ମାଳତିପାଟପୁରରେ ଅଘଟଣ; ପୁରୀ-ହାଉଡା ଏକ୍ସପ୍ରେସ ଲାଇନଚ୍ୟୁତ

ପୁରୀ ହାଉଡାଏକ୍ସପ୍ରେସ ଲାଇନଚ୍ୟୁତ । ମାଳତିପାଟପୁରଠାରେ ପୁରୀ-ହାଉଡା ଏକ୍ସପ୍ରେସର ୩ଟି ବଗି S1, S2, ଓ S3 ଲାଇନଚ୍ୟୁତ ହୋଇଛି ।

ମାଳତିପାଟପୁରରେ ଅଘଟଣ; ପୁରୀ-ହାଉଡା ଏକ୍ସପ୍ରେସ ଲାଇନଚ୍ୟୁତ

ମାଳତିପାଟପୁରରେ ଅଘଟଣ; ପୁରୀ-ହାଉଡା ଏକ୍ସପ୍ରେସ ଲାଇନଚ୍ୟୁତ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ;- ପୁରୀ ହାଉଡାଏକ୍ସପ୍ରେସ ଲାଇନଚ୍ୟୁତ । ମାଳତିପାଟପୁରଠାରେ ପୁରୀ-ହାଉଡା ଏକ୍ସପ୍ରେସର ୩ଟି ବଗି S1, S2, ଓ S3 ଲାଇନଚ୍ୟୁତ ହୋଇଛି ।



ଗାଡିଟି ୮ଟା ୧୫ ସମୟରେ ଯାତ୍ରୀଙ୍କୁ ନେଇ ପୁରୀ ଷ୍ଟେସନରୁ ହାଉଡା ଛାଡିବାର ସୂଚୀ ରହିଥିଲା । ମାତ୍ର କେଇ ମିନିଟ ପୂର୍ବରୁ ଗାଡିଟି ସର୍ଟିଙ୍ଗ ସମୟରେ ନିୟନ୍ତ୍ରଣ ହରାଇ ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି । ଯାହା ଫଳରେ ପୁରୀ-ହାୱଡା ଟ୍ରେନ୍‌ ଯାତ୍ରା ବିଳମ୍ୱ ହୋଇଛି।  ଦୁର୍ଘଟଣା କାରଣରୁ ଅନେକ ଟ୍ରେନ ଗୁଡିକ ସଠିକ ସମୟରେ ଯାତ୍ରା କରିବା ପାଇଁ ପ୍ରଭାବିତ ହୋଇଛି । ତେବେ କେଉଁ କାରଣ ପାଇଁ ଲାଇନଚ୍ୟୁତ୍‌ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ଖବର ପାଇ ରେଲୱେ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥି ସହ ଟ୍ରାକ୍‌ ମରାମିତି କାର୍ଯ୍ୟ ଚାଲିଛି ।
Published by:Soubhagya Mishra
First published: