ଏମାର ମଠର ପରିଚାଳନା ଦାୟିତ୍ବ ଏବେ ଟ୍ରଷ୍ଟ୍ ହାତରେ; ମହନ୍ତ ମହାରାଜଙ୍କ ହାତରେ ଆଉ କିଛି ନାହିଁ

ଟ୍ରଷ୍ଟ୍ର ପ୍ରଥମ ବୈଠକରେ ମହନ୍ତ ମହାରାଜ ସହଯୋଗ କରିନଥିବା ବେଳେ ଦ୍ୱିତୀୟ ବୈଠକରେ ମଧ୍ୟ ସହଯୋଗ କରିନାହାନ୍ତି। ମଠରେ ଥାଇ ଟ୍ରଷ୍ଟ ବୈଠକରେ ଯୋଗ ଦେଇନଥିବା ବେଳେ ମଠର ପରିଚାଳନାଗତ କୌଣସି ରେକର୍ଡ଼ ହସ୍ତାନ୍ତର କରିନାହାନ୍ତି।

ଏମାର ମଠର ପରିଚାଳନା ଦାୟିତ୍ବ ଏବେ ଟ୍ରଷ୍ଟ୍ ହାତରେ; ମହନ୍ତ ମହାରାଜଙ୍କ ହାତରେ ଆଉ କିଛି ନାହିଁ
ଟ୍ରଷ୍ଟ୍ର ପ୍ରଥମ ବୈଠକରେ ମହନ୍ତ ମହାରାଜ ସହଯୋଗ କରିନଥିବା ବେଳେ ଦ୍ୱିତୀୟ ବୈଠକରେ ମଧ୍ୟ ସହଯୋଗ କରିନାହାନ୍ତି। ମଠରେ ଥାଇ ଟ୍ରଷ୍ଟ ବୈଠକରେ ଯୋଗ ଦେଇନଥିବା ବେଳେ ମଠର ପରିଚାଳନାଗତ କୌଣସି ରେକର୍ଡ଼ ହସ୍ତାନ୍ତର କରିନାହାନ୍ତି।
  • News18 Odia
  • Last Updated: November 20, 2019, 5:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ପୁରୀ: ଶ୍ରୀକ୍ଷେତ୍ରର ଅନ୍ୟତମ ଐତିହ୍ୟ ଏମାର ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ୍‌ ହାତକୁ ଯିବା ପରେ ମଠର ମହନ୍ତ ମହାରାଜଙ୍କ ହାତରୁ ସବୁ ଅଧିକାର କାଢି଼ ନିଆଯାଇଛି। ମହନ୍ତ ମହାରାଜଙ୍କୁ ମଠର ସମସ୍ତ ରେକର୍ଡ ପତ୍ର ସହ ଗଚ୍ଛିତ ଅର୍ଥର ହିସାବ କିତାବ ଯାହା ରହିଛି ସବୁ ଟ୍ରଷ୍ଟ୍‌କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଟ୍ରଷ୍ଟ ଗଠନ ପରେ ଦୁଇଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୨୦ରେ ଦ୍ୱିତୀୟ ବୈଠକ ମଧ୍ୟ ଟ୍ରଷ୍ଟ ମୁଖ୍ୟ ଭାବେ ଝାଞ୍ଜପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ମହାରାଜଙ୍କ ଅଧ୍ଯକ୍ଷତାରେ ଏମାର ମଠରେ ହିଁ ବସିଥିଲା । ଏହି ବୈଠକରେ ଟ୍ରଷ୍ଟର ପାଞ୍ଚ ସଦସ୍ଯ ଉପସ୍ଥିତ ଥିଲେ। ହାଇକୋର୍ଟ୍‌ଙ୍କ ନିର୍ଦ୍ଦେଶ ଓ ଏଣ୍ଡାଓମେଣ୍ଟ୍‌ କମିଶନ୍‌ଙ୍କ ଚିଠି ଅନୁସାରେ ଏମାର ମଠର ପରିଚାଳନା ଦାୟିତ୍ବ ନୂତନ ଭାବେ ଗଠିତ ଟ୍ରଷ୍ଟ ହାତକୁ ଚାଲିଯାଇଛି। ଟ୍ରଷ୍ଟ ମଠର ପ୍ରତ୍ଯକ୍ଷ ଭାବେ ଦେଖାଶୁଣା କରିବ।

ଟ୍ରଷ୍ଟର ପ୍ରଥମ ବୈଠକରେ ମହନ୍ତ ମହାରାଜ ସହଯୋଗ କରିନଥିବା ବେଳେ ଦ୍ୱିତୀୟ ବୈଠକରେ ମଧ୍ୟ ସହଯୋଗ କରିନାହାନ୍ତି। ମଠରେ ଥାଇ ଟ୍ରଷ୍ଟ ବୈଠକରେ ଯୋଗ ଦେଇନଥିବା ବେଳେ ମଠର ପରିଚାଳନାଗତ କୌଣସି ରେକର୍ଡ଼ ହସ୍ତାନ୍ତର କରିନାହାନ୍ତି। ତେଣୁ ଟ୍ରଷ୍ଟ୍‌ ପକ୍ଷରୁ ମଠ ମହନ୍ତଙ୍କୁ ରେଜେଷ୍ଟ୍ରି ଡାକ ଯୋଗେ ନୋଟିସ୍‌ କରାଯିବ ବୋଲି ଟ୍ରଷ୍ଟ୍‌ ପକ୍ଷରୁ କୁହାଯାଇଛି। ତାପରେ ବି ଯଦି ଅସହଯୋଗ କରନ୍ତି ଆଇନର ଆଶ୍ରୟ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।



ତେବେ ଦେବୋତ୍ତର କମିସନ୍‌ଙ୍କ ଠାରୁ ଅନୁମତି ମିଳିବା ପରେ ଟ୍ରଷ୍ଟ ଗଠନ କରାଯାଇଥିଲା । ଫଳରେ ଏମାର ମଠର ମହନ୍ତ ଶ୍ରୀନିବାସ ରାମାନୁଜ ଦାସଙ୍କୁ କ୍ଷମତାଚ୍ଯୁତ କରାଯିବା ସହ ଟ୍ରଷ୍ଟ୍‌କୁ ମଠର ପରିଚାଳନାଗତ କ୍ଷମତା ପ୍ରଦାନ କରାଯାଇଥିଲା। ମଠ ମହନ୍ତଙ୍କ ନାମରେ ପୁର୍ବରୁ ଅର୍ଥ ତୋଷାରପାତର ଅଭିଯୋଗ ଥିଲା ।

ଏମାର ମଠରୁ ରୂପା ଇଟା ଚୋରି ମାମଲାରେ ମହନ୍ତ ଗିରଫ ହେବାପରେ ତାଙ୍କୁ ଦେବୋତ୍ତର ବିଭାଗ ନିଲମ୍ବିତ କରିଥିଲା । ଏହି ନିଲମ୍ବନ ପରେ ଏକ କମିଟି ଦାୟିତ୍ୱ ନେଇଥିଲା । ମାତ୍ର ମହନ୍ତ ଏହାକୁ ଚ୍ୟାଲେଞ୍ଜ୍‌ କରି ଆର୍ଥିକ କ୍ଷମତା ପାଇବାକୁ ଦାବି କରିଥିଲେ । ତଦନୁଯାୟୀ ଏହି କ୍ଷମତା ମିଳିଥିଲା । ହେଲେ ପରିଚାଳନା ଦାୟିତ୍ୱରେ ତାଙ୍କୁ ନ ରଖିବାକୁ ଦେବୋତ୍ତର ବିଭାଗ ନିଷ୍ପତ୍ତି ନେଇଥିଲା ।

ଏହାପରେ ରାମାନୁଜ ସମ୍ପ୍ରଦାୟର ମହନ୍ତଙ୍କୁ ଦାୟିତ୍ୱରେ ରଖିବାକୁ ଦେବୋତ୍ତର ବିଭାଗ ନିଷ୍ପତ୍ତି ନେଇଥିଲା । ତଦନୁଯାୟୀ ଏକ ପାଞ୍ଚଜଣିଆ ପରିଚାଳନା କମିଟି ଗଠନ କରିବାକୁ ପଦକ୍ଷେପ ନେଇଥିଲା ବିଭାଗ ।

ଇତିମଧ୍ୟରେ ଝାଞ୍ଜପିଟା ମଠ ମହନ୍ତଙ୍କ ନେତୃତ୍ୱରେ ଆଇନ ପରାମର୍ଶଦାତା ଭାବେ ଆଇନଜୀବୀ ବନ ବିହାରୀ ସାହୁ, ସ୍ୱେଚ୍ଛାସେବୀ ପ୍ରତୀମା ଦେବୀ, ପୂର୍ବତନ ଅଧ୍ୟକ୍ଷ ତଥା ଗବେଷକ ନରେଶ ଦାସଙ୍କ ସମେତ ପାଞ୍ଚଜଣିଆ କମିଟିକୁ ପରିଚାଳନା ପାଇଁ ଚୟନ କରାଯାଇଥିଲା । ଏହି କମିଟିକୁ ଦେବୋତ୍ତର ବିଭାଗ ଅନୁମୋଦନ କରିବା ପରେ ଏବେ ଏହି କମିଟି ତା‘ର ପରିଚାଳନା କରିବ ବୋଲି ଜଣାପଡ଼ିଛି ।
First published: November 20, 2019, 5:40 PM IST
corona virus btn
corona virus btn
Loading