News18 Odia Digital
ପୁରୀ: ହୋଲି ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ପୁଣି ଥରେ ଅପରାଧୀମାନେ ରକ୍ତର ହୋଲି ଖୋଳିଛନ୍ତି । ବଟି ଦେବାକୁ ମନା କରିଦେବାରୁ ଜଣେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି କେତେକ ଦୁର୍ବୃତ୍ତ । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଭୁଜାଲିରେ ହାଣିଛନ୍ତି ।
ମଙ୍ଗଳବାର ସକାଳେ ବାସେଳି ସାହି ଥାନା ଅନ୍ତର୍ଗତ ମିଶ୍ର ସାହିରେ ଘଟିଥିବା ଏହି ଘଟଣାରେ ଚାରି ଜଣ ଦୁର୍ବୃତ୍ତ ପ୍ରଦୀପ କୁମାର ତ୍ରିପାଠୀ ଓରଫ ଟିମ ନାମକ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତ୍ରିପାଠୀଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତ୍ରିପାଠୀ ମିଶ୍ର ସାହି ଅଲେଇ ଗଳିର ବାସିନ୍ଦା ବୋଲି ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ର ଚେକ୍ ବୁକ୍ ଓ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍
‘‘ଗୁରୁତର ଆହତ ପ୍ରଦୀପ ତ୍ରିପାଠୀଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ ଗତ କିଛି ଦିନ ଧରି ତାଙ୍କୁ ଏହି ଦୁର୍ବୁତ୍ତମାନେ ଡରାଇ ବଟି ବା ଚାନ୍ଦା ଦେବା ପାଇଁ କହୁଥିଲେ ଓ ଧମକ ଦେଉଥିଲେ । ଭବାନି କ୍ଳବ୍ ନିକଟରେ ଟିମ ଏକ ଘର ତିଆରି କରିଥିବାରୁ ତାଙ୍କ ଠାରୁ ଚାନ୍ଦା ଆଦାୟ କରିବା ପାଇଁ ଧମକ ମଧ୍ୟ ଦେଉଥିଲେ । ମଙ୍ଗଳବାର ସକାଳେ ଟିମ ମାର୍କଣ୍ଡେୟ ପୁଷ୍କରଣୀକୁ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ଭୁଜାଲି ଓ ମାରଣାସ୍ତ୍ରରେ ତାଙ୍କ ଉପରେ ମରଣାନ୍ତ ଆକ୍ରମଣ କରିଥିଲେ,’’ କହିଛନ୍ତି ବାସେଳୀ ସାହି ଥାନାର ଆଇଆଇସି ସଞ୍ଜୀବ ପ୍ରଧାନ ।

ପୁରୀ ଏସ୍.ପି. ଡଃ କଁୱର୍ ବିଶାଲ ସିଂ
ପୋଲିସ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ଫେରାର ଅଛନ୍ତି । ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ପୁରୀ ପୋଲିସ । ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି ଓ ଖୁବ୍ ଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁରୀ ଏସ୍.ପି. ଡଃ କଁୱର୍ ବିଶାଲ ସିଂ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEO
‘‘ପୁରୀରେ ଅପରାଧ ନିୟନ୍ତ୍ରଣରେ ପୋଲିସ ସଫଳ ହୋଇଛି । ପ୍ରତି ଥାନା ଅଞ୍ଚଳରେ ଥିବା ହାର୍ଡକୋର୍ ଅପରାଧୀଙ୍କର ତାଲିକା ପ୍ରସ୍ତୁତ ହୋଇଛି ଓ ସେମାନଙ୍କୁ ପର୍ଯ୍ଯାୟକ୍ରମେ ଗିରଫ କରାଯିବା କାର୍ଯ୍ୟ ଚାଲିଛି । ଏହି ସଦ୍ୟ ଘଟଣାରେ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡଃ ସିଂ ।
ବାଲେଶ୍ୱରରେ ସୋମବାର ସନ୍ଧ୍ୟାରେ ଜଣେ ଚ୍ରଲରମାଲିକଙ୍କୁ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହାଣିବା ପରେ ତାଙ୍କ ଉପରକୁ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିଲେ । ସେହି ଘଟଣାର ମାତ୍ର ୪୮ ଘଣ୍ଟା ପୂର୍ବରୁ ଜଣେ ଅବସରପ୍ରାପ୍ତ ପ୍ରଫେସର୍ ଗାଡ଼ି ପାର୍କିଂକୁ ନେଇ ଉପୁଜିଥିବା ବିବାଦ ପରେ ନିଜ ପଡ଼ୋଶୀଙ୍କ ଉପରକୁ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚାଳନା କରି ତାଙଅକୁ ଆହତ କରିଥିଲେ । ସେହି ଘଟଣାରେ ପ୍ରଫେସରଙ୍କୁ ଗିରଫ କରାଯାଇଥିଲା । ଆହତ ବ୍ୟକ୍ତି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।