ପୁରୀ: ନିଜ ୩ ବର୍ଷର ଝିଅକୁ ହତ୍ୟା କରି ଫିଙ୍ଗିଥିଲା, ଧରା ପଡ଼ିଲା; ପତ୍ନୀ ସହ ଲଗାତର ଝଗଡ଼ା କାରଣ

‘‘ବିଭୂତିଙ୍କୁ ମୁଁ ଅନେକ ବୁଝାଇଥିଲି । ହେଲେ ସେ ବୁଝିବା ପରିବର୍ତ୍ତେ ମୋ’ ପ୍ରତି ସ୍ନେହଭାବ କମେଇ ଦେଇଥିଲେ ଓ ଅଧିକ ହିଂସ୍ର ହୋଇଯାଇଥିଲେ । ଏ ସବୁ ଦେଖି ଆମ ତିନି ବର୍ଷର ଝିଅ ବି ଖୁବ୍ ଦୁଃଖୀ ରହୁଥିଲା,’’ କହିଛନ୍ତି ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ।

ପୁରୀ: ନିଜ ୩ ବର୍ଷର ଝିଅକୁ ହତ୍ୟା କରି ଫିଙ୍ଗିଥିଲା, ଧରା ପଡ଼ିଲା; ପତ୍ନୀ ସହ ଲଗାତର ଝଗଡ଼ା କାରଣ
ବିଭୂତି ଜେନା (ଫାଇଲ୍ ଫଟୋ); ତଦନ୍ତକାରୀ ପୋଲିସ ଦଳରୁ ଦୁଇ ଜଣ
  • News18 Odia
  • Last Updated: October 6, 2020, 8:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପେଣ୍ଠକଟା ମେରାଇନ ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ପଡ଼ିଥିବା ତିନି ବର୍ଷର ଶିଶୁ କନ୍ୟାର ଶବ ପଛରେ ଥିବା ଲୋମହର୍ଷକ ସତ୍ୟ ସାମନାକୁ ଆସିଛି । ନିଷ୍ପାପ ଶିଶୁଟିକୁ ତା’ ନିଜ ବାପା ହିଁ ତଣ୍ଟି ଚିପି ହତ୍ୟା କରିଥିଲା । ପୋଲିସର ତଦନ୍ତ ପରେ ଏହି ଜଘନ୍ୟ ଅପରାଧ କରିଥିବା କଥା ସ୍ୱୀକାର କରିଛି ମୃତ ଶିଶୁର ବାପା ୪୦ ବର୍ଷୀୟ ବିଭୂତି ଜେନା ।

ଗୋପାଳପୁରର ବିଲଭୋଇସାହି ଗାଁ ନିକଟରେ ଥିବା ଜଙ୍ଗଲରେ ମୁହଁ ମାଡି ପଡ଼ିରହିଥିଲା ଶିଶୁ କନ୍ୟାର ଶବ । ସେପ୍ଟେମ୍ବର ୨୩ରେ ଗାଁ ଲୋକେ ଶବକୁ ଦେଖିଥିଲେ । କିଏ ଓ କାହିଁକି ଗାଁ ଜଙ୍ଗଲରେ ମୃତ ଦେହଟି ପକାଇଲା ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା । ତେବେ ନିକଟସ୍ଥ ଗ୍ରାମର କାହାରି ପିଲା ସେ ହୋଇ ନ ଥିବା ସହ ପୁରୀରେ ବି ଶିଶୁ କନ୍ୟାର ନିଖୋଜ ମାମଲା ନ ଥିବା ଯୋଗୁଁ ରହସ୍ୟ ଘଞ୍ଚ ହୋଇଥିଲା ।

ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା । ଶିଶୁର ବେକକୁ ଚାପି ହତ୍ୟା କରାଯାଇଛି ବୋଲି ରିପୋର୍ଟରୁ ଜଣାପଡ଼ିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଶିଶୁ କନ୍ୟାର ହତ୍ୟାକାରୀ ତା’ ନୃଶଂସ ବାପ ଗଜାମ କବିସୂର୍ଯ୍ୟନଗରର ବିଭୂତି ଜେନା  ବୋଲି ଜଣାପଡ଼ିଥିଲା ।

‘‘ମୃତ ଦେହଟିରୁ ଦୁର୍ଗନ୍ଧ ବାହାରୁଥିବା ବେଳେ ତା’ ମୁହଁ ଓ ଦେହକୁ କୌଣସି ଜନ୍ତୁ ଖାଇ କ୍ଷତ ସୃଷ୍ଟି କରିଦେଇଥିବା ଆଶଙ୍କା କରିଥିଲୁ ଆମେ । ଗୋପାଳପୁର କି ଆଖପାଖ ଗ୍ରାମର କାହାର ଏହି ଶିଶୁ ସେ ନ ଥିଲା । ପୋଲିସ ତଦନ୍ତ ପରେ ମୃତ ଶିଶୁ ଓ ତା’ ହତ୍ୟାକାରୀର ପରିଚୟ ମିଳିବା ପରେ ଆମେ କ୍ଷୋଭ ଓ ଘୃଣାରେ ଥରୁଛୁ!’’ କହିଛନ୍ତି ଗୋପାଳପୁର ଗ୍ରାମବାସୀ ୫୨ ବର୍ଷୀୟା ଗୁରୁବାରୀ ପ୍ରଧାନ ।

ପେଣ୍ଠକଟା ଥାନା ପକ୍ଷରୁ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲା ହତ୍ୟା ମାମଲାରେ ବଦଳିଥିଲା ।


ମୃତ ଶିଶୁ କନ୍ୟାର ମା’ ୩୫ ବର୍ଷୀୟା ଜ୍ୟୋତ୍ସ୍ନା ଜେନା ପୋଲସରା ବ୍ଲକ ଅଧୀନ ଜେନାପୁର ଗ୍ରାମର ବିଭୂତି ଜେନାଙ୍କୁ ସାତ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ଜ୍ୟୋତ୍ସ୍ନାଙ୍କ ଦେହ ଅନେକ ସମୟରେ ଅସୁସ୍ଥ ରହୁଥିବାରୁ ବିଭୂତି ଏ ନେଇ ତାଙ୍କ ସହ ଅନେକ ସମୟରେ ଝଗଡ଼ା କରୁଥିଲେ ବୋଲି ସେ କହିଛନ୍ତି । ପତ୍ନୀଙ୍କ ସହ ଲଗାତର ଝଗଡ଼ା ଯୋଗୁଁ ନିଜ ମାନସିକ ଭାରସାମ୍ୟ ହରାଇ ବିଭୂତି ଏମିତି ଜଘନ୍ୟ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

‘‘ସେ (ବିଭୂତି) ମୋତେ ଅଗଷ୍ଟ ମାସରେ ବାପଘରକୁ ତଡ଼ିଦେଇଥିଲେ । ହେଲେ ପରେ ଘରଲୋକେ ବୁଝାସୁଝା କରି ପୁଣି ମୋତେ ନେଇ ଶାଶୁଘରେ ଛାଡ଼ିଦେଇଥିଲେ । ପୁଣି ଥରେ ମୋତେ ନିର୍ଯ୍ୟାତନା ଦେଲେ ଆଇନର ଆଶ୍ରୟ ନେବେ ବୋଲି ମୋ’ ପରିବାର ଲୋକେ ତାଙ୍କୁ ଚେତାବନୀ ଦେଇଥିଲେ । ବିଭୂତିଙ୍କୁ ମୁଁ ଅନେକ ବୁଝାଇଥିଲି । ହେଲେ ସେ ବୁଝିବା ପରିବର୍ତ୍ତେ ମୋ’ ପ୍ରତି ସ୍ନେହଭାବ କମେଇ ଦେଇଥିଲେ ଓ ଅଧିକ ହିଂସ୍ର ହୋଇଯାଇଥିଲେ । ଏ ସବୁ ଦେଖି ଆମ ତିନି ବର୍ଷର ଝିଅ ବି ଖୁବ୍‌ ଦୁଃଖୀ ରହୁଥିଲା,’’ କହିଛନ୍ତି ଜ୍ୟୋତ୍ସ୍ନା ।

ସେପ୍ଟେମ୍ବର ୧୯ ତାରିଖରେ ଝିଅକୁ ନେଇ ପୁରୀ ଆସିଥିଲେ ବିଭୂତି । କାହାକୁ ନ ଜଣାଇ ଝିଅକୁ ଘରୁ ନେଇଆସିଥିବାରୁ ଜ୍ୟୋତ୍ସ୍ନା ବ୍ୟସ୍ତ ହୋଇଥିଲେ । ଏ ନେଇ କବିସୂର୍ଯ୍ୟନଗର ଥାନାରେ ଏକ ଅପହରଣ ଅଭିଯୋଗ କରିଥିଲେ । ପୋଲିସ ଏ ନେଇ ଅପହରଣ ମାମଲା ୨୬୨/୨୦ ରୁଜୁ କରିଥିଲା ।

ପୁରୀ ପେଣ୍ଠକଟା ମେରାଇନ ଥାନା ଅଞ୍ଚଳରେ ରହୁଥିବା ବିଭୂତିଙ୍କ ୫୮ ବର୍ଷୀୟ ମଉସା ଧନେଶ୍ୱର ଜେନାଙ୍କ କହିବା ଅନୁସାରେ ଶିଶୁ କନ୍ୟାକୁ ହତ୍ୟା କରି ଫିଙ୍ଗିଦେବା ପରେ ବିଭୂତି ତାଙ୍କ ଘରେ ଆସି ପହଞ୍ଚିଥିଲା । ପୂର୍ବରୁ ବିଭୂତି ଧନେଶ୍ୱରଙ୍କ ଘରେ ରହି ପରିବା ବ୍ୟବସାୟ କରୁଥିଲା । ବିବାହ ପରେ ସେ ଗାଁରେ ରହୁଥିଲା ।

‘‘ବିଭୂତି ପିଲାଟିକୁ ନେଇଆସିଥିବା ଖବର ଓ ତା’ ନିଖୋଜ ହେବା ବିଷୟରେ ପୋଲିସରେ ଏତାଲା ଦିଆଯିବା ବିଷୟରେ ମୁଁ ଖବର ପାଇଥିଲି । ବିଭୂତି ସେପ୍ଚେମ୍ବର ୧୯ରେ ପୁରୀରେ ପହଞ୍ଚିଥିଲା । ପୋଲିସ ଆଗରେ ତା’ ସ୍ୱୀକାରୋକ୍ତି ଅନୁସାରେ ସେ ମୋ’ ଘରକୁ ନ ଆସି ବାହାରେ ଝିଅକୁ ଧରି ବୁଲାବୁଲା କରିଥିଲା । ଘନ ଅନ୍ଧାରରେ ଝିଅକୁ ସେହି ଜଙ୍ଗଲକୁ ନେଇ ତା’ ତଣ୍ଟି ଚିପି ହତ୍ୟା କରିଥିଲା । ବଗିଚାରେ ମୃତ ଦେହକୁ ଲୁଚାଇଦେଇ ରାତିରେ ବାହାରେ ବୁଲାବୁଲି କରିଥିଲା ଓ ତା’ ପର ଦିନ ଆମ ଘରେ ପହଞ୍ଚିଥିଲା,’’ କହିଛନ୍ତି ଧନେଶ୍ୱର ।

ବିଭୂତି ସହ ଶିଶୁ କନ୍ୟା ନ ଥିବାରୁ ତାଙ୍କର ସନ୍ଦେହ ହୋଇଥିଲା । ହେଲେ ଧନେଶ୍ୱର ଯେ ଶିଶୁ କନ୍ୟାର ନିଖୋଜ ଖବର ଜାଣିଛନ୍ତି ତାହା ବିଭୂତି ଜାଣି ନ ଥିଲା । ‘‘ସେପ୍ଟେମ୍ବର ୨୩ ସକାଳେ ଗଳିତ ଶିଶୁ କନ୍ୟାର ଶବ ପଡ଼ିଥବା ଖବର ଚାରି ଆଡ଼େ ଚର୍ଚ୍ଚା ହେବା ପରେ ମୁଁ ବିଭୂତିକୁ ଅଟକାଇ ରଖିଥିଲି । ପେଣ୍ଠକଟା ମେରାଇନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୁଁ ପୋଲିସକୁ ଖବର ଦେବା ପରେ ବିଭୂତିକୁ ଥାନାକୁ ନେଇ ପଚରାଉଚୁରା କରାଯାଇଥିଲା । ଜ୍ୟୋସ୍ମା ବି ପୁରୀ ଆସି ମୃତ ଦେହକୁ ଚିହ୍ନଟ କରିସାରିଥିଲା,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ଏହା ବି ପଢ଼ନ୍ତୁ | କୋଇଲା ଖଣି ସ୍କାମରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହେଲେ; ସଜା ଆସିବ ୧୪ ତାରିଖରେ

ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ବୋଲି କହିଛନ୍ତି ପେଣ୍ଠକଟା ମେରାଇନ ଥାନା ଅଧିକାରୀ ବାମଦେବ ନନ୍ଦ । ବିଭୂତିକୁ ଜେରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା ବୋଲି ସେ କହିଛନ୍ତି ।



‘‘ଶିଶୁ କନ୍ୟାର ମା’ ତା’ ମୃତ ଦେହକୁ ଚିହ୍ନଟ କରିବା ପରେ କବିସୂର୍ଯ୍ୟନଗରରେ ହୋଇଥିବା ଅପହରଣ ମାମଲା ହତ୍ୟା ମାମଲାରେ ବଦଳିଛି । ସେଠାକାର ପୋଲିସ ବିଭୂତିକୁ ଜେରା କରିବା ପରେ କବିସୂର୍ଯ୍ୟନଗର ନେଇଯାଇଛି । ଶବ ବ୍ୟବଛେଦ ରିପୋର୍ଟରେ ତଣ୍ଟି ଚିପି ହତ୍ୟା ବୋଲି ଜଣାପଡ଼ିବା ପରେ ଆମେ ବିଭୂତି ନାଁରେ ଏକ ହତ୍ୟା ମାମଲା ରୁଜୁ କରିଥିଲୁ । ତାକୁ ଗଞ୍ଜାମରେ କୋର୍ଟ ଚାଲାଣ କରି ଜେଲ ହାଜତକୁ ପଠାଯାଇଛି,’’ କହିଛନ୍ତି ନନ୍ଦ ।
Published by: Anand Shankar Thankur Das
First published: October 6, 2020, 8:40 PM IST
corona virus btn
corona virus btn
Loading