ବିପଦରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତା
- News18 Odia
- Last Updated :
News 18 Odia Digital
ପୁରୀ: ବିଚ୍ଛିନ୍ନ ହୋଇଯିବ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ଼। ଗତକାଲି ସମୁଦ୍ର ଜୁଆର ଯୋଗୁଁ କୁଳ ଲଙ୍ଘି ଧୋଇଯାଇ ଭୁଶୁଡ଼ିଲା ବେଳା ମାର୍ଗ ସୁରକ୍ଷା ପ୍ରାଚୀର। ଏହାର ପ୍ରଭାବରେ ୩୩କେଭିର ବିଦ୍ୟୁତ ଖୁଣ୍ଟ ଦୁଇଟି ଉପୁଡି ଯାଇଛି । ପୂର୍ଣ୍ଣମୀ ପ୍ରଭାବ ରେ ଆଶାନ୍ତ ସମୁଦ୍ର କୁଳ ଲଙ୍ଘିବା ସହିତ ରାସ୍ତା ମୁଁହା ହେଉଛି । ଉଚ୍ଚ ଜୁଆର ମାଡ଼ ରେ ରାମଚଣ୍ଡୀ ମୁହାଣ ନିକଟ ବେଳା ମାର୍ଗ ସୁରକ୍ଷା ପ୍ରାଚୀର ଭୁଶୁଡ଼ିଛି । ଯାହା ପାଇଁ ପୁରୀ କୋଣାର୍କ ରାସ୍ତା ପାଇଁ ସୃଷ୍ଟି ହୋଇଛି ବିପଦ।।
ସୂଚନା ଅନୁଯାୟୀ,ଇକୋ ରିଟ୍ରିଟ ପାଈଁ ରାସ୍ତା ଥିଲା ତାହା ନଷ୍ଟ ହୋଇଛି ଯାହାକୁ ଦୃଷ୍ଟି ରେ ରଖି ଜଳସେଚନ ବିଭାଗ ବାଲି ବସ୍ତା ଓ ବଲ୍ହା ଦେଇ ଅଶାନ୍ତ ସମୁଦ୍ରକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି । ସେପଟେ ବାରମ୍ବାର ଅଶାନ୍ତ ସମୁଦ୍ର କୋଣାର୍କ ପାଇଁ ସୃଷ୍ଟି କରିବା ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ପ୍ରକଟ କରିଥିବା ବେଳେ ଆଶାନ୍ତ ସମୁଦ୍ର କୁ ଆୟତ୍ତ କରିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି କୋଣାର୍କ ବାସୀ।ପୁଣି ଏଭଳି ରାସ୍ତା ସୁରକ୍ଷା ପାଇଁ ବାଲିବସ୍ତା କିଭଳି ସୁରକ୍ଷା ଦେବ ବୋଲି ପ୍ରଶ୍ନ କରୀଛନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ବେଳାଭୂମି ସୁରକ୍ଷା କରିବାକୁ ହେଲେ ପ୍ରାକୁତିକ ପରିସଂସ୍ଥାନକୁ ପୁନର୍ଜିବିତ କରିବାକୁ ପଡିବ। ଆଉ ସ୍ଥାୟୀ ପ୍ରତିକାର କଲେ ହିଁ ବଞ୍ଚି ରହିବ ପୁରୀ କୋଣାର୍କ ମେରାଇନ ଡ୍ରାଇବ ରୋଡ଼ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।