ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁରୀ: ପାଣି ପାଇଁ ବାଜି ଲାଗୁଛି ଜୀବନ; ଦୈନିକ ରେଳ ଲାଇନ୍‌ ପାର କରୁଛନ୍ତି ଗ୍ରାମବାସୀ

ପୁରୀ: ପାଣି ପାଇଁ ବାଜି ଲାଗୁଛି ଜୀବନ; ଦୈନିକ ରେଳ ଲାଇନ୍‌ ପାର କରୁଛନ୍ତି ଗ୍ରାମବାସୀ

ଗାଁ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିବା ସହ ଆନ୍ଦୋଳନ ମଧ୍ୟ କରିଛନ୍ତି । ହେଲେ ସମାଧାନ ଦୂରର କଥା ଏବେ ବି ଜୀବନକୁ ବାଜି ଲଗାଇ ରେଳ ଲାଇନ ପାର ହୋଇ ଗ୍ରାମବାସୀମାନେ ବିପଦପୂର୍ଣ୍ଣ ଭାବେ ପାନୀୟଜଳ ପାଇଁ ଯାଉଛନ୍ତି ।

ପୁରୀ: ପାଣି ପାଇଁ ବାଜି ଲାଗୁଛି ଜୀବନ; ଦୈନିକ ରେଳ ଲାଇନ୍‌ ପାର କରୁଛନ୍ତି ଗ୍ରାମବାସୀ
ଦୈନିକ ରେଳ ଲାଇନ୍‌ ପାର କରୁଛନ୍ତି ଗ୍ରାମବାସୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ସ୍ୱାଧୀନତାର ଅନେକ ବର୍ଷ ବିତିଯାଇଥିଲେ ବି ଆଜି ମଧ୍ୟ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଏହି ଗ୍ରାମବାସୀ । ବାଲ୍ଟିଏ ହେଉ କି ଗରାଏ ପାଣି ସେଥି ପାଇଁ ଜୀବନକୁ ବାଜି ଲଗାଇବାକୁ ପଡୁଛି । ପୁଣି ଏପରି ଖୋଦ ସରପଞ୍ଚଙ୍କ ଗାଁରେ ଏଭଳି ଘଟଣା ଘଟୁଛି । ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ପୁରୀ ସହରଠାରୁ ମାତ୍ର ୧୨ କିଲୋମିଟର ଦୂର ପୁରୀ ସଦର ବ୍ଲକ୍‌ ମାଳତୀପାଟପୁର ପଞ୍ଚାୟତ ଜାନକାଦେଇପୁର ଗାଁ’ରେ ଏପରି ସମସ୍ୟା ଦେଖିବାକୁ ମିଳିଛି ।

"ପାନୀୟ ଜଳ ଗାଁର ପ୍ରତ୍ୟକ ଘରେ ପହଁଛିବା ପାଇଁ କରାଯାଇଛି ବ୍ୟବସ୍ଥା । ଆଉ ଜଳଯୋଗାଣ ପାଇଁ ପାଇପ୍‌ ଲାଇନ୍‌ ବିଛା ହୋଇଛି । ଷ୍ଟାଣ୍ଡ ପୋଷ୍ଟ ବି ଅଛି । ତଥାପି ଗାଁକୁ ଦୀର୍ଘ ୬ ମାସ ହେଲା ପାଣି ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଚନ୍ଦନପୁର ପଞ୍ଚାୟତ ଉତ୍ତନପାଟଣା ଉପରେ ନିର୍ଭର କରୁଛନ୍ତି ଜାନକାଦେଇପୁର ଗ୍ରାମବାସୀ । ବଡ଼କଥା ହେଉଛି ଏହି ଗାଁ ମାଳତୀପାଟପୁର ସରପଞ୍ଚଙ୍କ ଗାଁ । ତଥାପି ଜଳକଷ୍ଟରୁ ମୁକ୍ତି ପାଇପାରି ନାହାନ୍ତି ଗାଁ’ଲୋକେ" କହିଛନ୍ତି ଜାନକାଦେଇପୁର ଗ୍ରାମର ୪୨ ବର୍ଷୀୟ ବ୍ୟବସାୟୀ ସୁଶାନ୍ତ ମିଶ୍ର ।

"ଜାନକାଦେଇପୁର ଗାଁ’ରେ ଜନସଂଖ୍ୟା ପ୍ରାୟ ୩ଶହ । ମାଳତୀପାଟପୁର ପଞ୍ଚାୟତରେ ୬ରୁ ଅଧିକ ଗାଁ’ ରହିଥିବାବେଳେ ଏହା ମଧ୍ୟରେ ଜାନକାଦେଇପୁର ଏକ ପ୍ରମୁଖ ଗାଁ’ । ଗାଁ’କୁ ଜଳଯୋଗାଣ ପାଇଁ ସାହିର ଦୁଇମୁଣ୍ଡରେ ରହିଛି ଦୁଇଟି ଷ୍ଟାଣ୍ଡ୍‌ପୋଷ୍ଟ । କିନ୍ତୁ ଏଥିରେ ଦୀର୍ଘ ଦିନ ହେବ ପାଣି ଆସୁନାହିଁ । ଗାଁ’ ଲୋକଙ୍କ କହିବା ମୁତାବକ, ପୂରା ପଞ୍ଚାୟତକୁ ଜଳଯୋଗାଣ ପାଇଁ ଜଳଯୋଗାଣ ଓ ପରିମଳ ସଂସ୍ଥା (ଆରଡବ୍ଲୁଏସଏସ) ପକ୍ଷରୁ ଏକ ପାନୀୟ ଜଳଯୋଗାଣ ପ୍ରକଳ୍ପ ଭାର୍ଗବୀ କୂଳରେ କରାଯାଇଛି । ଏହା ଆଖପାଖ ଗାଁ’କୁ ଜଳଯୋଗାଣ କରୁଥିଲେ ବି ଜାନକାଦେଇପୁର ଗାଁ’ ଏଥିରୁ ବଞ୍ଚିତ ଅଛି । ଷ୍ଟାଣ୍ଡ୍‌ପୋଷ୍ଟରେ କେବେ ବି ପାଣି ଆସୁନି । କିନ୍ତୁ ରେଳଲାଇନ୍‌ ଅପରପାର୍ଶ୍ବରେ ଥିବା ଗାଁ’ ଉତ୍ତନପାଟଣାକୁ ନିୟମିତ ପାଣି ଆସୁଛି । ଏଥିପାଇଁ ଗାଁ’ ଲୋକେ ବହୁବାର ‌ଅଭିଯୋଗ କଲେଣି । କିନ୍ତୁ ପାଇପ୍‌ ଫାଟି ଯାଇଛି। ମରାମତି ହେଲେ ପାଣି ଆସିବ କହି କଥା ଏଡ଼ାଇ ଦିଆଯାଉଛି । ଇତିମଧ୍ୟରେ ୬ ମାସ ବିତିଗଲାଣି । ବାଧ୍ୟ ହୋଇ ଜାନକାଦେଇପୁର ରେଳଲାଇନ୍‌ ପାର ହୋଇ ପାଣି ଆଣିବାକୁ ଯିବାକୁ ପଡ଼ୁଛି ବୋଲି ଗାଁ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିବା ସହ ଆନ୍ଦୋଳନ କରିଛନ୍ତି । ହେଲେ ସମାଧାନ ଦୂରର କଥା ଏବେବି ଜୀବନକୁ ବାଜି ଲଗାଇ ରେଳ ଲାଇନ ପାର ହୋଇ ଗ୍ରାମବାସୀମାନେ ବିପଦପୂର୍ଣ୍ଣ ଭାବେ ପାନୀୟଜଳ ପାଇଁ ଯାଉଥିବା କହିଛନ୍ତି, "ବିଜେପିର ଚନ୍ଦନପୁର ମଣ୍ଡଳ ସଭାପତି ୪୫ ବର୍ଷୀୟ ବାହୁଡା ପ୍ରଧାନ ।

"ଗାଁ’ରେ ଜଳଯୋଗାଣ ପାଇଁ ପାଇପ୍‌ ବିଛାଯାଇଛି । ଷ୍ଟାଣ୍ଡପୋଷ୍ଟ ବି ଅଛି । ମାତ୍ର ବିଭିନ୍ନ ଜାଗାରେ ପାଇପ୍‌ ଫାଟି ଯାଇଥିବାରୁ ପାଣି ଆସି ପାରୁନି । ଅନେକ ସମୟରେ ପାଣି ବି ଅଣ୍ଟୁନି । ବର୍ଷାଦିନେ ଭାର୍ଗବୀରେ ପଟୁ ମାଟିରେ ‌ବୋରିଂ ପୋତି ହୋଇଗଲେ ବି ପାଣି ଆସେନି । ଗାଁ‘ରେ ଟ୍ୟୁବୱେଲ୍‌ ବି ଅଛି । ଗାଁ’ ଲୋକେ ଏହାକୁ ବ୍ୟବହାର କରୁଛନ୍ତି ।' ତଥାପି ଫାଟିଥିବା ପାଇପ୍‌ ତୁରନ୍ତ ମରାମତି କରି ଜଳଯୋଗାଣ ବ୍ୟବସ୍ଥା ଦିଗରେ ଦୃଷ୍ଟିଡଦିଆଯିବ," କହିଛନ୍ତି ମାଳତୀପାଟପୁର ସରପଞ୍ଚ ପ୍ରଭାତ ପୃଷ୍ଟି ।

ସ୍ଵଜଳ ଯୋଜନା ହେଉ କି ଅମୃତ ଯୋଜନାରେ ପାନୀୟଜଳର ଅସୁବିଧା ରହିବନାହିଁ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହି ସମସ୍ୟା ପାଇଁ କିଏ ହେବ ଦାୟୀ ବୋଲି ପ୍ରଶ୍ନ ଉଠିଛି ।
Published by: Jagdish Barik
First published: May 12, 2021, 7:45 PM IST