ପୁରୀ ଗଣଦୁଷ୍କର୍ମ: ରାଜନୀତି ଗରମ, ମନ୍ତ୍ରୀଙ୍କ ଘର ଉପରେ ଟମାଟୋ ମାଡ଼, ଟାର୍ଗେଟରେ ନବୀନ ନିବାସ

ଯୁବ କଂଗ୍ରେସର କର୍ମୀମାନେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘର ଉପରକୁ ଟମାଟୋ ମାଡ଼ କରିଥିବା ବେଳେ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବାସକୁ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ।

ଯୁବ କଂଗ୍ରେସର କର୍ମୀମାନେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘର ଉପରକୁ ଟମାଟୋ ମାଡ଼ କରିଥିବା ବେଳେ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବାସକୁ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ।

ଯୁବ କଂଗ୍ରେସର କର୍ମୀମାନେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘର ଉପରକୁ ଟମାଟୋ ମାଡ଼ କରିଥିବା ବେଳେ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବାସକୁ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ।

  • Share this:
ଭୁବନେଶ୍ୱର: ପୁରୀ ଗଣଦୁଷ୍କର୍ମ ପରେ ବିରୋଧୀ ଦଳଗୁଡ଼ିକର ରାଜ୍ୟ ସରକାରଙ୍କ ପ୍ରତି ଆକ୍ରାମକ ଭାବ ହଠାତ ବଢ଼ିଯାଇଛି । ଯୁବ କଂଗ୍ରେସର କର୍ମୀମାନେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘର ଉପରକୁ ଟମାଟୋ ମାଡ଼ କରିଥିବା ବେଳେ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବାସକୁ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ।

ୟୁଥ୍‌ କଂଗ୍ରେସ କର୍ମୀମାନେ ପ୍ରଥମେ ଦଳର ପତାକା ଧରି ଦିବ୍ୟ ଶଙ୍କରଙ୍କ ଘର ସମ୍ମୁଖକୁ ଯିବା ସହ ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ଏହା ପରେ ତାଙ୍କ ଘର ଉପରକୁ ଟମାଟୋ ଫିଙ୍ଗିଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଅଣ୍ଡା ମାଡ଼ କରିବେ ବୋଲି ମଧ୍ୟ ଧମକ ଦେଇଥିଲେ। ଟମାଟୋ ଫିଙ୍ଗା ଘଟଣା ପରେ ୧୫-୨୦ ଜଣ କଂଗ୍ରେସ କର୍ମୀଙ୍କୁ ପୁଲିସ ହାଜତକୁ ନେଇଥିଲା ।

ପ୍ରତିରୋଧ ମାର୍ଚ୍ଚରେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟାମାନେ


’’ଦିବ୍ୟ ଶଙ୍କର ମିଶ୍ର ପୁରୀ ଗଣଦୁଷ୍କର୍ମ ବିଷୟରେ ଜାଣି ମଧ୍ୟ ସେ ବିଷୟ‌ରେ କୌଣସି ଆଲୋଚନା ନ କରିବା ସହ ପୀଡ଼ିତାଙ୍କ ପରିବାରକୁ ମଧ୍ୟ ଦେଖା କରି ନାହାନ୍ତି । କେବଳ ଦଳର ବୈଠକ ତାଙ୍କ ପାଇଁ ଗୁରୁତ୍ତ୍ୱ ରଖେ। ଆମେ ତାଙ୍କର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ। ଆମର ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆମେ ଏଭଳି ଆନ୍ଦୋଳନ ଜାରି ରଖିବୁ,‘‘ କହିଛନ୍ତି ଯୁବ କଂଗ୍ରେସ ନେତା ରାଜୀବ ପଟ୍ଟନାୟକ ।

ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ବି ରାଜରାସ୍ତାକୁ ଓହ୍ଲାଇଛି । ପୁରୀରେ ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ ମହିଳା ମୋର୍ଚ୍ଚାର କର୍ମୀମାନେ । ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା । ଫଳରେ ପୁଲିସ ଓ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟାମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଦଶରୁ ଅଧିକ ମହିଳା କର୍ମୀଙ୍କୁ ଅଟକ ରଖିଥିଲା ପୁଲିସ ।

ନାରୀ ନିର୍ଯ୍ୟାତନାକୁ ନେଇ ରାଜନୀତି କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ । କିନ୍ତୁ ରାଜ୍ୟରେ ନାରୀ ନିର୍ଯ୍ୟାତନା କାହିଁକି ବଢୁଛି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ରଖିବାକୁ ବିଜେପି ମଙ୍ଗଳବାର ସନ୍ଧ୍ୟା ଯାଏଁ ସମୟ ଦେଇଥିଲା । ମୁଖ୍ୟମନ୍ତ୍ରୀ ଜବାବ ନରଖିବାରୁ ଏ ନେଇ ପ୍ରଶ୍ନ ପଚାରିବାକୁ ବିଜେପି ମହିଳା କର୍ମୀମାନେ ନବୀନ ନିବାସ ଅଭିମୁଖେ ଯାଇଥିଲେ ।

ତେବେ ଏ ପ୍ରସଙ୍ଗରେ ବିଜେଡି ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି । ଏହାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି: ‘‘ବାରମ୍ବାର ଅନୁରୋଧ ସତ୍ତ୍ବେ ବିଭିନ୍ନ ରାଜନୈତିକ ଦଳ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି । ଏହା ନିନ୍ଦନୀୟ । ଏନେଇ ଦେଶରେ ଏବଂ ରାଜ୍ୟରେ ଆଇନ ରହିଛି ।’’ ବିଜେପିକୁ ଟାର୍ଗେଟ କରି ଲେନିନ ମହାନ୍ତି କହିଛନ୍ତି କୌଣସି ଜାତୀୟ ଦଳ ଏଭଳି ଆଚରଣ ପ୍ରଦର୍ଶନ କରିବା କେବେ ଦେଖାଯାଇନଥିଲା ।

ଗତ ୨ ତାରିଖରେ ପୁରୀରେ ପୁଲିସ କ୍ବାଟର୍ସରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ପୁରୀ କୁମ୍ଭାରପଡା ଥାନାରେ ଅଭିଯୋଗ ହୋଇଥିଲା । ଏ ମାମଲାରେ ଅଭିଯୁକ୍ତ ଜଣେ ବହିଷ୍କୃତ ପୋଲିସ କର୍ମକାରୀଙ୍କୁ ଗିରଫ କରି ରିମାଣ୍ଡରେ ନିଆଯାଇଛି ।
First published: