ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ପୁରୀ ଗଜପତି ମହାରାଜ; ସହରବାସୀ ଓ ସାଂସଦ ଖୁସି

ଗଜପତିଙ୍କ ଭୂରିଭୂରି ପ୍ରଶଂସାକୁ ପୁରୀ ସହରର ଲୋକେ, ସେବାୟତ, ବିସ୍ଥାପିତ, ମଠାଧୀଶ, ଶିଖ୍ ସମ୍ପ୍ରଦାୟର ଲୋକ ଓ ସାଂସଦଙ୍କ ସମେତ ସବୁ ମହଲରୁ ସମର୍ଥନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ପୁରୀ ଗଜପତି ମହାରାଜ; ସହରବାସୀ ଓ ସାଂସଦ ଖୁସି
ଗଜପତି ମହାରାଜ ଦିବ୍ୟସିଂହ ଦେବ
  • News18 Odia
  • Last Updated: December 16, 2019, 9:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ପୁରୀ: ନବୀନ ପଟ୍ଟନାୟକ ସରକାରଙ୍କ ସ୍ୱତନ୍ତ୍ର ଯୋଜନାଗୁଡ଼ି଼କ ଦ୍ୱାରା ଶ୍ରୀକ୍ଷେତ୍ର ପୁରୀ ଏକ ବିଶ୍ୱ ଐତହ୍ୟ ସହରରେ ପରିଣତ ହେବାକୁ ଯାଉଥିବା ବେଳେ ‘‘ମହାପ୍ରଭୁ ତାଙ୍କ କାମକୁ ନବୀନ ବାବୁଙ୍କ ଦ୍ୱାରା କରାଉଛନ୍ତି’’ ବୋଲି କହି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୁରୀ ଗଜପତି ମହାରାଜ ।

ଏଭଳି ପ୍ରତିକ୍ରିୟାକୁ ପୁରୀ ସହରର ଲୋକେ, ସେବାୟତ, ବିସ୍ଥାପିତ, ମଠାଧୀଶ ଓ ଶିଖ୍‌ ସମ୍ପ୍ରଦାୟର ଲୋକ ସମେତ ସବୁ ମହଲରୁ ସମର୍ଥନ କରାଯାଇଛି ।

‘‘କିଏ ଖୋଲି ଦେଲା ନବୀନଙ୍କ ଆଖି? କିଏ ଦେଲା ନବୀନଙ୍କୁ ଏଭଳି ଉପଦେଶ? ଶ୍ରୀକ୍ଷେତ୍ର ପ୍ରତି ଏତେ ବଡ଼ କାର୍ଯ୍ୟ କିଭଳି ନବୀନବାବୁ ଚିନ୍ତାକଲେ? ଏସବୁ ଅତି ଆଶର୍ଯ୍ୟ ଲାଗୁଥିଲେ ବି ନବୀନ ସରକାରଙ୍କ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ପ୍ରତି ରହିଥିବା ଯୋଜନା ବେଶ୍‌ ପ୍ରଂଶସନୀୟ । ମହାପ୍ରଭୁ ତାଙ୍କ କାମକୁ ନବୀନବାବୁଙ୍କ ଦ୍ୱାରା କରାଉଛନ୍ତି,’’ କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ଶ୍ରୀ ଜଗନ୍ନାଥ ମନ୍ଦିର


ଗଜପତି ମହାରାଜଙ୍କ ବକ୍ତବ୍ୟକୁ ସମର୍ଥନ କରି ବରିଷ୍ଠ ସେବାୟତ ମତ ଦେଇଛନ୍ତି ଯେ ଫନି ବାତ୍ୟା ପରେ ମହାପ୍ରଭୁ ଶ୍ରୀହୀନ ଶ୍ରୀକ୍ଷେତ୍ରକୁ ସଜାଡି଼ବା ପାଇଁ ନବୀନ ପଟ୍ଟନାୟକଙ୍କୁ ମାଧ୍ୟମ କରି ପ୍ରୟାସ ଆରମ୍ଭ କରିଦେଇଛନ୍ତି । ନିଜକୁ ମହାପ୍ରଭୁଙ୍କ ନିକଟରେ ସମର୍ପି ଦେଲେ ସବୁ କିଛି ମାମଲାରେ ସୁଧାର ହେବ ଆଉ ତାଙ୍କର ସାନ୍ନିଧ୍ୟ ମିଳିଲେ ଏଭଳି ‘‘ଅଲୌକିକତା’ ’ଦେଖିବାକୁ ମିଳିବ ବୋଲି ବିସ୍ଥାପିତମାନେ ମତ ବ୍ୟକ୍ତ କରିଛନ୍ତି ।

ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ, ଯାହା ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ଶ୍ରୀମନ୍ଦିରର ସୁରକ୍ଷା ପ୍ରାଚ଼ୀର ୭୫ ମିଟର ପରିଧି ଭିତରୁ ଉଚ୍ଛେଦ ହେବା ପରେ ଏବେ ଉଭୟ ଶ୍ରୀମନ୍ଦିର ଓ ପାରିପାର୍ଶ୍ୱିକ ଅଞ୍ଚଳ ଖୁବ୍‌ ସୁନ୍ଦର ଦିଶୁଛି ।

‘‘ଫନି ବାତ୍ୟା ପରେ ନବୀନବାବୁଙ୍କ ଆଖି ଖୋଲିଗଲା । ମହାପ୍ରଭୁ ତାଙ୍କର ଶ୍ରୀକ୍ଷେତ୍ରକୁ ଗଢି଼ ତୋଳି ସଜାଡି଼ବା ପାଇଁ ନବୀନ ବାବୁଙ୍କ ଦ୍ୱାରା କରୁଛନ୍ତି କାର୍ଯ୍ୟ । ତାଙ୍କ ଚିନ୍ତାରେ ଓ କଣ୍ଠରେ ଶ୍ରୀ ଜଗନ୍ନାଥ ବିରାଜମାନ ହେବା ପରେ ଆଜି ଏତେ ବଡ଼ କାର୍ଯ୍ୟ ସୁରୁଖୁରରେ ଚ଼ାଲିଛି  । ସମସ୍ତେ ନିଜକୁ ସମର୍ପଣ କରି କାର୍ଯ୍ୟ କରୁଛନ୍ତି,’’ କହିଛନ୍ତି ବରିଷ୍ଠ ପୂଜା ପଣ୍ଡା ସେବାୟତ ରାମନାରାୟଣ ପୁଜାପଣ୍ଡା ।

ପୁରୀ ସାଂସଦ ପିନାକୀ ମିଶ୍ର


ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି: ‘‘ନବୀନ ବାବୁଙ୍କର ପୁରୀ ପାଇଁ ଅନେକ ସ୍ୱପ୍ନ ରହିଛି । ଜଗନ୍ନାଥ ଗୋଟିଏ ପରେ ଗୋଟିଏ କରାଉଛନ୍ତି । ଆଗକୁ ଦେଖନ୍ତୁ କଣ କଣ ନବୀନ ବାବୁ ପୁରୀ ପାଇଁ କରୁଛନ୍ତି’’ ।

‘‘ଶ୍ରୀମନ୍ଦିର ୧୯୬୦ ମସିହା ପର ଠାରୁ ପ୍ରଶାସନ ହାତରେ ଅଛି । ଏଯାବତ କେହି ଗୋଟିଏ ସରକାର ଶ୍ରୀମନ୍ଦିର ବା ସେବାୟତ ବା ପୁରୀ ସହରର ବିକାଶକୁ ଗୁରୁତ୍ୱ ଦେଇନଥିଲେ । ହେଲେ ନବକଳେବର ଠାକୁର ମହପ୍ରଭୁ ଶ୍ରୀକ୍ଷେତ୍ରକୁ ସଜାଡୁଛନ୍ତି । ମୁଖ୍ୟମନ୍ତ୍ରୀ ଫନି ବେଳେ ବିଶ୍ୱ ଐତିହ୍ୟ ସହର କରିବା ପାଇଁ ଘୋଷଣା କରିବା ସହରବାସୀଙ୍କ ପାଇଁ ଏକ ବିସ୍ମୟକର ଘଟଣା,’’ ଜଣେ କହିଛନ୍ତି ବିସ୍ଥାପିତ, ଶ୍ୟାମସୁନ୍ଦର ମହାପାତ୍ର ।

ପୁନଃନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ଯୋଜନାଗୁଡ଼ିକ ପାଇଁ ବିସ୍ଥାପିତଙ୍କୁ ଜଗନ୍ନାଥଙ୍କ ପାଇଁ ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସମସ୍ତେ ଗ୍ରହଣ କରିଛନ୍ତି ଓ ଉଚ୍ଛେଦ କାର୍ଯ୍ୟ ସହ ବିକାଶ କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଚ଼ାଲିଛି ବୋଲି ମଧ୍ୟ ସେ କହିଛନ୍ତି ।

ପୁରୀ ପୁନଃନିର୍ମାଣର ରୂପରେଖ


ପଞ୍ଜାବର ଅମୃତସର୍‌ସ୍ଥ ଶିଖ୍‌ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ସଦସ୍ୟମାନେ ପୁରୀ ଆସି ତାଙ୍କ ମଙ୍ଗୁ ମଠକୁ ଦେଖିବା ପରେ ନବୀନ ପଟ୍ଟନାୟକଙ୍କର ବେଶ ପ୍ରସଂଶା କରିଛନ୍ତି ।

"ଶ୍ରୀକ୍ଷେତ୍ର ଧାମ ହେଉଛ ବିଶ୍ୱର ଏକ ପ୍ରମୁଖ ସ୍ଥାନ । ଏଠି ଅନେକ କିଛି ପରିବର୍ତ୍ତନ ଆସିଥିବା ବେଳେ ଲକ୍ଷ ଲକ୍ଷ ଭକ୍ତ ଆସୁଥିବାରୁ ଏ ଉଚ୍ଛେଦ ଜରୁରୀ  ଥିଲା । ଆଉ ବିକାଶ କରିବା ବି ଦରକାର  । ତେଣୁ ଭଗବାନ ଜଗନ୍ନାଥ ସବୁ କରାଉଛନ୍ତି । ତେଣୁ ସେ ବି ନବୀନଙ୍କ ହାତରେ ଏତେ ବଡ଼ ଯୋଜନା କରାଇବା ପାଇଁ ଲକ୍ଷ୍ୟ ରଖିଥିଲେ । ଆଜି ତାହା ପୂରା ହେବାକୁ ଯାଉଛି । ତେଣୁ ନବୀନଙ୍କୁ ଆଜି ସବୁ ମହଲରୁ ଧନ୍ୟବାଦ ମିଳୁଛି,’’ କହିଛନ୍ତି ଶିଖ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ସଦସ୍ୟ ମହିନ୍ଦର ସିଂ କାଲସୀ ।
Published by: Anand Shankar Thankur Das
First published: December 16, 2019, 8:06 PM IST
corona virus btn
corona virus btn
Loading