ପୁରୀ: କରୋନା ପ୍ରଭାବରେ ବଦଳୁଛି ଜୀବନ ଜୀବିକା; ପାଠ ପଢ଼ିବା ବୟସରେ ପିଲା ଉଠାଉଛନ୍ତି ପରିବାରର ବୋଝ

ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୩ ବର୍ଷର ଛାତ୍ର ରବି ବେହରା । ବର୍ଷା ଓ ଖରାକୁ ବେଖାତିରି କରି ଦୀର୍ଘ ମାର୍ଚ୍ଚ ମାସରୁ ସ୍କୁଲ ଯିବା ସାଇକେଲରେ ବ୍ୟାଗ ବଦଳରେ ଚା ଭର୍ତ୍ତୀ ଥର୍ମପ୍ଲାସ ଟାଙ୍ଗିଛି । ଆଉ ବଡ଼ ଦାଣ୍ଡରେ ବୁଲି ବୁଲି ଚା ବିକ୍ରି କରୁଛି ।

ପୁରୀ: କରୋନା ପ୍ରଭାବରେ ବଦଳୁଛି ଜୀବନ ଜୀବିକା; ପାଠ ପଢ଼ିବା ବୟସରେ ପିଲା ଉଠାଉଛନ୍ତି ପରିବାରର ବୋଝ
ବଡ଼ ଦାଣ୍ଡରେ ଚା ବିକ୍ରୀ କରୁଥିବା ୧୩ ବର୍ଷର ଛାତ୍ର ରବି ବେହରା
  • News18 Odia
  • Last Updated: August 30, 2020, 10:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: କରୋନା କାରଣରୁ ଏବେ ପରିବାର ପ୍ରତିପୋଷଣକୁ ନେଇ ସବୁଆଡେ ଚିନ୍ତା ବଢ଼ିଚାଲିଛି । କଅଁଳ ଶିଶୁମାନେ ପାଠପୁଢିବା ବୟସରେ ପରିବାର ଚଳାଇବାର ବୋଝ ମୁଣ୍ଡାଉଛନ୍ତି । ଗୋଟେ ସମୟରେ ପାଠ ପଢ଼ୁଥିବା ବେଳେ ଆଉ ଗୋଟିଏ ବେଳେ ନିଜେ ରୋଜଗାର କରିବାକୁ ବାହାରି ପଡୁଛନ୍ତି । କେଉଁଠି ସାଇକେଲରେ ବୁଲି ପିଲାଟିଏ ଚା ବିକୁଛି ତ ଆଉ କେଉଁଠି ଗଛ ତଳେ ବସି ବଡ଼ଦାଣ୍ଡରେ ବାପାଙ୍କ ଠେଲା ଗାଡିରେ ଚା ବିକି ପରିବାର ଚଳାଉଛନ୍ତି ତିନି ଭଉଣୀ । କରୋନାର ପ୍ରଭାବରେ ପରିବାର ଚଳିବା ଦାୟିତ୍ୱ ଏବେ କଅଁଳ ହାତରେ ରହିଛି । ପାଠ ପଢା ଓ କଲମ ଧରିବା ହାତରେ ରୋଜଗାରର ବୋଝ ରହିଛି ।

ପୁରୀ କୁମ୍ଭାରପଡାର ସଂଗ୍ରାମକ୍ଲବ ଅଞ୍ଚଳର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୩ ବର୍ଷର ଛାତ୍ର ରବି ବେହରା । ବର୍ଷା ଓ ଖରାକୁ ବେଖାତିରି କରି ଦୀର୍ଘ ମାର୍ଚ୍ଚ ମାସରୁ ସ୍କୁଲ ଯିବା ସାଇକେଲରେ ବ୍ୟାଗ ବଦଳରେ ଟଙ୍ଗା ହୋଇଛି ଚା ଭର୍ତ୍ତୀ ଥର୍ମପ୍ଲାସ । ଆଉ ବଡ଼ ଦାଣ୍ଡରେ ବୁଲି ବୁଲି ଚା ବିକ୍ରି କରୁଛି ।

"ଗତବର୍ଷ ଫନିରେ ଘର ଭାଙ୍ଗିଯାଇଥିବା ବେଳେ ଘରଟିକୁ ସଜାଡିବା ବେଳକୁ ପୁଣି କରୋନାର ପ୍ରଭାବ । ବାପା ପିଲାଟିବେଳୁ ଛାଡିକ କୁଆଡେ ପଳାଇଥିବା ବେଳେ ୪୦ ବର୍ଷୀୟ ମା ସବିତା ବେହେରା ଷ୍ଟେସନ ନିକଟରେ ଅଣ୍ଡା ବିକ୍ରି କରି ଯାହା ଆୟ କରନ୍ତି ତାହା ମୁଁ ଓ ଯୁକ୍ତ ୨ରେ ପଢ଼ୁଥିବା ଭଉଣୀ ତିନି ପ୍ରାଣୀ ଚଳିଯାଉ । ହେଲେ ଏବେ କରୋନା ଯୋଗୁଁ ମା'ଙ୍କର ଆୟ କମିଯାଇଥିବାରୁ ମୁଁ ବାଧ୍ୟ ହୋଇ ଚା ବିକି ଦିନକୁ 5ଶହ ଟଙ୍କା ରୋଜଗାର କରୁଛି । ଦିନରେ ପାଠ ପଢୁଛି ଅପରାହ୍ନ ୪ଟାରେ ଚା କେଟଲି ସାଇକେଲରେ ଟଙ୍ଗାଇ କାଗଜ କପ ଧରି ବଡଦାଣ୍ଡରେ ବୁଲୁଛି । ଭଉଣୀର ଟ୍ୟୁସନ ଓ ପାଠପଢ଼ା, ମୋର ପାଠପଢା ଆଦି ଖର୍ଚ୍ଚ କରିବାରେ ମାର ଆୟ ଅଭାବ ହେତୁ ବାଧ୍ୟ ହୋଇ ଚା ବିକୁଛି," କହିଛନ୍ତି ୧୩ ବର୍ଷର ଛାତ୍ର ରବି ବେହେରା ।

"ସ୍କୁଲକୁ ଯିବା ସାଇକଲେର ବହି ବ୍ୟାଗ ବଦଳରେ ଚା କେଟଲୀ । ପୁଣି ବର୍ଷା ହେଉଥିବାରୁ ମୁଣ୍ଡରେ ପିନ୍ଧିଛି କଳା ପଲିଥିନ । ହାପ ପ୍ୟାଣ୍ଟ ଓ ନାଲି ହାପ ଗଂଜୀ । ବାବୁ ଚା ଦେବି । ଏମିତି ଦେଖି ଆଖିରୁ ଲୁହ ଝରିଗଲା । କରୋନାର ପ୍ରଭାବରେ କେତେ ଦୁଃଖ କଷ୍ଟରେ ଚଳୁଛନ୍ତି ଲୋକେ । ଆଉ ଏବେ ଅନେକ କୁନି ପିଲା ପାଠ ଛାଡ଼ି ରୋଜଗାର କ୍ଷମ ହୋଇ ପରିବାର ଚଳାଉଛନ୍ତି । ତେବେ ସରକାରଙ୍କ ଯୋଜନା ଏମାନଙ୍କ ପାଇଁ କେଉଁଠି," କହିଛନ୍ତି ସାମାଜିକ କର୍ମୀ ୩୬ ବର୍ଷୀୟ ସୁଧାଂଶୁ ଜେନା ।

କରୋନାରେ ଅନେକ କୁନି କୁନି ପିଲା ନିଜ ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି । କେଉଁଠୁ ରୋଜଗାର ହେବ କିଏ ଦେବ ଆର୍ଥିକ ସହାୟତା । ଏହି ଗୋଟିଏ ଘଟଣା ନୁହେଁ ଆଉ ଏକ ଘଟଣା ରହିଛି ଯାହା ବେଶ ହୃଦୟସ୍ପର୍ଶୀ । ପୁରୀ ଝାଡେଶ୍ୱରୀ ଛକରେ ଥିବା ୪୫ ବର୍ଷୀୟ ଗଦାଧର ମାଣ୍ଡୋଇଙ୍କ ଚା ଦୋକାନ । ତାଙ୍କର ଦେହ ଫନିରେ ଅସୁସ୍ଥ ହେବାରୁ ସେହି ଦିନଠୁ ତାଙ୍କର ତିନି ଝିଅ ଦୋକାନ ଚଳାଉଛନ୍ତି । ବଡ଼ ଝିଅ ୧୪ ବର୍ଷ ଦଶମରେ ପଢ଼ୁଥିବା ସ୍ନେହଲତା ମାଣ୍ଡୋଇ ଚା ଦୋକାନକୁ ଚଳାଉଥିବା ବେଳେ ଦୁଇ ଉଭଣୀ ଓ ଗୋଟେ ଭାଇ ତାକୁ ସହଯୋଗ କରୁଛନ୍ତି । ଫନିରେ ଘର ଭାଙ୍ଗିଯାଇଥିବା ବେଳେ ଏବେ ପୁଣି କରୋନାର ପ୍ରଭାବରେ ସେମାନେ ଦିନେ ଖାଇଲେ ଦିନେ ଉପାସ । ବାପା ମାଙ୍କୁ ମିଶାଇ ୬ ଜଣ କୁଟୁମ୍ବ।


ବଡ଼ ଦାଣ୍ଡରେ ବାପାଙ୍କ ଠେଲା ଗାଡିରେ ଚା ବିକ୍ରି କରି ପରିବାର ଚଳାଉଛନ୍ତି ତିନି ଭଉଣୀ


"କରୋନା ଯୋଗୁଁ ବେପାର ବି ନାହିଁ । ଭାଇ ୮ ବର୍ଷର ଶିବଶଙ୍କର ମାଣ୍ଡୋଇ ତୃତୀୟ ଶ୍ରେଣୀରେ ପଢୁଥିବା ବେଳେ ଦୁଇ ଭଉଣୀ ମଧ୍ୟରୁ ଜଣେ ଶୁଭଶ୍ରୀ ମାଣ୍ଡୋଇ ପଞ୍ଚମ ଶ୍ରେଣୀରେ ପଢୁଥିବା, ଅନ୍ୟଜଣେ ଭଉଣୀ ଶୁଭଲକ୍ଷ୍ନୀ ମାଣ୍ଡୋଇ ଚତୁର୍ଥରେ ପଢୁଛି । ଚା ଦୋକାନରେ ବଡ଼ ମୋତେ ସହଯୋଗ କରିବା ସହ ଏହିଠାରେ ବହି ଆଣି ପାଠ ପଢ଼ିଥାନ୍ତି । ଯାହା ଅସୁବିଧା ହୁଏ ମୁଁ ବୁଝାଇକି ପାଠ ପଢାଇଥାଏ । ତେବେ ଯଦି କୌଣସି ବଦାନ୍ୟ ବ୍ୟକ୍ତି କି ରାଜ୍ୟ ସରକାର ଆମ ପରିବାରକୁ ସହାୟତା କରନ୍ତି ତାହାଲେ ଆମେ ଦୋକାନ ବନ୍ଦ କରିଦେବୁ," କହିଛନ୍ତି ଦଶମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷୀୟ ସ୍ନେହଲତା ମାଣ୍ଡୋଇ ।

"ଘର ଫନିରେ ଭାଙ୍ଗି ଯାଇଛି ଓ ତାଙ୍କର ବାପା ମଧ୍ୟ ଅସୁସ୍ଥ । ବଡ଼ ଭଉଣୀ ଚା ଦୋକାନରେ ଯାହା ରୋଜଗାର କରେ ସେହିଥିରେ ପରିବାର ଚଳେ। ଘରର ଅବସ୍ଥା ନ କହିଲେ ଭଲ । ଝଡ଼େଶ୍ୱରୀ ଛକ ଗନ୍ଧର୍ବ ମଠ ପଛପଟେ ଆମର ଦୁଇ ବଖରା ଘର । ଘରେ ଲାଟିନ ଟିଏ ବି ନାହିଁ । ବାହାରେ ଶୌଚ ହେଉଛୁ । ଫନି ବେଳେ ପଡ଼ିଶା ଘରେ ରହୁଥିଲୁ । ଘର ପାର୍ଶ୍ୱରେ ସାହି ଲୋକେ ଗୋବର ଗଦାଉଥିବାରୁ ସେଥିରୁ ପୋକ ଓ ଗନ୍ଧ ଆସୁଛି । ବାପା ଅସୁସ୍ଥ ମା ଘର କାମ କରୁଛନ୍ତି । ତେଣୁ ଏହି ଗୋଟିଏ ଚା ଦୋକାନ ହିଁ ସାହାରା । କାହିଁ କିଛି ସରକାରୀ ସୁବିଧା କି ସହଯୋଗ ଆସିନି। ଯାହା ଆମର ଭବିଷ୍ୟତ ହେବ," କହିଛନ୍ତି ପଞ୍ଚମ ଶ୍ରଣୀରେ ପଢ଼ୁଥିବା ଛାତ୍ରୀ ଶୁଭଶ୍ରୀ ମାଣ୍ଡେଇ ।

"ଏଭଳି ପରିବାରକୁ ସରକାରୀ ସ୍ତରରେ ସହଯୋଗ କି ସ୍ୱେଛାସେବୀ ଅୁଷ୍ଠାନରୁ ଆର୍ଥିକ ସହାୟତା ମିଳିଲେ ଏମାନେ ଉପକୃତ ହୁଅନ୍ତେ," କହିଛନ୍ତି ୪୫ ବର୍ଷୀୟ ସ୍ଥାନୀୟ ସମାଜସେବୀ ବାବୁନି ମହାନ୍ତି ।

ଏହା ବି ପଢ଼ନ୍ତୁ | ଆସିଗଲା ଅନଲକ୍-୪ ଗାଇଡଲାଇନ୍‌; କଣ୍ଟେନମେଣ୍ଟ ଜୋନ୍ ବାହାରେ ହୋଇପାରିବନି ଲକଡାଉନ୍

ଏହା ବି ପଢ଼ନ୍ତୁ | SSR Case: ହସ୍ପିଟାଲ୍ କର୍ମଚାରୀ କହିଲେ ସୁଶାନ୍ତଙ୍କ ବେକରେ ଛୁଞ୍ଚି ଫୋଡ଼ା ହେବାର ଚିହ୍ନ ଥିଲା ଓ ଗୋଡ଼ ଭାଙ୍ଗି ଯାଇଥିଲା

"ରାଜ୍ୟ ସରକାରଙ୍କ ଅନେକ ବ୍ୟବସ୍ଥା ଓ ସଚେତନତା କରାଯାଉଥିଲେ ବି ପରିବାର ଓ ଅଭିଭାବକଙ୍କ ମଧ୍ୟ ଦାୟିତ୍ୱ ରହିଛି ପିଲାଙ୍କୁ କରୋନା ସମୟରେ ବ୍ୟବସାୟରେ ନିୟୋଜିତ ଅପେକ୍ଷା ଖେଳ କୁଦ କି ମନୋରଞ୍ଜନରେ ମନୋନିବେଶ କରାନ୍ତୁ," କହିଛନ୍ତି ୩୫ ବର୍ଷୀୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ ଶୁଭନାରାୟଣ ଶତପଥି ।



କରୋନାରେ ଏଭଳି ଅନେକ ପିଲା ପାଠପଢ଼ା ଛାଡି ପରିବାରକୁ ବ୍ୟବସାୟରେ ସହଯୋଗ କରି ଅର୍ଥ ଉପାର୍ଜନ କରୁଛନ୍ତି । ସରକାର ଏଥିପ୍ରତି ଧ୍ୟାନ ଦେଲେ ଖାଲି ପୁରୀର ନୁହେଁ ସାରା ଦେଶରେ ଏଭଳି ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଅଭିଭାବକମାନେ ଆଶା କରିଛନ୍ତି ।
Published by: Jagdish Barik
First published: August 30, 2020, 10:45 AM IST
corona virus btn
corona virus btn
Loading