ସାଇକେଲ୍ ପ୍ରେମ: ଏହି ପୁରୀ ବାସୀ ନିଜ ସାଇକେଲ୍ରେ ପ୍ରତି ଦିନ ନବରତ୍ନ ତେଲ ଓ ସେଣ୍ଟ୍ ଲଗାନ୍ତି
ଫନି ବାତ୍ୟା ବେଳେ ତାଙ୍କ ଘର ଭୁଶୁଡି଼ ପଡି଼ବା ପରେ ସେ ଚାରି ଜଣ ସାଙ୍ଗଙ୍କୁ ଡାକିଥିଲେ କେବଳ ନିଜ ୧୬ ବର୍ଷ ପୁରୁଣା ସାଇକେଲଟିକୁ ଉଦ୍ଧାର କରିବା ପାଇଁ । ଏବେ ତାଙ୍କୁ ବୟସ ୬୦ ହେଲେ ବି ସାଇକେଲ୍ ଚଳାଉଥିବାରୁ ସେ ନିରୋଗ ଅଛନ୍ତି ବୋଲି କହନ୍ତି ।

ନିଜ ସାଇକେଲ୍ ସହ ନକୁଳ ମଲ୍ଲିକ
- News18 Odia
- Last Updated: March 18, 2021, 11:55 PM IST
ପୁରୀ: ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ହେଉ କି ଶହେ ଡେଉଁ, ୬୦ ବର୍ଷୀୟ ନକୁଳ ମଲ୍ଲିକଙ୍କର କିଛି ଯାଏ ଆସେ ନାହିଁ । ତାଙ୍କର ଏହି ବାଇସାଇକେଲ୍ ଜିନ୍ଦାବାଦ୍ । ନିଜ ଶୁନଗାଡି଼ ପାଇଁ ସେ ଦୈନିକ ୧୦ ଟଙ୍କାର ଜସ୍ମୀନ ତେଲ ଖର୍ଚ୍ଚ କରନ୍ତି । ସାଇକେଲକୁ ତେଲ ଲଗାଇ ପୂରା ରାସ୍ତା ମହକାନ୍ତି । ବୟସ ୬୦ ହେଲେ ବି ସାଇକେଲ୍ ଚଳାଉଥିବା ଯୋଗୁଁ ତାଙ୍କୁ ଆଜି ଯାଏଁ କୌଣସି ରୋଗ ଛୁଇଁନି ବୋଲି କହନ୍ତି ରଡ଼୍ ମିସ୍ତ୍ରୀ ନକୁଳ ମଲ୍ଲିକ ।
ସାଇକେଲ୍ ସହ ଅନ୍ତରଙ୍ଗ ପ୍ରେମରେ ପଡ଼ିଥିବା ଲୋକଙ୍କ ମଧ୍ୟରେ ପୁରୀ ସଦର ବ୍ଲକ୍ ଅନ୍ତର୍ଗତ ତଳଜଙ୍ଗ ଡିହସାହିର ବାସିନ୍ଦା ନକୁଳ ମଲ୍ଲିକ ନିଶ୍ଚୟ ଜଣେ । ଅଧିକାଂଶ ଲୋକେ କାର୍ଯ୍ୟସ୍ଥଳରୁ ଫେରିବା ପରେ ତାଙ୍କ ଘରେ କେହି ତାଙ୍କ ମୁଣ୍ଡରେ ଯେମିତି ତେଲ ଘସିଦିଅନ୍ତି, ଠିକ୍ ସେମିତି ମଲ୍ଲିକ କାମରୁ ଫେରି ଘରେ ପହଞ୍ଚିଲେ ନବରତ୍ନ ଓ ଜସ୍ମୀନ ପରି ତେଲରେ ନିଜ ସାଇକେଲକୁ ମାଲିସ୍ କରନ୍ତି ଓ ସଫା କରନ୍ତି । ସାଇକେଲରେ ସ୍ୱିଟ୍ ହାର୍ଟ୍ ଅତର ପକାଇ ବାସ ଚହଟାନ୍ତି । ଏହି ନିଆରା ସଉକ ହିଁ ମଲ୍ଲିକଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କେବଳ ଟାୱେଲ୍ ପିନ୍ଧି କାଜଲ୍ ରାଘୱାନୀ ଜବରଦସ୍ତ ନୃତ୍ୟ କଲେ; VIDEO ଭାଇରାଲ୍

ଏହି ସାଇକେଲରେ ୨୦୦୭ଟି ଆଧ୍ୟାତ୍ମିକ ଗୀତ ବି ରଖିଛନ୍ତି ନକୁଳ ମଲ୍ଲିକ ।
ମଲ୍ଲିକ ନିଜ ସାଇକେଲକୁ ‘ଷ୍ଟିଲ ସାଇକେଲ୍’ ବୋଲି କହନ୍ତି । ଏହା ଷ୍ଟିଲରେ ନିର୍ମାଣ ହୋଇଛି ବୋଲି ନୁହେଁ, ବରଂ ସେ ଏଥିରେ ଷ୍ଟିଲର ରଙ୍ଗ ଦେଇଥିବାରୁ ଆଖପାଖର ଲୋକେ ସାଇକେଲଟିକୁ ଷ୍ଟିଲ୍ ଗାଡି଼ ବୋଲି କହନ୍ତି । ଏହି ସାଇକେଲକୁ କିଣିବା ପାଇଁ କଟକରୁ ଲୋକେ ଆସି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାଚିଥିଲେ ବି କେବେ ଟଙ୍କା ଲୋଭରେ ନିଜ ସାଇକେଲକୁ ମଲ୍ଲିକ ବିକ୍ରି କରିନାହାନ୍ତି ବୋଲି କହନ୍ତି ତଳଜଙ୍ଗ ଗ୍ରାମର ଲୋକେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | CCTV କ୍ୟାମେରାରେ ଦିଶିଲା ଜଘନ୍ୟ ଦୃଶ୍ୟ: ନିଜ ମା’କୁ ଶକ୍ତ ଚାପୁଡ଼ା ମାରି ହତ୍ୟା କଲା ପୁଅ
‘‘ମୋ’ର ସଉକ ହେଲା ସାଇକେଲକୁ ସବୁ ବେଳେ ସଜ କରି ରଖିବା । ପ୍ରତି ଦିନ ମୋ’ ସାଇକେଲ ପାଇଁ ୧୦ ଟଙ୍କାର ତେଲ ଦରକାର । ଆଉ ଘଣ୍ଟାଏ ସେବା ଦରକାର । କାମ ସାରି ଘରେ ପହଞ୍ଚିବା ମାତ୍ରେ ନବରତ୍ନ ଓ ଜସ୍ମିନ ତେଲରେ ମୁଁ ମୋ’ ସାଇକେଲକୁ ପୋଛି ଚକ୍ ଚକ୍ କରାଏ । ପୁଣି ସାଇକେଲରେ ବାସ୍ନା ହେବା ପାଇଁ ସ୍ୱିଟ୍ ହାର୍ଟ୍ ଫରମ୍ୟୁମ୍ ବି ପକାଏ,’’ କହିଛନ୍ତି ମଲ୍ଲିକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ୪୦ ବର୍ଷ ବୟସରେ ବି ଲୋକଙ୍କ ହୃଦୟ ଜିତୁଛନ୍ତି ଶ୍ୱେତା ତିୱାରୀ, ଆହୁରି ବୋଲ୍ଡ ହେଉଛନ୍ତି
ସାଇକେଲଟିଏକୁ ଯେ ଜଣେ ଏତେ ଭଲ ପାଇପାରେ ତାହା ମଲ୍ଲିକ ଓ ତାଙ୍କ ସାଇକେଲକୁ ନ ଦେଖିଲେ ବିଶ୍ୱାସ କରିବା କଷ୍ଟ । ‘‘ପେଟ୍ରୋଲ୍ ଲିଟର ପିଛା ଦର ୯୦ ଟଙ୍କା ହେଉ କି ଶହେ ଡେଉଁ ମୋ’ର କିଛି ଯାଏ ଆସେ ନାହିଁ । ମୋ’ର ଷ୍ଟିଲ୍ ସାଇକେଲ୍ ଜିନ୍ଦାବାଦ୍,’’ କହିଛନ୍ତି ମଲ୍ଲିକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବିରାଟ କୋହଲିଙ୍କୁ ମ୍ୟାଚ୍ ସମୟରେ ରାଗ ଆସିଲା; କିଛି କହିଦେଲେ ସେ… ଦେଖନ୍ତୁ VIDEO
‘‘ଫନି ବାତ୍ୟା ବେଳେ ନକୁଳ ରହୁଥିବା ଘରଟି ଭୁଶୁଡି଼ ପଡି଼ଲା । ହେଲେ ସେ ନିଜର ଚାରି ଜଣ ସାଙ୍ଗସାଥୀଙ୍କୁ ଡାକି ନେଇଥିଲା କେବଳ ନିଜ ସାଇକେଲଟିକୁ ଉଦ୍ଧାର କରିବା ପାଇଁ । ଏହା ହୁଏତ ତା’ର ପାଗଳାମୀ ହୋଇପାରେ । ମାତ୍ର ଆଜି ଏହି ନିଆରା ସଉକ ପାଇଁ ଆମ ପଞ୍ଚାୟତରେ ସେ ଜଣେ ପରିଚିତ ମଣିଷ । ଖାଲି ସେତିକି ନୁହେଁ, ତା’ର ଷ୍ଟିଲ୍ ଗାଡି଼ ଗଡୁଥିବା ବେଳେ ସେଥିରେ ମହାପ୍ରଭୁଙ୍କ ଭଜନ ବାଜିବାର ବି ବ୍ୟବସ୍ଥା ହୋଇଛି । ପ୍ୟାଡେଲ୍ ମାରିବା ମାତ୍ରେ ବ୍ୟାଟେରି ଚାର୍ଜ ହୋଇ ବାଜେ ଭଜନ,’’ କହିଛନ୍ତି ମଲ୍ଲିକଙ୍କ ସାଥୀ ରାଜମିସ୍ତ୍ରୀ ୫୦ ବର୍ଷୀୟ କାଳୁ ପ୍ରଧାନ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯୁବକକୁ ଘରୁ ଉଠେଇ ମଶାଣିକୁ ନେଲେ, ଗଛରେ ବାନ୍ଧି ପିଟିଲେ, ନାକ କାଟିବା ପ୍ରୟାସ କଲେ
ଏହି ସାଇକେଲରେ ୨୦୦୭ଟି ଆଧ୍ୟାତ୍ମିକ ଗୀତ – ଭଜନ, ଗୀତା, ଭାଗବତ, ପ୍ରବଚନ, ମାଳିକା ବଚନ, ଚମ୍ପୂ, ଛାନ୍ଦ ଓ ଓଡି଼ଶୀ ଗୀତ ଆଦି – ସଂରକ୍ଷିତ କରି ରଖିଛନ୍ତି ମଲ୍ଲିକ । ‘‘ମୁଁ କେଉଁଠି ଟିକେ ସାଇକେଲ୍ ରଖି ପାଖ ଦୋକାନରେ ଚା’ ପିଇବାକୁ ଗଲେ ଲୋକଙ୍କ ବରାଦ ହୁଏ ମାଳିକା ବଚନ ନହେଲେ ପ୍ରବଚନ ଲଗାଇଦେବା ପାଇଁ । ସେ ସବୁ ଶୁଣି ମୋତେ ଓ ଲୋକଙ୍କୁ ବେଶ୍ ଖୁସି ମିଳେ,’’ କହିଛନ୍ତି ମଲ୍ଲିକ ।
ଏହା ବି ପଢ଼ନ୍ତୁ | ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISANର ଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁ
ମଲ୍ଲିକଙ୍କ ଏହି ସାଇକେଲଟି ୧୬ ବର୍ଷ ପୁରୁଣା । ଜଣେ ବ୍ୟକ୍ତିଙ୍କ ଠାରୁ ୯୦୦ ଟଙ୍କାରେ ସେ କିଣିଥିଲେ ଏହି ସାଇକେଲ୍ । ସେବେ ଠାରୁ ଦୈନିକ ୪୦ କିଲୋମିଟର ବାଟ ସେ ଏହି ସାଇକେଲ୍ ଚଢ଼ି ଯା’ଆସ କରୁଛନ୍ତି । କିନ୍ତୁ ତାଙ୍କ ସାଇକେଲରେ ଟିକେ ଧୂଳି ମଳି ବା କଳଙ୍କି ଦେଖିବାକୁ ମିଳେନି ।
ସାଇକେଲରେ କେଉଁଠି ଟିକେ ଧୂଳି ଲାଗିଥିବା ଦେଖିଲେ ନିଜ କାନ୍ଧରେ ପକାଇଥିବା ଗାମୁଛାରେ ପୋଛି ଚିକ୍କଣ କରିଦିଅନ୍ତି ମଲ୍ଲିକ । ‘‘ଏଇ ସାଇକେଲଟି ମୋ’ ପୁଅ ଭଳି । ଯେବେଠୁ ଯାକୁ କିଣିଛି… ଆଜିକୁ ମୋତେ ୬୦ ଛୁଇଁଲାଣି, ହେଲେ କୌଣସି ରୋଗ ଛୁଇଁନି । ଏହାଠୁ ବଡ଼ ଉପଲବ୍ଧି ଆଉ କ’ଣ ହୋଇପାରେ?’’ ସଗର୍ବେ ପଚାରିଛନ୍ତି ନକୁଳ ମଲ୍ଲିକ ।