍କର ବୋଲି କହିଥିଲେ।
ବିଭିନ୍ନ ବସ୍ତିର କୁନି କୁନି ପିଲା, ଯୁବ ବର୍ଗ ଓ ମହିଳା ମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା ଓ ଅନ୍ୟାନ୍ୟ ପୌର କର୍ମଚାରୀ ମାନେ ପରିଚାଳନା କରିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।