ପୋଲିସରେ ଭର୍ତ୍ତି ହେବାକୁ କସରତ କରୁଥିବା ସୁମିତ୍ରା ବ୍ରେନ୍ ଟ୍ୟୁମର୍ ଯୋଗୁଁ ଅସହାୟ ହେଲେ
ସୁସ୍ଥ-ସବଳ ଖୁସି ମିଜାଜର ୨୦ ବର୍ଷୀୟା ଝିଅ ସୁମିତ୍ରା ସ୍ୱପ୍ନ ଦେଖୁଥିଲେ ପୋଲିସରେ ଭର୍ତ୍ତି ହୋଇ ଦେଶ ସେବା କରିବେ । ହେଲେ ସେ ଅଚାନକ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତର କହୁଛନ୍ତି ତାଙ୍କ ଟ୍ୟୁମର ଏବେ କ୍ରିଟିକାଲ୍ ଷ୍ଟେଜରେ ପହଞ୍ଚିଛି ।

ନିଜ ମା’ ଓ ଅନ୍ୟ ସମ୍ପର୍କୀୟାଙ୍କ ସହ ସୁମିତ୍ରା ନାୟକ
- News18 Odia
- Last Updated: February 8, 2021, 6:21 PM IST
ପୁରୀ: ଯେଉଁ ବୟସରେ ଅନେକ ଝିଅ ନିଜକୁ ସଜେଇ ହୋଇ ଯୌବନକୁ ଉପଭୋଗ କରୁଥିଲେ ଓ ସ୍ୱପ୍ନ ଦେଖୁଥିଲେ, ସେହି ବୟସରେ ସୁମିତ୍ରା ନାୟକ ଦାରିଦ୍ର୍ୟର କଷାଘାତରୁ ନିଜ ବାପାଙ୍କୁ ଉଦ୍ଧାର କରିବାକୁ ଟ୍ୟୁସନ କରୁଥିଲେ । ପୋଲିସ୍ରେ ଭର୍ତ୍ତି ହେବାକୁ ପ୍ରତି ଦିନ ସକାଳେ କସରତ ବି କରୁଥିଲେ ୨୦ ବର୍ଷୀୟା ସୁମିତ୍ରା । ମାତ୍ର ନିଜ ପରିବାରକୁ ଦାରିଦ୍ର୍ୟରୁ ମୁକୁଳାଇବାକୁ ଚେଷ୍ଟା ଜାରି ରଖିଥିବା ଏହି ଯୁବତୀ ନିଜେ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇ ଅସହାୟ ହୋଇପଡ଼ିଛନ୍ତି । ଡାକ୍ତର କହୁଛନ୍ତି ଯଥା ଶୀଘ୍ର ଅପରେସନ କରାଇବାକୁ, ହେଲେ ପରିବାର ପାଖରେ ସେଥି ପାଇଁ ଆର୍ଥିକ ସମ୍ବଳ ନାହିଁ ।
‘‘ମୋ’ ଝିଅ ଭଲ ପାଠ ପଢି଼ବା ସହ ପୋଲିସରେ ଭର୍ତ୍ତି ହୋଇ ଦେଶ ସେବା କରିବାକୁ ଲକ୍ଷ୍ୟ ରଖିଥିଲା । ପାଠ ପଢ଼ିବା ସମୟରୁ ମୋତେ ଆର୍ଥିକ ସାହାଯ୍ୟ କରିବାକୁ ସେ ଟ୍ୟୁସନ କରିଆସୁଥିଲା । ହେଲେ ବ୍ରେନ୍ ଟ୍ୟୁମର୍ ଯୋଗୁଁ ସେ ଅସହାୟ ହୋଇପଡ଼ିଛି । ଅପରେସନ ପାଇଁ ଆର୍ଥିକ ଅଭାବ ଯୋଗୁଁ ମୁଁ ଲାଚାର । ମୋ ଝିଅକୁ ବଞ୍ଚେଇ ଦିଅ, ଜଗନ୍ନାଥ ତୁମର ମଙ୍ଗଳ କରିବେ,’’ ଆଖି ଛଳଛଳ କରି ଆକୁଳ ନିବେଦନ କରିଛନ୍ତି କପିଳେଶ୍ୱରପୁର ବାସିନ୍ଦା ସୁମିତ୍ରାଙ୍କ ବାପା କୁମର ନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏଲି ଆବ୍ରାମ୍ ନିଜ ବୋଲ୍ଡ ଓ ହଟ୍ ଷ୍ଟାଇଲ୍ ଯୋଗୁଁ ସୋସିଆଲ୍ ମିଡି଼ଆରେ ହଇଚଇ ସୃଷ୍ଟି କଲେ
‘‘ଘର ଖଣ୍ଡେ ଅଛି ଯେ, ତାହା ବି ଇନ୍ଦିରା ଆବାସ ଯୋଜନାରେ ମିଳିଛି । ସଞ୍ଚୟ ବୋଲି କିଛି ନାହିଁ। ତେଣୁ ବାଧ୍ୟ ହୋଇ ଝିଅର ଜୀବନ ବଞ୍ଚାଇବାକୁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଓ ବଦାନ୍ୟ ବ୍ୟକ୍ତିଙ୍କୁ ମୁଁ ନେହୁରା ହୋଇଛି । ଆଶା ଅଛି ଜଗନ୍ନାଥଙ୍କ କୃପାରୁ ମୋ’ ଝିଅର ଦୁଃଖ ଦୂର କରିବାକୁ ପଦକ୍ଷେପ ନିଆଯିବ,’’ କହିଛନ୍ତି କୁମର ନାୟକ ।
ଏହା ବି ପଢ଼ନ୍ତୁ | ୮ ମାସର ଝିଅ ସହ କୋଠାରୁ ତଳକୁ ଡେଇଁଲେ ୨୨-ବର୍ଷୀୟା ଯୁବତୀ; ତାଙ୍କର ମୃତ୍ୟୁ ହେଲା; ଶିଶୁ ଗୁରୁତର
ପୋଲିସ୍ରେ ଭର୍ତ୍ତି ହେବା ପାଇଁ ସୁମିତ୍ରା ଜଗନ୍ନାଥ ରୋଡ୍ ଯାଇ ଦୌଡ଼କୁଦ ଅଭ୍ୟାସ କରୁଥିଲେ । ଏହି ସମୟ ମଧ୍ୟରେ ତାଙ୍କ ପାଇଁ କେତେକ ଭଲ ବିବାହ ପ୍ରସ୍ତାବ ଆସୁଥିଲେ ବି ନିଜ ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ ବୋଲି ଘରେ ଜଣାଇ ଦେଇଥିଲେ ।
ଏହା ବି ପଢ଼ନ୍ତୁ | ମଦ ପିଉଥିବାରୁ ମା’ ଗାଳିଦେଲା, ତେଣୁ ପୁଅ ମା’କୁ ହତ୍ୟା କଲା, ଜୁଇ ନିଆଁରେ କୁକୁଡ଼ା ରାନ୍ଧି ଖାଇଲା
‘‘ଥରେ ପୋଲିସରେ ଭର୍ତ୍ତି ହେବା ପାଇଁ ଶାରୀରିକ ପରୀକ୍ଷା ଦେଉଥିବା ବେଳେ ମୁଣ୍ଡ ବୁଲାଇ ଦେବାରୁ ସୁମିତ୍ରା ପଡ଼ିଯାଇଥିଲେ। ଘରକୁ ଫେରି ପୁଣି ନିଜକୁ ଦୃଢ଼ କରି ପ୍ରସ୍ତୁତି ଆରମ୍ଭ କରିଥିଲେ । ମାତ୍ର କିଛି ଦିନ ତଳେ ତାଙ୍କୁ ବାତ ମାରିଲା। ଡାକ୍ତରଙ୍କୁ ଦେଖାଇବା ପରେ ପରୀକ୍ଷାରୁ ଜଣା ପଡ଼ିଲା ତାଙ୍କୁ ବ୍ରେନ୍ ଟ୍ୟୁମର ହୋଇଛି ଓ ଏବେ ତାହା କ୍ରିଟିକାଲ୍ ଷ୍ଟେଜରେ ପହଞ୍ଚିଛି । ଡାକ୍ତର କହିଛନ୍ତି ଯଥା ଶୀଘ୍ର ଅପରେସନ ନ କଲେ ସ୍ଥିତି ଜଟିଳ ହୋଇପାରେ,’’ କହିଛନ୍ତି ସୁମିତ୍ରାଙ୍କ ସମ୍ପର୍କୀୟ ୩୮ ବର୍ଷୀୟ ମିଥୁନ ନାୟକ ।
ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀ ଅତ୍ୟାଧୁନିକ ସ୍ତନ କର୍କଟ କ୍ଲିନିକ୍ ଆରମ୍ଭ କଲେ; ଗୋଟିଏ ଛାତ ତଳେ ସବୁ ସୁବିଧା
ସ୍ଥାନୀୟ ସ୍ୱେଚ୍ଛାସେବୀ ରମାଶଙ୍କର ପାତ୍ରଙ୍କ କହିବା ଅନୁଯାୟୀ ସୁମିତ୍ରା କପିଳେଶ୍ୱରପୁର ଗାଁରେ ହସଖୁସି ମିଜାଜର ସୁନା ଝିଅ ଭାବେ ପରିଚିତା । ‘‘ପରୋପକାରୀ ହୋଇଥିଲେ ହେଁ ତାଙ୍କ ଭାଗ୍ୟରେ ଯେ ଏତେ ବଡ଼ ଯନ୍ତ୍ରଣା ଅଛି ତାହା ଆମେ କେହି କେବେ ଭାବି ନ ଥିଲୁ । ବ୍ରେନ୍ ଟ୍ୟୁମର ହୋଇଛି ବୋଲି ଜାଣିବା ପର ଠାରୁ ହସଖୁସିଆ ଝିଅ ସୁମିତ୍ରା ନିରବ ହୋଇଯାଇଛି । ଜିଲ୍ଲା ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଯଦି ତାଙ୍କ ଅପରେସନ ବ୍ୟବସ୍ଥା କରାଯାଇ ପାରନ୍ତା, ତେବେ ପୁଣି ସୁମିତ୍ରା ଓ ତାଙ୍କ ପରିବାର ମୁହଁରେ ହସ ଫେରିପାରନ୍ତା,’’ କହିଛନ୍ତି ପାତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କଦଳୀର ସାଇଜ୍ ଦେଖି ଚମକି ଗଲେ ମହିଳା; ସୋସିଆଲ୍ ମିଡି଼ଆରେ ଫଟୋ ଭାଇରାଲ୍ ହେଲା
ଅସହାୟ ସୁମିତ୍ରାଙ୍କ ଅପରେସନ ପାଇଁ କେହି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢାଇବାକୁ ଚେହୁଁଥିଲେ ସେମାନେ ତାଙ୍କ ବାପା କୁମର ନାୟକଙ୍କ ମୋବାଇଲ ଫୋନ୍ ନମ୍ବର ୮୨୪୯୩୩୭୩୨୦ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।
ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ‘‘ସୁମିତ୍ରାଙ୍କ ଅବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନ ନିକଟରେ ତାଙ୍କ ବାପା କେବେ ଆବେଦନ କରିଛନ୍ତି ଓ କ’ଣ ସହାୟତା ଆବଶ୍ୟକ ସେ ନେଇ ସବିଶେଷ ଯୋଗାଯୋଗ କଲେ ପ୍ରଶାସନିକ ସହଯୋଗ ପାଇଁ ନିଶ୍ଚୟ ପ୍ରୟାସ ହେବ ।’’