ଫେସବୁକରେ ପ୍ରେମ କରି ‘‘ଯାଜପୁରର ଯୁବତୀ’’ ପୁରୀର ଯୁବକଙ୍କ ଠାରୁ ଲୁଟିଲେ ୫ ଲକ୍ଷ ଟଙ୍କା

ରାତି ରାତି ସେହି ଫେସବୁକ୍ ‘‘ପ୍ରେମିକା’’ଙ୍କ ସହ ପ୍ରେମାଳାପରେ ବିତାଇଥିବାରୁ ପୁରୀର ଯୁବକ ଏବେ ଅନୁତପ୍ତ । ନିଜ ୫ ଲକ୍ଷ ଟଙ୍କା ଫେରିପାଇବା ନେଇ ସେ ଥାନାରେ ଏତାଲା ଦେଇଛନ୍ତି । ଏତାଲା ଅନୁସାରେ ସେ ଯୁବତୀ ଯାଜପୁର ବରି ଥାନା ଅଞ୍ଚଳର ନିବେଦିତା ।

ଲୁ଼ଟର ଶିକାର ଯୁବକ ପ୍ରଶାନ୍ତ ସାହୁ; (ଡାହାଣ) ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟାଲେନ୍ସର ଏକ ସ୍କ୍ରିନଶଟ୍

ଲୁ଼ଟର ଶିକାର ଯୁବକ ପ୍ରଶାନ୍ତ ସାହୁ; (ଡାହାଣ) ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟାଲେନ୍ସର ଏକ ସ୍କ୍ରିନଶଟ୍

  • Share this:
News18 Odia Digital

ପୁରୀ: ଫେସବୁକରେ ଜଣେ ଯୁବତୀଙ୍କ ସହ ବନ୍ଧୁତାରୁ ଆରମ୍ଭ ହୋଇଥିବା ପ୍ରେମ ଏତେ ଆଗକୁ ଚାଲିଗଲା ଯେ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେଇବସିଲେ ପୁରୀ ଜିଲ୍ଲାର ଜଣେ ଯୁବ ବ୍ୟବସାୟୀ । ଶେଷରେ ଜାଣିଲେ ଯେ ତାଙ୍କ ଫେସବୁକ୍‌ ପ୍ରେମିକା ନାଆଁର କୌଣସି ଯୁବତୀ ନାହାନ୍ତି ଓ ସେ ଟଙ୍କା ତକ ହରେଇ ବସିଛନ୍ତି ।

ଗୋପ ଥାନା ନୟାହାଟ ଫାଣ୍ଡି ଅଞ୍ଚଳର ୩୫ ବର୍ଷୀୟ ବ୍ୟବସାୟୀ ପ୍ରଶାନ୍ତ ସାହୁ ଜଣେ ଯୁବତୀଙ୍କ ସହ ଫେସବୁକରେ ସମ୍ପର୍କ ସ୍ଥାପନ କରି ଦୁଇ ବର୍ଷ ଧରି ତାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ବୋଲି କହିଛନ୍ତି । ଶେଷରେ ଏହି ପ୍ରେମ ଯୋଗୁଁ ଚକ୍ରାନ୍ତର ଶିକାର ହୋଇ ସେ ୫ ଲକ୍ଷ ଟଙ୍କା ହରାଇବା ସହ ସେହି ଫେସବୁକର ବନ୍ଧୁ ଜଣକ ଜଣେ ଯୁବତୀ କି ଯୁବକ ବା କୌଣସି ଛଦ୍ମ ନାରୀ (ଫେକ୍ ଗାର୍ଲ) ସେ ବିଷୟରେ ଅସ୍ପଷ୍ଟ ରହିଥିବା କହିଛନ୍ତି ।

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ରାତି ରାତି ସେହି ଫେସବୁକ୍‌ ପ୍ରେମିକାଙ୍କ ସହ ପ୍ରେମାଳାପରେ ବିତାଇଥିବାରୁ ପ୍ରଶାନ୍ତ ଏବେ ଅନୁତପ୍ତ । ନିଜ ପାଞ୍ଚ ଲକ୍ଷ ଟଙ୍କା ଫେରିପାଇବା ନେଇ ସେ ଗୋପ ଥାନାରେ ଏତାଲା ଦେଇଛନ୍ତି । ଏତାଲା ଅନୁସାରେ ସେ ଯୁବତୀ ହେଉଛନ୍ତି ଯାଜପୁର ବରି ଥାନା ଅଞ୍ଚଳର ସୁରେଶ ସାମଲଙ୍କ ଝିଅ ୨୨ ବର୍ଷୀୟା ନିବେଦିତା ସାମଲ ।

ଏହି କଥିତ ଠକେଇ ବିଷୟରେ ଗୋପ ଥାନାରେ ଏକ ଏତାଲା ରୁଜୁ ହୋଇଛି ।


‘‘ଦୁଇ ବର୍ଷ ତଳେ ଫେସବୁକରେ ନିବେଦିତା ସାମଲ ନାମକ ଯୁବତୀଙ୍କ ଠାରୁ ଏକ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା । ସେ ସୁନ୍ଦରୀ ଥିଲେ । ତାଙ୍କ ଆକର୍ଷଣୀୟ ଚେହେରା ଥିବା ପ୍ରୋଫାଇଲ ଫଟୋ ଦେଖି ମୁଁ ଖୁସି ହୋଇ ଆକ୍ସେପ୍ଟ କରିଥିଲି । ପରେ ଆମର ଚାଲିଥିଲା ଚାଟିଂ । ରାତି ରାତି ସେ ମୋ’ ସହ ଚାଟିଂ କରୁଥିଲେ । ପୁଣି ମଝିରେ ମଝିରେ ଫୋନ କରି ଘଣ୍ଟା ଘଣ୍ଟା ଗପୁଥିଲେ । ମୁଁ ତାଙ୍କୁ ପ୍ରେମ ନିବେଦନ କରିବା ସହ ସେ ମୋତେ ବିବାହ କରିବାକୁ ମଧ୍ୟ କହୁଥିଲେ । ଧୀରେ ଧୀରେ ନିବିଡ଼ ହୋଇଯାଇଥିଲା ଆମ ସମ୍ପର୍କ । ଅନ୍ତରଙ୍ଗ କଥାବାର୍ତ୍ତାର ବି ସୀମା ପାର୍‌ ହେଇଯାଉଥିଲା,’’ କହିଛନ୍ତି ଧୁମାଳୋ ପଞ୍ଚାୟତର ବାସିନ୍ଦା ପ୍ରଶାନ୍ତ ସାହୁ ।

ଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍

ନୟାହାଟ ବଜାର ଉପରେ ବ୍ୟବସାୟ କରୁଥିବା ପ୍ରଶାନ୍ତ କହିଛନ୍ତି ଯେ ସେ ଅନେକ ସମୟରେ ସେହି ଯୁବତୀଙ୍କ ମୋବାଇଲ ଫୋନ୍‌ ରିଚାର୍ଜ ପାଇଁ ତାଙ୍କ ଭାଉଚର ରିଚାର୍ଜ କରୁଥିଲେ । ସେ ବାବଦରେ ୧୦ ହଜାରରୁ ଅଧିକ ଟଙ୍କା ସେ ସାରିଥିଲେ ।

‘‘ହଠାତ ଦିନେ ନିବେଦିତା ଫୋନ କରି କହିଲା ତା’ ବାପା ୫୨ ବର୍ଷୀୟ ସୁରେଶ ସାମଲଙ୍କ ଦେହ ଅସୁସ୍ଥ । ତୁରନ୍ତ ଟଙ୍କା ଦରକାର ଭୁବନେଶ୍ୱର ଏମ୍ସ ନେବା ପାଇଁ । ପ୍ରଥମେ ନିବେଦିତା ଦେଇଥିବା ୩୮୨୩୪୮୯୦୫୫୨ ନମ୍ବର ବିଶିଷ୍ଟ ଆକାଉଣ୍ଟକୁ ମୁଁ ତିନି ଲକ୍ଷ ଟଙ୍କା ଇ-ପେମେଣ୍ଟ କରିଥିଲି । କିଛି ଦିନ ପରେ ପୁଣି ମା’ଙ୍କ ଦେହ ଖରାପ କହିବା ସହ ପୂର୍ବ ପରି ଦୁଇଟି ଆକାଉଣ୍ଟ ନମ୍ବର ଦେଇଥିଲେ । ଏହି ଭଳି ସମୁଦାୟ ପାଞ୍ଚଟି ଆକାଉଣ୍ଟ ନମ୍ବର ଦେଇଥିଲେ । ମୁଁ ତାଙ୍କୁ ସମୁଦାୟ ପାଞ୍ଚ ଲକ୍ଷ ଟଙ୍କା ଦେଇଛି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ପ୍ରଶାନ୍ତଙ୍କ କହିବା ଅନୁସାରେ ତାଙ୍କୁ ନିବେଦିତା ଦେଇଥିବା ଆକାଉଣ୍ଟ ନମ୍ବରଗୁଡ଼ିକ ହେଉଛି ୨୦୩୪୭୪୧୨୩୬୫ ଓ ୩୪୫୪୫୮୨୯୩୯୧ । ତା’ ଛଡ଼ା ନିବେଦିତା ସଂଗ୍ରାମ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ ନମ୍ବର ୩୬୯୨୨୩୩୯୫୦୧୭, କଳ୍ପନା ସାମଲ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟ ୩୭୧୧୯୯୩୬୩୧୪, ପ୍ରମୋଦିନୀ ରାୟ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟ ୬୧୪୦୪୨୨୧୩୪, ନିବେଦିତା ପରମାଣିକ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟ ୩୬୯୮୮୮୮୦୫୯୬ ଓ ଲକି ଜେନାଙ୍କ ଆକାଉଣ୍ଟ ୩୪୩୦୦୧୫୦୦୪୩୬ ଲେଖି ତାଙ୍କୁ ମେସେଜ କରିଥିଲେ ବୋଲି ସେ ନିଜ ଏତାଲାରେ କହିଛନ୍ତି ।

ଟଙ୍କା ଦେବା ପରେ ପ୍ରଶାନ୍ତ ନିବେଦିତାଙ୍କ ଫୋନ ନମ୍ବର ୭୮୪୭୯୩୫୮୬୩ରେ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ରିସିଭ କରୁ ନ ଥିଲେ କି ଫେସବୁକ ମେସେଜରେ ବି ଜବାବ ବି ଦେଉ ନ ଥିଲେ ବୋଲି ସେ କହିଛନ୍ତି । ‘‘ନିବେଦିତାଙ୍କୁ ଫୋନ କଲେ ତାଙ୍କ ନମ୍ବରଟି ଶମ୍ଭୁ ରାୟ କଣ୍ଟ୍ରାକ୍ଟର ନାଁରେ ଟୃକଲରରେ ଆସୁଥିବା ବେଳେ ଟଙ୍କା ଫେରାଇବା ନେଇ ସେ ଦିନ ଗଡ଼ାଇ ଫୋନକୁ ରିସିଭ କରୁ ନ ଥିଲେ । ତେଣୁ ମୁଁ ନିଜେ ତାଙ୍କ ସନ୍ଧାନ ନେବା ପାଇଁ ବରିର ବିଞ୍ଝାରପୁର ଥାନା ଅଞ୍ଚଳରେ ସନ୍ଧାନ କରିଥିଲି, ହେଲେ ନିବେଦିତା ସାମଲ ନାଁର କୌଣସି ଯୁବତୀଙ୍କ ସୂଚନା ପାଇ ନ ଥିଲି,’’ କହିଛନ୍ତି ପ୍ରଶାନ୍ତ ।

ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ହେଲା; ଡାଏଟିଂ କରୁଥିଲେ, କିଡନୀ ଫେଲ୍ ହେଲା

ପରେ ଜଣେ ବ୍ୟକ୍ତି ନିବେଦିତାଙ୍କ ସୂଚନା ଦେବେ ବୋଲି କହି ପ୍ରଶାନ୍ତଙ୍କ ଠାରୁ ଛଅ ହଜାର ଟଙ୍କା ମାଗିଥିଲେ  । ‘‘କିନ୍ତୁ ମୁଁ ସେମାନଙ୍କ ଷଡ଼ଯନ୍ତ୍ର ଶିକାର ହୋଇଛି ବୋଲି ଜାଣିପାରି କାନମୁଣ୍ଡା ଆଉଁଶି ଗୋପ ଥାନାରେ ଏତାଲା ଦେଇଥିଲି,’’ କହିଛନ୍ତି ପ୍ରଶାନ୍ତ ।



‘‘ଏହି ଠକେଇ ସମ୍ପର୍କରେ ମିଳିଥିବା ତାଙ୍କ ଏତାଲାକୁ ନେଇ ଆମେ ଏକ ମାମଲା ରୁଜୁ କରିଛୁ । ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଶିକ୍ଷିତ ହୋଇ ପୁଣି ଜଣେ ବ୍ୟବସାୟୀ ହୋଇ ପ୍ରଶାନ୍ତ ଏଭଳି ଷଡ଼ଯନ୍ତ୍ରରେ ପଡ଼ିବା ପଛରେ ଯୁବତୀଙ୍କ ପ୍ରତି ଥିବା ତାଙ୍କ ଆକର୍ଷଣ ହିଁ କାରଣ ଲାଗୁଛି । କେହି ଟଙ୍କା ମାଗିବା ମାନେ ସେଥିରୁ ଅନୁମାନ କରିବା କଥା ଯେ ଆପଣ ଠକାମିର ଶିକାର ହେଉଛନ୍ତି । ସେମାନଙ୍କୁ ଧରିବା ପରେ ସ୍ପଷ୍ଟ ହେବ ସେ ଯୁବତୀ କି ଦଲାଲ କି ପୁରୁଷ,’’ କହିଛନ୍ତି ଗୋପ ଥାନା ଅଧିକାରୀ ସୁଧିର କୁମାର ସାହୁ ।
Published by:Anand ST Das
First published: