ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅନଲାଇନରେ ସମସ୍ତ ଟ୍ୟାକ୍ସ ପଇଠ ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ପୁରୀ ପୌରସଂସ୍ଥା

ଅନଲାଇନରେ ସମସ୍ତ ଟ୍ୟାକ୍ସ ପଇଠ ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ପୁରୀ ପୌରସଂସ୍ଥା

ଏଯାବତ ପୌରସଂସ୍ଥା କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଡିଜିଟାଲ ହୋଇନଥିବା ବେଳେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ସହର ବାସିନ୍ଦାମାନେ କିଭଳି ଅନଲାଇନରେ ଟ୍ୟାକ୍ସ ପଇଠ କରିବେ, ତାହା ରହିଛି ସବୁଠୁ ବଡ଼ ଚ୍ୟାଲେଞ୍ଜ ।

ଅନଲାଇନରେ ସମସ୍ତ ଟ୍ୟାକ୍ସ ପଇଠ ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ପୁରୀ ପୌରସଂସ୍ଥା
ଅନଲାଇନରେ ସମସ୍ତ ଟ୍ୟାକ୍ସ ପଇଠ ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ପୁରୀ ପୌରସଂସ୍ଥା
  • News18 Odia
  • Last Updated: September 15, 2021, 1:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ନୂଆ ବର୍ଷରୁ ଅନଲାଇନରେ ସମସ୍ତ ଟ୍ୟାକ୍ସ ପଇଠ ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ପୌରସଂସ୍ଥା । ଏଥି ପାଇଁ ଆରମ୍ଭ ହୋଇଛି ଡିଜିଟାଲ ଡୋର ନମ୍ବରିଂ କାର୍ଯ୍ୟ । ଏକ ଘରୋଇ ସଂସ୍ଥା ଦ୍ୱାରା ଆରମ୍ଭ ହୋଇଛି ଡୋର ଡୁ ଡୋର ଡାଟା ସର୍ଭେ । ଘରୋଇ ସ୍ୱେଛାସେବୀ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ୩୨ଟି ୱାର୍ଡକୁ ଚାରି ମାସ ଭିତରେ ଶେଷ କରାଯିବ । ସେପଟେ ଏଯାବତ ପୌରସଂସ୍ଥା କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଡିଜିଟାଲ ହୋଇନଥିବା ବେଳେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ସହର ବାସିନ୍ଦାମାନେ କିଭଳି ଅନଲାଇନରେ ଟ୍ୟାକ୍ସ ପଇଠ କରିବେ, ତାହା ରହିଛି ସବୁଠୁ ବଡ଼ ଚ୍ୟାଲେଞ୍ଜ ।

ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ କହିଛନ୍ତି, "ନଗର ଉନ୍ନୟନ ବିଭାଗ ପାଞ୍ଚଟି ଅଧିନକୁ ଆସିବା ପରେ ଏବେ ସବୁ ହେବ ସ୍ୱଚ୍ଛଳ । ସେ ନେଇ ପୁରୀ ପୌରସଂସ୍ଥା ପକ୍ଷରୁ ଆଦାୟ ହେଉଥିବା ସମସ୍ତ ଟ୍ୟାକ୍ସ ଏଣିକି ଅନଲାଇନରେ ଆଦାୟ ହେବ । ଆଉ ରହିବନି ରସିଦ ବ୍ୟବସ୍ଥା । ଏବେ ସବୁକିଛି ଅନଲାଇନ ମାଧ୍ୟମରେ କରାଯିବ । ଏଣିକି ଅନଲାଇନରେ ପଇଠ ହେବ ସମସ୍ତ ଟ୍ୟାକ୍ସ । ପୌରସଂସ୍ଥା ପକ୍ଷରୁ ଏ ନେଇ ତିନୋଟି ବିଭାଗ ଯେଉଁ ଥିରେ ୱାଟକୋ, ଫେଡକୋ ଓ ପୌରସଂସ୍ଥାକୁ ଇଣ୍ଟିଗ୍ରେଟ ବା ସମ୍ମଳିତ କରାଯାଉଛି । ଅନଲାଇନରେ ପୌରସଂସ୍ଥା ଟ୍ୟାକ୍ସ, ବିଦ୍ୟୁତ ବିଲ, ପାନୀୟ ଜଳ ବିଲ ପାଇଠ ପାଇଁ ଏଣିକି ରହିବ ପ୍ରତିଟି ସହରବାସୀଙ୍କ ଘର ଅନୁସାରେ ରହିବ ଗୋଟିଏ ୟୁନିକ ଡିଜିଟାଲ ନମ୍ବର । ପୌରସଂସ୍ଥା ପକ୍ଷରୁ ଏ ନେଇ ଆରମ୍ଭ ହୋଇଛି ଡିଜିଟାଲ ଡୋର ନମ୍ବରିଂ କାର୍ଯ୍ୟ । ଏକ ଘରୋଇ ସଂସ୍ଥା ଦ୍ୱାରା ଆରମ୍ଭ ହୋଇଛି ଡୋର ଡୁ ଡୋର ଡାଟା ସର୍ଭେ । ଘରୋଇ ସ୍ୱେଛାସେବୀ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ୩୨ଟି ୱାର୍ଡକୁ ଚାରି ମାସ ଭିତରେ ଶେଷ କରାଯିବ । ଏଯାବତ ତିନୋଟି ୱାର୍ଡର ସର୍ଭେ କାର୍ଯ୍ୟ ଶେଷ ହୋଇଯାଇଛି । ତେବେ ନୂଆ ବର୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ପୌରସଂସ୍ଥା । ଆଉ ଏହି ଗୋଟିଏ ୟୁନିକ ଆଇଡି ବା ଡିଜିଟାଲ ନମ୍ବରରେ ସହରବାସୀ ଯେ କୌଣସିରେ ପେମେଣ୍ଟ କଲାବେଳେ ସେହି ଆଇଡିର ଗ୍ରାହକଙ୍କ ସମସ୍ତ ତଥ୍ୟ ଆସିବା ସହ ସେମାନେ ବିଦ୍ୟୁତ ବିଲ , ପାଣି ବିଲ ଆଦି ମଧ୍ୟ ପାଇଠ କରିପାରିବେ । ଆଗକୁ ସହରରେ ପୌରସଂସ୍ଥାର ସମସ୍ତ ପଇଠ ବ୍ୟବସ୍ଥା ଇ-ପେମେଣ୍ଟ ମାଧ୍ୟମରେ କରାଯିବ ।"

ଶ୍ରୀକ୍ଷେତ୍ର ବସ୍ତି ସୁରକ୍ଷା ମଞ୍ଚର ଆବାହକ ତଥା କମ୍ୟୁନିଷ୍ଟ ନେତା ଜଗନ୍ନାଥ ଦେଓ କହିଛନ୍ତି, ‘‘ପୁରୀ ସହରରେ କେତେ ଉଠା ଦୋକନୀ ଓ କେତେ ଦୋକାନୀ ବଡ଼ଦାଣ୍ଡରେ ରହିଛନ୍ତି ତାର ଏକ ତାଲିକା ଏଯାବତ ପୌରସଂସ୍ଥା ପ୍ରସ୍ତୁତ କରିପାରିନଥବା ବେଳେ ଦୋକାନୀଙ୍କ ଠାରୁ ରସିଦ ନେଇ ମନ ଇଚ୍ଛା ହିଜରା ବା ମହାସୁଲ ଆଦାୟ ହେଉଛି । ପୁଣି କୋତେଟି ଦୋକାନୀ ଦେଲେ କେତେ ଟଙ୍କା ଆଦାୟ ହେଲା ତାର ହିସାବ ନା ରହିଛି ପୌରସଂସ୍ଥା ପାଖରେ କି ସଠିକ ଆଦାୟ ଟଙ୍କା ପୌରସଂସ୍ଥାରେ ଆଦାୟକାରୀ ଡିପୋଜିଟ କରୁଛନ୍ତି । ଏଥି ପାଇଁ ଏହି ବ୍ୟବସ୍ଥା ପ୍ରଥମେ ଡିଜିଟାଲ ମାଧ୍ୟମରେ ହେବା ଜରୁରୀ । ପୌରସଂସ୍ଥାରେ ଅନେକ ବସ୍ତି ବାସିନ୍ଦା ରହୁଥିବାରୁ ସେମାନଙ୍କର ମୋବାଇଲ ଅଛି ନା ସେମାନେ ପୌରସଂସ୍ଥାର ଏହି ୟୁନିକ ଡିଜିଟାଲ ନମ୍ବର ସେବାର କୌଣସି ଲାଭ ନେଇପାରିବେ । ତେଣୁ ପୌରସଂସ୍ଥା ପ୍ରଥମେ ଏହି ଅନଲାଇନରେ ପୈଠ ବ୍ୟବସ୍ଥାକୁ ନେଇ ସହରବାସୀଙ୍କ ମତାମତ ସଂଗ୍ରହ କରି ପଦକ୍ଷେପ ନିଆ ହେବ। ନ ହେଲେ ଏଭଳି ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରାଯିବ ।"

ନୂଆ ବର୍ଷରୁ ଅନଲାଇନରେ ସମସ୍ତ ଟ୍ୟାକ୍ସ ପଇଠ ବ୍ୟବସ୍ଥା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ପୌରସଂସ୍ଥା 


ସାହି ସାହି ସ୍ବଚ୍ଛ ପୁରୀ ଅଭିଯାନରେ ଅଳିଆ ସଂଗ୍ରହ ଆଦି ଭଲ ଯୋଜନା ହେଇଥିବା ବେଳେ ସେହି ସ୍ବଚ୍ଛ ଶବାରୀରେ ୟୁନିକ ଡିଜିଟାଲ ନମ୍ବର ମାଧ୍ୟମରେ ଅନଲାଇନରେ ପାଇଠର ଖବର ପାଇଛୁ । ତେବେ ଦେଖାଯାଉ ଏହି ଯୋଜନା କେତେ ଫଳପ୍ରଦ ହେବ ବୋଲି କହିଛନ୍ତି ବଡ଼ଶଙ୍ଖରେ ଚୁଡ଼ି ଦୋକାନ କରିଥିବା ମୋନାଲିସା ରାଉତ ।

ପୌରସଂସ୍ଥା ବିରୁଦ୍ଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିବା ୫୬ ବର୍ଷୀୟ ଉଠା ଦୋକାନୀ ଯୋଗୀ ସାହୁ କହିଛନ୍ତି, ‘‘ବଡଦାଣ୍ଡରେ ପୌରସଂସ୍ଥା ପକ୍ଷରୁ ବେଆଇନ ଭାବେ କ୍ୟାବିନ ପକାଇବା ସହ ମହାସୁଲ ଦୈନିନ୍ଦିନ ଆଦାୟ କରାଯାଉଛି । ଯାହାକୁ ଜାତୀୟ ରାଜପଥ ଆଇନର ଉଲଙ୍ଘନ କରିବା ସହ ହାଇ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା ମଧ୍ୟ କରାଯାଉଛି । ତେଣୁ ମହାସୁଲ ଉଠା ଦୋକନୀଙ୍କ ଠାରୁ ବେଆଇନ ରସିଦ ମାଧ୍ୟମରେ ଆଦାୟ କରିବା ବେଆଇନ ଓ ଏଥିରେ ଅନେକ ଟଙ୍କା ହରିଲୁଟ ମଧ୍ୟ ହେଉଛି । ତେଣୁ ପୌରସଂସ୍ଥା ଏହାକୁ ଅନଲାଇନ ମାଧ୍ୟମରେ ବା ଇ-ପେମେଣ୍ଟ ମାଧ୍ୟମରେ ଗ୍ରହଣ କରିବାର ବ୍ୟବସ୍ଥା କରୁ ।"

ପୌରସଂସ୍ଥାର ଅନେକ ଯୋଜନା ସହରରେ ହରିଲୁଟ ହେଉଥିବା ବେଳେ ଆଦାୟ ଅର୍ଥର ବି ହେଉଛି ବାଟମାରଣା । ଦେଖାଯାଉ ପାଞ୍ଚଟି ଅଧିନରେ ଆସୁଥିବା ବିଭାଗ ସ୍ୱଚ୍ଛତାକୁ ପାଥେୟ କରୁଥିବା ବେଳେ ଦୁର୍ନୀତିର ଗନ୍ତାଘର ପୌରସଂସ୍ଥା କେବେ ହେବ ସ୍ୱଚ୍ଛ। ତେବେ ବଡ଼ଦାଣ୍ଡରେ ଦୋକାନୀଙ୍କ ଠାରୁ ହିଜରାକୁ ଆଜି ପର୍ଯ୍ୟନ୍ତ ରସିଦ ମାଧ୍ୟମରେ କଟାଯାଉଥିବା ବେଳେ ତାହାକୁ ପ୍ରଥମେ ନ ବଦଳାଇ ପୌରସଂସ୍ଥା ଡିଜିଟାଲ ପେମେଣ୍ଟ ସ୍ୱପ୍ନ କେବେ ଫଳଫ୍ରଦ ହେବନାହିଁ ବୋଲି ଅଭିଯୋଗ କରିଛନ୍ତି ଦୋକାନୀ ଓ ସହରବାସୀ ।
Published by: Lipina Das
First published: September 15, 2021, 1:52 PM IST