ପୁରୀ: ପ୍ରେମ ପାଇଁ ‘ଆତ୍ମହତ୍ୟା’ କଲା ନାବାଳିକା; ମୃତ ଦେହକୁ ଆଗ ପୋତିଲା, ତା’ପରେ ପୋଡ଼ିଲା ପରିବାର
୧୭-ବର୍ଷୀୟା ଭାରତୀଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ଥିଲା ବୋଲି ତାଙ୍କ ପରିବାର ଲୋକେ ଦାବି କରୁଥିବା ବେଳେ ସତ୍ୟ ଜାଣିବାକୁ ତାଙ୍କ ହାଡ଼ ଓ ଜୁଇର ପାଉଁଶର DNA ଟେଷ୍ଟ୍ କରିବାକୁ ପ୍ରସ୍ତୁତ ହେଉଛି ପୋଲିସ । ଗାଁ ତୋଟାରେ ଦୁଇ ଥର ଶବକୁ ପୋଡ଼ାଯାଇଥିଲା ।

ମୃତା ନାବାଳିକା ଭାରତୀ ଜେନା; (ଡାହାଣ) ପୋଲିସ ତାଙ୍କ ମୃତ ଦେହର ଅବଶିଷ୍ଟାଂଶ ଖୋଳି ବାହାର କରୁଛି ।
- News18 Odia
- Last Updated: March 28, 2021, 11:49 PM IST
ପୁରୀ: ଆତ୍ମହତ୍ୟା କରି ପ୍ରାଣ ହରେଇଥିବା ଜଣେ ନାବାଳିକାଙ୍କ ମୃତ ଦେହକୁ ପାଖ ପଡ଼ୋଶୀ ଓ ଅନ୍ୟ ସମସ୍ତଙ୍କ ଅଜାଣତରେ ପ୍ରଥମେ ପୋତିଦେଲେ ତା’ ପରିବାର ଲୋକେ । ଶବକୁ ବାହାର କରି କୁଆ କୁକୁର ଟାଣି ଖାଇବାରୁ ତା’ ପରେ ତାକୁ ତରବରରେ ପୋଡି଼ଦେଲେ ସେମାନେ । ଏବେ ଏହି କୁକୃତ୍ୟ ଉପରେ ପୋଲିସର ନଜର ପଡ଼ିବା ପରେ ଅନର୍ କିଲିଂ ସମେତ ଅନ୍ୟ ଆପରାଧିକ ମାମଲାର ସମ୍ମୁଖୀନ ହେଉଛନ୍ତି ପୁରୀ ତଳଜଙ୍ଗର ଏହି ପରିବାର ।
ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍
୧୭-ବର୍ଷୀୟା ଭାରତୀ ଜେନାଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ଥିଲା ବୋଲି ତାଙ୍କ ପରିବାର ଲୋକେ ଦାବି କରୁଥିବା ବେଳେ ଏହାର ରହସ୍ୟ ଉନ୍ମୋଚନ କରିବା ପାଇଁ ଡି.ଏନ୍.ଏ. ଟେଷ୍ଟ୍ କରିବାକୁ ପ୍ରସ୍ତୁତ ହେଉଛି ପୋଲିସ । ଗ୍ରାମବାସୀମାନେ ଭାରତୀଙ୍କ ପରିବାର ବିରୁଦ୍ଧରେ ଆଣିଛନ୍ତି ହତ୍ୟା ଅଭିଯୋଗ । ଗାଁ ତୋଟାରେ ଦୁଇ ଦୁଇ ଥର ଶବକୁ ପୋଡ଼ାଯାଇଥିବାରୁ ତୋଟାର ମାଲିକ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ।
‘‘ଏ ସଂକ୍ରାନ୍ତରେ ସୂଚନା ପାଇବା ପରେ ଚନ୍ଦନପୁର ଥାନା ଅଧୀନ ତଳଜଙ୍ଗ ନଇକୂଳ ସାହିରେ ମାର୍ଚ୍ଚ ୨୬ରେ ଆମେ ପହଞ୍ଚି ଜୁଇରୁ ହାଡ଼ ପାଉଁଶ ଜବତ କରିଥିଲୁ ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲୁ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି କାଣ୍ଡ ପଛରେ ରହିଛି ନାବାଳିକାଙ୍କ ପ୍ରେମ । ନାବାଳିକା ଜଣକ ସେହି ଗାଁର ଜଣେ ନାବାଳକଙ୍କୁ ପ୍ରେମ କରୁଥିଲେ । ସେହି କାରଣରୁ ନାବାଳିକାଙ୍କ ପରିବାରରେ ଆରମ୍ଭ ହୋଇଥିଲା ବିବାଦ । ତାଙ୍କ ମୃତ୍ୟୁ ପଛରେ ରହିଛି ଏହି ବିବାଦ । ତଦନ୍ତ ଚାଲିଛି,’’ କହିଛନ୍ତି ପୁରୀ ସଦର ଥାନା ଏସ୍.ଡି.ପି.ଓ. କିଶୋର ଚନ୍ଦ୍ର ମୁଣ୍ଡ ।

ଏହି ମାମଲାରେ ଗିରଫ ହୋଇଥିବା ଲୋକେ
ରଘୁନାଥ ଜେନାଙ୍କ ଝିଅ ଭାରତୀ ଜେନାଙ୍କ ମୃତ ଦେହକୁ ଯେଉଁ ଆମ୍ବ ତୋଟାରେ ପୋତାଯାଇଥିଲା ଓ ପରେ ପୋଡ଼ାଯାଇଥିଲା ତା’ର ମାଲିକ ୫୮ ବର୍ଷୀୟ କୁମୁଦ ପ୍ରଧାନ କହିଛନ୍ତି ଯେ ମାର୍ଚ୍ଚ ୨୦ ତାରିଖ ରାତି ୨ଟାରେ ଭାରତୀ ଆତ୍ମହତ୍ୟା କରିଥିଲା ।
ଏହା ବି ପଢ଼ନ୍ତୁ | ଅବିଶ୍ୱସନୀୟ! ମୁମ୍ବାଇରେ ୩୦ଟି କୁକୁର ସହ ଯୌନ ସମ୍ପର୍କ ରଖିଥିବା ପରିବା ବିକାଳି ଗିରଫ ହେଲା
‘‘ତା’ ପରେ ତା’ ଶବକୁ ପରିବାର ଲୋକେ ଲୁଚାଇ ନେଇ ଗାଁ ମୁଣ୍ଡରେ ଥିବା ମୋ’ ଆମ୍ବ ତୋଟାରେ ପୋତିଦେଇଥିଲେ । ହେଲେ ତା’ ପର ଦିନ ମାଟିକୁ ଖୋଳି ବିଲୁଆ କୁକୁର ଶବକୁ ଖାଇଥିଲେ । ଏହାକୁ ନେଇ ଆମେ ଭାରତୀର ପରିବାର ଲୋକଙ୍କୁ ପଚାରିଥିଲୁ । ତା’ ପରେ ସେମାନେ ତା’ ପର ଦିନ ରାତି ଅଧରେ ଯାଇ ଶବକୁ କାଢି଼ ତାକୁ ପୋଡି଼ଦେଇଥିଲେ । ପୁଣି ଥରେ ନୁହେଁ, ଦୁଇ ଦୁଇ ଥର ପୋଡି଼ ଥିଲେ । ଅର୍ଦ୍ଧଦଗ୍ଧ ଶବକୁ ପୁଣି ମାଟି ତଳେ ପୋତିଦେଇ ପଳାଇଆସିଥିଲେ । ଦୀର୍ଘ ସପ୍ତାହ ଧରି ଜୁଇ କୁହୁଳୁଥିଲା ଓ ଏହାକୁ ନେଇ ଗାଁରେ ବିବାଦ ଲାଗି ରହିଥିଲା । ସପ୍ତାହେ ବିତି ଯାଇଥିବାରୁ ମୁଁ ଚନ୍ଦନପୁର ଥାନା ଯାଇ ପୋଲିସକୁ ଖବର ଦେଇଥିଲି,’’ କହିଛନ୍ତି ପ୍ରଧାନ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯୁବକକୁ ଘରୁ ଉଠେଇ ମଶାଣିକୁ ନେଲେ, ଗଛରେ ବାନ୍ଧି ପିଟିଲେ, ନାକ କାଟିବା ପ୍ରୟାସ କଲେ
ତାଙ୍କ ଏତାଲା ଅନୁସାରେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ନାବାଳିକାର ହାଡ଼ ଓ ପାଉଁଶ ଜବତ କରିବା ସହ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା । ନାବାଳିକା ଆତ୍ମହତ୍ୟା କରିଛି ବୋଲି ପରିବାର ଲୋକେ କହୁଥିବା ବେଳେ ଏ ନେଇ ପୋଲିସକୁ ଖବର ନ ଦେଇ ସେମାନେ ଓଲଟା ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶବ ପୋଡି଼ ଦେଇଥିଲେ ବୋଲି କହିଛନ୍ତି ଏସ୍.ଡି.ପି.ଓ. କିଶୋର ମୁଣ୍ଡ ।

ଆମ୍ବ ତୋଟାରୁ ଖୋଳିବା ପରେ ମିଳିଥିବା ଭାରତୀଙ୍କ ମୃତ ଦେହର ଅବଶିଷ୍ଟାଂଶ
‘‘ନାବାଳିକାକୁ ଆତ୍ମହତ୍ୟା କରିବାକୁ କେଉଁମାନେ ପ୍ରବର୍ତ୍ତାଉଥିଲେ ତା’ର ତଦନ୍ତ ଚାଲିଛି । ସେହି ଅନୁସାରେ ଆଇପିସିର ଦଫା ୩୦୬ (ଆତ୍ମହତ୍ୟା ପାଇଁ ବାଧ୍ୟ କରିବା), ୨୦୧ (ଅପରାଧୀର ସୁରକ୍ଷା ପାଇଁ ଅପରାଧର ପ୍ରମାଣ ନଷ୍ଟ କରିବା ), ୧୭୬ (ପୋଲିସକୁ ଖବର ନ ଦେବା), ୩୪ (ଏକାଧିକ ଲୋକଙ୍କ ସମ୍ପୃକ୍ତି ) ଅନୁଯାୟୀ ମାମଲା ୧୦୦/୨୧ ରୁଜୁ ହୋଇଛି । ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ମୃତା ନାବାଳିକାଙ୍କ ଭାଇ ୧୯ ବର୍ଷୀୟ ଗେଡୁ ଜେନା ଓରଫ କୁନା, ଦାଦା ୪୫ ବର୍ଷୀୟ ଜଗବନ୍ଧୁ ଜେନା, ୨୮ ବର୍ଷୀୟ ଶଙ୍କରେଶ୍ୱର ଜେନା, ୩୦ ବର୍ଷୀୟ ବଡ଼ବାପା ପୁଅ ଭାଇ ଟୁନା ଜେନା ଓ ଦାଦା ପୁଅ ଭାଇ ୨୦ ବର୍ଷୀୟ ବିକ୍ରମ ପ୍ରସାଦ ଜେନା ଓରଫ ମୁନା,’’ କହିଛନ୍ତି ମୁଣ୍ଡ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କେବଳ ଟାୱେଲ୍ ପିନ୍ଧି କାଜଲ୍ ରାଘୱାନୀ ଜବରଦସ୍ତ ନୃତ୍ୟ କଲେ; VIDEO ଭାଇରାଲ୍
ଏହି ମାମଲାରେ ଆହୁରି ଅନେକ ଲୋକ ଜଡି଼ତ ଅଛନ୍ତି ବୋଲି ସୂଚନା ଦେଇ ସେମାନଙ୍କୁ ପୋଲିସ ଖୋଜିବା ଆରମ୍ଭ କରିଛି ବୋଲି ସେ କହିଛନ୍ତି । ଚନ୍ଦନପୁର ଥାନା ଅଧିକାରୀ ଅଭିମନ୍ୟୁ ନାୟକ କହିଛନ୍ତି ଯେ ମୃତା ନାବାଳିକା ମାସକ ତଳେ ପ୍ରେମ କରୁଥିବା ସେହି ଗାଁର ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିଲେ ।
‘‘ସେହି ଘଟଣା ପରେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସ ଉଭୟଙ୍କୁ ଉଦ୍ଧାର କରି ପରିବାରକୁ ଦେଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡି଼ଛି ଯେ ପରିବାର ଲୋକେ ତାକୁ ମାରପିଟ କରିବା ସହ ମାନସିକ ନିର୍ଯ୍ୟାତନା ଦେଉଥିଲେ । ତଦନ୍ତର ଅଗ୍ରଗତି ପରେ ଅନେକ ତଥ୍ୟ ସାମନାକୁ ଆସିବ,’’ କହିଛନ୍ତି ନାୟକ ।