News18 Odia Digital
ପୁରୀ: ନିର୍ବନ୍ଧ ସରିଥିଲା । ସୁନା ଗହଣା ଓ ଆସବାବପତ୍ର ବି କିଣା ସରିଥିଲା । ଇନଭାଇଟେସନ୍ କାର୍ଡ଼ ଛପାଯାଇ ବନ୍ଧୁବାନ୍ଧବ ଓ ସାହି ପଡିଶାଙ୍କୁ ବି ଦିଆ ସରିଥିଲା । ମେ ୩୦ରେ ହୋଇଥା’ନ୍ତା ବିବାହ । ହେଲେ ବାହାଘରରେ ରାଜି ନ ଥିଲା କନ୍ୟା, କାରଣ ସେ ଆଉ ଜଣଙ୍କୁ ଭଲ ପାଉଥିଲା, ଆଉ ବିବାହ ପୂର୍ବରୁ ନିଜ ପ୍ରେମିକ ସଙ୍ଗେ ଚମ୍ପଟ ମାରିଲା । ବାଇକରେ ଯାଉଥିବା ବେଳେ ବ୍ରହ୍ମଗିରି ଗିରଳ ଛକରେ ଦୁର୍ଘଟଣା ହେଲା । ଏହି ଦୁର୍ଘଟଣା ସେମାନଙ୍କ ପ୍ରେମ ସମ୍ପର୍କକୁ କରିଦେଲା ଅଧିକ ମଜବୁତ । ଡାକ୍ତରଖାନାରେ ପ୍ରେମିକାକୁ ନିଜ ରକ୍ତରେ ସିନ୍ଦୂର ପିନ୍ଧାଇ ସାରା ଜୀବନ ପାଇଁ ନିଜର କଲା ପ୍ରେମିକ।
ବ୍ରହ୍ମଗିରିର ଏହି ପ୍ରେମିକା ପିଙ୍କି (ଛଦ୍ମ ନାମ)ଙ୍କ କହିବା ଅନୁସାରେ ତାଙ୍କ ପ୍ରେମିକଙ୍କ ଘର ସାତଶଙ୍ଖରେ । ‘‘ମୋ’ ଭଉଣୀ ସାତଶଙ୍ଖରେ ବିବାହ କରିଥିବାରୁ ମୁଁ ସେଠାକୁ ଯିବା ପରେ ସେଠି ମୋ’ର ସୁନୀଲ (ଛଦ୍ମ ନାମ) ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପ୍ରାୟ ସାତ ବର୍ଷର ପୁରୁଣା ସମ୍ପର୍କ ହୋଇଥିଲେ ବି ମୋ’ ପରିବାର କି ଭଉଣୀର ଶାଶୁଘର ଲୋକେ ଜାଣିପାରି ନ ଥିଲେ । ବିବାହ ବୟସ ହୋଇଥିବାରୁ ବାପା ବ୍ରହ୍ମଗିରି ଅଞ୍ଚଳରେ ମୋ’ ବିବାହ ସ୍ଥିର କରିଥିଲେ । ମୁଁ ଜମ୍ମା ରାଜି ନ ଥିଲା,’’ କହିଛନ୍ତି ପିଙ୍କି ।
ପିଙ୍କିଙ୍କ ବାପାଙ୍କ କହିବା ମୁତାବକ ଝିଅ ନିଜ ପୁରୁଣା ପ୍ରେମ ସମ୍ପର୍କକୁ ଘରେ କହି ନ ଥିଲା କିନ୍ତୁ ପ୍ରେମିକ ସହ ଫେରାର ହେବା ପାଇଁ ଯୋଜନା କରିଥିଲା । ‘‘ତେଣୁ ସେ (ପ୍ରେମିକ) ମେ ୨୭ ରାତିରେ ଆମ ଗାଁ ମୁଣ୍ଡରେ ପହଞ୍ଚିବା ପରେ ଫୋନ ଯୋଗେ ଝିଅକୁ ଡାକି ନେଇ ବାଇକରେ ଫେରାର ହୋଇଯାଇଥିଲା । ବ୍ରହ୍ମଗିରିରୁ ପୁରୀ ଫେରିବା ବାଟରେ ଗିରଳ ଛକରେ ହମ୍ପସରେ ପିଟି ହୋଇଯାଇଥିଲା ବାଇକ । ଝିଅ ସାମାନ୍ୟ ଆହତ ହୋଇଥିଲା, ହେଲେ ସେ ପୁଅର ବାମ ଗୋଡ଼ ଭାଙ୍ଗି ଯାଇଥିଲା । ପାଦର ହାଡ଼ ବି ବାହାରିଯାଇଥିଲା । ୧୦୮ ଆମ୍ବଲାନ୍ସ ଯୋଗେ ତାକୁ ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯାଇ ଚିକିତ୍ସା କରାଯାଇଥିଲା,’’ ସେ କହିଛନ୍ତି ।

ଯୁବକର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି ।
‘‘ଝିଅକୁ ଫେରାଇ ଆଣିବା ପାଇଁ ଅନେକ ନେହୁରା ହେଲି । ଗୋଡ଼ହାତ ଧରି ମେଡିକାଲରେ ଝିଅକୁ ବୁଝାଇଲି । ସେ ରାଜି ନ ହେବାରୁ ମୁଣ୍ଡପିଟି କାନ୍ଦିଲି । ତଥାପି ସେ ରାଜି ହେଲା ନାହିଁ,’’ କହିଛନ୍ତି ପିଙ୍କିର ବାପା ।
ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ ଶତପଥୀ କହିଛନ୍ତି ଯେ ପିଙ୍କିର ବାପା ଏ ମାମଲା ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମଧ୍ୟ ଝିଅକୁ ବୁଝାଇଥିଲା । ‘‘ହେଲେ ଝିଅଟି ସାବାଳକ ଥିବାରୁ ତା’ ନିଷ୍ପତ୍ତିକୁ ସମ୍ମାନ ଦିଆଯାଇଛି । ସେହି ସମୟରେ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଥିବା ଯୁବକ ନିଜ ବ୍ୟାଣ୍ଡେଜ ଖୋଲି ସେଥିରୁ ବାହାରୁଥିବା ରକ୍ତ ନେଇ ପାଖରେ ବସିଥିବା ତା’ ପ୍ରେମିକା ମଥାରେ ପିନ୍ଧାଇ ଦେଇଥିଲା । ଆଉ ପ୍ରେମିକାକୁ ନିଜ ସ୍ତ୍ରୀ ବୋଲି ସ୍ୱୀକାର କରିଥିଲା,’’ କହିଛନ୍ତି ଶତପଥୀ ।
ଯୁବକର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ଏହା ପରେ ଯୁବତୀକୁ ଘରକୁ ଫେରିବା ପାଇଁ ପରିବାର ଲୋକେ ଯେତେ ବୁଝାଇଲେ ସୁଦ୍ଧା ସେ ତାଙ୍କୁ ଚିହ୍ନି ନ ଥିବା କହିବା ପରେ ତା’ ବାପା ହସପିଟାଲରୁ ଫେରିଯାଇଛନ୍ତି ।
ଏହା ବି ପଢ଼ନ୍ତୁ: ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।